Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାହୁଲ ଗାନ୍ଧୀଙ୍କ ଟାଉନହଲ ; ଗଣତନ୍ତ୍ରରେ ନେତା ଓ ନାଗରିକଙ୍କ ସମ୍ପର୍କ ଏମିତି ହିଁ ହେବା ଉଚିତ
ବିଶେଷ ଖବର

ରାହୁଲ ଗାନ୍ଧୀଙ୍କ ଟାଉନହଲ ; ଗଣତନ୍ତ୍ରରେ ନେତା ଓ ନାଗରିକଙ୍କ ସମ୍ପର୍କ ଏମିତି ହିଁ ହେବା ଉଚିତ

January 26, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ରାଜନୀତିରେ ବିରୋଧ ଏକ ସ୍ଵାଭାବିକ ପ୍ରକ୍ରିୟା। ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ଦଳ ଗୁଡିକ ପରସ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରନ୍ତି, କରିବା ନିହାତି ଉଚିତ। ସେହି ଦୃଷ୍ଟିରୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ଯେତେବେଳେ ନିଜର ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରନ୍ତି ତାକୁ ନେଇ ବିଶେଷ ଚର୍ଚ୍ଚା କରିବାର କୌଣସି କାରଣ ନାହିଁ। ରାଜନୀତିରେ କ୍ଷମତା ହାସଲର ରଣନୀତି ଏବଂ ଗଣତାନ୍ତ୍ରିକ ଜୀବନବୋଧ ଦୁଇଟି ଅଲଗା କଥା। ରଣନୀତି ରେ ଜଣେ କିଛି ବି କରିପାରେ କିନ୍ତୁ ଗଣତାନ୍ତ୍ରିକ ମୂଲ୍ୟବୋଧ  ବ୍ୟକ୍ତି ଓ ନାଗରିକ ପାଖରୁ ନିର୍ଦ୍ଦିଷ୍ଟ ମର୍ଯାଦା ଦାବୀ କରିଥାଏ। ରାହୁଲ ଗାନ୍ଧୀ ଗତ ୨୫ ତାରିଖ ଭୁବନେଶ୍ୱର ଆସିଥିବା ସମୟରେ ଏକ ଓଡିଆ ଖବର କାଗଜ ଦ୍ଵାରା ଆୟୋଜିତ ଟାଉଲହଲ କାର୍ଯକ୍ରମରେ ଯୋଗ ଦେଇ ବିଭିନ୍ନ ବର୍ଗର ନାଗରିକଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିଥିଲେ। ଗୋଟେ ବଡ ହଲରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯକ୍ରମକୁ ରାହୁଲ ବିନା ପ୍ରସ୍ତୁତିରେ ସାମ୍ନା କରିଥିଲେ। ତାଙ୍କ ହାତରେ କୌଣସି କାଗଜ କଲମ ନଥିଲା, କିମ୍ବା ତାଙ୍କ ଆଗରେ ଟେଲି ପ୍ରମ୍ପ୍ତର ଲଗା ଯାଇନଥିଲା। ରାହୁଲ କହୁଥିବା କଥା ହୁଏତ ଆପଣଙ୍କୁ ଭଲ ଲାଗି ନଥାଇପାରେ , କିନ୍ତୁ ସେ ଯାହା କହୁଥିଲେ, ମନରୁ କହୁଥିଲେ ଓ ନିଷ୍ଠାର ସହିତ ତାଙ୍କୁ ପଚରାଯାଉଥିବା ପ୍ରଶ୍ନ ଗୁଡିକର ଉତ୍ତର ସେ ଦେଉଥିଲେ।

ଜଣେ ରାଜନେତା ଭାବରେ ଏହା ରାହୁଲଙ୍କୁ ଗୋଟେ ଭଲ ପରିଚୟ ଦେଉଛି। ଯେଉଁ ସମୟରେ ପୃଥିବୀର ସର୍ବ ବୃହତ ଗଣତନ୍ତ୍ରର ନିର୍ବାଚିତ ପ୍ରଧାନମନ୍ତ୍ରୀ ନିଜର ୪ ବର୍ଷ ୮ ମାସର ଶାସନକାଳ ଭିତରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି କିମ୍ବା କୌଣସି ଖୋଲାମଞ୍ଚରେ ଲୋକଙ୍କ ପ୍ରଶ୍ନର ଉତ୍ତର ରଖିନାହାନ୍ତି, ସେଇ ସମୟରେ ରାହୁଲ ଖୋଲାମନରେ ଲୋକଙ୍କ ସହ କଥା ହେବା ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ। ।  ତଥାପି ରାହୁଲ ଆହୁରି କଡା ପ୍ରଶ୍ନର ସମ୍ମୁଖୀନ ହେବା ଦରକାର ଥିଲା ବୋଲି କେହି କେହି ବନ୍ଧୁ ବିଶ୍ଵାସ କରନ୍ତି। ଯେମିତି ଆମ ଆଦମୀ ପାର୍ଟିର ଜଣେ ପୁରୁଣା ସ୍ଵେଚ୍ଚ୍ହାସେବୀ ରଙ୍ଗାଚରଣ ପ୍ରଧାନଙ୍କ କହିବା କଥା ହେଲା- ସେଠି ଯେଉଁ ପ୍ରଶ୍ନ ସବୁ ପଚରାଯାଉଥିଲା ସେ ଗୁଡିକ ସହଜିଆ ଲଲିପପ ଭଳି ପ୍ରଶ୍ନ ଥିଲା। ଆମ ମତରେ ତାହା ସତ ନୁହେଁ। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରାହୁଲଙ୍କୁ ପଚରାଯାଇଥିଲା। ଯେଉଁମାନେ ପ୍ରଶ୍ନକର୍ତ୍ତା ଥିଲେ ତାଙ୍କ ଭିତରେ ସାମ୍ବାଦିକଙ୍କ ସମେତ ବହୁ ବିଶିଷ୍ଟ ନାଗରିକ ଥିଲେ। ସବୁ ପ୍ରଶ୍ନକୁ ଧୈର୍ୟର ସହିତ ଶୁଣି ସମ୍ମାନର ସହିତ ଉତ୍ତର ଦେବାରେ ରାହୁଲ ପଛଘୁଞ୍ଚା ଦେଇନଥିଲେ।

ଏଇ ଟାଉନହଲ କାର୍ୟକ୍ରମକୁ ଟିଭିରେ ଦେଖୁଥିବା ବେଳେ ମୋର ଜଣେ ବରିଷ୍ଠ ସାମ୍ବାଦିକ ସାଥିଙ୍କ ପ୍ରତିକ୍ରିୟା ଥିଲା- Rahul does not have depth. ସତ କଥା କହିବାକୁ ଗଲେ ଗତ ପାଞ୍ଚ ବର୍ଷ ଧରି ପ୍ରଧାନମନ୍ତ୍ରୀ ଓ ଶାସକ ଦଳର ସଭାପତିଙ୍କ ଫାଙ୍କା ଭାଷଣ ଶୁଣି ଶୁଣି ଆମେ ଆଉ ରାଜନୀତିରେ ଗାମ୍ଭୀର୍ୟ କଥା ଚିନ୍ତା କରୁନାହୁଁ।  ରାହୁଲଙ୍କ ଭାଷଣରେ ହୁଏତ ମନମୋହନ ସିଂ ଙ୍କ ଗାମ୍ଭୀର୍ୟ ନଥିଲା, କିନ୍ତୁ ତାଙ୍କର କଥା କହିବାରେ ଗୋଟେ ପ୍ରକାର ସତ୍ୟତା ଥିଲା। ରାଜନୀତିରେ ଏ ପ୍ରକାର ବିତର୍କ, କଥାବାର୍ତ୍ତା ଓ ପ୍ରଶ୍ନୋତ୍ତରର ଆବଶ୍ୟକତା ରହିଛି। ଗାଳି ଗୁଲଜ ଓ ଅପମାନିତ କରିବାର ରାଜନୀତି ବିରୋଧରେ ଏକ ସଭ୍ୟ ରାଜନୈତିକ ବିମର୍ଷର ଆବଶ୍ୟକତା ଆଜି ନିହାତି ଆବଶ୍ୟକ।

ଏ ଟାଉନହଲରେ ରାହୁଲ ନିଜର ଭଲପାଇବା ଓ ସମସ୍ତଙ୍କୁ ମତ ପ୍ରକାଶର ସ୍ଵାଧୀନତା ଦେବା ସପକ୍ଷରେ ଯାହା କହିଛନ୍ତି, ସେଇଟା ଭାରତ ଭବିଷ୍ୟତ ଲାଗି ନିହାତି ଜରୁରୀ। ତେବେ ବିରୋଧୀ ଦଳରେ ଥିବାବେଳେ ଗଣତାନ୍ତ୍ରିକ ଜୀବନବୋଧ କଥା କହିବାକୁ ସମସ୍ତେ ଚାହାନ୍ତି, କିନ୍ତୁ ଥରେ କ୍ଷମତା ମିଳିଗଲା ପରେ ସବୁ ରାଜନେତା ହଠାତ ଭଗବାନଙ୍କ ପରି ଅପହଞ୍ଚ ହୋଇ ପଡନ୍ତି। ତେଣୁ ରାହୁଲ ଆଜି ଯାହା କହୁଛନ୍ତି, କାଲୀ ତାଙ୍କ ଦଳ କ୍ଷମତାକୁ ଆସିଲେ ସେ ଯେ ସମାନ ବ୍ୟବହାର କରିବେ, ତାହାର କିଛି ଗ୍ୟାରେଣ୍ଟି ନାହିଁ।

ଫଟୋ-ସଂଜୀବ ମୁଖାର୍ଜି

thesamikhya
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.