Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖଣି କମ୍ପାନୀ ଖାଇଗଲେ ବୋଲି ଶାହା କମିଶନ କହିଥିଲେ, ହେଲେ ସୁପ୍ରିମ କୋର୍ଟଙ୍କ ସ୍ଵତନ୍ତ୍ର କମିଟି କହିଲେ-ସବୁ ଠିକ ଅଛି 
ବିଶେଷ ଖବର

ଖଣି କମ୍ପାନୀ ଖାଇଗଲେ ବୋଲି ଶାହା କମିଶନ କହିଥିଲେ, ହେଲେ ସୁପ୍ରିମ କୋର୍ଟଙ୍କ ସ୍ଵତନ୍ତ୍ର କମିଟି କହିଲେ-ସବୁ ଠିକ ଅଛି 

November 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଖଣି କମ୍ପାନୀ ଖାଇଗଲେ ବୋଲି ଶାହା କମିଶନ କହିଥିଲେ, ହେଲେ ସୁପ୍ରିମ କୋର୍ଟଙ୍କ ସ୍ଵତନ୍ତ୍ର କମିଟି କହିଲେ-ସବୁ ଠିକ ଅଛି 
କେଦାର ମିଶ୍ର 

ଖଣି ଦୁର୍ନୀତି ବିଷୟରେ ଓଡିଆରେ ଲେଖା ହୋଇଥିବା ଶେଷ ଖବର ଆପଣମାନଙ୍କର ମନେ ଅଛି କି? ଏହାର ଉତ୍ତରରେ ଅବଶ୍ୟ କହିହେବ, ଖଣି ଦୁର୍ନୀତି ବୋଲି ସତରେ କିଛି ଅଛି କି? ୨୨, ନଭେମ୍ବର, ୨୦୧୦ ରେ କେନ୍ଦ୍ର ସରକାର ଦେଶର ଓଡିଶା ଓ ଗୋଆ ଭଳି ରାଜ୍ୟରେ ବ୍ୟାପକ ଖଣି ଦୁର୍ନୀତିର ତଦନ୍ତ କରିବା ଲାଗି ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ.ବି.ଶାହାଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ। ଶାହା କମିଶନ ନିଜର ବ୍ୟାପକ ଅନୁସନ୍ଧାନ ପରେ ୪୮ଟି ଖଣି କମ୍ପାନୀର ବେଆଇନ ଖଣି ଖନନ ଓ ପରିବେଶ ଆଇନର ଉଲ୍ଲଙ୍ଘନ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିଥିଲେ। ଶାହା କମିଶନଙ୍କ ସୁପାରିଶ ଦୀର୍ଘ ବର୍ଷ ଧରି ଶୀତଳ ଭଣ୍ଡାରରେ ପଡିକି ରହିବା ପରେ ଏବେ ଏହା ଅକାମୀ ହୋଇ ପଡିଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବିଚାରପତି ଜି.ଏସ.ସିଙ୍ଘଭି ଓ ଅନିଲ ଆର ଦବେଙ୍କୁ ନେଇ ଗଠିତ ଏକ କମିଟି ଓଡିଶାରେ ଖନନ କରୁଥିବା ପ୍ରାୟ ସବୁ ବଡ ଖଣି କମ୍ପାନୀ ଗୁଡିକୁ ଶାହା କମିଶନ କରିଥିବା ଅଭିଯୋଗରୁ ମୁକ୍ତ କରିଛନ୍ତି। ଗତ ଅକ୍ଟୋବର ୪ ତାରିଖ ଦିନ ସୁପ୍ରିମ କୋର୍ଟ ଓଡିଶାରେ ନିଜର ଖଣି ଖୋଲିପାରିବ ବୋଲି ଇସେଲ କମ୍ପାନୀକୁ ଅନୁମତି ଦେଇଥିଲେ। ଏହି ନିର୍ଦ୍ଦେଶରେ ଜଷ୍ଟିସ ସିଙ୍ଘଭି ଓ ଜଷ୍ଟିସ ଦବେ ଙ୍କ ରିପୋର୍ଟ ଆସିଲାପରେ ଏହାର ସମୀକ୍ଷା କରାଯିବ ବୋଲି କୁହାଯାଇଥିଲା। ଇତି ମଧ୍ୟରେ ସୁପ୍ରିମ କୋର୍ଟଙ୍କ ପାଖରେ କମିଟିର ରିପୋର୍ଟ ଦାଖଲ ହୋଇଛି ଓ ରାଜ୍ୟରେ ବେଆଇନ ଖଣି ଖୋଲିବା ଲାଗି ଅଭିଯୁକ୍ତ ଥିବା ରୁଙ୍ଗଟା, ଇସେଲ ଓ ସାରଦା ଭଳି କମ୍ପାନୀକୁ ଆଶ୍ଵସ୍ତି ମିଳିଛି।

ଖଣି ଆଇନର ଉଲ୍ଲଂଘନ କରି ସାଓ, ଇନ୍ଦ୍ରାଣୀ ପଟ୍ଟନାୟକ, ଆଲୁୱାଲିଆ ଓ ଶିରାଜୁଦ୍ଦିନ ପ୍ରଭୃତିଙ୍କ ଖଣିର ସବ ଲିଜ ନେଇ କାମ କରୁଥିବା ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀକୁ ମଧ୍ୟ ସୁପ୍ରିମ କୋର୍ଟ ର ବିଶେଷ କମିଟି ଦୋଷମୁକ୍ତ କରିଛନ୍ତି। କମିଟିର ଏହି ରିପୋର୍ଟ ପରେ ଖଣି ଦୁର୍ନୀତି ଏକ ଗାଲୁଗପ ଭଳି ମନେ ହେଉଛି। ୨୦୧୪ ଓ ୨୦୧୯ ନିର୍ବାଚନରେ ଖଣି ଦୁର୍ନୀତି ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ଏହାକୁ ନେଇ ପରବର୍ତ୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭଲ ବୁଝାମଣା ହୋଇଛି। ସୁପ୍ରିମ କୋର୍ଟଙ୍କ କମିଟି ପାଖରେ ରାଜ୍ୟ ସରକାର ଖଣି ମାଲିକଙ୍କ ସପକ୍ଷରେ ଯୁକ୍ତି ରଖିଥିଲେ। ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କ ମତକୁ ସ୍ଵୀକାର କରି ସମସ୍ତ କମ୍ପାନୀଙ୍କୁ ଦୋଷ ମୁକ୍ତ କରିଛନ୍ତି।

ତେବେ ଏହି ଖବର ଓଡିଶାରେ ବିଲକୁଲ ଚର୍ଚ୍ଚକୁ ଆସିନାହିଁ। ସମ୍ବାଦିକଙ୍କୁ ଦେଖି ତାଳି ମାରିଥିବା ଜଣେ ସାଂସଦଙ୍କ ବିରୋଧରେ ତିନି ଦିନ ବ୍ୟାପୀ ଦିନରାତି ଖବର ପରିବେଷଣ କରୁଥିବା ଆମର ଗଣମାଧ୍ୟମ, ରାଜ୍ୟର ସବୁଠୁ ବଡ ଖଣି ଦୁର୍ନୀତିକୁ କେମିତି ପୋତି ଦିଆଗଲା, ସେ ବିଷୟରେ ଧାଡିଟିଏ ମଧ୍ୟ ଲେଖିବାକୁ ଅସମର୍ଥ। ବାସ୍ତବରେ ଖଣି ଆଇନରେ ଥିବା ଜଟିଳ ବ୍ୟବସ୍ଥା, ଖଣିର ପରିବେଶ ଜନିତ ପ୍ରଭାବ ଓ ଖଣି ଦୁର୍ନୀତି, ଏହି ତିନୋଟି ଯାକ ପ୍ରସଙ୍ଗରେ ଓଡିଶାର ଗଣମାଧ୍ୟମ ପ୍ରାୟ ନୀରବ। ଖଣିକୁ ନେଇ ଆମର ଅର୍ଥନୀତି ଓ ଜଣ ଜୀବନର ଏକ ବଡ ଅଂଶ ପ୍ରଭାବିତ ଥିବା ବେଳେ, ଏ ସମ୍ପର୍କିତ ରିପୋର୍ଟ ଆମର ନାହିଁ କହିଲେ ଚଳେ। ଶାହା କମିଶନଙ୍କ ସୁପାରିଶ ଗୁଡିକୁ କେଉଁ ଆଧାରରେ ଅକାମି କରାଗଲା ଓ ରାଜ୍ୟ ସରକାରଙ୍କ ମତ କୁ କେଉଁ ଆଧାରରେ ସୁପ୍ରିମ କୋର୍ଟ ଦ୍ଵାରା ନିଯୁକ୍ତିପ୍ରାପ୍ତ ବିଶେଷ କମିଟି ଗ୍ରହଣ କଲେ,ସେ ସମ୍ପର୍କିତ ଆଲୋଚନା ଆମର ହେବନାହିଁ। ରାଜ୍ୟର ପ୍ରମୁଖ ଖଣି ବ୍ୟବସାୟୀଙ୍କୁ ସୁପ୍ରିମ କୋର୍ଟରୁ ଛାଡ ମିଳିଥିବା ବେଳେ ତିନୋଟି ମାତ୍ର କମ୍ପାନୀର ଲିଜ ନବୀକରଣ ନ କରିବାକୁ କମିଟି ସୁପାରିଶ କରିଛନ୍ତି।

ଖଣି ସମ୍ପର୍କରେ ଏବେ ଆଉ ଏକ ତଥ୍ୟ ମଧ୍ୟ ବେଶ ଆଲୋଚିତ ହେଉଛି। ପ୍ରାୟ ଖଣି ଲିଜଧାରୀଙ୍କ ସମୟସୀମା ୨୦୧୯ରେ ସରୁଛି। ଚଳିତ ବର୍ଷ ଅନେକ ନୂଆ ନିଲାମ ଡକାଯିବ।  ସେଥିଲାଗି କେନ୍ଦ୍ର ସରକାରର କେତେଜଣ ପ୍ରଭାବୀ ମନ୍ତ୍ରୀଙ୍କ ପୁଅ ଓ ପରିବାର ଏବେ ଓଡିଶାରେ ଡେରା ପକାଇବାର ଖବର ଶୁଣିବାକୁ ମିଳୁଛି। ବିଜେପି-ବିଜେଡି ଭିତରେ ସୁସମ୍ପର୍କର ଅସଲ ରାଜନୈତିକ ଗୁମର ସେଇଠି ରହିଛି ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ତେବେ ଏ ସମ୍ପର୍କରେ କେହି ପାଟି ଫିଟାଇବାକୁ ନାରାଜ। ଏ ସମ୍ପର୍କିତ ଖବର ବିଷୟରେ ଗଣମାଧ୍ୟମର ପାଟି ମଧ୍ୟ ଚୁପ। ରାଜ୍ୟର କେତେକ ମୁଖ୍ୟ ଖବର କାଗଜ ଟେଲିଭିଜନ ଚାନେଲ ସହିତ ଖଣି କମ୍ପାନୀମାନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପର୍କ ରହିଛି। ତେଣୁ ଏ ପ୍ରସଙ୍ଗରେ କିଛି ଖବର କେଉଁଠି ବାହାରିବାର ସମ୍ଭାବନା ନାହିଁ। ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ ପଛରେ ମଧ୍ୟ ଖଣି ଲବିର ବ୍ୟାପକ ପ୍ରଭାବ ରହିଛି। ଅତଏବ, ଏକଥା କେହି କହିବେ ନାହିଁ, କି କହିଲେ ମଧ୍ୟ ଶୁଣିବେ ନାହିଁ।

Kedar Mishra କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Latest News

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.