Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତର ନିର୍ବାଚନ କମିଶନ ନିର୍ବାଚନ ପରିଚାଳନାକୁ ଏକ ଖେଳ ବୋଲି ଭାବୁଛନ୍ତି କି ?
ବିଶେଷ ଖବର

ଭାରତର ନିର୍ବାଚନ କମିଶନ ନିର୍ବାଚନ ପରିଚାଳନାକୁ ଏକ ଖେଳ ବୋଲି ଭାବୁଛନ୍ତି କି ?

November 3, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Chief Election Commissioner Sunil Arora along with Election Commissioner Sushil Chandra addressing a press conference to announce Jharkhand Election Schedule, in New Delhi on Friday. UNI PHOTO-88U

କେଦାର ମିଶ୍ର 

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଗୋଟେ ସ୍ଲୋଗାନ ଶୁଭୁଥିଲା- ୱାନ ନେସନ, ୱାନ ଇଲେକ୍ସନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିଲାଗି ଖୋଦ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଡ଼ାକିଥିଲେ। ତେବେ ସବୁ ବିଧାନସଭା ଓ ଲୋକସଭା ପାଇଁ ଏକତ୍ର ନିର୍ବାଚନ ଅନୁଷ୍ଠିତ କରାଇବା ସମ୍ଭବ ନୁହେଁ ଓ ଏଥିଲାଗି ଅନେକ ସାମ୍ବିଧାନିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।ବିଧାନସଭା ଗଠନ କରିବା ଲୋକଙ୍କ ହାତରେ ରହିଥିବା ବେଳେ ବିଧାନସଭା ଭାଙ୍ଗିବାର କ୍ଷମତା ମୁଖ୍ୟମନ୍ତ୍ରୀମାନଙ୍କ ହାତରେ ରହିଛି। ସାରା ଦେଶର ବିଧାନସଭା ଓ ଲୋକସଭା ନିର୍ବାଚନକୁ ଏକତ୍ର କରାଇବାକୁ ହେଲେ ପୂରା ସମ୍ବିଧାନ ବଦଳାଇବାକୁ ପଡିବ ଓ ଏହା ଆଦୌ ସହଜ କଥା ନୁହେଁ। ତେବେ ବିଭିନ୍ନ ପର୍ୟାୟରେ ହେଉଥିବା ବିଧାନସଭାଗୁଡିକୁ ଏକାଠି କରିବାରେ କୌଣସି ଅସୁବିଧା ନାହିଁ।

ନିକଟରେ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ସରିଛି। ଏହାର ଫଳାଫଳ ବାହାରିବାର ମାତ୍ର ୧୦ ଦିନ ପରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିବାର ଉଦ୍ଦେଶ୍ୟ କଣ? ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଏକତ୍ର ହେବା ପଛରେ କୌଣସି ଅସୁବିଧା ନଥିଲା। ତଥାପି ୧୦ ଦିନ ବ୍ୟବଧାନରେ ଏହାକୁ ଅଲଗା କରି ଘୋଷଣା କରିବାର ମାନେ କଣ? ନିର୍ବାଚନ କମିଶନ ନିଜ ଇଚ୍ଛା ମୁତାବକ ନିର୍ବାଚନ ତାରିଖ ଓ କାର୍ୟକ୍ରମ ଘୋଷଣା କରିପାରିବେ। ହେଲେ ସେଥିଲାଗି କିଛିଟା ତର୍କସଙ୍ଗତ ପୃଷ୍ଠଭୂମି ରହିବା ନିତାନ୍ତ ଆବଶ୍ୟକ। ଏହା ପୂର୍ବରୁ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବିଳମ୍ବିତ କାର୍ୟକ୍ରମ ଘୋଷଣା କରାଯାଇଥିଲା।

ଏସବୁ ଘଟିବା ପଛରେ ନିର୍ବାଚନ କମିଶନ ଯେଉଁ ଯୁକ୍ତି ଦେଉଛନ୍ତି, ତାହା ଅନେକାଂଶରେ ପିଲାଳିଆ ମାନେ ହେଉଛି। ଗତ ସାଧାରଣ ନିର୍ବାଚନ ତାରିଖ ଘୋଷଣାରେ ମଧ୍ୟ ନିର୍ବାଚନ କମିଶନ ଅହେତୁକ ବିଳମ୍ବ କରିଥିଲେ। ତେବେ ଆଜିର ପୃଷ୍ଠଭୂମିରେ ଝାଡଖଣ୍ଡ ବିଧାନସଭା ନିର୍ବାଚନର ତାରିଖ ଓ କାର୍ୟକ୍ରମକୁ ନେଇ ଅନେକ ପ୍ରଶ୍ନବାଚୀ ଉଠୁଛି। ପ୍ରଥମତଃ ଏହାକୁ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ସହିତ ଏକାଠି ନିର୍ବାଚନ କରାଇବାରେ କୌଣସି ଅସୁବିଧା ନଥିଲା। ବିଧାନସଭା ସମୟ ଅବଧି ସରିବାର  ୬ ମାସ ଆଗରୁ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ କମିଶନ ଘୋଷଣା କରିପାରିବେ। ଏ କ୍ଷେତ୍ରରେ ଝାଡଖଣ୍ଡକୁ ଅନ୍ୟ ଦୁଇ ରାଜ୍ୟର ନିର୍ବାଚନଠାରୁ ଅଲଗା କରିବାର ଉଦ୍ଦେଶ୍ୟ କଣ? ଯଦିବା ଏହା ଅଲଗା ସମୟରେ ହେଉଛି, ମାତ୍ର ୮୧ ତ ବିଧାନସଭା ଲାଗି ୨୦ ଦିନ ବ୍ୟାପୀ ପାଞ୍ଚୋଟି ପର୍ୟାୟର ନିର୍ବାଚନ କାହିଁକି? ନିକଟରେ ମହାରାଷ୍ଟ୍ର ଭଳି ବଡ ରାଜ୍ୟ, ଯେଉଁଠି ୨୮୮ ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଥିଲା, ତାହା ଗୋଟିଏ ଦିନରେ ସମ୍ପନ୍ନ ହୋଇଥିବା ବେଳେ ଝାଡଖଣ୍ଡ ଭଳି ଛୋଟ ରାଜ୍ୟରେ ପାଞ୍ଚ ଥାକିଆ ନିର୍ବାଚନ କାହିଁକି ?

ଅନେକ ସମୟରେ ଶାସକ ଦଳର ନେତାଙ୍କ ପ୍ରଚାର ସୁବିଧା ଦେଖି ନିର୍ବାଚନର ନିର୍ଘଣ୍ଟ ତିଆରି ହେଉଛି ବୋଲି ଏକ ଧାରଣା ଏବେ ସୃଷ୍ଟି ହେଲାଣି। ଏହା ଆଦୌ ଶୁଭଂକର ନୁହେଁ। ଦୀର୍ଘକାଳୀନ ନିର୍ବାଚନୀ ନିର୍ଘଣ୍ଟ ତିଆରି କରି ଜନମତକୁ ପ୍ରଭାବିତ କରିବାର ସୁଯୋଗ ନିର୍ବାଚନ କମିଶନ ଦେଉଛନ୍ତି। ପ୍ରଥମ ପର୍ଯାୟ ନିର୍ବାଚନରୁ ପଞ୍ଚମ ପର୍ଯାୟ ନିର୍ବାଚନ ଭିତରେ ନିର୍ବାଚନ ପୂର୍ବରୁ ଯେଉଁ “ନୀରବ ସମୟ” ରହିଥାଏ, ଏବେ ଆଉ ତାର କୌଣସି ମୂଲ୍ୟ ରହୁନାହିଁ। ବେଳେ ବେଳେ ଗୋଟିଏ ଜିଲ୍ଲାରେ ଦୁଇ ବା ତିନି ପର୍ଯାୟ ନିର୍ବାଚନ ହେଉଛି। ଏ ପ୍ରକାର ବ୍ୟବସ୍ଥା ଆମର ନିର୍ବାଚନୀ ପ୍ରକ୍ରିୟାର ବିଶ୍ଵାସନୀୟତାକୁ ସନ୍ଦେହ ଘେରକୁ ଆଣିବାକୁ ବାଧ୍ୟ।

ଝାଡଖଣ୍ଡରେ ନକ୍ସଲ ଅଞ୍ଚଳ ଓ ଆଇନ ଶୃଙ୍ଖଳାର ଦ୍ଵାହି ଦେଇ ହୁଏତ ଏ ପ୍ରକାର ବ୍ୟବସ୍ଥା ଆବଶ୍ୟକ ବୋଲି କୁହାଯାଇପାରେ। ତେବେ ମହାରାଷ୍ଟ୍ରର ଗଡ ଚିରୋଲି ଅଞ୍ଚଳ ନକ୍ସଲ ପ୍ରଭାବିତ ନଥିଲା କି? ସେଠାରେ ଗୋଟିଏ ଦିନରେ ନିର୍ବାଚନ ସମ୍ଭବ ହେଲା କେମିତି? ମହାରାଷ୍ଟ୍ରର ଭୌଗୋଳିକ ବିବିଧତା ଝାଡଖଣ୍ଡ ତୁଳନାରେ ଅଧିକ ବ୍ୟାପକ। ତା ସତ୍ତ୍ୱେ ସେଠାରେ ଗୋଟିଏ ଦିନରେ ନିର୍ବାଚନ ସମ୍ଭବ ହେଲା। ଝାଡଖଣ୍ଡରେ କଣ ଏମିତି ହେଲା ଯେ ଏଠି ମାସେ ଯାଏ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିବ? ନିର୍ବାଚନ କମିଶନଙ୍କ ଏ ପ୍ରକାର ସିଦ୍ଧାନ୍ତକୁ ନେଇ ଏବେ ସନ୍ଦେହ ଉଠୁଛି। ଉଠିବା ସ୍ଵାଭାବିକ ମଧ୍ୟ। ଭିନ୍ନ ରାଜ୍ୟ ଲାଗି ଭିନ୍ନ ନିର୍ବାଚନୀ ବ୍ୟବସ୍ଥା ଗ୍ରହଣ ପଛରେ ଠୋସ କାରଣ ନ ରହିଲେ, ନିର୍ବାଚନ କମିଶନ ପ୍ରତି ଲୋକଙ୍କ ଆସ୍ଥା କମିଯିବ। ଗତ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ଏକପାଖିଆ ନିଷ୍ପତ୍ତି ଯୋଗୁଁ ଅନେକ ସମାଲୋଚନା ହୋଇଛି। ଏବେ ଝାଡଖଣ୍ଡ ନିର୍ବାଚନକୁ ବିଳମ୍ବିତ ଓ ପ୍ରଲମ୍ବିତ କରିବା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ ରହିଛି ବୋଲି ଧାରଣା ସୃଷ୍ଟି ହୋଇଛି।

ଏହା ଆମର ଗଣତନ୍ତ୍ର ଲାଗି ଆଦୌ ଶୁଭ ସୂଚନା ନୁହେଁ।

 

eci JharakhandElection କେଦାର ମିଶ୍ର ଝାଡଖଣ୍ଡ ନିର୍ବାଚନ ନିର୍ବାଚନ କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.