Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଣ ହେବ ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣ; ଆଶଙ୍କା ଓ ସମ୍ଭାବନା
ବିଶେଷ ଖବର

କଣ ହେବ ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣ; ଆଶଙ୍କା ଓ ସମ୍ଭାବନା

November 20, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଆଜି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଯଦିଓ ପାଓ୍ବାର ଆଜି କୃଷକଙ୍କ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା କହିଛନ୍ତି, ହେଲେ  ରାଜନୈତିକ ମହଲରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଦେଖାଦେଇଛି । ଦୁହେଁ ପାଖାପାଖି ଅଧଘଣ୍ଟାଏ ପାଖାପାଖି ସାକ୍ଷାତ କରିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ରହିଥିଲେ। ବୈଠକ ପରେ ଶରଦ ପାଓ୍ବାର କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀଙ୍କୁ କୃଷକଙ୍କ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି। ଏବଂ ଆସନ୍ତା ବର୍ଷ ଅର୍ଥାତ୍‌ ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ଦୁଇ ତାରିଖ ମଧ୍ୟରେ ହେବାକୁ ଥିବା ବସନ୍ତ ଦାଦା ସୁଗାର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରୋଗ୍ରାମ୍‌ ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ମୋଦିଙ୍କୁ ସାକ୍ଷାତ କରିବା ପୂର୍ବରୁ କୃଷକଙ୍କ ସମସ୍ୟା ସମ୍ବଳିତ ଏକ ପତ୍ର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ ଏନ୍‌ସିପି ମୁଖ୍ୟ । ଏହି ପତ୍ରରେ ଦୁଇ ଜିଲ୍ଲାରେ ହୋଇଥିବା ଫସଲ ନଷ୍ଟ ସମ୍ପର୍କରେ ସୂଚନା ରହିଛି। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ରାଜ୍ୟସଭାରେ ଏନସିପିର ପ୍ରଶଂସା କରିଥିବାବେଳେ ଏନ୍‌ସିପି ମୁଖ୍ୟ ମୋଦିଙ୍କ ଭେଟିବାକୁ ନେଇ ରାଜନୈତିକ ମହଲରେ ଏକ ଭିନ୍ନ ସମୀକରଣର ଆଭାସକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ । ଅପରପକ୍ଷେ ଶିବସେନା ପାୱାର ଓ  ମୋଦିଙ୍କ ସାକ୍ଷାତକୁ ସୌଜନ୍ୟମୂଳକ ତଥା ସାମାନ୍ୟ କହି ଏହି ସମୀକରଣ ର ସମ୍ଭାବନାକୁ  ଖଣ୍ଡନ କରିଛି । ଶିବସେନାର ବରିଷ୍ଠ ସାଂସଦ ସଞ୍ଜୟ ରାୱତ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଯଦି କୌଣସି ନେତା ସାକ୍ଷାତ କରେ ତେବେ କ’ଣ କିଛି ଖେଳ ହୋଇଥାଏ କି ? ସଂସଦ ଭିତରେ ହେଉ ଅଥବା ବାହାରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିହେବ । ଶରଦ ପାଓ୍ବାରଙ୍କୁ ରାଜ୍ୟର ସ୍ଥିତି ବିଷୟରେ ଜଣା ଅଛି । ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ଦିନ ପୂର୍ବର ହିଁ ଏନସିପି ଏବଂ ବିଜେଡିକୁ ରାଜ୍ୟସଭାରେ ପ୍ରଶଂସା କରିଥିଲେ ।

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏବେବି ଅସ୍ଥିରତା ଲାଗି ରହିଛି । ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଗୋଟିଏ ପଟେ ଜିଦ୍‌ ଧରି ରହିଥିବାବେଳେ ଏନ୍‌ସିପି ଓ କଂଗ୍ରେସ ଶିବସେନା ସହ ମେଣ୍ଟ ବିଳମ୍ବିତ ହେବାରେ ଲାଗିଛି । ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଥିବାବେଳେ ସରକାର ଗଠନ କରିବା ନେଇ ଏନ୍‌ସିପି ଓ କଂଗ୍ରେସ ଆଭିମୁଖ୍ୟ ଅସ୍ପଷ୍ଟ ରହୁଛି । ଗୋଟିଏ ପଟେ ଏନ୍‌ସିପି ମୁଖ୍ୟ ସୋନିଆ ଗାନ୍ଧିଙ୍କ ସାକ୍ଷାତ କରି ସରକାର ଗଠନ ବିଷୟରେ ଆଲୋଚନା କରୁଥିବାବେଳେ ଅନ୍ୟପଟେ ଆଉ କିଛି ସମୟ ଲାଗିବ ବୋଲି କହୁଛନ୍ତି । ମହାରାଷ୍ଟ୍ରରେ ଶିବସେନା ସହିତ ଏନ୍‌ସିପି ଓ କଂଗ୍ରେସ ମେଣ୍ଟ କରିବା ନେଇ ଏକପ୍ରକାର ଅନିଶ୍ଚିତତା ଦେଖାଯାଉଛି । ନିକଟରେ କର୍ଣ୍ଣାଟକରେ ମେଣ୍ଟ ସରକାରର ବିଫଳତା ପରେ ପୁଣି ଥରେ ସେହି ମେଣ୍ଟକୁ ନେଇ ଆଶଙ୍କା ପ୍ରକଟ କରୁଛି କଂଗ୍ରେସ । ଅପରପକ୍ଷେ ଏନ୍‌ସିପି ଶିବସେନା ଓ କଂଗ୍ରେସର ତାଳମେଳକୁ ଭଲ ଭାବେ ତଉଲିବାରେ ଲାଗିପଡିଛି । ପୁଣି ଶିବସେନା ନିଜ ପାଖରେ ସରକାର ଗଢିବାକୁ ପର୍ଯ୍ୟାପ୍ତ ବିଧାୟକ ରହିଛନ୍ତି ବୋଲି ଦମ୍ଭୋକ୍ତି ଦେଖାଉଥିବାବେଳେ ସରକାର ଗଠନରେ ଉଭୟ କଂଗ୍ରେସ ଓ ଏନ୍‌ସିପିଙ୍କ ସହଚର୍ଯ୍ୟ ପାଇଁ ଅପେକ୍ଷାରତ ରହିଛି । ମହାରାଷ୍ଟ୍ରରେ ପ୍ରତି ମୁହୂର୍ତ୍ତରେ ରାଜନୀତିର ସମୀକରଣ ବଦଳିବାରେ ଲାଗିଛି । ନିର୍ବାଚନ ହେବାର ମାସେ ପରେ ବି ମହାରାଷ୍ଟ୍ର ରାଜନୀତି ସେମିତି ଧୂଆଁଳିଆ ପରିସ୍ଥିତିରେ ଗତି କରୁଛି । ରାଜ୍ୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ ରାଜନୀତିରେ ପ୍ରତ୍ୟେକ ଦିନ ନୂଆ ନୂଆ ନାଟକ ଦେଖିବାକୁ ମିଳୁଛି । ତେବେ ମହାରାଷ୍ଟ୍ରବାସୀଙ୍କ ସମେତ ସମସ୍ତ ରାଜନୈତିକ ସମୀକ୍ଷକ ରାଜ୍ୟରେ ଖୁବ ଶୀଘ୍ର ସରକାରର ଚିତ୍ର ସ୍ପଷ୍ଟ ହେବା ଅର୍ଥାତ୍‌ ଜନାଦେଶର ମର୍ଯ୍ୟାଦା ରହିବା ନେଇ ଆଶାବାଦୀ ରହିଛନ୍ତି ।

Congress maharastaelection narendra modi ncp shivesena
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ମମତା ବାନାର୍ଜୀଙ୍କ ପାଇଁ ଝଟକା ପରେ ଝଟକା!: ମଦନ ମିତ୍ରଙ୍କ ପରେ ଏବେ ଇସ୍ତଫା ଦେଲେ କୋଏଲ ମଲିକ

July 16, 2026

ଏବେ ବିନା ସଂଯୋଗରେ କିଛି ମିନିଟରେ ଘରକୁ ଆସିବ LPG ସିଲିଣ୍ଡର: ଜାଣନ୍ତୁ କେମିତି?

July 16, 2026
Latest News

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.