Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନ ପଟ୍ଟନାୟକ, ପୋଡା ଟ୍ରାନ୍ସଫର୍ମର, ରିମୋଟ କଣ୍ଟ୍ରୋଲ ନା ଲୋକଙ୍କ ଖୁସିର ନାୟକ!!
ବିଶେଷ ଖବର

ନବୀନ ପଟ୍ଟନାୟକ, ପୋଡା ଟ୍ରାନ୍ସଫର୍ମର, ରିମୋଟ କଣ୍ଟ୍ରୋଲ ନା ଲୋକଙ୍କ ଖୁସିର ନାୟକ!!

February 7, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

– ଅମିତ ଶାହା, ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ମତରେ ନବୀନ ପଟ୍ଟନାୟକ ଗୋଟେ ପୋଡା ଟ୍ରାନ୍ସଫର୍ମର ଯାହାଙ୍କୁ ଖାଲି ବଦଳାଇଲେ ଚଳିବ ନାହିଁ, ବରଂ ତାଙ୍କୁ ଓପାଡି ବଂଗୋପ ସାଗରରେ ଫୋପାଡି ଦେବାକୁ ପଡିବ।

– ରାହୁଲ ଗାନ୍ଧୀ, କଂଗ୍ରେସର ଜାତୀୟ ସଭାପତିଙ୍କ କହିବା କଥା ହେଲା, ଚୌକିଦାର ଚୋର ହୈ ଆଉ ନବୀନ ପଟ୍ଟନାୟକଙ୍କ ରିମୋଟ କଣ୍ଟ୍ରୋଲ ଚୌକିଦାର ହାତରେ।

-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମତ ହେଲା, ନବୀନ ପଟ୍ଟନାୟକଙ୍କ ସରକାର ସ୍ଥାଣୁ ଓ ଅପାରଗ।

-ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କଥା ଅନୁସାରେ ଏଠି ଚାଷୀ ହତାଶ, ଯୁବକ ହତାଶ, ମଧ୍ୟବିତ୍ତ ହତାଶ, ସବୁଠି କେବଳ  ହତାଶା ଓ ହତାଶା ।

ହେଲେ ଏ ସବୁ ଅଭିଯୋଗକୁ ବିଲକୁଲ ଅଣଦେଖା କରି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରା ହେଲା, ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି।

ରାଜନୀତିରେ ସଂଳାପ ର ଏ ଯେଉଁ ଯୁଗ ଚାଲିଛି, ୟାକୁ ଦେଖି ଆମର ବଡ ବଡ ନାଟ୍ୟକାରମାନେ ଈର୍ଷା ନିହାତି କରୁଥିବେ। ବେଳେ ବେଳେ ଲାଗୁଛି, ଏ ଡାଇଲଗବାଜିର ମୂଳ ଲକ୍ଷ୍ୟ ରାଜନୀତି ନୁହେଁ, ବରଂ ମନୋରଞ୍ଜନ। ରାଜନୀତିରେ ଲୋକଙ୍କ ସମସ୍ୟାକୁ ଗମ୍ଭୀରତାର ସହିତ ନଉଠାଇ, କେବଳ ଯାତ୍ରା ଡାଇଲଗ ମାଧ୍ୟମରେ ସବୁ ମୌଳିକ ସମସ୍ୟାକୁ ଚାପିଦେବା ଯେମିତି ଏ ସୁଆଙ୍ଗବାଜିର ମୁଖ୍ୟ ଉଦ୍ଦେଶ୍ୟ। ନବୀନ ପଟ୍ଟନାୟକ ଓଡିଶାରେ ୧୯ ବର୍ଷ ହେଲା ଶାସନ କଲେଣି। ସେ ଯେ ଲୋକଙ୍କ ଦ୍ଵାରା ବାରମ୍ବାର ନିର୍ବାଚିତ ହୋଇ ଆସୁଛନ୍ତି ସେଥିରେ କୌଣସି ସନ୍ଦେହ ନାହିଁ। ତେବେ ରାଜନୀତିରେ ଏତେଦିନ କ୍ଷମତାରେ ରହିବାପରେ ଗୋଟେ ଲୋକ ପ୍ରତି ଲୋକଙ୍କ ମନରେ ବିତୃଷ୍ଣା ଆସିବା ସ୍ଵାଭାବିକ। ହେଲେ ସେମିତି ବିରକ୍ତି ଓ ବିତୃଷ୍ଣାର ଭାବନା ନବୀନଙ୍କ ପ୍ରତି ଅଛି କି? ଲୋକ ନବୀନଙ୍କ ପ୍ରତି କ୍ରୁଦ୍ଧ ବା ବିରକ୍ତ ବୋଲି ବିରୋଧୀ ଯାହା କହୁଛନ୍ତି, ତାରି ସମର୍ଥନରେ ସେମିତି କିଛି ପ୍ରମାଣ ମିଳିଛି କି?

ମଜାର କଥା ହେଲା, ନବୀନଙ୍କୁ ଅନ୍ୟମାନେ ଯେତିକି ଗାଳି କରୁଛନ୍ତି, ନବୀନ ସେତିକି ନିର୍ବିକାର ଭାବରେ “ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି” ବୋଲି କହି ଚାଲିଛନ୍ତି। ଏହା ପଛରେ ହୁଏତ ବିରୋଧୀଙ୍କୁ ଛିଗୁଲାଇବାର ଏକ ଉଦ୍ଦେଶ୍ୟ ଥାଇପାରେ! ତେବେ ଲୋକଙ୍କ ଭିତରେ ଏ ସ୍ଲୋଗାନ ଆସ୍ତେ ଆସ୍ତେ ଘର କରିବା ଆରମ୍ଭ କଲାଣି। ଯେ କୌଣସି ନିର୍ବାଚନ ପୂର୍ବରୁ ଗୋଟେ ବଡ ସ୍ଲୋଗାନ ଲୋକଙ୍କ ଭିତରକୁ ପଶେ, ସେ ସ୍ଲୋଗାନ ବ୍ୟାପକ ହୁଏ ଓ ସେଇ ବ୍ୟାପିବାର ମାତ୍ରାରୁ ସଫଳତାର ସଙ୍କେତ ମିଳିଥାଏ। ଯେମିତି ୨୦୧୪ରେ ନରେନ୍ଦ୍ର ମୋଦୀଙ୍କର “:ଅଛେ ଦିନ” ର ସ୍ଲୋଗାନ। ୨୦୧୪ ନିର୍ବାଚନରେ ଏ ସ୍ଲୋଗାନ ଲୋକଙ୍କ ଭିତରେ ଗୋଟେ ପ୍ରକାର ଉତ୍ସାହ ତିଆରି କରିଥିଲା। ସେମିତି ଦିଲ୍ଲୀ ନିର୍ବାଚନରେ- ପାଞ୍ଚ ସାଲ, କେଜ୍ରିୱାଲ ସ୍ଲୋଗାନ। ବିହାର ନିର୍ବାଚନରେ ‘ବିହାରୀ ବନାମ ବାହାରି’ ର ନାରା। ଓଡିଶାରେ ସାଧାରଣ ନିର୍ବାଚନର ଠିକ ଆଗରୁ “ଆପଣମାନେ ଖୁସି ତ” , ସ୍ଲୋଗାନର ରୂପ  ବ୍ୟାପକ ହେବା ଆରମ୍ଭ କରିଛି।

ଗୋଟେ ପୋଡା ଟ୍ରାନ୍ସଫର୍ମର ଅବା ରିମୋଟ କଣ୍ଟ୍ରୋଲ ଭାବରେ ନବୀନଙ୍କୁ ଓଡିଶାର ଲୋକେ ପ୍ରତ୍ୟାଖ୍ୟାନ କରିବା ଭଳି ଏକ ସ୍ଥିତି ସତରେ ଓଡିଶାରେ ଆସି ଯାଇଛି କି? ଯେ କୌଣସି ସାଧାରଣ ଲୋକକୁ ପଚାରିଲେ, ସେ ଏକଥାକୁ ହସି ଉଡାଇଦେବ।ଯଦି ସେମିତି କିଛି ଚମତ୍କାର ନହୁଏ, ତାହେଲ ନବୀନଙ୍କ ପରାଜୟ କସ୍ମିନ କାଳେ ସମ୍ଭବ ନୁହେଁ ବୋଲି ଆଜି ମଧ୍ୟ ସାଧାରଣ ଲୋକଙ୍କ ବିଶ୍ଵାସ। ତେବେ ଏ ପ୍ରକାର ବିଶ୍ବାସକୁ ଆମେ ଅନ୍ଧ ବିଶ୍ଵାସ ବୋଲି ମଧ୍ୟ କହିପାରିବା। କାରଣ ରାଜନୀତିରେ ଚା କପ ଓ ଓଠ ମଧ୍ୟରେ ଦୂରତା, କିଛି କମ ନୁହେଁ। ତେବେ ଲୋକଙ୍କ ପାଖରେ ପହଞ୍ଚିବାକୁ ନକାରାତ୍ମକ ସ୍ଲୋଗାନ ତୁଳନାରେ ସକାରାତ୍ମକ ସ୍ଲୋଗାନ ଗୁଡିକ ଅଧିକ ଗ୍ରହଣୀୟ ହେଉଛି। ଗରୀବି, ଦାଦନ, ଦାନ ମାଝୀ ଭଳି ପ୍ରସଙ୍ଗ ନିର୍ବାଚନ ରାଜନୀତିରେ ପ୍ରାୟ ଆଉ କାମ କରୁନାହିଁ। ଲୋକଙ୍କୁ ଭଲ ପ୍ୟାକେଜ ଦରକାର। ଉଲ୍ଲାସ ଓ ଉତ୍ସବ ଦରକାର। ସେଥିଲାଗି, ‘ଆପଣମାନେ ଖୁସି ତ’ ର କୁହୁକ କାମ ଦେବା ଆରମ୍ଭ କଲାଣି।

ତେବେ ସବୁ କିଛି ଯେ ଖୁସିବାସୀ ରେ ଚାଲିଛି, ତା ବି ସତ ନୁହେଁ। ରାଜ୍ୟର ଅନେକ ସମସ୍ୟା ରହିଛି।  ଅନେକ ଆର୍ଥିକ ଓ ରାଜନୈତିକ ସଙ୍କଟ ଆମ ପାଖରେ ରହିଛି। ହେଲେ ସେସବୁ ଅପେକ୍ଷା ଏକ ସକାରାତ୍ମକ ବିଜ୍ଞାପନ ଲୋକଙ୍କ ଭିତରେ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କଲାଣି। ନବୀନଙ୍କୁ ବିରୋଧୀ ଯେତେ ଆକ୍ରମଣ କରୁଛନ୍ତି, ସେଟା ତାଙ୍କ ଲାଗି ଏକପ୍ରକାର ଆଶୀର୍ବାଦ ପାଲଟି ଯାଉଛି। ଶାହା କହୁଛନ୍ତି, ନବୀନ କଂଗ୍ରେସର ପରୋକ୍ଷ ବସ, ରାହୁଲ କହୁଛନ୍ତି, ନବୀନଙ୍କ ବାସ୍ତବ ପରିଚାଳକ ହେଉଛନ୍ତି, ନରେନ୍ଦ୍ର ମୋଦୀ। ଏସବୁ କଥା ଶୁଣୁଥିବା ସାଧାରଣ ଲୋକ ଭାବୁଛି, ଆରେ, ନବୀନ ତ କାହା କଥା କହୁନାହାନ୍ତି, ତେଣୁ ସେ ଖୁସି, ଆମେ ବି ଖୁସି।

ବିଡମ୍ବନାର କଥା ହେଲା, ପୋଡା ଟ୍ରାନ୍ସଫର୍ମର ଏବେ ଅଧିକ ବେଗବାନ ବିଜୁଳି ଦେଉଛି ଓ ରିମୋଟ କଣ୍ଟ୍ରୋଲ କାହା ହାତରେ ଅଛି, ସେଟା କାହାକୁ ଦେଖା ଯାଉନାହିଁ!

kedarmishra naveenodisha
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.