Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆର୍ଥିକ ସମସ୍ୟାରୁ ମୁକୁଳିବା ପାଇଁ ଦୀପାବଳି ରାତ୍ରିରେ କରନ୍ତୁ ଏହି ଉପାୟ
ବିଶେଷ ଖବର

ଆର୍ଥିକ ସମସ୍ୟାରୁ ମୁକୁଳିବା ପାଇଁ ଦୀପାବଳି ରାତ୍ରିରେ କରନ୍ତୁ ଏହି ଉପାୟ

October 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ହେଉଛି ଦୀପାବଳି। ଏହି ରାତ୍ରିଟି ବହୁତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। କାର୍ତ୍ତିକ କୃଷ୍ଣ ଅମାବାସ୍ୟାର ରାତ୍ରିକୁ ଦୀପାବଳି କୁହାଯାଏ।  ଏହି ରାତ୍ରିରେ ବିଶେଷ ପ୍ରୟୋଗ କରିବା ଦ୍ବାରା ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଖାସ୍‌ କରି ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଆଜି ରାତ୍ରିରେ କ’ଣ କଲେ ଆର୍ଥିକ ସଂକଟରୁ ମୁକ୍ତି ପାଇବା ସହିତ ନିଜ ଜୀବନରୁ ଅନ୍ଧାରକୁ ଦୂର କରିପାରିବା।

ଦୀପାବଳି ରାତ୍ରିରେ କେମିତି କରିବେ ମହାପ୍ରୟୋଗ

– ମଧ୍ୟ ରାତ୍ରିର ୧୧ରୁ ରାତ୍ରି ୧ଟା ପର୍ଯ୍ୟନ୍ତ ମହାପ୍ରୟୋଗ କରନ୍ତୁ

– ଲାଲ କିମ୍ବା ହଳଦିଆ ବସ୍ତ୍ର ଧାରଣ କରନ୍ତୁ

– ଶୁଦ୍ଧ ଘିଅର ଏକ ଏକମୁଖୀ ବଡ଼ ଦୀପ ଜଳାନ୍ତୁ

– ପୂର୍ବ ଆଡକୁ ମୁହଁ କରି ପୂଜାର ଆରମ୍ଭ କରନ୍ତୁ

– ମନ୍ତ୍ର ଜପ କରିବା ପାଇଁ ସ୍ପଟିକ ଓ ରୁଦ୍ରାକ୍ଷ ମାଳାର ଉପଯୋଗ କରନ୍ତୁ ।

ଦୀପାବଳିରେ କେମିତି ବରଷିବ ଧନ

ଯଦି ବହୁତ ପରିଶ୍ରମ କରୁଛନ୍ତି କିନ୍ତୁ ଧନ ପ୍ରାପ୍ତ ହେଉନାହିଁ ତେବେ ଆଜି ରାତ୍ରିରେ କରନ୍ତୁ ଏହି ଉପାୟ

– ଦେବୀ ମା’ଙ୍କୁ ଗୋଲାପ ଫୁଲ ସହିତ ଅତର ଅର୍ପଣ କରନ୍ତୁ

– ଗୋଲାପ ଫୁଲର ମାଳା ଚଢାଇବା ଦ୍ବାରା ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ

– ଏହା ପରେ ଓଁ ଶ୍ରୀ ଶ୍ରେୟଃ ନମଃର ୧୧ ମାଳା ଜପ କରନ୍ତୁ

– ଧନ ପ୍ରାପ୍ତି ପାଇଁ ପ୍ରାର୍ଥନା କରନ୍ତୁ

– ମନୋସ୍କାମନା ପୂର୍ଣ୍ଣ ହେବ ।

ଯଦି ପଇସା ଅଯଥା ଖର୍ଚ୍ଚ ହେଉଥାଏ, ଏହି ଉପାୟ ପାଳନ କରନ୍ତୁ

– ଦୀପାବଳିର ମଧ୍ୟ ରାତ୍ରିରେ ମାତା ଲକ୍ଷ୍ମୀଙ୍କୁ ସମ୍ମୁଖରେ ବସନ୍ତୁ

– ଦୁଇମୁଖୀ ରୁଦ୍ରାକ୍ଷ ଓ ଧଳା କପଡ଼ ଓ ରୂପାର କଏନ୍‌ ଗୋଟିଏ ନିଅନ୍ତୁ ।

– ଦେବୀଙ୍କୁ ଏ ସମସ୍ତ ବସ୍ତୁ ଅର୍ପଣ କରନ୍ତୁ ।

– ଏହା ପରେ ଦେବୀଙ୍କ ସାମ୍ନାରେ ବସି ‘ଓଁ ହ୍ରୀଁ ନମଃ’ ୧୧ ମାଳା ଜପ କରନ୍ତୁ ।

– ସଫା କପଡ଼ା ଓ ରୁଦ୍ରାକ୍ଷ ଓ ରୂପା କଏନକୁ ଧନ ରଖିବା ଜାଗାରେ ରଖନ୍ତୁ ।

– ଏପରି କରିବା ଦ୍ବାରା ଧନର ଆଗମନ ସହିତ ସଞ୍ଚୟ କରିବାର ମାର୍ଗ ଉନ୍ମୁକ୍ତ ହେବ ।

ଯଦି ଧନକୁ ନେଇ ଉତ୍ଥାନ ପତନ ଘଟୁଛି

– ଦୀପାବଳି ରାତ୍ରିରେ ମା’ ଲକ୍ଷ୍ମୀଙ୍କୁ ଗୋଲାପ ଫୁଲ ଓ ଧଳା ମିଠା ଅର୍ପଣ କରନ୍ତୁ

– ଶ୍ରୀ ସୂକ୍ତକୁ ୧୬ ଥର ପାଠ କରନ୍ତୁ

– ଜୀବନରେ ଉତ୍ଥାନ ପତନ ବନ୍ଦ ହେବା ପାଇଁ ମାତାଙ୍କୁ ପ୍ରାର୍ଥନା କରନ୍ତୁ

– ଏପରି କରିବା ଦ୍ବାରା ଜୀବନରେ ଆସୁଥିବା ଧନକୁ ନେଇ ଉତ୍ଥାନ ପତନର ଦୂର ହେବ ।

ଆର୍ଥିକ ସମସ୍ୟା ପାଇଁ କରନ୍ତୁ ଏହା ଉପାୟ

– ରୁଦ୍ରା ଓ ସ୍ପଟିକର ଏକ ମାଳା ନିଅନ୍ତୁ

– ଏଥିରେ ୫୪ଟି ରୁଦ୍ରାକ୍ଷ ଓ ୫୪ଟି ସ୍ପଟିକ ରହିଥିବା ଦରକାର

– ଏହି ମାଳାରେ ଦୀପାବଳି ରାତ୍ରି ଦିନ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ

– ଏହା ପରେ ଏହି ମାଳା ଧରି ନିମ୍ନଲିଖିତ ମନ୍ତ୍ରକୁ ୧୧ ମାଳା ଜପ କରନ୍ତୁ

– ଓଁ ଶ୍ରୀ ହ୍ରୀଁ କ୍ଲିଁ ତ୍ରିଭୁବନ ମହାଲକ୍ଷ୍ମୟେ ଅସ୍ମାକ୍‌ ଦାରିଦ୍ର୍ୟ ନାଶାୟ ପ୍ରଚୁର ଧନ ଦେହ ଦେହି କ୍ଲିଂ ହ୍ରିଁ ଶ୍ରୀଁ ଓଁ’

– ଏହି ମାଳାକୁ ଧାରଣ କରନ୍ତୁ । ଏହା ଦ୍ବାରା ଆପଣ ଦରିଦ୍ରତା ଦୂର ହେବ

– କିନ୍ତୁ ମନେ ରଖନ୍ତୁ, ଏହି ମାଳା ଧାରଣ କରି କେବେ ବି ଶୋଇବେ ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.