Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜା ତିଆରି କରୁଥିବା ଠାକ୍‌ରେ ପରିବାର ହାତରେ ରାଜା ହେବାର ବାଧ୍ୟବାଧକତା
ବିଶେଷ ଖବର

ରାଜା ତିଆରି କରୁଥିବା ଠାକ୍‌ରେ ପରିବାର ହାତରେ ରାଜା ହେବାର ବାଧ୍ୟବାଧକତା

November 27, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ର ରାଜନୀତିକୁ ନେଇ ଚାଲିଥିବା ରାଜନୈତିକ ନାଟକରେ ପରିଶେଷରେ ଯବନିକା ପଡିଛି। ବହୁ ନାଟକ ପରେ ସେନା-ଏନସିପି-କଂଗ୍ରେସ  ମେଣ୍ଟ ସରକାର କରିବାକୁ ଯାଉଛି।ମହାରାଷ୍ଟ୍ର ରାଜନୀତିରେ ଠାକ୍‌ରେ ପରିବାର ନିଜର ଏକ ସ୍ବତନ୍ତ୍ର ପରିଚୟ ରଖିଆସିଛନ୍ତି। କ୍ଷମତା କେନ୍ଦ୍ର ପାଖରେ ରହି ମଧ୍ୟ ଏହି ପରିବାର କ୍ଷମତାଠାରୁ ଦୂରତ୍ବ ରଖିଆସୁଥିଲେ। ପ୍ରଥମଥର ପାଇଁ ଠାକ୍‌ରେ ପରିବାରର ସଦସ୍ୟ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇ ବାଜିମାତ୍‌ କରିଛନ୍ତି। ତେବେ ନିୟନ୍ତ୍ରଣ ରାଜନୀତିରେ ସର୍ବଦା ସକ୍ରିୟ ରହିଥିବା ଠାକ୍‌ରେ ପରିବାର ସବୁବେଳେ ମହାରାଷ୍ଟ୍ର ରାଜନୀତି ପାଇଁ କିଙ୍ଗ୍‌ମେକରର ଭୂମିକା ନିର୍ବାହ କରିଛନ୍ତି। ତେବେ ପ୍ରଥମଥର  କିଙ୍ଗ୍‌ମେକରରୁ କିଙ୍ଗ୍‌ ହୋଇଛନ୍ତି ଠାକ୍‌ରେ। ବିଜେପି ସହିତ ସମସ୍ତ ସମ୍ପର୍କ ଶେଷ କରିବା ପରେ ଶିବସେନା କଂଗ୍ରେସ, ଏନ୍‌ସିପିଙ୍କ ସହ ମିଶି ରାଜ୍ୟରେ ସରକାର ଗଠନ କରିଛି। ଶରଦ ପାଓ୍ବାରଙ୍କ ପରି ଅଭିଜ୍ଞ  ନେତାଙ୍କ ସହ ମିଶି ସରକାର ଗଠନ କରିଛନ୍ତି। ଉଦ୍ଧବ ଠାକ୍‌ରେ କୌଣସି ନିର୍ବାଚନ ନ ଲଢି ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିବାକୁ ଯାଉଛନ୍ତି। ତେବେ ରାଜନୀତିରେ ଏହା ପ୍ରଥମଥର ନୁହେଁ, ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାରର ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ପୂର୍ବରୁ କୌଣସି ନିର୍ବାଚନ ନ ଲଢି ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ସମ୍ବିଧାନର ନିୟମ ଅନୁଯାୟୀ ଜଣେ ଗୃହର ସଦସ୍ୟ ନଥାଇ ଜଣେ ମୁଖ୍ୟମନ୍ତ୍ରୀ/ମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ପଦର ଶପଥ  ନେଇପାରିବେ, କିନ୍ତୁ ଶପଥ ଗ୍ରହଣର ୬ ମାସ ଭିତରେ ତାଙ୍କୁ ନିର୍ବାଚନ ଜିତିବାକୁ ପଡିବ।

ଉଦ୍ଧବ ଠାକ୍‌ରେଙ୍କ ରାଜନୈତିକ ଯାତ୍ରା :

୧୯୬୬ରେ ପିତାଙ୍କ ପଦାଙ୍କ ଅନୁସରଣ କରି ରାଜନୀତିରେ ପାଦ ରଖିଥିଲେ ଉଦ୍ଧବ ଠାକ୍‌ରେ। ପିତା ବାଲାସାହେବ ରାଜନୀତିରେ ସକ୍ରିୟ ଥିବାବେଳେ ଉଦ୍ଧବ ରାଜନୈତିକ ପରିଦୃଶ୍ୟରୁ ପାଖାପାଖି ଦୂରତ୍ବ ରଖିଆସିଥିଲେ। ତେବେ ବାଲାସାହେବ ପରିଣତ ବୟସରେ ପହଞ୍ଚିବା ପରେ ଶିବସେନାର ନେତୃତ୍ଵ ଓ  ‘ସାମ୍ନା’ ପତ୍ରିକାର ଦାୟିତ୍ବ ଉଦ୍ଧବଙ୍କ ହାତକୁ ଆସିଥିଲା।  ୨୦୦୦ ମସିହାରୁ ଉଦ୍ଧବ ରାଜନୀତି ସହିତ ପ୍ରତ୍ୟକ୍ଷ ରୂପେ ସଂଶ୍ଲିଷ୍ଟ ରହି ଆସିଛନ୍ତି।

୨୦୦୨ ମସିହାରେ ବିଏମ୍‌ସି ନିର୍ବାଚନରେ ଶିବସେନାକୁ ଅପୂର୍ବ ସଫଳତା ମିଳିଥିଲା। ଏହାର ସମସ୍ତ ଶ୍ରେୟ ଉଦ୍ଧବ ଠାକ୍‌ରେଙ୍କୁ ମିଳିଥିଲା। ଏହାପରେ ବାଲା ଠାକ୍‌ରେ ନିଜ ରାଜନୈତିକ ଉତ୍ତରାଧିକାର ଉଦ୍ଧବ ଠାକ୍‌ରେଙ୍କୁ ହସ୍ତାନ୍ତର କରିଥିଲେ। ୨୦୦୩ରେ ଶିବସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତି ହୋଇଥିଲେ ଉଦ୍ଧବ ଠାକ୍‌ର। କମ୍‌ କଥା କହୁଥିବା ଉଦ୍ଧବ ଠାକ୍‌ରେଙ୍କୁ ଯେତେବେଳେ ଶିବସେନାର ଉତ୍ତରାଧିକାରୀ ରୂପରେ ଚୟନ କରାଯାଇଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା, କାରଣ ଦଳ ଓ ଦଳ ବାହାରର ପ୍ରତ୍ୟେକ କର୍ମୀ ବାଲାସାହେବଙ୍କ ପୁତୁରା  ରାଜ୍‌ ଠାକ୍‌ରେଙ୍କୁ ଶିବସେନାର ଉତ୍ତରାଧିକାରୀ ରୂପେ ମାନିଆସୁଥିଲେ। ବାଲ ଠାକ୍‌ରେ ତାଙ୍କ ପୁତ୍ର ଉଦ୍ଧବଙ୍କୁ ଉତ୍ତରାଧିକାରୀ ରୂପେ ଚୟନ କରିବା ପରେ ରାଜ ଠାକ୍‌ରେ ୨୦୦୬ରେ ଦଳ ଛାଡ଼ି ଏକ ନୂତନ ଦଳ  ‘ମହାରାଷ୍ଟ୍ର ନବନିର୍ମାଣ ସେନା’ର ଗଠନ କରିଥିଲେ।

୨୦୧୪ ନିର୍ବାଚନରେ  ନରେନ୍ଦ୍ର ମୋଦି କେନ୍ଦ୍ରରେ କ୍ଷମତାସୀନ ହେବା ପରେ ପ୍ରଥମେ ଶିବସେନା ଏନ୍‌ଡିଏରେ ବଡ଼ଭାଇର ଭୂମିକା ନିର୍ବାହ କରିଥିଲା। କିନ୍ତୁ ଏହା ପରେ ବିଜେପି ବଡ଼ଭାଇ ଭୂମିକାରେ ଉଭା ହେଲା। ୨୦୧୪ ବିଧାନସଭା ନିର୍ବାଚନରେ ମେଣ୍ଟର ଜିତ୍‌ ପରେ ଶିବସେନା ମୁଖ୍ୟମନ୍ତ୍ରୀ ହୋଇପାରିନଥିଲା। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନ ବିଜେପି ଏକାସାଙ୍ଗେ ମିଶି ନିର୍ବାଚନ ଲଢି ବିଜୟୀ ହୋଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳଙ୍କ ବିବାଦ ଦେଖାଦେବାରୁ ବିଜୟୀ ମେଣ୍ଟ ସରକାର ଗଠନ କରିବାରେ ଅସଫଳ ହେଲା। ଏବଂ ଶିବସେନା, କଂଗ୍ରେସ ଓ ଏନ୍‌ସିପି ସହ ମିଶି ଏକ ମେଣ୍ଟ ସରକାର କରି ସରକାର ଗଠନରେ ସଫଳ ହେଲା।

ତେବେ ଉଦ୍ଧବଙ୍କ ପାଇଁ ଏହି ଯାତ୍ରା ସହଜ ହୋଇନପାରେ। ଶିବସେନାର ହିନ୍ଦୁତ୍ଵ ଆଦର୍ଶ ବିରୋଧୀ ଦୁଇ ଦଳଙ୍କ ସହ ବୁଝାମଣା କରି ସରକାର ଚଳାଇବା ତାଙ୍କ ପାଖେ ଏକ ଚ୍ୟାଲେଞ୍ଜ ହୋଇପଡିଛି। ଏନ୍‌ସିପିର ଅଭିଜ୍ଞ ନେତା ଶରଦ ପାୱାର ଓ କଂଗ୍ରେସର ଅନୁଭବୀ ଓ ବରିଷ୍ଠ ନେତାଙ୍କ ସହ ମେଣ୍ଟ ସରକାର ଚଳାଇବା ଠାକରେଙ୍କ ପାଇଁ କେତେ ସହଜ ହେବ, ତାହା ଆଗାମୀ ସମୟରେ ଜଣାପଡିବ। ପୁଣି ମିତ୍ରରୁ ଶତ୍ରୁ ପାଲଟିଥିବା ବିଜେପି ଶକ୍ତ ବିରୋଧୀ ରୂପେ ଶିବସେନା ଆଗରେ ଉଭା ହୋଇଛି। ମହାରାଷ୍ଟ୍ରବାସୀଙ୍କୁ ଏକ ସ୍ଥାୟୀ ସ୍ଥିର ସରକାର ଦେବାରେ ଠାକ୍‌ରେ କେତେ ଦୂର ସଫଳ ହେଉଛନ୍ତି, ତାହା ଆଗାମୀ ସମୟ କହିବ।

uddhabthackeray
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.