Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନ ପଟ୍ଟନାୟକ, ରିମୋଟ କଣ୍ଟ୍ରୋଲ ଓ ବିଜେପି –କଂଗ୍ରେସର ନବୀନ (ଅ)ପ୍ରେମ
ବିଶେଷ ଖବର

ନବୀନ ପଟ୍ଟନାୟକ, ରିମୋଟ କଣ୍ଟ୍ରୋଲ ଓ ବିଜେପି –କଂଗ୍ରେସର ନବୀନ (ଅ)ପ୍ରେମ

January 31, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଭୁବନେଶ୍ବରରେ କହିଲେ, “ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରିମୋଟ କଣ୍ଟ୍ରୋଲ ଦ୍ଵାରା ନିୟନ୍ତ୍ରିତ ହେଉଛନ୍ତି। ଦିଲ୍ଲୀ ରୁ ଥାଇ ନରେନ୍ଦ୍ର ମୋଦୀ ନବୀନ ପଟ୍ଟନାୟକଙ୍କୁ ଉଠ ବସ କରୁଛନ୍ତି।“ ତା ପର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, କଂଗ୍ରେସ ଓ ବିଜୁ ଜନତା ଦଳ ମିଶିକି ବୈଜୟନ୍ତ ପଣ୍ଡା ଓ ଜାଗି ପଣ୍ଡାଙ୍କ ଓ ଟିଭିକୁ ହଇରାଣ କରୁଛନ୍ତି। ତାର ଠିକ ଦୁଇଦିନ ପରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ସାଲେପୁର ଠାରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ କହିଲେ, “ବିଜୁ ଜନତା ଦଳ ଓ କଂଗ୍ରେସ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇ ପାରୁଷ।   ଉଭୟ ବିଜେପି ଓ କଂଗ୍ରେସ ନବୀନଙ୍କୁ ଅନ୍ୟ ର ରିମୋଟ କଣ୍ଟ୍ରୋଲ ଦ୍ଵାରା ପରିଚାଳିତ ବୋଲି କହୁଥିବା ବେଳେ, ନବୀନ ସେ ସବୁର ପ୍ରତିକ୍ରିୟାରେ ଏକ ରହସ୍ୟମୟ ହସ ହସି, ସେ ସବୁ “ବକୱାସ’’ ବୋଲି କହିଛନ୍ତି। ତେବେ ସତ କଣ, ବକୱାସ କଣ, ସେ କଥା ଜାଣିବାର କୌଣସି ଉପାୟ ଆମର ନାହିଁ।

ତେବେ ଏ ପ୍ରସଙ୍ଗର ଗୋଟେ ସରଳ ଓ ମଜାଦାର ବିଶ୍ଳେଷଣ ରଖିଛନ୍ତି ଆମ ସମୟର ଜଣେ ବରିଷ୍ଠ ସାମ୍ବାଦିକ ପ୍ରିୟ ରଞ୍ଜନ ସାହୁ । “ନବୀନଙ୍କ ଉପରେ ଉଭୟ କଂଗ୍ରେସ ଓ ବିଜେପିର ଅଭିଯୋଗର ସତ୍ୟଟି ହେଉଛି “ଶୋଲେ’’ ସିନେମାର ସେ ମୁଦ୍ରା ପରି ଯାହାର ଉଭୟ ପକ୍ଷରେ ମୁଣ୍ଡଟି ରହିଥିଲା। ଅର୍ଥାତ ଯେଉଁପଟୁ ଦେଖିଲେ ବି ଲାଭ କେବଳ ନବୀନଙ୍କର।“ ନବୀନ କଂଗ୍ରେସ କିମ୍ବା ବିଜେପିର ନିକଟତର ବୋଲି କହିବା ଯେତିକି ସହଜ, ଏହାର ବାସ୍ତବତା ଜାଣିବା ସେତିକି କାଠିକର। ନବୀନ ରାଜନୀତିରେ ଯଥେଷ୍ଟ ଭାବିଚିନ୍ତି ନିଜର ଗୋଟି ଚାଳନା କରନ୍ତି। ସାଂସଦ ଭିତରେ ସେ କେତେବେଳେ ମୋଦୀଙ୍କ ପକ୍ଷରେ ଓ ପୁଣି କେତେବେଳେ ରାହୁଲଙ୍କ ପକ୍ଷରେ ଛିଡା ହୋଇଛନ୍ତି ତାର ଆକଳନ ସହଜ ନୁହେଁ। ସେ ରାଷ୍ଟ୍ରପତି ନିର୍ବାଚନରେ ମୋଦୀଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ବେଳେ ଉପ ରାଷ୍ଟ୍ରପତି  ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ବିମୁଦ୍ରାକରଣ ଓ ଜିଏସଟି ପ୍ରସଙ୍ଗରେ ମୋଦୀ ସରକାରକୁ ସମର୍ଥନ ଦେଇଥିଲେ ମଧ୍ୟ ସ୍ଥାନୀୟ ସ୍ତରରେ ଏହାକୁ ବିରୋଧ ମଧ୍ୟ କରିଥିଲେ। ତେଣୁ ସମର୍ଥନ ଓ ବିରୋଧର ଏକ ଚତୁର ସମନ୍ଵୟ ନବୀନ ତାଙ୍କ ରାଜନୀତିରେ ପ୍ରଦର୍ଶନ କରି ଆସୁଛନ୍ତି।

ତେବେ ବାସ୍ତବ ସତ୍ୟଟି ହେଉଛି ନବୀନ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରଖିବାକୁ ବାଧ୍ୟ। ଓଡିଶା ରାଜନୀତିରେ ବିଜେଡି ର ଗ୍ରହଣୀୟତା ବଜାୟ ଥିବା ପର୍ୟନ୍ତ ନବୀନଙ୍କୁ ସାଙ୍ଗ ଖୋଜିବାର କୌଣସି ଆବଶ୍ୟକତା ନାହିଁ। ୨୦୦୯ ନିର୍ବାଚନରେ ବିଜେପିର ହାତ ଛାଡି ସେ ପ୍ରମାଣିତ କରିଦେଲେ ଯେ ଏକାକୀ ନିର୍ବାଚନ ଲଢି ସଫଳତା ହାସଲ କରିବାର କରିସ୍ମା ତାଙ୍କ ପାଖରେ ରହିଛି। ଆଜିର ନିର୍ବାଚନ ପୃଷ୍ଠଭୂମିରେ ପୁଣିଥରେ ବିଜେଡି ସରକାର ଗଢିବ ବୋଲି ପୂର୍ଣ୍ଣ ଆତ୍ମବିଶ୍ଵାସ ନବୀନଙ୍କର ରହିଛି। ତେଣୁ ସେ ଅନ୍ୟ କେଉଁ ଦଳ ପ୍ରତି ନିଜର ଆସକ୍ତି ଦେଖାଇବାର କୌଣସି କାରଣ ନାହିଁ। ଅପର ପକ୍ଷରେ କିନ୍ତୁ ନବୀନଙ୍କ ସମର୍ଥନର ମୂଲ୍ୟ ବଢି ଚାଲିଛି। ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, କେନ୍ଦ୍ରରେ ଏକ ଝୁଲା ସରକାରର ସମ୍ଭାବନା ସେତିକି ସ୍ପଷ୍ଟ ଦିଶୁଛି। ଝୁଲା ସରକାର ର ସମ୍ଭାବନା ନବୀନଙ୍କୁ ଜାତୀୟ ରାଜନୀତିରେ ଅଧିକ ପ୍ରଭାବଶାଳୀ କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।

ଉଭୟ କଂଗ୍ରେସ ଓ ବିଜେପି ଲାଗି ନବୀନଙ୍କର ଶତୃତା ବର୍ତ୍ତମାନ ସ୍ଥିତିରେ ମହଙ୍ଗା ସାବ୍ୟସ୍ତ ହେବ। କେନ୍ଦ୍ରରେ ସରକାର ଗଢିବା ଲାଗି ନବୀନଙ୍କୁ ନିଜ ନିଜ ପକ୍ଷରେ ରଖିବାକୁ ବିଜେପି ଓ କଂଗ୍ରେସର ନେତୃତ୍ୱ ଚେଷ୍ଟା କରୁଛନ୍ତି। ଅମିତ ଶାହ ନବୀନଙ୍କ ବିରୋଧରେ ଗର୍ଜୁଥିବା ବେଳେ ପ୍ରଧାନମନ୍ତ୍ରୀ ନବୀନଙ୍କ ପ୍ରତି ବେଶ ଶ୍ରଦ୍ଧାଶୀଳ। ବିଜେପି ଭିତରେ ନିତିନ ଗଦକାରୀ, ଅରୁଣ ଜେଟଲି ଓ ସୁଷମା ସ୍ବରାଜଙ୍କ ସହ ନବୀନଙ୍କ ଘନିଷ୍ଠତା ରହିଛି।   ସେହିପରି ରାହୁଲ ଗାନ୍ଧୀ ନବୀନଙ୍କ ପ୍ରତି କଡା ଆଭିମୁଖ୍ୟ ଦେଖାଉଥିବା ବେଳେ କମଳନାଥଙ୍କ ପରି ନବୀନଙ୍କ ଘନିଷ୍ଠ ବନ୍ଧୁ ତାଙ୍କ ସହ ଭିତିରି ଯୋଗାଯୋଗରେ ଅଛନ୍ତି। ଉଭୟ କଂଗ୍ରେସ ଓ ବିଜେପି ଶିବିର ବିଜେଡି ଶିବିରରେ ନିଜର ସଦଭାବନା ବାର୍ତ୍ତା ବିଭିନ୍ନ ଉପାୟରେ ପହଞ୍ଚାଇ ଚାଲିଛନ୍ତି।

ତେବେ ନିର୍ବାଚନକୁ ଆଖି ଆଗରେ ରଖି ବାକ୍ୟ ବାଣ ମରା ଚାଲିଛି। ଲୋକଙ୍କୁ ଦେଖେଇବାର ଚେଷ୍ଟା କରାଯାଉଛି ଯେ ନବୀନ ୟାଙ୍କ ସହ ଅଛନ୍ତି ବା ତାଙ୍କ ସହ ଅଛନ୍ତି। ଅସଲ କଥାଟି ହେଉଛି ନବୀନ ନିଜ ଶିବିରରେ ରୁହନ୍ତୁ ବୋଲି ଉଭୟ କଂଗ୍ରେସ ଓ ବିଜେପି ଜାଗର ଜାଳି ଅପେକ୍ଷା କରିଛନ୍ତି। ନବୀନ କିନ୍ତୁ ନିଜ ପତା ସହଜରେ ଖୋଲୁନାହାନ୍ତି। ତାଙ୍କର ସମଦୂରତା ନାମକ ଅସ୍ତ୍ର ଟି ଏବେବି ଭଲ କାମରେ ଲାଗୁଛି।

kedarmishra naveenodisha thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ଆୟୁର୍ବେଦ କଂଗ୍ରେସ ପ୍ରତିଷ୍ଠା ଦିବସ, ୨୪ ତାରିଖରେ ହେବ ପାଳନ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026

ଇବୋଲା ଭାଇରସ କେତେ ବିପଦପୂର୍ଣ୍ଣ ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ

May 22, 2026

CJP – ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ! ଏହି ଡିଜିଟାଲ ପାର୍ଟିର ରାଶିଫଳ ବିଷୟରେ ଜାଣନ୍ତୁ

May 22, 2026
Latest News

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026

ପୋଲିସ SI ସ୍କାମ : ୧୭ ଜଣଙ୍କ ଜାମିନ ଖାରଜ

May 23, 2026

ଭାଇଭଉଣୀଙ୍କୁ ହାଣିଲା ଯୁବକ

May 23, 2026

ଆଜି ମେ ୨୩ ତାରିଖ ଶନିବାରରେ ନଅଟି ରାଶି ପାଇଁ ରହିଛି ଭଲ ଦିନ, ଖୁସିରେ ରହିବେ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.