Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ମିତାରାଣୀ ବିଶ୍ଵାଳଙ୍କ ମୃତ୍ୟୁକୁ ନେଇ ରାଜ୍ୟ ବିଜେପିର ରାଜନୀତି ସହିତ ସ୍ଥାନୀୟ ନେତୃତ୍ଵ ଏକମତ ହେଉନାହାନ୍ତି କାହିଁକି?
ବିଶେଷ ଖବର

ସ୍ମିତାରାଣୀ ବିଶ୍ଵାଳଙ୍କ ମୃତ୍ୟୁକୁ ନେଇ ରାଜ୍ୟ ବିଜେପିର ରାଜନୀତି ସହିତ ସ୍ଥାନୀୟ ନେତୃତ୍ଵ ଏକମତ ହେଉନାହାନ୍ତି କାହିଁକି?

October 28, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ଅଧିକାରୀ ସ୍ମିତାରାଣୀ ବିଶ୍ଵାଳଙ୍କ ମୃତ୍ୟୁକୁ ନେଇ ରାଜ୍ୟ ବିଜେପି ଓଡିଶା ସରକାରଙ୍କୁ ନିରନ୍ତର ଘାଏଲ କରୁଥିବା ବେଳେ ଯାଜପୁର ଜିଲାର ଜନୈକ ବିଜେପି ନେତା ତଥା ବିଜେପି ରାଜ୍ୟ ପରିଷଦର ସଦସ୍ୟ ଉଦୟନାଥ ସାହୁ କିଛି ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି। ବିଜେପି, କଂଗ୍ରେସ ଓ କିଛି ଗଣ ମାଧ୍ୟମରେ ଯେଉଁ ସବୁ ପ୍ରସଙ୍ଗର ଅବତାରଣା କରା ଯାଉଛି, ଉଦୟନାଥଙ୍କ ପ୍ରସଙ୍ଗ ତା ଠୁ ଯଥେଷ୍ଟ ଅଲଗା। ଆଜି ନିଜର ଫେସବୁକ ୱାଲ ରେ ଏକ ଦୀର୍ଘ ପୋଷ୍ଟ ଲେଖି ଉଦୟନାଥ ସାହୁ ଯେଉଁ ପ୍ରଶ୍ନ ସବୁ ପଚାରିଛନ୍ତି ତାହାର ଉତ୍ତର ତାଙ୍କ ଦଳର ବିଶିଷ୍ଟ ନେତା ଓ ମୁଖପାତ୍ରମାନେ ଦେବା ଉଚିତ ହେବନାହିଁ କି? ତେବେ ଉଦୟନାଥ ସାହୁ ପୂର୍ବରୁ ମଧ୍ୟ ଏ ସମ୍ପର୍କରେ ରାଜ୍ୟ ନେତୃତ୍ବଠାରୁ ଭିନ୍ନ ମତ ଦେଇଛନ୍ତି। ତାଙ୍କ ମତକୁ ରାଜ୍ୟ ନେତୃତ୍ଵ ଖଣ୍ଡନ କରିନାହାନ୍ତି। ବିଜେପିର ରାଜ୍ୟ ନେତୃତ୍ଵ ଗୋଟେ କଥା କହୁଥିବା ବେଳେ, ଯାଜପୁର ଜିଲ୍ଲାର ସ୍ଥାନୀୟ ନେତୃତ୍ଵ ଅଲଗା କଥା କହିବା- ଘଟଣା ପଛର ରାଜନୈତିକ ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁନାହିଁ କି?

ଏବେ ଆସନ୍ତୁ ଉଦୟନାଥ ସାହୁ, ବିଜେପିର ରାଜ୍ୟ ପରିଷଦର ସଦସ୍ୟ କଣ ଲେଖିଛନ୍ତି ପଢିବା-

“ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ଵାଳଙ୍କ ମୃତ୍ୟୁକୁ ଇତିମଧ୍ୟରେ ବାର ଦିନ ବିତିଛି ! ପୋଲିସ୍ ତଥ୍ୟ ଓ ପ୍ରମାଣ ଆଧାରରେ ଏହା ଏକ ଆତ୍ମହତ୍ୟା ମାମଲା ଭାବେ ନିଶ୍ଚିତ ହେବା ପରେ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଥିବା ଅଭିଯୋଗରେ ସେହି ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀ ରୁପେଶ ଭଦ୍ରଙ୍କୁ ୧୯ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିବା ପରଠାରୁ ସେ ଏବେ ଜେଲରେ ଅଛନ୍ତି ! ହେଲେ ଆଜିଯାଏ ତାଙ୍କ ମୃତ୍ୟୁକୁ ନେଇ ଆଲୋଚନା ଥମିବାର ନାଁ ଧରୁନି ! କେହି କେହି ଏହାକୁ ଏକ ହତ୍ୟାକାଣ୍ଡ କହୁଥିବା ବେଳେ ଆଉ କେହି କେହି ତାଙ୍କ ସହିତ ଗଣ ଦୁଷ୍କର୍ମ ବା ଉଦ୍ୟମ ପରେ ହତ୍ୟା କରାଯାଇଥିବା ନେଇ ଅନୁମାନ କରି ଅଭିଯୋଗ ବାଢ଼ୁଛନ୍ତି ! କିନ୍ତୁ ଏଥିନେଇ କାହା ପାଖରେ ସେମିତି କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ହିଁ ନାହିଁ, ତେଣୁ ଏହାକୁ କେବଳ ଏକ ଭାବପ୍ରବଣତା ଆଧାରିତ ସନ୍ଦେହ ଭିତ୍ତିକ ଅଭିଯୋଗ ବୋଲି କୁହାଯାଇ ପାରେ !

ବରଂ ପୋଷ୍ଟମର୍ଟମ ରିପୋର୍ଟ କହୁଛି ଏହା ଏକ ଗଳାରେ ଫାଶି ଲଗାଇ ଆତ୍ମହତ୍ଯା ଘଟଣା ଏବଂ ମୃତକଙ୍କ ଶରୀରର ବାହ୍ୟ ବା ଗୁପ୍ତାଙ୍ଗରେ କୌଣସି ବି କ୍ଷତଚିହ୍ନ ହିଁ ନାହିଁ ! ମୃତ୍ୟୁ ଘଟଣା ପରେ ବିଭିନ୍ନ ସୂତ୍ରରୁ ତଥ୍ଯ ସଂଗ୍ରହ କରି ଆରମ୍ଭରୁ ମୁଁ କିନ୍ତୁ ଏହାକୁ ଏକ ଆତ୍ମହତ୍ୟା ବୋଲି ନିଶ୍ଚିତ ଥିଲି ! ଅନ୍ୟପକ୍ଷରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ମିତାରାଣୀଙ୍କ ସ୍ଵାମୀ, ଶ୍ୱଶୁର ଓ ବାପା ମଧ୍ୟ ନିଶ୍ଚିତ ହୋଇ ଯାଇଥିଲେ ସତ ମାତ୍ର ହଠାତ୍ ସେ ଜୀବନ ହାରିଦେବା ଘଟଣାଟିକୁ କିନ୍ତୁ ଭାବପ୍ରବଣ ହୋଇ ସେମାନେ ସହଜରେ ଗ୍ରହଣ କରିପାରି ପାରି ନ ଥିଲେ-ଯାହା ଗଣମାଧ୍ୟମରେ ପ୍ରସାରିତ ସେମାନଙ୍କ ବୟାନ ହିଁ ପ୍ରମାଣିତ କରୁଥିଲା ! ଅବଶ୍ଯ ପରବର୍ତ୍ତୀ ସମୟରେ ରୁପେଶ ଭଦ୍ର ଗିରଫ ହେବା ପରେ କିନ୍ତୁ ସେମାନେ କାହିଁକି କେଜାଣି କୌଣସି ପ୍ରକାର ଚାପର ବଶବର୍ତ୍ତୀ ହୋଇ ହେଉ କିମ୍ବା ମୁଖଲଜ୍ଜ୍ୟା ନିବାରଣ ପାଇଁ ବା ଉଦ୍ଦେଶ୍ଯମୂଳକ ଭାବେ ସାଧାରଣରେ ଉଠୁଥିବା ସନ୍ଦେହ ଆଧାରିତ ସ୍ଵର ସହିତ ସ୍ଵର ମିଳାଇବା ଦେଖାଗଲା ! ସେମାନଙ୍କ ଅଭିଯୋଗ ବି ସ୍ଵାଗତଯୋଗ୍ୟ କିନ୍ତୁ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ଘଟଣା ସହ ସାମଞ୍ଜସ୍ୟ ରଖୁଥିବା ସେଭଳି କୌଣସି ଠୋସ୍ ତଥ୍ଯ ଓ ପ୍ରମାଣ ମଧ୍ୟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ସେମାନେ ବାଢିବା ବି ନିହାତି ଆବଶ୍ୟକତା ରହିଛି ! ନାହିଁ ତ ମୋ ପରି ଅନ୍ୟ କିଛି ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଏମିତି କିଛି ପ୍ରଶ୍ନବାଚୀକୁ ସେମାନେ ଉତ୍ତର ରଖି ତାହାକୁ ଦୂର କରନ୍ତୁ !

୧. ସ୍ମିତାରାଣୀ ଜଣେ ସରକାରୀ କର୍ମଚାରୀ ଥିଲେ ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହି ସେଠାରେ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପରିବର୍ତ୍ତେ ସେ ଅଧିକାଂଶ ସମୟରେ ମରିବା ପର୍ଯ୍ୟନ୍ତ ସେହି ପଞ୍ଚାୟତର ସରପଞ୍ଚଙ୍କ ସ୍ଵାମୀଙ୍କ ଘରୋଇ ଗେଷ୍ଟ ହାଉସ ବା ତଥାକଥିତ ରଙ୍ଗଶାଳାରେ ହିଁ ସେସବୁ କାର୍ଯ୍ୟ କରିବା ପଛରେ ତେବେ କି କାରଣ ରହିଥିଲା ?

୨. ଯଦି କାହାର ଚାପର ବଶବର୍ତ୍ତୀ ହୋଇ ସେଠାରେ ସରକାରୀ କାର୍ଯ୍ୟ ସବୁ ସମ୍ପାଦିତ କରୁଥିଲେ, ତେବେ କୌଣସି ସମୟରେ ଏସମ୍ପର୍କରେ ସେ ନିଜ ସ୍ଵାମୀ, ଶ୍ୱଶୁର, ବାପା, ସମ୍ପର୍କୀୟ, ସହକର୍ମୀ, ବିଡିଓ କିମ୍ବା ପୋଲିସ ଅବା ପଞ୍ଚାୟତର କୌଣସି ବାସିନ୍ଦାଙ୍କୁ ଜଣାଇ ଥିଲେ କି ?

୩. ବିଗତ ୨/୩ ବର୍ଷ ମଧ୍ୟରେ ସରପଞ୍ଚଙ୍କ ପରିବାର ସହ ସ୍ମିତାରାଣୀଙ୍କ ପରିବାର ମଧ୍ୟରେ ଗଭୀର ନିବିଡ଼ ସମ୍ପର୍କ ଗଢ଼ି ଉଠି ନ ଥିଲା କି ? ସେହି ସମ୍ପର୍କ କାରଣରୁ ଉଭୟ ପରିବାର ସାଥୀ ହୋଇ ମୁମ୍ବାଇ, ଶିରିଡି ସହିତ ଅନ୍ୟାନ୍ୟ ସ୍ଥାନ ବୁଲିବାକୁ ଯିବା ଘଟଣା ତାହା ପ୍ରମାଣ ଦେଉ ନାହିଁ କି ? ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ ରୁପେଶ ଭଦ୍ର ଅନେକ ସମୟରେ ଜାରକାରେ ଥିବା ସ୍ମିତାରାଣୀଙ୍କ ସରକାରୀ କ୍ୱାଟର ସହିତ ତାଙ୍କ ସ୍ୱାମୀଙ୍କ ତାଳଚେରରେ ଥିବା ମହାନଦୀ କୋଲଫିଲ୍ଡ ଲିମିଟେଡର କ୍ୱାଟରକୁ ଯିବା, ସେଠାରେ ରହିବା, ଖାଇବା ପିଇବା କରିବା କଥା ସବୁ କଣ ମିଛ ? ଉଭୟ ପରିବାର ପରସ୍ପର ପରିବାରରେ ଅନୁଷ୍ଠିତ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉ ନ ଥିଲେ କି ? ରୁପେଶଙ୍କ ପୁଅକୁ ନିଜ କ୍ୱାଟରକୁ ନେଇ ସ୍ମିତାରାଣୀ ତାଙ୍କୁ ନିଜ ପୁଅଠାରୁ ବି ଆହୁରି ଅଧିକ ସ୍ନେହ ଆଦରରେ ନିଜ ଝିଅଙ୍କ ଦ୍ୱାରା ତାଙ୍କ ହାତରେ ରାକ୍ଷୀ ବାନ୍ଧି ନ ଥାନ୍ତି କି ?

୪. ଏତେ ପରେ ବି ତେବେ ସ୍ମିତାରାଣୀଙ୍କ ସ୍ଵାମୀ ସୁଶୀଲ ବିଶ୍ଵାଳ ଗଣମାଧ୍ୟମ ଆଗରେ ଉଭୟ ପରିବାର ମଧ୍ୟରେ କୌଣସି ସମ୍ପର୍କ ନ ଥିବା ନେଇ ଏକ ମିଛ କଥାକୁ କାହିଁକି ଦୃଢ଼ ଭାବେ କହିଥିଲେ ? ତାଙ୍କ ସହିତ ପତ୍ନୀ ସ୍ମିତାରାଣୀଙ୍କର ମଧ୍ୟରେ କିଛି ମାସ ହେଲା ସମ୍ପର୍କରେ କେତେ ପରିମାଣରେ ସରସତା, ମଧୁରତା ଓ ନିବିଡ଼ତା ଥିଲା ? ଶାଶୁ ଘର ଲୋକଙ୍କ ସହିତ ମଧ୍ୟ ତାଙ୍କର ସୁ-ସଂପର୍କ ଥିଲା କି ? ବିବାହ ପରଠାରୁ ସେ ମୋଟ କେତେ ଦିନ ଶାଶୁ ଘରେ ଅବସ୍ଥାନ କରିଛନ୍ତି ? ଯଦି ନୁହଁ, ତେବେ ସ୍ମିତାରାଣୀଙ୍କର ତାଙ୍କ ଶାଶୁ ଘର ଲୋକଙ୍କ ସମେତ ସ୍ୱାମୀଙ୍କ ସହ ସୁସମ୍ପର୍କ ନ ରହିବା ପଛରେ କି କାରଣ ରହିଥିଲା ? ସ୍ମିତାରାଣୀ ମରିବାର କିଛି ଦିନ ପୂର୍ବରୁ ରାଗି ଯାଇ ନିଜ ସ୍ୱାମୀଙ୍କୁ କୁଆଡ଼େ ନିଜ କଥା ନିଜେ ବୁଝ, ଆବଶ୍ୟକ ଥିଲେ ଅନ୍ୟତ୍ର ବିବାହ କରିଯାଅ ବୋଲି କାହିଁକି ତେବେ କହିଥିଲେ-ସେ ପୋଲିସ୍ ଆଗରେ ମଧ୍ଯ ଏଭଳି ବୟାନ ଦେଇ ନାହାନ୍ତି କି ?

୫. ସ୍ମିତାରାଣୀ ତାଙ୍କ ସରକାରୀ କ୍ୱାଟରରୁ ଅଧିକାଂଶ ସମୟରେ ରୁପେଶଙ୍କ ଗାଡ଼ିରେ ଓ ରୁପେଶଙ୍କ ସହିତ ପଞ୍ଚାୟତକୁ ଯାଆସ କରୁଥିଲେ କି ନାହିଁ ? ଯଦି ହଁ, ତେବେ ତାଙ୍କ ସହିତ ସେଠାରେ ରହୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସ୍ମିତାରାଣୀ ବାପା କେବେ ଏଥିରେ ଆପତ୍ତି ଉଠାଇଥିଲେ କି କିମ୍ବା ରୁପେଶ ବା ନିଜ ଝିଅକୁ ଏଥିନେଇ ବାରଣ କରିଥିଲେ କି ? ଯଦି ନାଁ ତେବେ କାହିଁକି ?

ଏସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ପାଇଲେ ମୁଁ ବି ମଧ୍ୟ ସେମାନଙ୍କ ଲଢ଼େଇକୁ ମୁଣ୍ଡକୁ ନେଇ ଲଢ଼ିବାକୁ ପ୍ରସ୍ତୁତ ଅଛି !”

ଆମେ ଉଦୟନାଥ ସାହୁଙ୍କ ଏହି ପୂରା ପୋଷ୍ଟଟିକୁ ଉପସ୍ଥାପନ କରି  ଏହାର ଉତ୍ତର ବିଜେପିର ରାଜ୍ୟ ନେତୃତ୍ଵ ଦେବେ ବୋଲି ଆଶା ରଖୁଛୁ।

 

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ଓଡ଼ିଶା ଫେରିଲା ପୋସ୍କୋ : ଢେଙ୍କାନାଳରେ JSW ସହ ମିଶି ବୃହତ ଷ୍ଟିଲ ପ୍ଲାଣ୍ଟ କରିବ ପୋସ୍କୋ

April 21, 2026

ଯାଜପୁରରେ ୨୫ ଯାଏଁ ସମସ୍ତ ସ୍କୁଲ ଛୁଟି

April 21, 2026

ମୋଟରସାଇକେଲ ଉପରେ ଲାଗିଲା କଡା କଟକଣା: ଜାଣନ୍ତୁ କାରଣ କ’ଣ

April 21, 2026

ବାଣ କାରଖାନାରେ ବିସ୍ଫୋରଣ: ୧୩ ଜଣଙ୍କର ମୃତ୍ୟୁ

April 21, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.