Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାଲବେଗ ଓ ଅମିର ଖୁସ୍ରୋଙ୍କର ଦେଶରେ ଫିରୋଜ ଖାଁଙ୍କୁ ସଂସ୍କୃତ ପଢାଇବା ମନା!! 
ବିଶେଷ ଖବର

ସାଲବେଗ ଓ ଅମିର ଖୁସ୍ରୋଙ୍କର ଦେଶରେ ଫିରୋଜ ଖାଁଙ୍କୁ ସଂସ୍କୃତ ପଢାଇବା ମନା!! 

November 21, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସାଲବେଗ ଓ ଅମିର ଖୁସ୍ରୋଙ୍କର ଦେଶରେ ଫିରୋଜ ଖାଁଙ୍କୁ ସଂସ୍କୃତ ପଢାଇବା ମନା!! 

କେଦାର ମିଶ୍ର 

କେତେ ହଜାର ଥର ଆମେ ବୋଲିଥିବୁ- କହେ ସାଲବେଗ ହୀନ ଜାତିରେ ଯବନ। ଜାତିରେ ଯବନ ସାଲବେଗଙ୍କ ଓଡିଆ ରଚନାରେ ଭାବ ଓ ଭକ୍ତିର ସବୁଠୁ ମାର୍ମିକ ଅନୁଭବ ପାଇଥିବା ଜଣେ ଭାରତୀୟ ଭାବରେ ମୋତେ ଯେତେବେଳେ ଖବର ମିଳେ ଯେ, ବାରାଣସି ହିନ୍ଦୁ ବିଶ୍ଵ ବିଦ୍ୟାଳୟରେ ଫିରୋଜ ଖାଁ ନାମକ ଜଣେ ମେଧାବୀ ସଂସ୍କୃତ ବିଦ୍ଵାନ ପାଠ ପଢାଇପାରିବେ ନାହିଁ ବୋଲି ଆନ୍ଦୋଳନ ହେଉଛି, ସେତେବେଳେ ମୋତେ ଲାଗିଲା, ମୁଁ ଯେଉଁ ଭାରତରେ ଜନ୍ମ ହୋଇଛି, ଇଏ ସେଇ ଭାରତ ନୁହେଁ। ମୋର ଭାରତ ହେଉଛି ଯବନ ସାଲବେଗ ଓ ହରି ଦାସଙ୍କର ଭାରତ। ମୋର ଭାରତ ହେଉଛି କାଳିଦାସ ଓ ଅମିର ଖୁସ୍ରୋଙ୍କର ଭାରତ। ମୋର ଭାରତରେ ସଂସ୍କୃତ ଯେତିକି ଦେବତାମାନଙ୍କର ଭାଷା, ସେତିକି ପରିମାଣରେ ଜନଗଣଙ୍କର ମଧ୍ୟ ଭାଷା। ସଂସ୍କୃତ ଭାଷା କେବଳ ହିନ୍ଦୁ ଧର୍ମର (ତାହା ପୁଣି କେବଳ ବ୍ରାହ୍ମଣଙ୍କର) ଭାଷା ବୋଲି ଯିଏ କହୁଛି, ନା ସେ ସଂସ୍କୃତ ସାହିତ୍ୟର ଇତିହାସ ପଢିଛି, ନା ଇତିହାସ ସମ୍ପର୍କରେ ତାର ସାଧାରଣ ଜ୍ଞାନ ରହିଛି। ସଂସ୍କୃତ ରେ ଅନେକ ଧାର୍ମିକ ଗ୍ରନ୍ଥ ରହିଛି, ତେବେ ସଂସ୍କୃତର ମୂଳ ସୌନ୍ଦର୍ୟ ଧର୍ମ ନୁହେଁ, ସାହିତ୍ୟ। ସାହିତ୍ୟର ମୌଳିକ ମାନବୀୟ ଆବେଦନ ଯୋଗୁଁ ସଂସ୍କୃତ ହଜାର ହଜାର ବର୍ଷ ଧରି ବଞ୍ଚିଛି। ଆଜି ଲୋକମୁଖରେ ସଂସ୍କୃତ ନାହିଁ, ଏହା କେବଳ ସାହିତ୍ୟ ଓ ସଂସ୍କୃତିର ଭାଷା। ଏହାକୁ ଧାର୍ମିକ ସଙ୍କୀର୍ଣ୍ଣତା ଭିତରେ ଦେଖିବା ସବୁଠୁ ବଡ ସଂସ୍କୃତ ବିରୋଧୀ ଅପରାଧ।

ତେବେ ସଂସ୍କୃତ ଏକ ଭାଷା ଭାବରେ ବହୁ ମୁସଲମାନ ଶାସକଙ୍କର ପ୍ରୋତ୍ସାହନ ପାଇଥିଲା ଓ ଶହ ଶହ ବର୍ଷ ଧରି ଅନେକ ମୁସଲମାନ ବିଦ୍ଵାନ ସଂସ୍କୃତ ଅଧ୍ୟୟନ କରିଥିଲେ। ସଂସ୍କୃତରୁ ପାର୍ସି ଓ ଆରବିକ ଭାଷାକୁ ଅନୁବାଦର ପ୍ରାୟ ୭୦୦ ବର୍ଷର ଏକ ବିରାଟ ପରମ୍ପରା ଆମର ରହିଥିଲା। ସଂସ୍କୃତକୁ ଧର୍ମର ଗଣ୍ଡିରେ ଦେଖିବାକୁ ଚାହୁଁଥିବା ଲୋକଙ୍କୁ ସେଇ ସଂସ୍କୃତରେ କୁହାଯାଏ- କୂପ ମଣ୍ଡୁକ ବା କୂଅ ର ବେଙ୍ଗ। ସେଇ କୂଅ ବେଙ୍ଗଙ୍କ ପାଇଁ କିଛି ତଥ୍ୟ ଆମେ ରଖିବାକୁ ଚାହୁଁଛୁ-

* ହାଜି ଇବ୍ରାହିମ ସରହିନ୍ଦ ପ୍ରଥମେ ଅଥର୍ବ ବେଦକୁ ପାର୍ସି ଭାଷାରେ ଅନୁବାଦ କରିଥିଲେ।

*ମୌଳାନା ଅବଦୁର କାଦିର ବଦାୟୁନି ଓ ଥାନେଶ୍ବର ର ସୁଲତାନ ଶେଖଙ୍କ ତତ୍ତ୍ଵାବଧାନରେ ମହାଭାରତର ପାର୍ସି ଅନୁବାଦ ପ୍ରସ୍ତୁତ ହୋଇଥିଲା।

* ଆକବରଙ୍କ ଦରବାରରେ ଅଲ ବିରୁଣୀ ରାମାୟଣର ପାର୍ସି ଅନୁବାଦ ଉପସ୍ଥାପନ କରିଥିଲେ।

* ଭାସ୍କରାଚାର୍ୟଙ୍କ ପ୍ରସିଦ୍ଧ “ବୀଜ ଗଣିତ” ଓ ତାଙ୍କ ବୋହୁଙ୍କ ଦ୍ଵାରା ରଚିତ ଲୀଳାବତୀ ସୂତ୍ରକୁ ମୁସଲମାନ ବିଦ୍ଵାନ ଶେଖ ମହମ୍ମଦ ଫଇଜି ପାର୍ସିରେ ଅନୁବାଦ କରିଥିଲେ।

* ଆଉରେଙ୍ଗଜେବଙ୍କ ହତଭାଗ୍ୟ ବଡ ଭାଇ ଦାରା ଶିକୋ ଉପନିଷଦ ଗୁଡିକର ପାର୍ସି ଅନୁବାଦ କରିବା ସହିତ ବେଦାନ୍ତ ଓ ସୁଫି ଦର୍ଶନର ତୁଳନାତ୍ମକ ଅଧ୍ୟୟନ କରିଥିଲେ।

ଏମିତି ଅସଂଖ୍ୟ ଉଦାହରଣ ଦେଇ ହେବ ଯେଉଁଥିରେ ମୁସଲମାନ ବିଦ୍ବାନମାନଙ୍କର ସଂସ୍କୃତ ଭାଷାକୁ ରହିଥିବା ଅବଦାନ ସ୍ପଷ୍ଟ ଜଣା ପଡିବ। ୟୁରୋପୀୟ ପଣ୍ଡିତ ମାକ୍ସମୂଲର  ଓ ସାର ଉଇଲିୟମ ଜୋନ୍ସ ପାର୍ସି ଭାଷା ମାଧ୍ୟମରେ ହିଁ ସଂସ୍କୃତକୁ ଜାଣିବାର ସୁଯୋଗ ପାଇଥିଲେ। ଶହ ଶହ ବର୍ଷ ଧରି ମୁସଲମାନ ଜୀବନବୋଧ ସହିତ ଜଡିତ ଥିବା ସଂସ୍କୃତକୁ ଜଣେ ମୁସଲମାନ ପଢାଇ ପାରିବେ ନାହିଁ ବୋଲି ଆନ୍ଦୋଳନ କରିବା, ଆମ ସମୟର ବୌଦ୍ଧିକ ଅନ୍ଧତ୍ଵର ଲକ୍ଷଣ ମାତ୍ର।

ଫିରୋଜ ଖାଁ ଓ ତାଙ୍କ ବାପା ରମଜାନ ଖାଁ, ଉଭୟେ ସଂସ୍କୃତର ଛାତ୍ର। ପ୍ରଫେସର ହେବା ଲାଗି ସର୍ବୋଚ୍ଚ ଯୋଗ୍ୟତା ଫିରୋଜଙ୍କ ପାଖରେ ରହିଛି। ସେ ଦେଶର ସବୁଠୁ ବଡ ସଂସ୍କୃତ ଗବେଷଣା ପ୍ରତିଷ୍ଠାନରୁ ପିଏଚଡି ହାସଲ କରିଛନ୍ତି। ତା ସତ୍ତ୍ୱେ ସେ ପାଠ ପଢାଇ ପାରିବେ ନାହିଁ ବୋଲି ଆନ୍ଦୋଳନ କରିବାର ଅର୍ଥ କଣ? କେବଳ ଧର୍ମ ଆଧାରର ଜଣେ ବ୍ୟକ୍ତିଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ କରିବାକୁ ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ପୋଲିସ ଉଠାଇ ନେବାର ସାହସ କରୁନାହିଁ କାହିଁକି? ଜବାହାର ଲାଲ ନେହେରୁ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ନ୍ୟାଯ୍ୟ ଦାବି ପାଇଁ ଆନ୍ଦୋଳନ କରୁଥିବା ବେଳେ ତାଙ୍କ ଉପରେ ଲାଠି ମାଡ ହେଉଛି। ଅଥଚ ଏକ ଭାରତୀୟ ଜୀବନ ଓ ସଂସ୍କୃତି ବିରୋଧରେ ମିଛ ନାଟକ କରୁଥିବା ଛାତ୍ରଙ୍କ ଉପରେ  କାର୍ୟାନୁଷ୍ଠାନ ହେଉନାହିଁ। ଫିରୋଜ ଖାଁ ସଂସ୍କୃତ ପଢିବା ଓ ପଢାଇବା, ଭାରତୀୟ ସାଂସ୍କୃତିକ ଜୀବନରେ ଏକ ମହାନ ଘଟଣା। ଏହା ଗୌରବର ବିଷୟ। ତାକୁ ଅଯଥା ବିବାଦ ଭିତରକୁ ଟାଣି କିଛି ଲୋକ ଆମ ସଂସ୍କୃତିକୁ ନିନ୍ଦିତ ଓ ଅପମାନିତ କରୁଛନ୍ତି। ସବୁଠୁ ବଡ କଥା ହେଲା, ଏହି କୂପ ମଣ୍ଡୁକ ମାନେ ସଂସ୍କୃତ ଭାଷାର ହିଁ ସବୁଠୁ ବଡ କ୍ଷତି କରୁଛନ୍ତି।

FirozKhan kedarmishra କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026
Latest News

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.