Categories
ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ, ସାରା ରାଜ୍ୟରେ ଖର୍ଚ୍ଚ ହେବ ୩,୩୯୭ କୋଟି ଟଙ୍କା

ଭୁବନେଶ୍ବର: ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି କାର୍ଯ୍ୟକ୍ରମ। ରେକର୍ଡ ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

କେନ୍ଦୁଝରରୁ ଆରମ୍ଭ ହୋଇ ଉତ୍ସାହ ଆନନ୍ଦର ସହ ବାଣର ଶବ୍ଦ ଓ ଆଲୋକର ଫୁଆର ମଧ୍ୟରେ ଯାଜପୁରରେ ଉଦ୍‌ଯାପନ ହୋଇଛି ଏହି କାର୍ଯ୍ୟକ୍ରମ। ଏକ ମାସ ମଧ୍ୟରେ ସମାପନ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୬.୫୦ ଲକ୍ଷ ଲୋକ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ଜନସାଧାରଣ, ଲୋକ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଲେ 5T ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ।

ଏହା ସହିତ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମି ସୁଦୃଢ ହେବାର ଅଭିଯାନ ଆଜି ରାଜ୍ୟର ସବୁ ଜିଲ୍ଲା, ସବୁ ବ୍ଲକ, ସବୁ ପଞ୍ଚାୟତ ଓ ସବୁ ଗାଁରେ ପହଞ୍ଜି ପାରିଛି। ସାରା ରାଜ୍ୟରେ ୩,୩୯୭ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।

ଏହି କାର୍ଯ୍ୟକ୍ରମର ଫୋକସ୍‌ ହୋଇଛି ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଅନ୍ତିମ ଦିନରେ କୋରାପୁଟ, ନୂଆପଡା ଓ ଯାଜପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।

ଏଥିପାଇଁ କୋରାପୁଟ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୨୦ କୋଟି ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା –ଲକ୍ଷ୍ମୀପୁର, କୋଟପାଡ, ଜୟପୁର, କୋରାପୁଟ ଓ ପଟାଙ୍ଗୀ। ଏହିସବୁ ନିର୍ବାଚନ ମଣ୍ଡଳୀର ୧୪ଟି ବ୍ଲକ୍‌‌ର 240ଟି ଗ୍ରାମ ପଞ୍ଚାୟତରେ ୩୦୮୭ଟି ପ୍ରକଳ୍ପ ହେବ। ସେହିପରି ନୂଆପଡା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୬୫.୫୦ କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ନୂଆପଡା ଓ ଖରିଆର।

ଏଥିରେ ୫ଟି ବ୍ଲକ୍‌ର 131ଟି ଗ୍ରାମପଞ୍ଚାୟତରେ ୧7୬୫ଟି ପ୍ରକଳ୍ପ କରାଯିବ। ସେହିପରି ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୧୫୫.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଯାଜପୁର, ବିଞ୍ଝାରପୁର, ବଡଚଣା, ବରି, ସୁକିନ୍ଦା, ଧର୍ମଶାଳା ଓ କୋରେଇ। ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍‌‌ର ୩୧୧ଟି ଗ୍ରାମ ପଞ୍ଚାୟତରେ ୪୧୦୯ଟି ପ୍ରକଳ୍ପ ହେବ।

ଆଜିର କାର୍ଯ୍ୟକ୍ରମ ପାଇଁ କୋରାପୁଟ ଜିଲ୍ଲାର ୫ଟି, ନୂଆପଡା ଜିଲ୍ଲାର ୨ଟି ଓ ଯାଜପୁର ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। କୋରାପୁଟରେ ୭୦ ହଜାରରୁ ଅଧିକ ଓ ଯାଜପୁରରେ ୮୦ ହଜାରରୁ ଅଧିକ ଲୋକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ୮୦ ପ୍ରତିଶତ ହେଉଛନ୍ତି ମା’ମାନେ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା ଏକ ଅଭିନବ କାର୍ଯ୍ୟକ୍ରମ । ଗାଁରେ ଆଧୁନିକ ବିକାଶର ଭିତ୍ତି ପକେଇବା ପାଇଁ ଏହା ପରିକଳ୍ପନା କରାଯାଇଛି। ଜଗନ୍ନାଥ ସଂସ୍କୃତିକୁ ସାଥିରେ ଧରି, ଡିଜିଟାଲ ଯୁଗ ସହିତ ତାଳ ଦେଇ ଆମ ଓଡିଶାର ଗାଁଗୁଡିକ ଆଗକୁ ବଢୁଛନ୍ତି । ସେ କହିଥିଲେ ଯେ ବିକାଶର ନୂଆ ଇତିହାସ ଲେଖୁଛି ‘ଆମ ଓଡିଶା ନବୀନ ଓଡିଶା’ । ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ୱୟ ଏକ ସଶକ୍ତ ଓଡିଶା ଗଠନର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ।

ସେ ପୁଣି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଗାଁ ଗାଁରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ। Works hub ହେବ। Banking ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛୁ । ଲୋକ ଯାହା ଚାହିଁଛନ୍ତି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସେହି ଅନୁଯାୟୀ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ବିକାଶର ଯାତ୍ରାରେ କେହି ବି ବାଦ ପଡି ନାହାନ୍ତି।

ସେ ପୁଣି କହିଥିଲେ ଯେ ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ। ସେ କହିଥିଲେ ଯେ ମା ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ ଆଜି ସଫଳ ହୋଇଛି। ମା’ ମାନେ ଏହି କାର୍ଯ୍ୟକ୍ରମରେ ବିପୁଳ ଭାବରେ ଅଂଶଗ୍ରହଣ କରି ନବୀନ ଓଡିଶାର ଯାତ୍ରାରେ ଭାଗିଦାର ହୋଇଛନ୍ତି।

ସେ ପୁଣି କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର, ୫ ଟଙ୍କାରେ ଲକ୍ଷ୍ମୀ ବସ, ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କା ଦିଆଯାଉଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୮.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନାରାୟଣପାଟଣା ବ୍ଲକର ଝଞ୍ଜାବତି ବ୍ୟାରେଜ୍ ନିର୍ମାଣ ପାଇଁ ୯୯.୭୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ନାରାୟଣପାଟଣା ଜଗନ୍ନାଥ ମନ୍ଦିର ଏବଂ ବନ୍ଧୁଗାଁ ଶ୍ରୀ ଶ୍ରୀ ଅଗ୍ନି ଗଙ୍ଗା ମା’ ମନ୍ଦିର ପାଇଁ ଯଥାକ୍ରମେ ୪ କୋଟି ଓ ୨ କୋଟି ଟଙ୍କା ମଞ୍ଜୁର ହୋଇଛି।

ଏଥି ସହିତ ନାରାୟଣପାଟଣା ପାଟଣା ଓ ବନ୍ଧୁଗାଁ ବ୍ଲକରେ ୨ଟି ନୂତନ ଡିଗ୍ରୀ କଲେଜ ସମେତ ଲକ୍ଷ୍ମୀପୁର କଲେଜର ରୂପାନ୍ତରଣ, ଦଶମନ୍ତରପୁର RKA ହାୟର ସେକେଣ୍ଡାରୀ ସ୍କୁଲ ଓ ଡିଗ୍ରୀ କଲେଜ, ନାରାୟଣପାଟଣାସ୍ଥିତ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ଅଛି । କୋଟପାଡ ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୨.୦୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଗୁପ୍ତେଶ୍ୱର ମନ୍ଦିରର ଉନ୍ନତିକରଣ ପାଇଁ ୨୦.୨୦ କୋଟି ଟଙ୍କା ଏବଂ କୋଟପାଡ ଦମୟନ୍ତୀସାଗରର ପୁନରୁଦ୍ଧାର ପାଇଁ ୧୬.୭୩ କୋଟି ଟଙ୍କା ମଞ୍ଜୁର ହୋଇଛି।

ଏଥି ସହିତ ଦେୱାନମୁଣ୍ଡା ପୁଷ୍କରିଣୀ, କୋଟପାଡ କଲେଜ ଏବଂ ବିଜୁ ପଟ୍ଟନାୟକ ହାୟର ସେକେଣ୍ଡାରୀ ସ୍କୁଲ ଓ ଡିଗ୍ରୀ କଲେଜ ସାମିଲ ଅଛି। ସେହିପରି ଜୟପୁର ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୬.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରାଜ୍ୟ ରାଜପଥ-୪୮ ରେ ତେଲଙ୍ଗିରି ନଦୀ ଉପରେ ସେତୁ ନିର୍ମାଣ ପାଇଁ ୮.୦୧ କୋଟି ଟଙ୍କା, ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୧୦୦୦ ଆସନ ବିଶିଷ୍ଟ ଅଡିଟୋରିୟମ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ଜୟପୁର ଶ୍ରୀ ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ଓ ଭକ୍ତ ଓ ପର୍ଯ୍ୟଟକ ସୁବିଧା ଭିତ୍ତିଭୂମି ନିର୍ମାଣ ପାଇଁ ୧.୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ଦ୍ୱାରା ବାର୍ଷିକ ୧.୩୦ ଲକ୍ଷ ଲୋକ ସୁବିଧାରେ ଦର୍ଶନ କରିବେ।

ଏଥି ସହିତ ଆଇନ ମହାବିଦ୍ୟାଳୟର 120 seated SC-ST Hostel, ବିକ୍ରମଦେବ ବିଶ୍ୱବିଦ୍ୟାଳୟ HSS & Degree College, ବୋରିଗୁମା ଭୈରବ HSS & Degree College, ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ, ବୋରିଗୁମା ନରିସିଂହ HSS ସାମିଲ ରହିଛି । କୋରାପୁଟ ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କୋରାପୁଟ JELC Church ମରାମତି ଓ ପୁନରୁଦ୍ଧାର ପାଇଁ ୩ କୋଟି ଟଙ୍କା, କୋରାପୁଟ ଜଗନ୍ନାଥ ମନ୍ଦିରରେ କଲ୍ୟାଣ ମଣ୍ଡପ ଏବଂ ଭକ୍ତ ସୁବିଧା ଭିତ୍ତିଭୂମି ନିର୍ମାଣ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି।

କୋରାପୁଟ ସରକାରୀ ମହାବିଦ୍ୟାଳୟ ପାଇଁ ୨.୨୫ କୋଟି ଟଙ୍କା, ସୁନାବେଡା ମହିଳା HSS & Degree College ପାଇଁ ୧.୨୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥି ସହିତ ୪ଟି କଲେଜ ଏବଂ ଗୋଟିଏ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ଅଛି । ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୧.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଦେଓମାଳୀ ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ୨୨.୫୦ କୋଟି ଟଙ୍କା, ପଟାଙ୍ଗୀ ମା’ ଗଙ୍ଗେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ୩ କୋଟି ଟଙ୍କା, ନନ୍ଦପୁରଠାରେ ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ରାବାସ ପାଇଁ ୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥି ସହିତ ୨ଟି HSS & Degree College ଏବଂ ଗୋଟିଏ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ଅଛି।

ଏହିପରି କୋରାପୁଟ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧୯.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ନୂଆପଡା ଜିଲ୍ଲାର ଖରିଆର ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୧୪.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ବୋଦେନ, ବୋରିଗାଁ, ଖଇରମାଲ, ଲେସୁନପାଲି, ଗଣ୍ଡବାହାଲି, ଚଉନରାଠାରେ ସମୁଦାୟ ୬ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୩୮୩.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାରା ୩୧ଟି ଗାଁ ତଥା ୩୬ ହଜାର ଲୋକ ଉପକୃତ ହେବେ।

ବୋଦେନ ବ୍ଲକର ରେଢାମାଲ ଓ ରୁଣ୍ଡି ଗାଁକୁ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୯.୩୯ କୋଟି ଟଙ୍କା, ଖରିଆର ଭୁଲିଆସିକୁଆନ ରାସ୍ତାର ପ୍ରଶସ୍ତିକରଣ ପାଇଁ ୬.୦୯ କୋଟି ଟଙ୍କା, କାମପୁରଠାରେ ସହଜନଳା ଉପରେ ସେତୁ ପାଇଁ ୩.୯୬ କୋଟି ଟଙ୍କା, ପୋର୍ତିପଡା ହାଇ ସ୍କୁଲରେ ST SC Hostel ନିର୍ମାଣ ପାଇଁ ୩ କୋଟି ଟଙ୍କା, ଖରିଆର ସ୍ୱୟଂଶାସିତ କଲେଜ ଏବଂ ଧନ୍ଦାମୂଳକ ଓ ହାୟର ସେକେଣ୍ଡାରି ସ୍କୁଲ ପାଇଁ ୨.୫୦ କୋଟି ଟଙ୍କା, ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୩.୬୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ବିଜୁ ପଟ୍ଟନାୟକ HSS & Degree College, Model Degree Science College ଓ ସିନାପଲି HSS & Degree College ପାଇଁ ଯଥାକ୍ରମେ ୧.୫୦ କୋଟି, ୦.୫୦ କୋଟି ଓ ୧ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସେହିପରି ନୂଆପଡା ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮୪.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କୋନାବିରାଠାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ୪୨.୨୪ କେଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାର ୩ଟି ଗାଁ ଓ ୬ ହଜାର ଲୋକ ଉପକୃତ ହେବେ। ସୁନାବେଡାଠାରୁ କୋମନା ରାସ୍ତା ଉନ୍ନତିକରଣ ପାଇଁ ୨୯.୯୦ କୋଟି ଟଙ୍କା, ଯୋଗେଶ୍ୱର ମନ୍ଦିର ଉନ୍ନତିକରଣ ପାଇଁ ୩.୯୬ କୋଟି, ସୁନାଦେଇ ମନ୍ଦିର ଉନ୍ନତିକରଣ ପାଇଁ ୨.୫୯ କୋଟି ମଞ୍ଜୁର କରାଯାଇଛି।

ସୁନାବେଡା ଅଞ୍ଚଳରେ ୨୨ଟି ଚେକ୍ ଡ୍ୟାମ ନିର୍ମାଣ ପାଇଁ ୧.୯୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାରା ୨୪ଟି ଗାଁର ୮ ହଜାର ଲୋକ ଉପକୃତ ହେବେ। National College, Vocational & HSS ପାଇଁ ୧.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥି ସହିତ ରହିଛି ଅନ୍ୟ କେତକ ସ୍କୁଲ ଓ କଲେଜ।

ଏହି ପରି ନୂଆପଡା ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୯୮.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଯାଜପୁର ଜିଲ୍ଲାର ଯାଜପୁର ନିର୍ବାଚନ ମଣ୍ଡଳୀରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୦.୬୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ମା’ ବିରଜା ମନ୍ଦିରର ଉନ୍ନତିକରଣ ପାଇଁ ୧୫ କୋଟି ଟଙ୍କା, ସାଧୁ ଗୌରେଶ୍ୱର କଲେଜ ରୂପାନ୍ତର ପାଇଁ ୧୫ କୋଟି, N.C. College ପାଇଁ ୩.୨୫ କୋଟି, ରାମବାଗ Regional College ପାଇଁ ୩.୨୫ କୋଟି, ବରାହ ନଦୀ-ଦ୍ୱୀପରେ ପର୍ଯ୍ୟଟନ ବିକାଶ ପାଇଁ ୧୫ କୋଟି, ବୈତରଣି ଉପରେ ସେତୁ ପାଇଁ ୨୨.୧୮ କୋଟି, କାଟିଆ ବାଇଶିପଣ ରାସ୍ତାର ଉନ୍ନତି ପାଇଁ ୫.୩୩ କୋଟି ପାଲଦା ପଞ୍ଜରା ସାହିରୁ ତରଙ୍ଗ ବଉଦ ହାଡିଆ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ପାଇଁ ୮.୭୪ କୋଟି, ପାଲସାହି ନାଳ ଉପରେ ସେତୁ ପାଇଁ ୬.୪୪ କୋଟି ଟଙ୍କା ମଞ୍ଜୁର। ଏହା ସହିତ ସିଦ୍ଧେଶ୍ୱର ମନ୍ଦିର, ବେଲେଶ୍ୱର ମନ୍ଦିର ଓ ଅନେକ ସ୍କୁଲ କଲେଜ ମଧ୍ୟ ରହିଛି।

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭.୮୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନାରାୟଣ ଗୋସେଇଁ ମନ୍ଦିର, ମଧୁ ତୀର୍ଧ ପୁଷ୍କରିଣୀ, ଗୋକର୍ଣ୍ଣେଶ୍ୱର ମନ୍ଦିର, ଧର୍ମଶାଳା ଡିଗ୍ରୀ କଲେଜର ଉନ୍ନତି ଆଦି ଅନେକ ପ୍ରକଳ୍ପ ରହିଛି। ବାରବାଟି ସିଂହପୁର ରାସ୍ତା ପାଇଁ ୭.୬୬ କୋଟି, ନାକାପୋଲର ମାଣ୍ଡିଆ ପର୍ଯ୍ୟନ୍ତ ରାସ୍ତା ପାଇଁ ୪ କୋଟି ରହିଛି। ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏଥିରେ ରହିଛି ଟିକରପଡା ରାସ୍ତା ପାଇଁ ୭ କୋଟି, ସରୁବାଲିଠାରୁ ଗୁର୍ଜନପାଲ ପର୍ଯ୍ୟନ୍ତ ରାସ୍ତା ପାଇଁ ୭ କୋଟି, କାଳିଆପାଣି ହନୁମାନ ଛକ ରୋଡ ପାଇଁ ୫.୫୭ କୋଟି ଟଙ୍କା । ଏହା ସହିତ ଜଗନ୍ନାଥ ମନ୍ଦିର, ସୁକିନ୍ଦା ଡିଗ୍ରୀ କଲେଜ, ଭାରତୀବିହାର ଡିଗ୍ରୀ କଲେଜ, ଯୁକ୍ତ ଦୁଇ କଲେଜ ଓ ଅନେକ ରାସ୍ତା ପ୍ରକଳ୍ପ ରହିଛି। ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬୮.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏଥିରେ ରହିଛି ବରୁଣେଶ୍ୱର ମନ୍ଦିର ପାଇ ୭ କୋଟି, ମଲ୍ଲିକା ବଳଭଦ୍ରପୁର ରାସ୍ତା ପାଇଁ ୧୮.୮୦ କୋଟି, ଲାଲବାଗ ନୂଆପାଟଣାରୁ ଦତପୁର ପର୍ଯ୍ୟନ୍ତ ରାସ୍ତା ପାଇଁ ୮ କୋଟି, ପ୍ରିତିପୁରରୁ ସିଂହପୁର ପର୍ଯ୍ୟନ୍ତ ରାସ୍ତା ପାଇଁ ୪.୬୬ କୋଟି, ଚଷାଖଣ୍ଡରୁ ପଲଟପୁର ପର୍ଯ୍ୟନ୍ତ ରାସ୍ତା ପାଇଁ ୭.୮୪ କୋଟି ଏବଁ ଅନେକ ରାସ୍ତା ପ୍ରକଳ୍ପ। ଏହା ସହିତ ଦଶରଥପୁର ଜୟଚଣ୍ଡୀ ପୀଠ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ବରି ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮୭.୪୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଚିଙ୍ଗୁଡିଆ ନାଳ ଉପରେ ସେତୁ ପାଇଁ ୫୬ କୋଟି, ବ୍ରାହ୍ମଣୀ ନଦୀ ଉପରେ ଏକ ସେତୁ ପାଇଁ ୧୮.୭୭ କୋଟି, ପରମାନନ୍ଦପୁରଠାରୁ ମେଣ୍ଢାକୁସବଟା ରାସ୍ତା ପାଇଁ ୭.୪୧ କୋଟି, ରସୁଲପୁର ମା’ ଖଗେଶ୍ୱରୀ ପୀଠ ପାଇଁ ୧.୫୦ କୋଟି ଟଙ୍କା ଓ ଅନେକ ସ୍କୁଲ କଲେଜ ରହିଛି। କୋରେଇ ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୮.୭୩କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ବ୍ୟାସନଗର ଜଗନ୍ନାଥ ମନ୍ଦିର ପାଇଁ ୧.୫୦ କୋଟି, ବ୍ୟାସନଗର କଲେଜରେ ନୂଆ ବିଜ୍ଞାନ ଓ କଳା ବ୍ଲକ ପାଇଁ ୧୫ କୋଟି ଓ ଅନେକ ସ୍କୁଲ କଲେଜ।

କୋରେଇରେ ଏକ ନୂଆ କବାଡି ଇନଡୋର ହଲ୍‌ ପାଇଁ ଅନୁମୋଦନ ଦିଆଯାଇଛି। ଏହା ସହିତ ପାଣିକୋଇଲି Trauma Care Centerକୁ ବିଦ୍ୟୁତ ଯୋଗାଣ ପାଇଁ Sub Station ନିର୍ମାଣ ଓ ଅନେକ ରାସ୍ତା ପାଇଁ ଅର୍ଥ ମଞ୍ଜୁର ହୋଇଛି। ବଡଚଣା ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୪.୪୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ର ପାଇଁ ୭.୬୯ କୋଟି, ଛତିଆ ପର୍ଯ୍ୟଟନ କମ୍ପ୍ଲେକ୍ସ ପାଇଁ ୧ କୋଟି , ଚଣ୍ଡିଖୋଲ B.B. College ପାଇଁ ୨.୫୦ କୋଟି ଓ ଆହୁରି ଅନେକ କଲେଜ। ସାନଗେଙ୍ଗୁଟି ନଈ ଉପରେ ସେତୁ ପାଇଁ ୯.୯୨ କୋଟି ଟଙ୍କା ମଧ୍ୟ ମଞ୍ଜୁର ହୋଇଛି।

ଏହିପରି ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୭୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୬୧.୫୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।  ୩ଟି ଜିଲ୍ଲାରେ ସମୁଦାୟ ୧୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭୯.୯୮ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର କୁମାର ଢୋଲକିଆ, ମନ୍ତ୍ରୀ ଶ୍ରୀ ପ୍ରିତିରଞ୍ଜନ ଘଡାଇ, ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ବିଧାୟକ ଶ୍ରୀ ଅଶୋକ କୁମାର ବଳ, ବିଧାୟକ ଶ୍ରୀ ପ୍ରଭୁ ଜାନି, ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ବିଧାୟକ ଶ୍ରୀ ପିତମ ପାଢି, ବିଧାୟକ ଶ୍ରୀ ରଘୁରାମ ପଡାଲ ଓ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।

ବିଞ୍ଝାରପୁରଠାରେ ଉପସ୍ଥିତ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯେଉଁ ଭଳି ସବୁ ପଦକ୍ଷେପ ନିଆଯାଉଛି ତାହା ପ୍ରଶଂସନୀୟ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ବଳରେ ଓଡିଶା ଆଗକୁ ଯିବ ଓ ନୂତନ ରୂପ ପାଇବ।

କୋମନାଠାରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ କହିଥିଲେ ଯେ ଗ୍ରାମାଞ୍ଚଳରେ ବିକାଶ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ସାରା ଭାରତ ବର୍ଷରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଜୁ ଏକ୍ସପ୍ରେସ୍ ୱେ ଆଜି ନୂଆପଡାବାସୀଙ୍କ ଲାଇଫଲାଇନ୍ ପାଲଟିଛି।

ସୁକିନ୍ଦାଠାରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ କହିଲେ ଯେ ୭ ଦିନ ମଧ୍ୟରେ ପ୍ରକଳ୍ପ ମଞ୍ଜୁରି କରିବା ଏକ ଐତିହାସିକ ଘଟଣା । ପ୍ରଶାସନରେ 5T ପ୍ରୟୋଗ ଆଜି ରାଜ୍ୟରେ ଭରଷାର ପ୍ରତୀକ ହୋଇଛି ।

ଯାଜପୁରଠାରେ ଉପସ୍ଥିତ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଲେ ଯେ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବାରେ 5T ଅଧ୍ୟକ୍ଷଙ୍କ ପ୍ରତିବଦ୍ଧତାର ତୁଳନା ନାହିଁ ।

ପଟାଙ୍ଗୀଠାରେ ଉପସ୍ଥିତ ବିଧାୟକ ପିତମ ପାଢି କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା ଭଳି ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମ ସାରା ଭାରତବର୍ଷରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ କରି ନାହାନ୍ତି। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏହା କରି ଦେଖାଇ ଦେଇଛନ୍ତି। ସେଥିପାଇଁ ସାଢେ ଚାରି କୋଟି ଓଡିଶାବାସୀ ଗୌରବାନ୍ୱିତ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦ କହିଲେ ଯେ ଆଜି ବିକାଶ ଜନସାଧାରଣଙ୍କ ପାଖରେ ପହଞ୍ଚୁଛି। ସମଗ୍ର ଭାରତବର୍ଷରେ ଓଡିଶାର ବିକାଶ ଆଜି ଚର୍ଚ୍ଚାର ବିଷୟ । ୭ ଦିନ ମଧ୍ୟରେ ସମସ୍ୟା ସମାଧାନ ବାସ୍ତବରେ ଅଭୂତପୂର୍ବ ଓ ଆଶ୍ଚର୍ଯ୍ୟଜନକ। ଆମ ସମସ୍ତଙ୍କ ପାଇଁ ଆଣିଛି ଅପାର ଆନନ୍ଦ।

କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଆମ ଓଡିଶା ନବୀନ ଓଡିଶା: ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଅଷ୍ଟମ ଦିନରେ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ ଗଞ୍ଜାମ ଜିଲ୍ଲାର ୧୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୨୫୧.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା ଭଞ୍ଜନଗର, ଛତ୍ରପୁର, ଖଲିକୋଟ, ଦିଗପହଣ୍ଡି, ସୁରଡା, ସାନଖେମୁଣ୍ଡି, ଗୋପାଳପୁର, ଆସ୍କା, ଚିକିଟି, ହିଞ୍ଜିଳିକାଟୁ, ପୋଲସରା ଓ କବିସୂର୍ଯ୍ୟନଗର। ଏହିସବୁ ନିର୍ବାଚନମଣ୍ଡଳୀର ୨୨ଟି ବ୍ଲକ୍‌‌ର ୫୦୩ଟି ଗ୍ରାମ ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ ହେବ। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା ସୁବର୍ଣ୍ଣପୁର ଓ ବୀରମହାରାଜପୁର। ଏଥିରେ ୬ଟି ବ୍ଲକ୍‌ର ୧୦୯ଟି ଗ୍ରାମପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ କରାଯିବ।

ଆଜିର କାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଜିଲ୍ଲାର ୧୨ଟି ଓ ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। କେବଳ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ବିକାଶର ଏହି ନୂଆ ଚେହେରା ଗାଁ ଲୋକଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ କହିଥିଲେ। ସେ ପୁଣି କହିଲେ ଯେ ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା। ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେ କହିଥିଲେ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ। ଗ୍ରାମାଞ୍ଚଳର ନୂଆ ରୂପ ଓଡିଶା ରୂପାନ୍ତରର ହେବ ପ୍ରକୃତ ଚିତ୍ର ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସେ କହିଥିଲେ ଯେ ଓଡିଶାରେ ଏବେ ରୂପାନ୍ତରର ଯୁଗ ଚାଲିଛି। ବିକାଶକୁ ଏବେ ଦେଖି ହେଉଛି, ଅନୁଭବ ମଧ୍ୟ କରି ହେଉଛି।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଜଗନ୍ନାଥ ମନ୍ଦିର, ମା’ ବ୍ୟାଘ୍ରଦେବୀ ମନ୍ଦିର ଓ ଗୋଚ୍ଛାବାଡୀ ଜଗନ୍ନାଥପ୍ରସାଦଠାରେ ଥିବା ଧବଳେଶ୍ୱର ମନ୍ଦିର। ଏହା ସହିତ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଡିଗ୍ରୀ ଓ ଜୁନିଅର କଲେଜ ଏବଂ ସାବିତ୍ରୀ ମହିଳା ଡିଗ୍ରୀ ଓ ଜୁନିଅର କଲେଜ ମଧ୍ୟ ସାମିଲ। ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ରାମଚଣ୍ଡୀ ମନ୍ଦିର, ସୁନ୍ଦେରଶ୍ୱର ମନ୍ଦିର ଓ ବଟେଶ୍ୱର ମହାଦେବ ମନ୍ଦିର। ଏହା ସହିତ ୨ଟି ଡିଗ୍ରୀ ଓ ଜୁନିଅର କଲେଜ ମଧ୍ୟ ସାମିଲ।

ଖଲିକୋଟ ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ନାରାୟଣୀ ମନ୍ଦିର ଓ ତୁମ୍ବେଶ୍ୱର ମନ୍ଦିର। ଏହା ସହିତ କେଶପୁର ଡିଗ୍ରୀ ଓ ଜୁନିଅର କଲେଜ, ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ଡିଗ୍ରୀ ଓ ଜୁନିଅର କଲେଜ ସାମିଲ। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ନିଜବାଙ୍କେଶ୍ୱରୀ ମନ୍ଦିର, ମହୁରୀକାଲିଆ ମନ୍ଦିର। ଏହା ସହିତ ୨ଟି କଲେଜ ସାମିଲ। ସୁରଡା ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହା ମଧ୍ୟରେ ରହିଛି ୨ଟି ମନ୍ଦିର ଓ ୨ଟି କଲେଜ। ଏହା ସହିତ ସୁରଡାର ଜଳଭଣ୍ଡାର ବିସ୍ଥାପିତ ଲୋକଙ୍କ ଦୀର୍ଘ ଦିନର ଜମି ସମସ୍ୟା ସମ୍ପର୍କରେ ଆଲୋକପାତ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ଏହି ସବୁ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି କରାଯାଇଛି। ବିସ୍ଥାପିତଙ୍କୁ ଚାଷଜମି ଘରଡିହ ଯୋଗାଇ ଦିଆଯିବ।

୯୬୧ ଘରଡିହ ଜମି ସମସ୍ୟାର ସମାଧାନ କରାଯାଇଛି ଏବଂ ୧୭ ଏକର ୬୨୮ ଡେସିମିଲ ଜମି ଘରଡିହ ଆକାରରେ ଖୁବ ଶିଘ୍ର ଦିଆ ଯିବ। ଏହା ସହିତ ଚାଷଜମି ପାଇଁ ୩୦୦ ଆବେଦନର ସମାଧାନ ହୋଇସାରିଛି, ବାକି ଖୁବ ଶିଘ୍ର ସମାଧାନ ହେବ। ସେହିପରି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ରତନେଇ ମନ୍ଦିର, ଧରାକୋଟ ଜଗନ୍ନାଥ ମନ୍ଦିର ଏବଂ ୨ଟି କଲେଜ ।

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୫୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ନୂଆଗଡ ଧବଳେଶ୍ୱର ମନ୍ଦିର, ରଙ୍ଗେଇଲୁଣ୍ଡା ପଞ୍ଚମା ଗଣେଶ ମନ୍ଦିର, ରଙ୍ଗେଇଲୁଣ୍ଡା ସିଦ୍ଧଭୌରବୀ ମନ୍ଦିର ଏବଂ ଗୋପାଳପୁର କଲେଜ ଓ ରାମନାରାୟଣ କଲେଜ। ଆସ୍କା ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହା ମଧ୍ୟରେ ରହିଛି ମା ଖମ୍ବେଶ୍ୱରୀ ମନ୍ଦିର ଓ ଶାଳବଣ ସିଦ୍ଧେଶ୍ୱର ମନ୍ଦିର ଏବଂ ଆସ୍କା ବିଜ୍ଞାନ କଲେଜ ଓ ନିରଞ୍ଜନ ସରକାରୀ ମହିଳା କଲେଜ। ଚିକିଟି ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଭୌରବୀ ଚଞ୍ଚଡ ମନ୍ଦିର ଓ ବାଳକୁମାରୀ ମନ୍ଦିର ଏବଂ ୨ଟି କଲେଜ।

ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୮.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବୁରୁପଦା ମା’ ଶ୍ୟାମଳାଇ ମନ୍ଦିର ଓ ଖରିଡା ମା’ କୋରେଇଶୁଣି ମନ୍ଦିର। ଏହା ସହିତ ସମରଝୋଳା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ସହିତ ବୋଟିଂ ସୁବିଧା, ହିଞ୍ଜିଳିକାଟୁ ସ୍ୱୟଂଚାଳିତ ବିଜ୍ଞାନ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହିଞ୍ଜିଳିକାଟୁ ବିଜ୍ଞାନ କଲେଜର ନୂଆ ଏକାଡେମିକ୍ ବ୍ଲକ ନିର୍ମାଣ, ଉଦୟପ୍ରତାପ ବିଜ୍ଞାନ କଲେଜର ଉନ୍ନତୀକରଣ ଓ ନୂଆ ଏକାଡେମିକ୍ ବ୍ଲକ ଏବଂ ସରକାରୀ ଆଇ.ଟି.ଆଇ।

ସେହିପରି ପୋଲସରା ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପୋଲସରା ମର୍ଦ୍ଦ ଜଗନ୍ନାଥ ମନ୍ଦିର, ବୁଗୁଡା ବୁଦ୍ଧଖୋଲ ମନ୍ଦିର, ବୁଗୁଡା ସାଙ୍କୁଲେଇ ମନ୍ଦିର ଏବଂ ବୁଗୁଡା ଓ ପୋଲସରାର ୨ଟି କଲେଜ।

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୧୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି କବିସୂର୍ଯ୍ୟନଗର ଆଠଗଡ ଜଗନ୍ନାଥ ମନ୍ଦିର, ପୁରୁଷୋତ୍ତମପୁର ଗୁପ୍ତେଶ୍ୱର ମନ୍ଦିର, ବେଗୁନିଆପଦା ସଦ୍ଧେଶ୍ୱର ମନ୍ଦିର ଏବଂ କବିସୂର୍ଯ୍ୟ ବଳଦେବ ବିଜ୍ଞାନ କଲେଜ। ଏହି ପରି ଗଞ୍ଜାମ ଜିଲ୍ଲାର ୧୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୫୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୨.୧୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଗୋଧନେଶ୍ୱର ଓ ଖଇରମାଲଠାରେ ୨ଟି Instream Storage Structure । ଗୋଧନେଶ୍ୱର I.S.S. ପାଇଁ ୧୦୨୪ କୋଟି ଟଙ୍କା ମଞ୍ଜୁର ହୋଇଥିବେ ବେଳେ, ଏଥିରେ ୧.୮୦ ଲକ୍ଷ ଲୋକ ଉପକୃତ ହେବେ।

ସେହିପରି ଖଇରମାଲ I.S.S. ପାଇଁ ୯୨୫.୫୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ୧.୭୦ ଲକ୍ଷ ଲୋକ ଉପକୃତ ହେବେ। ଏହି ସହିତ ଗୁରୁତ୍ୱପୂର୍ଣ୍ଣ ପାତାଳି ଶ୍ରୀକ୍ଷେତ୍ରର ଉନ୍ନତୀକରଣ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାର ବର୍ଷକୁ ୧ ଲକ୍ଷ ୩୦ ହଜାର ଲୋକ ଆସିବାର ସମ୍ଭାବନା ସୃଷ୍ଟି ହେବ।

ଏହା ସହିତ ପାପକ୍ଷୟ ଘାଟ, ମା’ ମେଟାକାଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ବୀରମହାରାଜପୁର ଡିଗ୍ରୀ କଲେଜ, ହାଅର ସେକେଣ୍ଡାରୀ କଲେଜ, ଉଲୁଣ୍ଡାରୁ କୋଟସମଲାଇ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ସାନ ସାମୁରାରୁ ଭୀମଟିକରା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ରହିଛି। ଏହି ୨ଟି ସଡକ ଯୋଗୁ ୮୦ ହଜାର ଲୋକ ଉପକୃତ ହୋଇପାରିବେ।

ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୭.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ସୁବର୍ଣ୍ଣମେରୁ ମନ୍ଦିର, ସୁରେଶ୍ୱରୀ ମନ୍ଦିର । ଏହି ୨ଟି ମନ୍ଦିରକୁ ବର୍ଷକୁ ୧ ଲକ୍ଷ ଲୋକ ଆସିବେ। ସେହିପରି ଭୀମଭୋଇ ସମାଧୀ ପୀଠର ଉନ୍ନତିକରଣ ପରେ ବର୍ଷକୁ ୩୦ ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି ।

ଏହା ସହିତ ସୁବର୍ଣ୍ଣମେରୁ- ରାମେଶ୍ୱର- ସୁରେଶ୍ୱରୀ ମନ୍ଦିର ସର୍କିଟର ମଧ୍ୟ ବିକାଶ କରାଯିବ। ଏଥି ପାଇଁ ୫.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଉନ୍ନତିକରଣ ପରେ ବର୍ଷକୁ ୧ .୨୦ ଲକ୍ଷ ଲୋକ ପରିଦର୍ଶନ କରିବାର ସମ୍ଭାବନା ରହିଛି। ଡୁଙ୍ଗୁରିପାଲ୍ଲିର ପୂଜାଡୁଙ୍ଗୁରି, ତରଭାର ବରପାହାଡ ପୀଠ ଆଦି ସ୍ଥାନର ଉନ୍ନତିକରଣ ରହିଛି। ଏହି ପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦୫୯.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ହସ୍ପିଟାଲ ରାଜ୍ୟର ଏକ ନମ୍ବର ହସ୍ପିଟାଲ ହେବ ବୋଲି ସେ କହିଥିଲେ।

ଏହିପରି ୨ଟି ଜିଲ୍ଲାରେ ସମୁଦାୟ ୭୬ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧୮୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସଚି ନାୟକ, ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା, ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ, ବିଧାୟିକା ଶ୍ରୀମତି ମଞ୍ଜୁଳା ସ୍ୱାଇଁ, ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବିଧାୟକ ଶ୍ରୀ ଶ୍ରାକାନ୍ତ ସାହୁ, ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ବିଧାୟକ ଶ୍ରୀ ପଦ୍ମନାଭ ବେହେରାଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ।

ଭଞ୍ଜନଗରରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ସାରା ଭାରତରେ ନୂତନ ଯୋଜନା ଆରମ୍ଭ କରିବାରେ ଇତିହାସ ରଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। କବିସୂର୍ଯ୍ୟନଗର ବେଗୁନିଆ ପଡାରେ ଉପସ୍ଥିତ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ କହିଲେ ଯେ ଆମର ପ୍ରସ୍ତାବ ସବୁକୁ ୭ ଦିନ ମଧ୍ୟରେ ମଞ୍ଜୁର କରିବା ପାଇଁ 5T ଅଧ୍ୟକ୍ଷ ପ୍ରତିଶୃତି ଦେଇଥିଲେ। କିନ୍ତୁ ମାତ୍ର ୫ ଦିନ ମଧ୍ୟରେ ଆମର ପ୍ରକଳ୍ପ ସବୁ ମଞ୍ଜୁର ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ନବୀନ ଓଡିଶାର ସ୍ୱପ୍ନକୁ କାର୍ଯ୍ୟକାରୀ କରିବାରେ 5T ଅଧ୍ୟକ୍ଷଙ୍କ ଦକ୍ଷତାର ତୁଳନା ନାହିଁ ବୋଲି ଛତ୍ରପୁର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା କହିଥିଲେ। ସୁବର୍ଣ୍ଣପୁରର ଡୁଙ୍ଗୁରିପାଲ୍ଲିରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କହିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଯୋଗୁ ଜଗନ୍ନାଥ ସଂସ୍କୃତି ସହ ଆମ ସ୍ଥାନୀୟ ସଂସ୍କୃତିର ମଧ୍ୟ ବିକାଶ ହେବ। ସବୁ ମନ୍ତ୍ରୀ ଓ ବିଧାୟକ କହିଥିଲେ ଯେ ପ୍ରକଳ୍ପ ମଞ୍ଜୁରି ଓ କାର୍ଯ୍ୟକାରିତାରେ ଏଭଳି କ୍ଷୀପ୍ରଗତି ସେମାନେ କେବେ ଆଗରୁ ଦେଖି ନାହାନ୍ତି।

ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି। ବିକାଶର ଏହି କାର୍ଯ୍ୟକ୍ରମ ଆମ ଗାଁଗୁଡିକୁ ସହର ସହିତ ସମାନ କରିବ ଏବଂ ଆମ ଭଳି ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଧାରାରେ ଆଣିବ ବଡ ପରିବର୍ତ୍ତନ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ’ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଷଷ୍ଠ ଦିନରେ ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ ରାୟଗଡ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୧ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ରାୟଗଡ, ଗୁଣୁପୁର ଓ ବିଷମକଟକ। ଏହିସବୁ ନିର୍ବାଚନମଣ୍ଡଳୀର ୧୧ଟି ବ୍ଲକ୍‌‌ର ୧୮୨ଟି ଗ୍ରାମ ପଞ୍ଚାୟତରେ ୨୬୧୩ଟି ପ୍ରକଳ୍ପ ହେବ। ସେହିପରି ଝାରସୁଗୁଡା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୩୯ କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଝାରସୁଗୁଡା ଓ ବ୍ରଜରାଜ ନଗର। ଏଥିରେ ୫ଟି ବ୍ଲକ୍‌ର ୭୮ଟି ଗ୍ରାମପଞ୍ଚାୟତରେ ୯୫୭ ଟି ପ୍ରକଳ୍ପ କରାଯିବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା।

ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବ। ଦକ୍ଷତା ବିକାଶ କେନ୍ଦ୍ର ହେବ। ୱ୍ବାର୍କସ ହବ ହେବ। ବ୍ୟାଙ୍କ ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ସ୍କୁଲଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ ରାୟଗଡ ଜିଲ୍ଲାର ୩ଟି ଓ ଝାରସୁଗୁଡା ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେ କହିଥିଲେ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ ।

ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।

ରାୟଗଡ ଜିଲ୍ଲାର ରାୟଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୪.୫୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ମଝିଘରିଆଣୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ, ରାୟଗଡ ଜଗନ୍ନାଥ ମନ୍ଦିରର ଉନ୍ନତିକରଣ, କାଶିପୁର କୁମାଖାଲରେ ୧୨୦ ଆସନ ବିଶିଷ୍ଟ ଏକ ହଷ୍ଟେଲ, ରାୟଗଡ ମଡେଲ ଡିଗ୍ରୀ କଲେଜ, ରାୟଗଡ ଅଟୋନମସ୍ କଲେଜ ଆଦିର ଉନ୍ନତିକରଣ।

ସେହିପରି ବିଷମକଟକ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୮.୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଚଟିକଣା ଶିବ ମନ୍ଦିରର ଉନ୍ନତିକରଣ, ନେଳିଆ ବନ୍ଧର ସୌନ୍ଦର୍ଯ୍ୟକରଣ ଓ ବିକାଶ, ଖଜୁରୀ ଗାଁ ଗଡଗଡା ଜଳପ୍ରପାତ ପର୍ଯ୍ୟଟନ କ୍ଷେତ୍ରର ବିକାଶ। ସେହିପରି ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଏହା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮୨.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରାମେଶ୍ୱର ମହାଶମ୍ଭୁ ଶିବ ମନ୍ଦିରର ଉନ୍ନତିକରଣ, ମାତରବନମ ସଉରା ମନ୍ଦିରର ସୌନ୍ଦର୍ଯ୍ୟକରଣ, ବଂଶଧାରା ନଦୀ ଉପରେ ସେତୁ। ଏହିପରି ଜିଲ୍ଲାରେ ୨୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୬.୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ସେହିପରି ଝାରସୁଗୁଡା ଜିଲ୍ଲାର ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୪୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨.୭୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଲାଇକେରାସ୍ଥିତ ଜଂଘାଲିଙ୍ଗ ମନ୍ଦିର।

ଏହା ସହିତ ଝାରସୁଗୁଡାର ଗଣ୍ଡ ସମାଜ ପାଇଁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରଠାରେ ୫୦ ଡେସିମିଲ ଜମି ଦିଆଯାଇଛି। ଏହା ଦ୍ୱାରା ଗଣ୍ଡ ସମାଜର ରାଜଧାନୀରେ ରହିବା ସୁବିଧା ସହିତ ସେମାନଙ୍କ କଳା ଓ ସଂସ୍କୃତିର ପ୍ରଚାର ପ୍ରସାରରେ ସୁବିଧା ହେବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ବ୍ରଜରାଜ ନଗର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୮ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୮.୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୪୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ରାମଚଣ୍ଡୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ।

ଏହା ଦ୍ୱାରା ବର୍ଷକୁ ଏହି ମନ୍ଦିରକୁ ଅତି କମ୍‌ରେ ୫୦ ହଜାର ଭକ୍ତ ଆସି ସୁବିଧାରେ ଦର୍ଶନ କରିପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସେହିପରି ହୀରାକୁଦ ବିସ୍ଥାପିତମାନଙ୍କ ପାଇଁ ଦୀର୍ଘ ବର୍ଷର ସମସ୍ୟାକୁ ସମାଧାନ କରି ରାଜ୍ୟ ସରକାର ସେମାନଙ୍କୁ ଜମି ପଟ୍ଟା ଦେବାର ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

୧୮୦୦ରୁ ଅଧିକ ପରିବାରକୁ ୩୧୩୦ ଏକରରୁ ଅଧିକ ଜମି ପାଇଁ ପଟ୍ଟା ଯୋଗାଇ ଦିଆଯିବ। ଫେବୃଆରୀ ସୁଦ୍ଧା ସମସ୍ତଙ୍କୁ ପଟ୍ଟା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ଜିଲ୍ଲାରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗୋ, ବିଧାୟିକା ଦୀପାଳି ଦାସ, ବିଧାୟିକା ଶ୍ରୀମତୀ ଅଳକା ମହାନ୍ତିଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ।

ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି।

ବିକାଶର ଏହି କାର୍ଯ୍ୟକ୍ରମ ଆମ ଗାଁଗୁଡିକୁ ସହର ସହିତ ସମାନ କରିବ ଏବଂ ଆମ ଭଳି ଗ୍ରାମାଞ୍ଚଳ ଲୋକଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରେରଣା ଦେବ ବୋଲି ସେମାନେ କହିଥିଲେ। କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ନବୀନ ପଟ୍ଟନାୟକ, ପୋଡା ଟ୍ରାନ୍ସଫର୍ମର, ରିମୋଟ କଣ୍ଟ୍ରୋଲ ନା ଲୋକଙ୍କ ଖୁସିର ନାୟକ!!

କେଦାର ମିଶ୍ର

– ଅମିତ ଶାହା, ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ମତରେ ନବୀନ ପଟ୍ଟନାୟକ ଗୋଟେ ପୋଡା ଟ୍ରାନ୍ସଫର୍ମର ଯାହାଙ୍କୁ ଖାଲି ବଦଳାଇଲେ ଚଳିବ ନାହିଁ, ବରଂ ତାଙ୍କୁ ଓପାଡି ବଂଗୋପ ସାଗରରେ ଫୋପାଡି ଦେବାକୁ ପଡିବ।

– ରାହୁଲ ଗାନ୍ଧୀ, କଂଗ୍ରେସର ଜାତୀୟ ସଭାପତିଙ୍କ କହିବା କଥା ହେଲା, ଚୌକିଦାର ଚୋର ହୈ ଆଉ ନବୀନ ପଟ୍ଟନାୟକଙ୍କ ରିମୋଟ କଣ୍ଟ୍ରୋଲ ଚୌକିଦାର ହାତରେ।

-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମତ ହେଲା, ନବୀନ ପଟ୍ଟନାୟକଙ୍କ ସରକାର ସ୍ଥାଣୁ ଓ ଅପାରଗ।

-ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କଥା ଅନୁସାରେ ଏଠି ଚାଷୀ ହତାଶ, ଯୁବକ ହତାଶ, ମଧ୍ୟବିତ୍ତ ହତାଶ, ସବୁଠି କେବଳ  ହତାଶା ଓ ହତାଶା ।

ହେଲେ ଏ ସବୁ ଅଭିଯୋଗକୁ ବିଲକୁଲ ଅଣଦେଖା କରି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରା ହେଲା, ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି।

ରାଜନୀତିରେ ସଂଳାପ ର ଏ ଯେଉଁ ଯୁଗ ଚାଲିଛି, ୟାକୁ ଦେଖି ଆମର ବଡ ବଡ ନାଟ୍ୟକାରମାନେ ଈର୍ଷା ନିହାତି କରୁଥିବେ। ବେଳେ ବେଳେ ଲାଗୁଛି, ଏ ଡାଇଲଗବାଜିର ମୂଳ ଲକ୍ଷ୍ୟ ରାଜନୀତି ନୁହେଁ, ବରଂ ମନୋରଞ୍ଜନ। ରାଜନୀତିରେ ଲୋକଙ୍କ ସମସ୍ୟାକୁ ଗମ୍ଭୀରତାର ସହିତ ନଉଠାଇ, କେବଳ ଯାତ୍ରା ଡାଇଲଗ ମାଧ୍ୟମରେ ସବୁ ମୌଳିକ ସମସ୍ୟାକୁ ଚାପିଦେବା ଯେମିତି ଏ ସୁଆଙ୍ଗବାଜିର ମୁଖ୍ୟ ଉଦ୍ଦେଶ୍ୟ। ନବୀନ ପଟ୍ଟନାୟକ ଓଡିଶାରେ ୧୯ ବର୍ଷ ହେଲା ଶାସନ କଲେଣି। ସେ ଯେ ଲୋକଙ୍କ ଦ୍ଵାରା ବାରମ୍ବାର ନିର୍ବାଚିତ ହୋଇ ଆସୁଛନ୍ତି ସେଥିରେ କୌଣସି ସନ୍ଦେହ ନାହିଁ। ତେବେ ରାଜନୀତିରେ ଏତେଦିନ କ୍ଷମତାରେ ରହିବାପରେ ଗୋଟେ ଲୋକ ପ୍ରତି ଲୋକଙ୍କ ମନରେ ବିତୃଷ୍ଣା ଆସିବା ସ୍ଵାଭାବିକ। ହେଲେ ସେମିତି ବିରକ୍ତି ଓ ବିତୃଷ୍ଣାର ଭାବନା ନବୀନଙ୍କ ପ୍ରତି ଅଛି କି? ଲୋକ ନବୀନଙ୍କ ପ୍ରତି କ୍ରୁଦ୍ଧ ବା ବିରକ୍ତ ବୋଲି ବିରୋଧୀ ଯାହା କହୁଛନ୍ତି, ତାରି ସମର୍ଥନରେ ସେମିତି କିଛି ପ୍ରମାଣ ମିଳିଛି କି?

ମଜାର କଥା ହେଲା, ନବୀନଙ୍କୁ ଅନ୍ୟମାନେ ଯେତିକି ଗାଳି କରୁଛନ୍ତି, ନବୀନ ସେତିକି ନିର୍ବିକାର ଭାବରେ “ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି” ବୋଲି କହି ଚାଲିଛନ୍ତି। ଏହା ପଛରେ ହୁଏତ ବିରୋଧୀଙ୍କୁ ଛିଗୁଲାଇବାର ଏକ ଉଦ୍ଦେଶ୍ୟ ଥାଇପାରେ! ତେବେ ଲୋକଙ୍କ ଭିତରେ ଏ ସ୍ଲୋଗାନ ଆସ୍ତେ ଆସ୍ତେ ଘର କରିବା ଆରମ୍ଭ କଲାଣି। ଯେ କୌଣସି ନିର୍ବାଚନ ପୂର୍ବରୁ ଗୋଟେ ବଡ ସ୍ଲୋଗାନ ଲୋକଙ୍କ ଭିତରକୁ ପଶେ, ସେ ସ୍ଲୋଗାନ ବ୍ୟାପକ ହୁଏ ଓ ସେଇ ବ୍ୟାପିବାର ମାତ୍ରାରୁ ସଫଳତାର ସଙ୍କେତ ମିଳିଥାଏ। ଯେମିତି ୨୦୧୪ରେ ନରେନ୍ଦ୍ର ମୋଦୀଙ୍କର “:ଅଛେ ଦିନ” ର ସ୍ଲୋଗାନ। ୨୦୧୪ ନିର୍ବାଚନରେ ଏ ସ୍ଲୋଗାନ ଲୋକଙ୍କ ଭିତରେ ଗୋଟେ ପ୍ରକାର ଉତ୍ସାହ ତିଆରି କରିଥିଲା। ସେମିତି ଦିଲ୍ଲୀ ନିର୍ବାଚନରେ- ପାଞ୍ଚ ସାଲ, କେଜ୍ରିୱାଲ ସ୍ଲୋଗାନ। ବିହାର ନିର୍ବାଚନରେ ‘ବିହାରୀ ବନାମ ବାହାରି’ ର ନାରା। ଓଡିଶାରେ ସାଧାରଣ ନିର୍ବାଚନର ଠିକ ଆଗରୁ “ଆପଣମାନେ ଖୁସି ତ” , ସ୍ଲୋଗାନର ରୂପ  ବ୍ୟାପକ ହେବା ଆରମ୍ଭ କରିଛି।

ଗୋଟେ ପୋଡା ଟ୍ରାନ୍ସଫର୍ମର ଅବା ରିମୋଟ କଣ୍ଟ୍ରୋଲ ଭାବରେ ନବୀନଙ୍କୁ ଓଡିଶାର ଲୋକେ ପ୍ରତ୍ୟାଖ୍ୟାନ କରିବା ଭଳି ଏକ ସ୍ଥିତି ସତରେ ଓଡିଶାରେ ଆସି ଯାଇଛି କି? ଯେ କୌଣସି ସାଧାରଣ ଲୋକକୁ ପଚାରିଲେ, ସେ ଏକଥାକୁ ହସି ଉଡାଇଦେବ।ଯଦି ସେମିତି କିଛି ଚମତ୍କାର ନହୁଏ, ତାହେଲ ନବୀନଙ୍କ ପରାଜୟ କସ୍ମିନ କାଳେ ସମ୍ଭବ ନୁହେଁ ବୋଲି ଆଜି ମଧ୍ୟ ସାଧାରଣ ଲୋକଙ୍କ ବିଶ୍ଵାସ। ତେବେ ଏ ପ୍ରକାର ବିଶ୍ବାସକୁ ଆମେ ଅନ୍ଧ ବିଶ୍ଵାସ ବୋଲି ମଧ୍ୟ କହିପାରିବା। କାରଣ ରାଜନୀତିରେ ଚା କପ ଓ ଓଠ ମଧ୍ୟରେ ଦୂରତା, କିଛି କମ ନୁହେଁ। ତେବେ ଲୋକଙ୍କ ପାଖରେ ପହଞ୍ଚିବାକୁ ନକାରାତ୍ମକ ସ୍ଲୋଗାନ ତୁଳନାରେ ସକାରାତ୍ମକ ସ୍ଲୋଗାନ ଗୁଡିକ ଅଧିକ ଗ୍ରହଣୀୟ ହେଉଛି। ଗରୀବି, ଦାଦନ, ଦାନ ମାଝୀ ଭଳି ପ୍ରସଙ୍ଗ ନିର୍ବାଚନ ରାଜନୀତିରେ ପ୍ରାୟ ଆଉ କାମ କରୁନାହିଁ। ଲୋକଙ୍କୁ ଭଲ ପ୍ୟାକେଜ ଦରକାର। ଉଲ୍ଲାସ ଓ ଉତ୍ସବ ଦରକାର। ସେଥିଲାଗି, ‘ଆପଣମାନେ ଖୁସି ତ’ ର କୁହୁକ କାମ ଦେବା ଆରମ୍ଭ କଲାଣି।

ତେବେ ସବୁ କିଛି ଯେ ଖୁସିବାସୀ ରେ ଚାଲିଛି, ତା ବି ସତ ନୁହେଁ। ରାଜ୍ୟର ଅନେକ ସମସ୍ୟା ରହିଛି।  ଅନେକ ଆର୍ଥିକ ଓ ରାଜନୈତିକ ସଙ୍କଟ ଆମ ପାଖରେ ରହିଛି। ହେଲେ ସେସବୁ ଅପେକ୍ଷା ଏକ ସକାରାତ୍ମକ ବିଜ୍ଞାପନ ଲୋକଙ୍କ ଭିତରେ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କଲାଣି। ନବୀନଙ୍କୁ ବିରୋଧୀ ଯେତେ ଆକ୍ରମଣ କରୁଛନ୍ତି, ସେଟା ତାଙ୍କ ଲାଗି ଏକପ୍ରକାର ଆଶୀର୍ବାଦ ପାଲଟି ଯାଉଛି। ଶାହା କହୁଛନ୍ତି, ନବୀନ କଂଗ୍ରେସର ପରୋକ୍ଷ ବସ, ରାହୁଲ କହୁଛନ୍ତି, ନବୀନଙ୍କ ବାସ୍ତବ ପରିଚାଳକ ହେଉଛନ୍ତି, ନରେନ୍ଦ୍ର ମୋଦୀ। ଏସବୁ କଥା ଶୁଣୁଥିବା ସାଧାରଣ ଲୋକ ଭାବୁଛି, ଆରେ, ନବୀନ ତ କାହା କଥା କହୁନାହାନ୍ତି, ତେଣୁ ସେ ଖୁସି, ଆମେ ବି ଖୁସି।

ବିଡମ୍ବନାର କଥା ହେଲା, ପୋଡା ଟ୍ରାନ୍ସଫର୍ମର ଏବେ ଅଧିକ ବେଗବାନ ବିଜୁଳି ଦେଉଛି ଓ ରିମୋଟ କଣ୍ଟ୍ରୋଲ କାହା ହାତରେ ଅଛି, ସେଟା କାହାକୁ ଦେଖା ଯାଉନାହିଁ!

Categories
ବିଶେଷ ଖବର

ନବୀନ ପଟ୍ଟନାୟକ, ରିମୋଟ କଣ୍ଟ୍ରୋଲ ଓ ବିଜେପି –କଂଗ୍ରେସର ନବୀନ (ଅ)ପ୍ରେମ

କେଦାର ମିଶ୍ର

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଭୁବନେଶ୍ବରରେ କହିଲେ, “ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରିମୋଟ କଣ୍ଟ୍ରୋଲ ଦ୍ଵାରା ନିୟନ୍ତ୍ରିତ ହେଉଛନ୍ତି। ଦିଲ୍ଲୀ ରୁ ଥାଇ ନରେନ୍ଦ୍ର ମୋଦୀ ନବୀନ ପଟ୍ଟନାୟକଙ୍କୁ ଉଠ ବସ କରୁଛନ୍ତି।“ ତା ପର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, କଂଗ୍ରେସ ଓ ବିଜୁ ଜନତା ଦଳ ମିଶିକି ବୈଜୟନ୍ତ ପଣ୍ଡା ଓ ଜାଗି ପଣ୍ଡାଙ୍କ ଓ ଟିଭିକୁ ହଇରାଣ କରୁଛନ୍ତି। ତାର ଠିକ ଦୁଇଦିନ ପରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ସାଲେପୁର ଠାରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ କହିଲେ, “ବିଜୁ ଜନତା ଦଳ ଓ କଂଗ୍ରେସ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇ ପାରୁଷ।   ଉଭୟ ବିଜେପି ଓ କଂଗ୍ରେସ ନବୀନଙ୍କୁ ଅନ୍ୟ ର ରିମୋଟ କଣ୍ଟ୍ରୋଲ ଦ୍ଵାରା ପରିଚାଳିତ ବୋଲି କହୁଥିବା ବେଳେ, ନବୀନ ସେ ସବୁର ପ୍ରତିକ୍ରିୟାରେ ଏକ ରହସ୍ୟମୟ ହସ ହସି, ସେ ସବୁ “ବକୱାସ’’ ବୋଲି କହିଛନ୍ତି। ତେବେ ସତ କଣ, ବକୱାସ କଣ, ସେ କଥା ଜାଣିବାର କୌଣସି ଉପାୟ ଆମର ନାହିଁ।

ତେବେ ଏ ପ୍ରସଙ୍ଗର ଗୋଟେ ସରଳ ଓ ମଜାଦାର ବିଶ୍ଳେଷଣ ରଖିଛନ୍ତି ଆମ ସମୟର ଜଣେ ବରିଷ୍ଠ ସାମ୍ବାଦିକ ପ୍ରିୟ ରଞ୍ଜନ ସାହୁ । “ନବୀନଙ୍କ ଉପରେ ଉଭୟ କଂଗ୍ରେସ ଓ ବିଜେପିର ଅଭିଯୋଗର ସତ୍ୟଟି ହେଉଛି “ଶୋଲେ’’ ସିନେମାର ସେ ମୁଦ୍ରା ପରି ଯାହାର ଉଭୟ ପକ୍ଷରେ ମୁଣ୍ଡଟି ରହିଥିଲା। ଅର୍ଥାତ ଯେଉଁପଟୁ ଦେଖିଲେ ବି ଲାଭ କେବଳ ନବୀନଙ୍କର।“ ନବୀନ କଂଗ୍ରେସ କିମ୍ବା ବିଜେପିର ନିକଟତର ବୋଲି କହିବା ଯେତିକି ସହଜ, ଏହାର ବାସ୍ତବତା ଜାଣିବା ସେତିକି କାଠିକର। ନବୀନ ରାଜନୀତିରେ ଯଥେଷ୍ଟ ଭାବିଚିନ୍ତି ନିଜର ଗୋଟି ଚାଳନା କରନ୍ତି। ସାଂସଦ ଭିତରେ ସେ କେତେବେଳେ ମୋଦୀଙ୍କ ପକ୍ଷରେ ଓ ପୁଣି କେତେବେଳେ ରାହୁଲଙ୍କ ପକ୍ଷରେ ଛିଡା ହୋଇଛନ୍ତି ତାର ଆକଳନ ସହଜ ନୁହେଁ। ସେ ରାଷ୍ଟ୍ରପତି ନିର୍ବାଚନରେ ମୋଦୀଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ବେଳେ ଉପ ରାଷ୍ଟ୍ରପତି  ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ବିମୁଦ୍ରାକରଣ ଓ ଜିଏସଟି ପ୍ରସଙ୍ଗରେ ମୋଦୀ ସରକାରକୁ ସମର୍ଥନ ଦେଇଥିଲେ ମଧ୍ୟ ସ୍ଥାନୀୟ ସ୍ତରରେ ଏହାକୁ ବିରୋଧ ମଧ୍ୟ କରିଥିଲେ। ତେଣୁ ସମର୍ଥନ ଓ ବିରୋଧର ଏକ ଚତୁର ସମନ୍ଵୟ ନବୀନ ତାଙ୍କ ରାଜନୀତିରେ ପ୍ରଦର୍ଶନ କରି ଆସୁଛନ୍ତି।

ତେବେ ବାସ୍ତବ ସତ୍ୟଟି ହେଉଛି ନବୀନ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରଖିବାକୁ ବାଧ୍ୟ। ଓଡିଶା ରାଜନୀତିରେ ବିଜେଡି ର ଗ୍ରହଣୀୟତା ବଜାୟ ଥିବା ପର୍ୟନ୍ତ ନବୀନଙ୍କୁ ସାଙ୍ଗ ଖୋଜିବାର କୌଣସି ଆବଶ୍ୟକତା ନାହିଁ। ୨୦୦୯ ନିର୍ବାଚନରେ ବିଜେପିର ହାତ ଛାଡି ସେ ପ୍ରମାଣିତ କରିଦେଲେ ଯେ ଏକାକୀ ନିର୍ବାଚନ ଲଢି ସଫଳତା ହାସଲ କରିବାର କରିସ୍ମା ତାଙ୍କ ପାଖରେ ରହିଛି। ଆଜିର ନିର୍ବାଚନ ପୃଷ୍ଠଭୂମିରେ ପୁଣିଥରେ ବିଜେଡି ସରକାର ଗଢିବ ବୋଲି ପୂର୍ଣ୍ଣ ଆତ୍ମବିଶ୍ଵାସ ନବୀନଙ୍କର ରହିଛି। ତେଣୁ ସେ ଅନ୍ୟ କେଉଁ ଦଳ ପ୍ରତି ନିଜର ଆସକ୍ତି ଦେଖାଇବାର କୌଣସି କାରଣ ନାହିଁ। ଅପର ପକ୍ଷରେ କିନ୍ତୁ ନବୀନଙ୍କ ସମର୍ଥନର ମୂଲ୍ୟ ବଢି ଚାଲିଛି। ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, କେନ୍ଦ୍ରରେ ଏକ ଝୁଲା ସରକାରର ସମ୍ଭାବନା ସେତିକି ସ୍ପଷ୍ଟ ଦିଶୁଛି। ଝୁଲା ସରକାର ର ସମ୍ଭାବନା ନବୀନଙ୍କୁ ଜାତୀୟ ରାଜନୀତିରେ ଅଧିକ ପ୍ରଭାବଶାଳୀ କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।

ଉଭୟ କଂଗ୍ରେସ ଓ ବିଜେପି ଲାଗି ନବୀନଙ୍କର ଶତୃତା ବର୍ତ୍ତମାନ ସ୍ଥିତିରେ ମହଙ୍ଗା ସାବ୍ୟସ୍ତ ହେବ। କେନ୍ଦ୍ରରେ ସରକାର ଗଢିବା ଲାଗି ନବୀନଙ୍କୁ ନିଜ ନିଜ ପକ୍ଷରେ ରଖିବାକୁ ବିଜେପି ଓ କଂଗ୍ରେସର ନେତୃତ୍ୱ ଚେଷ୍ଟା କରୁଛନ୍ତି। ଅମିତ ଶାହ ନବୀନଙ୍କ ବିରୋଧରେ ଗର୍ଜୁଥିବା ବେଳେ ପ୍ରଧାନମନ୍ତ୍ରୀ ନବୀନଙ୍କ ପ୍ରତି ବେଶ ଶ୍ରଦ୍ଧାଶୀଳ। ବିଜେପି ଭିତରେ ନିତିନ ଗଦକାରୀ, ଅରୁଣ ଜେଟଲି ଓ ସୁଷମା ସ୍ବରାଜଙ୍କ ସହ ନବୀନଙ୍କ ଘନିଷ୍ଠତା ରହିଛି।   ସେହିପରି ରାହୁଲ ଗାନ୍ଧୀ ନବୀନଙ୍କ ପ୍ରତି କଡା ଆଭିମୁଖ୍ୟ ଦେଖାଉଥିବା ବେଳେ କମଳନାଥଙ୍କ ପରି ନବୀନଙ୍କ ଘନିଷ୍ଠ ବନ୍ଧୁ ତାଙ୍କ ସହ ଭିତିରି ଯୋଗାଯୋଗରେ ଅଛନ୍ତି। ଉଭୟ କଂଗ୍ରେସ ଓ ବିଜେପି ଶିବିର ବିଜେଡି ଶିବିରରେ ନିଜର ସଦଭାବନା ବାର୍ତ୍ତା ବିଭିନ୍ନ ଉପାୟରେ ପହଞ୍ଚାଇ ଚାଲିଛନ୍ତି।

ତେବେ ନିର୍ବାଚନକୁ ଆଖି ଆଗରେ ରଖି ବାକ୍ୟ ବାଣ ମରା ଚାଲିଛି। ଲୋକଙ୍କୁ ଦେଖେଇବାର ଚେଷ୍ଟା କରାଯାଉଛି ଯେ ନବୀନ ୟାଙ୍କ ସହ ଅଛନ୍ତି ବା ତାଙ୍କ ସହ ଅଛନ୍ତି। ଅସଲ କଥାଟି ହେଉଛି ନବୀନ ନିଜ ଶିବିରରେ ରୁହନ୍ତୁ ବୋଲି ଉଭୟ କଂଗ୍ରେସ ଓ ବିଜେପି ଜାଗର ଜାଳି ଅପେକ୍ଷା କରିଛନ୍ତି। ନବୀନ କିନ୍ତୁ ନିଜ ପତା ସହଜରେ ଖୋଲୁନାହାନ୍ତି। ତାଙ୍କର ସମଦୂରତା ନାମକ ଅସ୍ତ୍ର ଟି ଏବେବି ଭଲ କାମରେ ଲାଗୁଛି।