Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରିଲାଏନ୍ସ ଜିଓ ଘୋଷଣା କଲା ନୂଆ “ଅଲ-ଇନ-ୱାନ ପ୍ଲାନ”; ଜାଣି ନିଅନ୍ତୁ ମାତ୍ର 199 ଟଙ୍କାରେ କଣ ରହିଛି ସୁବିଧା
ବିଶେଷ ଖବର

ରିଲାଏନ୍ସ ଜିଓ ଘୋଷଣା କଲା ନୂଆ “ଅଲ-ଇନ-ୱାନ ପ୍ଲାନ”; ଜାଣି ନିଅନ୍ତୁ ମାତ୍ର 199 ଟଙ୍କାରେ କଣ ରହିଛି ସୁବିଧା

December 4, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Jio announces new ‘All In One Plans'

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, 4/12:  ବିଶ୍ୱର ସର୍ବବୃହତ ମୋବାଇଲ ଡାଟା ଅପରେଟର ଜିଓ ପକ୍ଷରୁ ଆଜି ନୂତନ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା କରାଯାଇଛି। ଜିଓ ଗ୍ରାହକମାନଙ୍କୁ ପୂର୍ବ ପ୍ଲାନ ତୁଳନାରେ ୩୦୦ ପ୍ରତିଶତ ଅଧିକ ଲାଭ ପ୍ରଦାନ କରୁଥିବା ଏହି ପ୍ଲାନ ସମୂହ ସର୍ବଶ୍ରେଷ୍ଠ ସେବା ସର୍ବନିମ୍ନ ମୂଲ୍ୟରେ ପ୍ରଦାନ କରାଯିବ। ଡିସେମ୍ବର ୬ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ପ୍ଲାନ ସମୂହ ମଧ୍ୟରେ ରହିଛି ପ୍ରତିଦିନ ୧.୫ ଜିବି ଡାଟା ପ୍ରଦାନ କରୁଥିବା ଏକମାସ ଅବଧିର ୧୯୯ ଟଙ୍କା ମୂଲ୍ୟର ପ୍ଲାନ ଯେଉଁଥିରେ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୧୦୦୦ ମିନିଟର କଲ ସୁବିଧା।

ସେହିଭଳି ଦୈନିକ ୧.୫ ଜିବି ଡାଟା ପ୍ରଦାନ କରୁଥିବା ଦୁଇ ମାସ ଅବଧିର ପ୍ଲାନର ମୂଲ୍ୟ ୩୯୯ ଟଙ୍କା ରହିଥିବା ବେଳେ ଏଥିରେ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୨୦୦୦ ମିନିଟର କଲ ସୁବିଧା ରହିଛି।  ଦୈନିକ ୧.୫ ଜିବି ଡାଟା ପ୍ରଦାନ କରୁଥିବା ତିନି ମାସ ଅବଧିର ପ୍ଲାନର ମୂଲ୍ୟ ୫୫୫ ଟଙ୍କା ରହିଥିବା ବେଳେ ଏଥିରେ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୩୦୦୦ ମିନିଟର କଲ ସୁବିଧା ରହିଛି। ଏହି କ୍ରମରେ ୩୬୫ ଦିନ ଅବଧିର ପ୍ଲାନ ର ମୂଲ୍ୟ ୨୧୯୯ ଟଙ୍କା ରହିଥିବା ବେଳେ ଏଥିରେ ଏଥିରେ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୧୨୦୦୦ ମିନିଟର କଲ ସୁବିଧା ରହିଛି।

ଏଥିସହିତ ଜିଓ ପକ୍ଷରୁ ମଧ୍ୟ ଦୈନିକ ୨ ଜିବି ଓ ତିନି ଜିବି ଡାଟା ମିଳୁଥିବା ଭିନ୍ନ ଭିନ୍ନ ଅବଧିର ପ୍ଲାନ ସମୂହ ଘୋଷଣା କରାଯାଇଛି। ଅଧିକ କଲ ଓ କମ ଡାଟା ବ୍ୟବହାର କରୁଥିବା ଗ୍ରାହକ ମାନଙ୍କ ପାଇଁ ଜିଓ ପକ୍ଷରୁ ଘୋଷଣା କରାଯାଇଥିବା ସୁଲଭ ପ୍ଲାନଗୁଡିକ ମଧ୍ୟରେ ରହିଛି ୧୨୯ ଟଙ୍କା ମୂଲ୍ୟର ଏକ ମାସ ବା ୨୮ ଦିନ ଅବଧିର ପ୍ଲାନ। ଏଥିରେ ୨ ଜିବି ଡାଟା ସହିତ ଜିଓ ରୁ ଜିଓ କୁ ଅସୀମିତ କଲ ଏବଂ ଫେୟାର ୟୁସେଜ ପଲିସିରେ ଅନ୍ୟ ନେଟୱାର୍କକୁ ୧୦୦୦ ମିନିଟର କଲ ସୁବିଧା ରହିଛି। ସମାନ ପ୍ରକାରର ସୁବିଧା ରହିଥିବା ତିନି ମାସ ଅବଧିର ପ୍ଲାନ ମୂଲ୍ୟ ୩୨୯ ଟଙ୍କା ଓ ଏକ ବର୍ଷ ଅବଧିର ପ୍ଲାନର ମୂଲ୍ୟ ୧୨୯୯ ଟଙ୍କା ରହିଛି।

ସମସ୍ତ ପ୍ଲାନ ସହିତ ଜିଓ ପ୍ରାଇମ ଅନ୍ତର୍ଗତ ଉପଲବ୍ଧ ସମସ୍ତ ଆପ୍ସର ସବସ୍କ୍ରିପସନ ଗ୍ରାହକମାନଙ୍କୁ ମାଗଣାରେ ମିଳିପାରିବ ବୋଲି ଜିଓ ପକ୍ଷରୁ କୁହାଯାଇଛି। ଏଥି ମଧ୍ୟରେ ରହିଥିବା ପ୍ରମୁଖ ଓ ଲୋକପ୍ରିୟ ଆପ୍ସଗୁଡିକ ମଧ୍ୟରେ ରହିଛି ୧୦୦ରୁ ଉର୍ଧ୍ଵ ଏଚଡି ଚାନେଲ ସମେତ ୬୦୦ରୁ ଉର୍ଧ୍ଵ ଟିଭି ଚାନେଲ ଉପଲବ୍ଧ ହେଉଥିବା ଜିଓ ଟିଭି; ୧୦୦୦୦ରୁ ଉର୍ଧ୍ଵ ମୁଭି (ସିନେମା), ଲକ୍ଷାଧିକ ଟିଭି ଶୋ ଓ ଧାରାବାହିକ ଓ ପ୍ରିମିୟମ ଅରିଜିନାଲ ଭିଡ଼ିଓ କଣ୍ଟେଣ୍ଟ ରହିଥିବା ଜିଓ ସିନେମା; ପାଞ୍ଚ କୋଟିରୁ ଉର୍ଧ୍ଵ ଗୀତ ଓ ମାଗଣା କଲର ଟ୍ୟୁନର ସର୍ବବୃହତ ଲାଇବ୍ରେରୀ ଜିଓସାୱନ; ୧୫୦ରୁ ଉର୍ଧ୍ଵ ଲାଇଭ ନ୍ୟୂଜ଼ ଚାନେଲ, ୩୦୦ ରୁ ଉର୍ଧ୍ଵ ଖବରକାଗଜ ଓ ୮୦୦ରୁ ଉର୍ଧ୍ଵ ପତ୍ରିକା ରହିଥିବା ଜିଓ ନ୍ୟୂଜ଼ ଏବଂ ଜିଓ କ୍ଲାଉଡ଼, ଜିଓ ସିକ୍ୟୁରିଟି, ଜିଓ ହେଲଥ କ୍ଳବ ଭଳି ପ୍ରିମିୟମ ଆପ୍ସ ସମୂହ।

ରିଲାଏନସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ

February 13, 2026

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026
Latest News

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.