Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିର ସହଯୋଗୀ ହେଲାପରେ ଚୌତାଲା ପରିବାରର କଳଙ୍କ ଏବେ ପବିତ୍ର ହୋଇଗଲା କି? 
ବିଶେଷ ଖବର

ବିଜେପିର ସହଯୋଗୀ ହେଲାପରେ ଚୌତାଲା ପରିବାରର କଳଙ୍କ ଏବେ ପବିତ୍ର ହୋଇଗଲା କି? 

October 27, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପିର ସହଯୋଗୀ ହେଲାପରେ ଚୌତାଲା ପରିବାରର କଳଙ୍କ ଏବେ ପବିତ୍ର ହୋଇଗଲା କି? 

କେଦାର ମିଶ୍ର 

ଆଜି ସାରାଦେଶ ଦୀପାବଳି ପାଳନ କରୁଥିବା ବେଳେ ହରିଆଣାରେ ମୁଖ୍ୟମନ୍ତ୍ରୀ ଭାବେ ମନୋହର ଲାଲ ଖଟ୍ଟର ଦ୍ଵିତୀୟ ଥର ଶପଥ ନେବେ। ହରିଆଣା ନିର୍ବାଚନ ପ୍ରଚାର ବେଳେ ବିଜେପି ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହା ୭୫+ର ଏକ ମିଶନ ଘୋଷଣା କରିଥିଲେ। ତେବେ ଫଳ ବାହାରିଲା ବେଳକୁ ବିଜେପିକୁ ମିଳିଲା ମାତ୍ର ୪୦ ଆସନ। ପାଞ୍ଚ ବର୍ଷର ବିଜେପି ଶାସନ, ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରଚାର ଓ ଗଣମାଧ୍ୟମର ନିଃସର୍ତ୍ତ ସମର୍ଥନ ଥାଇ ମଧ୍ୟ ଖଟ୍ଟର ସରକାର ସଂଖ୍ୟା ଗରିଷ୍ଠତା ପାଇଲେ ନାହିଁ। ଅଗତ୍ୟା ସ୍ଵାଧୀନ ଓ ଜନନାୟକ ଜନତା ପାର୍ଟିର ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଗଢୁଛି।

ତେବେ କିଏ ଏହି ଜେଜେପି ଓ ଏହାର ନେତା ଦୂଷ୍ୟନ୍ତ ଚୌତାଲା? ହରିଆଣା ରାଜନୀତିରେ ଯେଉଁ ତିନି “ଲାଲ”ଙ୍କ ଉତ୍ତରାଧିକାର ରହିଆସିଛି(ବଂଶୀ ଲାଲ, ଦେବୀ ଲାଲ ଓ ଭଜନ ଲାଲ) ରହିଆସିଛି, ସେଥିରୁ ଦେବୀ ଲାଲଙ୍କ ପରିବାରର ସାନ ନାତି ହେଉଛନ୍ତି ଦୂଷ୍ୟନ୍ତ ଚୌତାଲା। ତାଙ୍କ ଜେଜେ ବାପା ତଥା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲା, ତାଙ୍କ ବଡବାପା ଅଭୟ ଚୌତାଲା ଓ ବାପା ଅଜୟ ଚୌତାଲାଙ୍କ ନାମରେ ବଡ ଦୁର୍ନୀତି ଅଭିଯୋଗ ରହିଛି। ଏହି ସାଧାରଣ ନିର୍ବାଚନ ପୂର୍ବରୁ ଗତ ମଇ ମାସରେ ଚୌତାଲା ବାପ ପୁଅଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତରଫରୁ ବ୍ୟାପକ ଖାନତଲାସି କରି ତାଙ୍କର ଏକ କୋଟି ୯୪ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଆଟାଚ କରିଥିଲେ। ଚୌତାଲା ପରିବାର ନାମରେ ଦୁର୍ନୀତି ଅଭିଯୋଗ କେବଳ ନାହିଁ, ପୂରା ପରିବାର ଦୁର୍ନୀତିଗ୍ରସ୍ତ ବୋଲି ଅଦାଲତ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି। ୨୦୧୩ ଜାନୁଆରୀ ମାସରେ ସିବିଆଇ ଅଦାଲତ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌତାଲା ଓ ତାଙ୍କ ପୁଅ ଅଜୟ ଚୌତାଲାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଦେଇଥିଲେ। ଏବେ ମଧ୍ୟ ଚୌତାଲା ବାପ ପୁଅ ଜେଲରେ ଅଛନ୍ତି। ଦୂଷ୍ୟନ୍ତ ଚୌତାଲା ହେଉଛନ୍ତି ଜେଲରେ ସଜା କାଟୁଥିବା ଅଜୟ ଚୌତାଲାଙ୍କ ସୁପୁତ୍ର!

ରାଜନୀତିରେ ସବୁଠୁ ଦୁର୍ନୀତିଗ୍ରସ୍ତଙ୍କ ଲାଗି ମଧ୍ୟ ସବୁଠୁ ଭଲ ସୁଯୋଗ ଆସିପାରେ ଓ ସେ ପ୍ରକାର ସୁଯୋଗ ସୃଷ୍ଟି କରିବାରେ ଭାରତୀୟ ଜନତା ପାର୍ଟି ଯେ ପଛଘୁଞ୍ଚା ଦେବନାହିଁ, ଏକଥା ଆଜି ପୁଣିଥରେ ପ୍ରମାଣିତ ହୋଇଯାଇଛି। ଦୁର୍ନୀତି ବିରୋଧରେ ବଡ ବଡ ଭାଷଣ ଦେଉଥିବା ବିଜେପି କ୍ଷମତା ଦଖଲ ନିଶାରେ ଏବେ ସବୁଠୁ ଦୁର୍ନୀତିଗ୍ରସ୍ତଙ୍କ ସହଯୋଗୀ ହେବା ଆରମ୍ଭ କରିଛି। ହରିଆଣାରେ ସରକାର ଗଢିବା ଲାଗି ଜନନାୟକ ଜନତା ପାର୍ଟିର ସମର୍ଥନ ନିହାତି ଜରୁରୀ ଥିଲା। ଗୋଟେ ପକ୍ଷରେ ସ୍ଵାଧୀନ ବିଧାୟକ ଗୋପାଳ କାଣ୍ଡା, ଯାହାଙ୍କ ନାଁରେ ହତ୍ୟା ଓ ଧର୍ଷଣ ଭଳି ଜଘନ୍ୟ ଅଭିଯୋଗ ରହିଛି ଓ ଅପର ପକ୍ଷରେ ଚୌତାଲା ପରିବାର, ଯାହାଙ୍କ ପରିବାର ସହିତ ଦୁର୍ନୀତିର ବହୁ ପୁରୁଣା ସମ୍ପର୍କ- ଏମାନଙ୍କୁ ନେଇ ଏବେ ବିଜେପି ସରକାର ଗଢିଛି। ତେଣୁ ଦୁର୍ନୀତି ବିରୋଧରେ ଭାଷଣ ଦେବା ଆଗରୁ ବିଜେପି ଏବେ ଶହେ ଥର ଭାବିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଭାଷଣରେ ପରିବାରବାଦ ଓ ଦୁର୍ନୀତି ବିଷୟରେ ସର୍ବାଧିକ କହୁଥିବା ବେଳେ ତାଙ୍କ ଦଳ କଂଗ୍ରେସ ଅମଳର ପୁରୁଣା ଦୁର୍ନୀତିଖୋର ମୂଷାମାନଙ୍କୁ ଏବେ ଭଲ ଆସନ ଦେଇ ଚାଲିଛି।

ଓମପ୍ରକାଶ ଚୌତାଲା ଶିକ୍ଷାମନ୍ତ୍ରୀ ଥିବା ସମୟରେ ଖୋଲାଖୋଲି ଲାଞ୍ଚ ନେଇ ୩୨୦୬ ଜଣ ପ୍ରାଥମିକ ଶିକ୍ଷକଙ୍କୁ ବେଆଇନ ଭାବେ ନିଯୁକ୍ତି ଦେଇଥିଲେ ଓ ସେଥିଲାଗି ସେ ଓ ତାଙ୍କ ପୁଅ ଅଜୟ ଚୌତାଲା ଦଣ୍ଡିତ ହୋଇଛନ୍ତି।ଏବେ ଏକ ଅପରାଧୀ ପରିବାରର ରାଜନୈତିକ ସମର୍ଥନରେ ବିଜେପି ସରକାର ଗଢା ହେଉଛି। ଏହାକୁ ଆମେ କଣ ବୋଲି କହିବା?

ବାସ୍ତବରେ ଏବେ ଦୁର୍ନୀତିର ଦୁଇଟି ଚେହେରା ଆମେ ଦେଖୁଛୁ। ଗୋଟେ ଚେହେରା ସେହି କଂଗ୍ରେସ ଅମଳର। ଯେତେବେଳେ କି ସିବିଆଇ ସେମାନଙ୍କୁ ଜେଲରେ ପୂରାଉଥିଲା। ସେମାନଙ୍କୁ କଂଗ୍ରେସ ଦୁର୍ନୀତିର ଉଦାହରଣ ବୋଲି ବିଜେପି ଆକ୍ଷେପ କରୁଥିଲା। ଏବେ ସେଥିରୁ ଅଧିକାଂଶ ବିଜେପିର ସହଯୋଗୀ। ତେଣୁ ବିଜେପି ହେଉଛି ଦେଶର ସବୁଠୁ ବଡ ଦୁର୍ନୀତି ସଫା କରୁଥିବା ୱାଶିଙ୍ଗ ମେସିନ। ଆପଣ ଯାହା ଦୁର୍ନୀତି ବା ଅପରାଧ କରିଥାନ୍ତୁ, ବିଜେପିରେ ଯୋଗଦେଲେ ଆପଣଙ୍କ ସବୁ ପାପ ଧୋଇ ହୋଇଗଲା ଜାଣନ୍ତୁ! ଅଜୟ ଚୌତାଲାଙ୍କ ପରିବାର ସହିତ କ୍ଷମତା ବୁଝାମଣା କରି ବିଜେପି ଆଜି ନିଜର ତଥାକଥିତ ଦୁର୍ନୀତିବିରୋଧୀ ଓ ପରିବାରବାଦ ବିରୋଧୀ ଚରିତ୍ରର ପର୍ଦ୍ଦାଫାସ ନିଜେ କରିଛି! ଆଉ ଅନ୍ତିମ ଖବର ମୁତାବକ ପୁଅ ଦୂଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବାପା ଅଜୟ ଚୌତାଲାଙ୍କୁ ଜେଲରୁ ଛୁଟିରେ ଯିବା ଲାଗି ଅନୁମତି ମିଳି ଯାଇଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସିନ୍ଦୁର ଏବେ ବି ଚାଲିଛି, ଦୁଃସାହସ କଲେ…’: ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ସେନା ମୁଖ୍ୟ

January 13, 2026

ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ: ଭାରତ ଉପରେ ଏବେ ୭୫% ଶୁଳ୍କ?

January 13, 2026

ଭାରତ-ଜର୍ମାନୀ ମିଳିତ ବିବୃତ୍ତି

January 13, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026
Latest News

ଆଇଚର ଗାଡ଼ିକୁ ପିଟିଲା ଟୁରିଷ୍ଟ ଗାଡି, ୭ ଆହତ, ଜଣେ ଗୁରୁତର

January 13, 2026

ଆତଙ୍କବାଦୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ: କାଶ୍ମୀରରେ ୫ ସରକାରୀ କର୍ମଚାରୀ ବହିଷ୍କୃତ

January 13, 2026

‘ଅପରେସନ ସିନ୍ଦୁର ଏବେ ବି ଚାଲିଛି, ଦୁଃସାହସ କଲେ…’: ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ସେନା ମୁଖ୍ୟ

January 13, 2026

ଆଜିଠାରୁ ଇଣ୍ଡିଆ ଓପନ୍ ୨୦୨୬ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଭାରତର ନେତୃତ୍ଵ ନେବେ ପିଭି ସିନ୍ଧୁ

January 13, 2026

ନିଜ ନାଗରିକମାନଙ୍କୁ ଚେତାବନୀ ଦେଲା ଆମେରିକା: ଇରାନ ଛାଡ଼ିବାକୁ ଦେଲା ପରାମର୍ଶ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.