Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଇପିଏଲ୍‌ର ଆଗାମୀ ସଂସ୍କରଣରେ ହେବାକୁ ଯାଉଛି ନୂଆ ନିୟମ !
ବିଶେଷ ଖବର

ଆଇପିଏଲ୍‌ର ଆଗାମୀ ସଂସ୍କରଣରେ ହେବାକୁ ଯାଉଛି ନୂଆ ନିୟମ !

November 4, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡକୁ ନୂଆ ବସ୍‌ ମିଳିଥିବାବେଳେ ଏପରି ସମୟରେ ଭାରତୀୟ କ୍ରିକେଟ୍‌ରେ କିଛି ପରିବର୍ତ୍ତନ କରାଯିବା ନେଇ ସମ୍ଭାବନାକୁ ଅଣଦେଖା କରାଯାଇନପାରେ। ତେବେ କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌ରେ ଏକ ବଡ ପରିବର୍ତ୍ତନ ନେଇ ବିସିସିଆଇ ଯୋଜନା କରୁଥିବାର ସୂଚନା ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁନିଆର ସବୁଠାରୁ ସଫଳ କ୍ରିକେଟ୍‌ ଲିଗ୍‌ ଆଇପିଏଲର ଏକ ବଡ ପରିବର୍ତ୍ତନ କରିବାକୁ ଯୋଜନା କରୁଛି। ବୋର୍ଡ ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲରେ ଏହି ନୂଆ ନିୟମ ଲାଗୁ କରିବାକୁ ବିଚାର କରୁଛି। ଏହି ନିୟମ ଅନୁସାରେ କୌଣସି ଟିମ୍‌ ଖେଳ ସମୟରେ କେବେ ବି ୱିକେଟ ପତନ ପରେ କିମ୍ବା ଓଭର ଶେଷ ହେବା ପରେ ନୂଆ ଖେଳାଳିକୁ ଖେଳାଇପାରିବ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ ଏହି ସମ୍ପର୍କରେ କହିଛନ୍ତି ଯେ, ଏହି ନିୟମ ପାଇଁ ତ ବୋର୍ଡ ପକ୍ଷରୁ ମଞ୍ଜୁରୀ ମିଳିଯାଇଛି, କିନ୍ତୁ ଅନ୍ତିମ ନିର୍ଣ୍ଣୟ ମୁମ୍ବାଇ ସ୍ଥିତ ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟ ବୈଠକରେ ଆଲୋଚନା ପରେ ଘୋଷଣା କରାଯିବ।

୧୧ ଖେଳାଳି ପରିବର୍ତ୍ତେ ୧୫ ଖେଳାଳି ଖେଳିବାର ଯୋଜନା:

ଅଧିକାରୀ ଜଣଙ୍କ କହିଛନ୍ତି ଯେ, ପ୍ରତ୍ୟେକ କ୍ରିକେଟ୍‌ ମ୍ୟାଚ୍‌ରେ ୧୧ ଜଣ ଖେଳାଳୀ ଖେଳିବାର ପ୍ରାବଧାନ ଥିବାବେଳେ ଏଥିରେ କିଛି ପରିବର୍ତ୍ତନ କରାଯାଇ ୧୫ଜଣଙ୍କୁ ସାମିଲ୍‌ କରାଯିବ। ସେହିପରି ଭାବରେ କୌଣସି ଏକ ଖେଳାଳିକୁ ୱିକେଟ ପତନ ପରେ  କିମ୍ବା ଓଭରର ପରିସମାପ୍ତି ପରେ ମଧ୍ୟ ପରିବର୍ତ୍ତନ କରାଯାଇପାରିବ। ଏହି ନୂତନ ନିୟମ ଦ୍ବାରା ମ୍ୟାଚ୍‌ ଉପରେ କିଛି ପ୍ରଭାବ ପକାଇବା ନେଇ ପ୍ରଶ୍ନର ଉତ୍ତରରେ ଅଧିକାରୀ ଜଣକ କହିଛନ୍ତି ଯେ, ଏହା ଦ୍ବାରା ମ୍ୟାଚ୍‌ର ଫଳାଫଳରେ ବିଶେଷ ପରିବର୍ତ୍ତନ ଦେଖାଯିବ। ଯଦ୍ବାରା ଉଭୟ ଟିମ୍‌ ନୂତନ ରଣନୀତି ତଥା କୌଶଳ ବ୍ୟବହାରରେ ଯଥେଷ୍ଟ ଧ୍ୟାନ ଦେବେ।

ମ୍ୟାଚର ଫଳାଫଳ ଏପରି ପରିବର୍ତ୍ତନ ହୋଇପାରେ:

ଅଧିକାରୀଜଣକ ଏହି ନୂତନ ନିୟମ ସମ୍ପର୍କରେ ଏକ ଉଦାହରଣ ଦେଇ କହିଛନ୍ତି ଯେ, ମନେକର କୌଣସି ଏକ ଟିମ ପାଇଁ ୬ଟି ବଲରେ ୨୦ରନ ଆବଶ୍ୟକ ପଡୁଥାଏ, ତେବେ ସେତେବେଳେ ଆନ୍ଦ୍ରେ ରସେଲ ବାହାରେ ବସିଛନ୍ତି, ଏବଂ ସେ ସଂପୂର୍ଣ୍ଣ ଫିଟ ନାହାନ୍ତି କିମ୍ବା ଅନ୍ତିମ ୧୧ ଖେଳାଳି ତାଲିକାରେ ନାହାନ୍ତି। ତେଣୁ ଏହି ନିୟମ ଜରିଆରେ ସେ ପଡିଆ ମଧ୍ୟକୁ ଆସି ବଡ ସଟ୍‌ ଖେଳି ମ୍ୟାଚର ଫଳାଫଳ ପରିବର୍ତ୍ତନ କରିପାରିବେ।

ସେହିପରି ଯଦି ଟିମ୍‌କୁ ଅନ୍ତିମ ଓଭରରେ ୬ରନ ବଞ୍ଚାଇବା ପାଇଁ ପଡେ, ତେବେ ସେହି ସମୟରେ ଟିମ୍‌ ପାଖରେ ଯଶପ୍ରିତ ବୁମରା ପରି ବୋଲର ବାହାରେ ବସିଥିବେ, ଅଧିନାୟକ ତାଙ୍କୁ ଅନ୍ତିମ ଓଭରରେ ଖେଳାଇ ଖେଳର ଫଳାଫଳ ପରିବର୍ତ୍ତନ କରିପାରିବେ।

ମଙ୍ଗଳବାର ଦିନ ଆଇପିଏଲ୍‌ରେ ଗର୍ଭନିଂ କାଉନ୍‌ସିଲ୍‌ ବୈଠକରେ ଏହି ନୂତନ ନିୟମ ସହିତ ୨୦୧୯ ଆଇପିଏଲ୍‌ରେ ସମୀକ୍ଷା କରାଯିବ। ଏତଦ୍‌ବ୍ୟତୀତ ଆଇପିଏଲ୍‌ର ଆଗାମୀ ସିଜିନ୍‌କୁ ଅଧିକ ଲୋକପ୍ରିୟ କରାଯିବା ନେଇ ବିଚାର କରାଯିବ।

 

 

 

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.