Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ର ରାଜନୀତିରେ ଅଜିତ ପାୱାରଙ୍କ ପାଇଁ ବିଜେପିର ସ୍ଵତନ୍ତ୍ର ମଇଳା ଧୁଆ ପାଉଡର; ଦାଗ ଅଚ୍ଛେ ହୈ
ବିଶେଷ ଖବର

ମହାରାଷ୍ଟ୍ର ରାଜନୀତିରେ ଅଜିତ ପାୱାରଙ୍କ ପାଇଁ ବିଜେପିର ସ୍ଵତନ୍ତ୍ର ମଇଳା ଧୁଆ ପାଉଡର; ଦାଗ ଅଚ୍ଛେ ହୈ

November 24, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Ajit Power

କେଦାର ମିଶ୍ର

ଚାର୍ଲ୍ସ ମୋରିସ ତେଲେରାଁ ବୋଲି ଜଣେ ପ୍ରସିଦ୍ଧ ଫରାସୀ ରାଜନେତା ଥିଲେ। ରାଜନୀତିର ଭାଷାକୁ ନେଇ ତାଙ୍କର ଏକ ପ୍ରସିଦ୍ଧ ଆପ୍ତବାକ୍ୟ ହେଉଛି- “ଯଦି ଜଣେ ରାଜନେତା “ହଁ” କହେ, ତାର ଅର୍ଥ ହେଉଛି “ହୋଇପାରେ”। ଯଦି “ହୋଇପାରେ” ବୋଲି କହେ, ତା ଅର୍ଥ ହେଉଛି “ହେବନି”। ହେଲେ “ହେବନି” ବୋଲି ଯେଉଁ ନେତା କହେ, ସେ ରାଜନେତା ହେବାକୁ ଅଯୋଗ୍ୟ।“। ତେଲେରାଁଙ୍କର ଏହି ପ୍ରସିଦ୍ଧ ଉକ୍ତି କିନ୍ତୁ ଜଣକ ପାଖରେ ବିଫଳ ହୋଇଛି, ସେ ହେଉଛନ୍ତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ୨୬ ସେପ୍ଟେମ୍ବର, ୨୦୧୪ରେ ଫଡନବିସ ଲେଖିଥିଲେ, “ଏନସିପି ସହ ସମ୍ପର୍କ କେବେ ନୁହେଁ, କେବେ ନୁହେଁ, କେବେ ନୁହେଁ। କାରଣ ଏନସିପି ଏକ ଭ୍ରଷ୍ଟାଚାରୀ ଦଳ ଓ ତାଙ୍କ ବିରୋଧରେ ଆମେ ଜୀବନ ତମାମ ଲଢି ଆସିଛୁ।“ ଆଜି ରାତାରାତି ଏନସିପିକୁ ଭାଙ୍ଗି ଅଜିତ ପାୱାରଙ୍କ ସହ ସରକାର ଗଢିଲା ବେଳେ ବିଜେପି ବା ଫଡନବିସ, ଅବଶ୍ୟ ଏହାର ଉତ୍ତର ଦେବେ ନାହିଁ।

ମହାରାଷ୍ଟ୍ରରେ ସରକାର ଗଢିବା ଏକ ରାଜନୈତିକ ବାଧ୍ୟବାଧକତା ଥିଲା, ତେଣୁ ସେଠାରେ ନୀତି ନୈତିକତାର ମୂଲ୍ୟ କିଛି ନାହିଁ ବୋଲି ବିଜେପିର ଯୁକ୍ତିରେ ଅବଶ୍ୟ ଦମ ଅଛି। କାରଣ ସେଠି ବିଜେପି-ଶିବସେନା ମେଣ୍ଟ ବ୍ୟତୀତ  ଯିଏ ବି ସରକାର ଗଢିଥାନ୍ତା, ତାହା ଏକ ଅସାଧୁ ମେଣ୍ଟ ହିଁ ହୋଇଥାନ୍ତା। ବିଜେପି ଟିକେ ଅଧିକ ଚାଲାକ ହୋଇ ନିଜର ଅସାଧୁତାକୁ ପ୍ରମାଣିତ କଲା! ଅବଶ୍ୟ ବିଜେପି ଏ ପ୍ରକାର ଅସାଧୁ ରାଜନୀତିରେ ଦକ୍ଷତା ହାସଲ କରି ସାରିଛି। ଯେ କୌଣସି ଉପାୟରେ ସରକାର ଗଢିବାର କୌଶଳ ଏବେ ବିଜେପିର ସବୁଠୁ ବଡ ତାକତ ବୋଲି କୁହା ଯାଉଛି। ସେଥିପାଇଁ ବିଜେପି ନେତା ରାମ ମାଧବ କହିଥିଲେ ଯେ – “ ଆମେ ନିର୍ବାଚନ ନ ଜିତି ମଧ୍ୟ ଆଜି ସରକାର ଗଢି ପାରୁଛୁ, କାରଣ ଆମ ପାଖରେ ଅମିତ ଶାହ ଅଛନ୍ତି।“

ଆଜି ସରକାର ଗଢା ସରିଛି। ବିଧାନସଭାରେ କିଏ ଜିତିବ ହାରିବ ତାକୁ ନେଇ ଏବେ କଲ୍ପନା ଜଳ୍ପନା ଲାଗିବ। ମହାରାଷ୍ଟ୍ର ଏବେ ଏକ ଖୋଲା ଘୋଡା ବଜାର ଓ ବିଧାୟକମାନେ ଘୋଡା ହୋଇ  ନିଜର ବିଷୟରେ ମୂଲଚାଲ କରିବାର ପର୍ୟାପ୍ତ ସୁଯୋଗ ପାଇବେ। ବିକାକିଣାର ବଜାର ବଢିଆ ଜମିବ। ହେଲେ ତା ଭିତରେ ଗୋଟେ ପ୍ରଶ୍ନ ବାରମ୍ବାର ଉଠିବ- ଏବେ ଅଜିତ ପାୱାରଙ୍କ ପାପ ଧୋଇ ହୋଇଗଲା କି? ମହାରାଷ୍ଟ୍ର ରାଜନୀତିରେ ବିଜେପିର ଏକ ନିତିଦିନିଆଁ ସ୍ଲୋଗାନ ଥିଲା- ଅଜିତ ପାୱାରଙ୍କୁ ଆମେ ଜେଲରେ ପୂରେଇବୁ।

ଜେଲ ପରିବର୍ତ୍ତେ ଏବେ ଅଜିତ ପାୱାର ବିଜେପି ସରକାର ଗଢିବାରେ ବିଭୀଷଣ ଭୂମିକା ନେଇଛନ୍ତି। ତେଣୁ ୟା ପରେ ତାଙ୍କୁ ନେଇ ଜଳସେଚନ ବିଭାଗର ବ୍ୟାପକ ଘୋଟାଲା,  ସମବାୟ ବ୍ୟାଙ୍କ ଘୋଟାଲା ଇତ୍ୟାଦିର କଣ ହେବ? ମୋଦୀ ଏକଦା ନରେନ୍ଦ୍ର ମୋଦୀ ଏନସିପିର ପୂରା ଅର୍ଥ କରିଥିଲେ-ନେସନାଲିଷ୍ଟ କରପ୍ଟ ପାର୍ଟି। ଆଜି ସେ “କରପ୍ଟ ପାର୍ଟି”ର ସର୍ଦ୍ଦାର ତାଙ୍କ ଦଳର ସହଯୋଗୀ। ଅଜିତ ପାୱାରଙ୍କ ପଛରେ ଅମିତ ଶାହଙ୍କ ଇଡି, ସିବିଆଇ ଲାଗି ପଡିଥିଲେ। ଏବେ ସେମାନେ ଶାନ୍ତିରେ ରହିବେ।

ତେବେ ଆମର ଅନୁଭବ କହୁଛି, ବିଜେପି ପାଖରେ ଏକ ସ୍ଵତନ୍ତ୍ର ମଇଳା ଧୁଆ ପାଉଡର ରହିଛି। ଯିଏ ଯେଉଁଠି ଥାଇ ଯେତେ ଦୁର୍ନୀତି କଲେ ମଧ୍ୟ, ସେ ଯଦି ବିଜେପିକୁ ଆସିଲା, ତାର ସବୁ ପାପ, କଳଙ୍କ ଓ ମଇଳା ଧୋଇ ହୋଇଯିବ। ଆସାମରେ ହେମନ୍ତ ବିଶ୍ଵା ଶର୍ମା, ପଶ୍ଚିମ ବଙ୍ଗରେ ମୁକୁଲ ରାୟ, ହରିଆଣାରେ ଗୋପାଳ କାଣ୍ଡା ଓ ଦୁଷ୍ୟନ୍ତ ଚୌତାଲା ପ୍ରମୁଖ ଏହାର ଜ୍ଵଳନ୍ତ ଉଦାହରଣ। ଏମାନେ ଅନ୍ୟ ଦଳରେ ଥିବା ଯାଏ ଦୁର୍ନୀତିଖୋର ଥିଲେ, ବିଜେପିରେ ମିଶିଲା ପରେ ଏବେ ସେମାନଙ୍କ କଳଙ୍କ ଧୋଇ ହୋଇ ଯାଇଛି।

ଏଇଟା ହୁଏତ ଶୁଣାକଥା ହୋଇପାରେ, ହେଲେ ଟୁଇଟରରେ ଜଣେ ବନ୍ଧୁ ଲେଖିଛନ୍ତି- ଅଜିତ ପାୱାରଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବା ପୂର୍ବରୁ ଅମିତ ଶାହ ପଠାଇଥିବା ଏକ ସ୍ଵତନ୍ତ୍ର ମଇଳାଧୂଆ ପାଉଡର ଘଷି ତାଙ୍କୁ ସଫା କରାଯାଇଛି। ଆଜିଠୁ ଅଜିତଙ୍କର ସବୁ ଦୁର୍ନୀତିର ଅର୍ଥ ହେଉଛି- “ଦାଗ  ଅଚ୍ଛେ ହୈ”। ଯଦି ଅଜିତ ପାୱାର ଶିବସେନା ସାଙ୍ଗେ ଉପ ମୁଖ୍ୟମନ୍ତ୍ରୀ ରହିଥାନ୍ତେ, ତାହେଲେ ବିଜେପି ତାଙ୍କ ପଛରେ ଇଡି, ସିବିଆଇକୁ ଲଗାଇ ତାଙ୍କୁ ରକ୍ତାକ୍ତ କରିଥାନ୍ତା। ଆଜି ସେ ବି ଖୁସି, ବିଜେପି ମଧ୍ୟ ଖୁସି।

ବାକି ମଝିରେ ରହିଲେ ବିଜେପିର ଟ୍ରୋଲ ଓ ଭକ୍ତ ମାନେ। ଏମାନେ ଆଜିଠୁ ଉଦ୍ଧବ ଥାକରେଙ୍କ ଚଉଦ ପୁରୁଷ ଙ୍କ ଶ୍ରାଦ୍ଧ କରିବା ସହିତ ଅଜିତ ପାୱାର ସହସ୍ରନାମ ଲେଖିବା ଆରମ୍ଭ କରିବେ!!

ଅଜିତ ପାୱାର କେଦାର ମିଶ୍ର ମହାରାଷ୍ଟ୍ର ରାଜନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Latest News

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.