Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚଳିତ ଧନତରାସ ସୁନା ବେପାରୀଙ୍କୁ କରିଛି ହତାଶ, ଏଥର ଦେଶରେ ବିକ୍ରୀ ହେଲା ମୋଟ ୬ ହଜାର କେଜିର ସୁନା
ବିଶେଷ ଖବର

ଚଳିତ ଧନତରାସ ସୁନା ବେପାରୀଙ୍କୁ କରିଛି ହତାଶ, ଏଥର ଦେଶରେ ବିକ୍ରୀ ହେଲା ମୋଟ ୬ ହଜାର କେଜିର ସୁନା

October 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁନା ଏବଂ ରୂପା ମୂଲ୍ୟ
ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ'ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

ସଂପଦ ଦଳାଇ

ଦେଶରେ ଦେଖାଦେଇଥିବା ମାନ୍ଦା ଅବସ୍ଥା କେବଳ ଶିଳ୍ପ ବା ବାଣିଜ୍ୟ ଉପରେ ନୁହେଁ ପର୍ବପର୍ବାଣୀରେ ମଧ୍ୟ ଏହାର ପ୍ରଭାବ ପଡିଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଚଳିତ ବର୍ଷ ଧନତରାସ। ସାଧାରଣତଃ ଧନତରାସରେ ହିନ୍ଦୁମାନେ ସୁନା,ରୂପା କିମ୍ବା କୌଣସି ମେଟାଲ ପଦାର୍ଥ କିଣିବାର ପ୍ରଥା ରହିଛି। ବିଶ୍ବାସ ରହିଛି ଏହି ଧନତରାସ ଦିନରେ ସୁନାରୂପା କିଣିଲେ ମା ଲକ୍ଷ୍ମୀ ଆର୍ଶିବାଦ କରିଥାନ୍ତି। ଘରେ ଧନ ସଂପତ୍ତି ବୃଦ୍ଧି ଘଟିଥାଏ। ସେଥିପାଇଁ ଏହି ଧନତରାସକୁ ହିନ୍ଦୁ ଭକ୍ତମାନେ ଏବଂ ସୁନା ବେପାରୀମାନେ ଅପେକ୍ଷା କରି ରହିଥାନ୍ତି।

ହେଲେ ଚଳିତ ବର୍ଷ ଧନତରାସ ସୁନା ବେପାରୀଙ୍କ ପାଇଁ ସବୁଠାରୁ “ହତୋତ୍ସାହ ଧନତରାସ” ଥିଲା। ଦେଶରେ ମାନ୍ଦା ଅବସ୍ଥା ଯୋଗୁଁ ଚଳିତ ବର୍ଷ ସୁନା ବିକ୍ରିର ପରିମାଣ ଗତ ଦଶ ବର୍ଷ ବ୍ୟବସାୟକୁ ତୁଳନାରେ ସବୁଠାରୁ କମ ବ୍ୟବସାୟ ହୋଇଛି। ଅର୍ଥାତ ଚଳିତ ବର୍ଷ ୪୦ ପ୍ରତିଶତ ବିକ୍ରି ହ୍ରାସ ପାଇଛି। କନଫେଡ୍ରେସନ ଅଫ ଅଲ ଇଣ୍ଡିଆ ଟ୍ରେଡରସ ସଂସ୍ଥାର ହିସାବ ଅନୁସାରେ ଚଳିତ ବର୍ଷ ଧନତରାସରେ ସର୍ବଭାରତୀୟ ସ୍ତରରେ୨୫୦୦ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଏହି ଗୋଟିଏ ଦିନରେ ଗ୍ରାହକମାନେ ୬୦୦୦ କେଜିର ସୁନା କିଣିଛନ୍ତି। ହେଲେ ଗତ ବର୍ଷ ତୁଳନାରେ ଏହା ପୁରା ହ୍ରାସ ପାଇଛି।

ଗତ ୨୦୧୮ ବର୍ଷରେ କେବଳ ଧନତରାସ ଦିନ ସର୍ବ ଭାରତୀୟ ସ୍ତରରେ ୧୭୦୦୦ କେଜି ସୁନା ବିକ୍ରି ହୋଇଥିଲା। ଯାହାର ସେତେବେଳେର ମୂଲ୍ୟ ଥିଲା ୫୫୦୦ କୋଟି ଟଙ୍କା। ଏହି ହିସାବ ସୂଚାଇ ଦେଉଛି ଯେ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୧ ହଜାର କେଜି ସୁନା ବିକ୍ରିରେ ହ୍ରାସ ଘଟିଛି। ଯଦି ସୁନା ମୂଲ୍ୟ ତୁଳନା କରାଯାଏ ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମୂଲ୍ୟରେ ଦଶଗ୍ରାମକୁ  ପ୍ରାୟ ୬ ହଜାର ଟଙ୍କା ବୃଦ୍ଧି ଘଟିଛି। ଗତ ବର୍ଷ ଧନତରାସ ବେଳକୁ ସୁନା ଦର ହାରାହାରି ଦଶ ଗ୍ରାମକୁ ୩୨୬୯୦ ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ୩୯୨୪୦ଟଙ୍କା ଥିଲା। ଚଳିତ ବର୍ଷ ଧନତରାସ ସମୟରେ ସର୍ବ ଭାରତୀୟ ସ୍ତରରେ ସୁନା ଦର ହାରାହାରି ୨୨୦ ଟଙ୍କା ବୃଦ୍ଧି ଘଟିଥିଲା।

ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଆର୍ଥିକ ମାନ୍ଦା ଅବସ୍ଥା ଏଥର ସୁନା ବଜାରକୁ ଦୋହଲାଇ ଦେଇଛି। ତେବେ ସୁନା ରୂପା ଅପେକ୍ଷା ଚଳିତ ବର୍ଷ ପିତ୍ତଲ କଂସା ବିକ୍ରି ବୃଦ୍ଧି ପାଇଛି ବୋଲି ଟ୍ରେଡର ସଂଘ ଅନୁମାନ କରିଛି। ବିଶ୍ବାସ ରହିଛି ଏହି ଦିନ କୌଣସି ମେଟାଲ କିଣିଲେ ଶୁଭ ହୁଏ। ସୁନା କିଣିଲେ ଆହୁରି ଶୁଭ ହୁଏ। ତେଣୁ ମାନ୍ଦା ଅବସ୍ଥା ଯୋଗୁଁ ଚଳିତ ବର୍ଷ ଗ୍ରାହକମାନେ ପିତ୍ତଳ କଂସାରେ କାମ ଚଳାଇ ଦେଇଛନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଆସନ୍ତା ବିବାହ ଋତୁରେ ସୁନା ବିକ୍ରୀ ବୃଦ୍ଧି ଘଟିବ ବୋଲି ସୁନା ବେପାରୀ ଆଶା ରଖିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.