Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ବାସ୍ଥ୍ୟ ସେବା ପାଇଁ ପୁରସ୍କାର ଘୋଷଣା : ଶ୍ରେଷ୍ଠ ଡାକ୍ତରଙ୍କୁ ୧୦ ଲକ୍ଷ
ବିଶେଷ ଖବର

ସ୍ବାସ୍ଥ୍ୟ ସେବା ପାଇଁ ପୁରସ୍କାର ଘୋଷଣା : ଶ୍ରେଷ୍ଠ ଡାକ୍ତରଙ୍କୁ ୧୦ ଲକ୍ଷ

October 28, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ରାଜ୍ୟରେ କାର୍ଯ୍ୟରତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖୁସି ଖବର। ଏଣିକି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସରକାର ଡାକ୍ତରଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ୧୦ ଜଣ ଶ୍ରେଷ୍ଠ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ପୁରସ୍କାର ମିଳିବ। ଶ୍ରେଷ୍ଠ ଡାକ୍ତରଙ୍କୁ ୧୦ ଲକ୍ଷ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ନିମନ୍ତେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ସର୍ବନିମ୍ନ ୨୫ ବର୍ଷ କାମ କରିଥିବା କର୍ମଚାରୀ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ଜଣାପଡିଛି। ଏହା ସହିତ ମୁଖ୍ୟମନ୍ତ୍ରୀ ମୋ ସରକାର ଟିମ୍‌ର ରିପୋର୍ଟ ଆଧାରରେ ତିନି ଜିଲ୍ଲାର ଚିକିତ୍ସାଳୟର ବିକାଶ ପାଇଁ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି..

ସୁନ୍ଦରଗଡ :

ସୁନ୍ଦରଗଡ ଜିଲ୍ଳା ଖଣିଜ ପାଣ୍ଠି ଅର୍ଥରେ ଜିଲ୍ଲା ହସ୍ପିଟାଲରେ ରହିଥିବା ଭିତ୍ତିଭୂମିର ତାରତମ୍ୟ ସମାନ କରିବା ସହିତ ରୋଗୀଙ୍କ ସହଯୋଗୀଙ୍କ ପାଇଁ    ଆଶ୍ରୟସ୍ଥଳୀ ଏବଂ କର୍ମଚାରୀଙ୍କ ପାଇଁ ଷ୍ଟାଫ୍‌ କ୍ବାର୍ଟର ନିର୍ମାଣ କରାଯିବ।

ରକ୍ତଦାନ କ୍ୟାମ୍ପର ପ୍ରଚାର ପ୍ରସାର ପାଇଁ ସୁନ୍ଦରଗଡ ଏସ୍‌ପିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ

ହସ୍ପିଟାଲ ନିମନ୍ତେ ଦୁଇଟି ଲେଖାଏଁ ଆମ୍ବୁଲାନ୍ସ ଏବଂ ମହାପ୍ରୟାଣ ଗାଡିର ବ୍ୟବସ୍ଥା କରାଯାଇଛି।

ରାଉରକେଲା ଜିଲ୍ଲା ହସ୍ପିଟାଲ୍ :

ରାଉରକେଲା ଜିଲ୍ଲା ହସ୍ପିଟାଲର ଶଯ୍ୟା ସଂଖ୍ୟା ୪୦୦କୁ ବୃଦ୍ଧି

ରୋଗୀ କଲ୍ୟାଣ ସମିତିକୁ  ଲକ୍ଷ ଟଙ୍କା ପ୍ରଦାନ କରାଯିବ ଯାହାକି ରୋଗୀଙ୍କ ଉନ୍ନତି ନିମନ୍ତେ ଖର୍ଚ୍ଚ କରାଯିବ

ରକ୍ତଦାନ କ୍ୟାମ୍ପର ପ୍ରଚାର ପ୍ରସାର ପାଇଁ ରାଉରକେଲା ଏସ୍‌ପିଙ୍କୁ  ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ

କେନ୍ଦୁଝର ଜିଲ୍ଲା ହସ୍ପିଟାଲ :

ଜିଲ୍ଳା ଖଣିଜ ପାଣ୍ଠି ଅର୍ଥରେ ଡାକ୍ତର ଖାନାର ଭିତ୍ତିଭୂମି ସୁଦୃଢ କରାଯିବ

ମୟୁରଭଞ୍ଜ ଜିଲ୍ଲା ହସ୍ପିଟାଲ :

ଜିଲ୍ଳା ଖଣିଜ ପାଣ୍ଠି ଅର୍ଥରେ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ କରାଯିବ

ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଯାହାକି ରୋଗୀଙ୍କ ଉନ୍ନତି ନିମନ୍ତେ ଖର୍ଚ୍ଚ କରାଯିବ

ରକ୍ତଦାନ କ୍ୟାମ୍ପର ପ୍ରଚାର ପ୍ରସାର ପାଇଁ ମୟୁରଭଞ୍ଜ ଏସ୍‌ପିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ

Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026
Latest News

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.