Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାର ନିଜ ହାତରେ ଟେଲିକମ ବଜାରକୁ ନଷ୍ଟ କରି ଜିଓ ପାଇଁ ଏକଚାଟିଆ ବଜାର ତିଆରି କରୁଛନ୍ତି କାହିଁକି?
ବିଶେଷ ଖବର

ସରକାର ନିଜ ହାତରେ ଟେଲିକମ ବଜାରକୁ ନଷ୍ଟ କରି ଜିଓ ପାଇଁ ଏକଚାଟିଆ ବଜାର ତିଆରି କରୁଛନ୍ତି କାହିଁକି?

December 8, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

କେବଳ ତିନୋଟି ଶବ୍ଦର ସଂଜ୍ଞା ନିରୁପଣ କରିବା ପାଇଁ ୧୫ ବର୍ଷ ଲାଗିଗଲା। ଗତ ଦଶନ୍ଧିଗୁଡିକରେ ଟେଲିକମ୍ କ୍ଷେତ୍ରକୁ ଆମ ଆର୍ଥିକ ସଫଳତାର ଏ ବିରାଟ କାହାଣୀ ରୁପେ ଦେଖାଯାଉଥିଲା। ଆଜି ସବୁ ଟେଲିକମ୍ କମ୍ପାନୀକୁ ମିଶାଇଲେ ଦେଶରେ ୧୦୦ କୋଟିରୁ ଅଧିକ ଟେଲି ଗ୍ରାହକ ଅଛନ୍ତି । ମାତ୍ର ସରକାରଙ୍କର ବିଭିନ୍ନ ନୀତି ଓ ନିୟନ୍ତ୍ରଣଗତ ନିଷ୍ପତ୍ତି ଦ୍ବାରା ଆକ୍ରାନ୍ତ ହୋଇ ଏହି ଶିଳ୍ପ ବର୍ତ୍ତମାନ ତାହାର ପୂର୍ବ ସତ୍ତା ହରାଇବାକୁ ଯାଉଛି। ପରିସ୍ଥିତି ଏପରି ହେଲାଣି ଯେ ଗତ ଅକ୍ଟୋବର ୨୪ ତାରିଖରେ ଭାରତର ଏକ ବଡ ଟେଲିକମ୍ କମ୍ପାନୀ ଭୋଡାଫୋନର ସିଇଓ ନିକ୍ ରିଡ୍ କହିଛନ୍ତି ଯେ ସେମାନେ ଭାରତରେ ଖଟାଇଥିବା ପୁଞ୍ଜିକୁ ଏବେ ତାଙ୍କ ଖାତାରେ ଶୂନ୍ୟ ବୋଲି ଦେଖାଇବେ ଏବଂ ଭାରତରେ ସେମାନେ ଆଉ ପୁଞ୍ଜିନିବେଶ କରିବେ ନାହିଁ। ଗତକାଲି ଭୋଡାଫୋନ୍-ଆଇଡିଆର ଚେୟାରମ୍ୟାନ୍ କୁମାର ମଙ୍ଗଳମ୍ ବିର୍ଲା ମଧ୍ୟ ସେହିକଥା କହିଛନ୍ତି  ବିଶ୍ବର ସର୍ବବୄହତ ଟେଲି କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଗଣାଯାଉଥିବା ଭୋଡାଫୋନ୍ ଦ୍ବାରା ଭାରତରେ ପୁଞ୍ଜିନିବେଶ ପ୍ରତି ମୁହଁ ମୋଡିବା ନିଶ୍ଚିତ ଭାବେ ଅନ୍ୟ ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଏକ ନକାରାତ୍ମକ ସଙ୍କେତ ଦେବ ।

ଟେଲିକମ୍ ଶିଳ୍ପର ଅନ୍ୟତମ ପ୍ରମୂଖ ସମସ୍ୟା ଭାବରେ ଉଭା ହୋଇଛି ଏଜିଆର୍ (ଏଗ୍ରିଗେଟ୍ ଗ୍ରସ୍ ରେଭେନ୍ୟୁ)ର ବା ମୋଟ ରାଜସ୍ବର ସଂଜ୍ଞା ନିରୁପଣକୁ ନେଇ ଉପୁଜିଥିବା ବିବାଦ। ଗତ ପ୍ରାୟ ୧୫ ବର୍ଷ ଧରି ଟେଲିସ୍ୟାଟ୍, ଟେଲିକମ୍ ଆପେଲେଟ୍ ଅଥୋରିଟି ଓ ବିଭିନ୍ନ କୋର୍ଟରେ ଟେଲିକମ୍ କମ୍ପାନୀ ଓ ସରକାରଙ୍କ ମଧ୍ୟରେ ଏହି ବିଷୟକୁ ନେଇ ମୋକଦ୍ଦମା ଚାଲିଥିଲା। ଶେଷରେ ସୂପ୍ରୀମ୍ କୋର୍ଟ ସରକାରଙ୍କ ସପକ୍ଷରେ ରାୟ ଦେଇ ଟେଲିକମ୍ କମ୍ପାନୀମାନଙ୍କୁ ତିନିମାସ ଭିତରେ ସରକାରଙ୍କୁ ଲାଇସେନ୍ସ ଫି,ଜୋରିମାନା ଓ ସୁଧ ବାବଦରେ ୧.୪୭ ଲକ୍ଷ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସରକାର ଯେତେବେଳେ ୨୦୦୧ ମସିହାର ଶେଷ ଭାଗରେ ବିଭିନ୍ନ ଟେଲିକମ୍ କମ୍ପାନୀଙ୍କୁ ଲାଇସେନ୍ସ ଦେଇଥିଲେ ସେତେବେଳେ ସେମାନଙ୍କ ସହ ରାଜିନାମା ହୋଇଥିଲା ଯେ କମ୍ପାନୀମାନେ ଲାଇସେନ୍ସ ଫି ବାବଦରେ ସରକାରଙ୍କୁ ସେମାନଙ୍କ ଏଜିଆର୍ ର ଏକ ଅଂଶ ଦେବେ । ଏହାର ଦେଢ ବର୍ଷ ପରେ ଏଜିଆର୍ ର ସଂଜ୍ଞା ଓ ଦେୟର ପରିମାଣକୁ ନେଇ ବିବାଦ ଆରମ୍ଭ ହେଲା। କମ୍ପାନୀମାନେ କହିଲେ ଯେ ସେମାନେ କେବଳ ଲାଇସେନ୍ସ ବ୍ୟବହାରରୁ ମିଳୁଥିବା ଆୟରୁ ସରକାରଙ୍କୁ ଭାଗ ଦେବେ। ସରକାର କହିଲେ ଯେ ସେମାନଙ୍କୁ ହ୍ୟାଣ୍ଡସେଟ୍ ବିକ୍ରି, ସୁଧ ଆୟ, ଡିଭିଡେଣ୍ଡ ଓ ଅନ୍ୟାନ୍ୟ ଆୟରୁ ମଧ୍ୟ ଭାଗ ଦେବାକୁ ହେବ ଏବଂ ଏଜିଆର୍ କହିଲେ ଏହି ସମସ୍ତ ଆୟକୁ ମିଶାଇବାକୁ ହେବ। କୋର୍ଟମାନେ କୌଣସି ବିଷୟର ବିଚାର କରିବା ପାଇଁ ଏତେ ସମୟ ନେବା ଏକ ନୂଆ କଥା ନୂହେଁ । କିନ୍ତୁ ପ୍ରଶ୍ନ ହେଉଛି ଯେତେବେଳେ ରାଜିନାମା ସ୍ବାକ୍ଷର ହୋଇଥିଲା ସେତେବେଳେ ଏହି ଏଜିଆର୍ ର ସଂଜ୍ଞା କ’ଣ ତାହା ପରିଷ୍କାର ହୋଇ ପାରି ନଥାନ୍ତା କି ? କିମ୍ବା କୋର୍ଟ ବାହାରେ ମଧ୍ୟ ଏହାକୁ ନେଇ ଏକ ସମାଧାନର ରାସ୍ତା ବାହାରି ପାରିଥାନ୍ତା।
ଯଦି ତାହା ହୋଇଥାନ୍ତା ତେବେ କୋର୍ଟ ରାୟ ଯୋଗୁଁ ଗତ ତ୍ରୈମାସିକରେ ଭୋଡାଫୋନ୍ ୫୨୦୦୦ କୋଟି ଓ ଏୟାରଟେଲ୍ ୩୦୦୦୦ କୋଟି ଟଙ୍କାର କ୍ଷତି ଦେଖାଇ ନଥାନ୍ତେ।

୨୦୧୦ ମସିହା ପର୍ଯ୍ୟନ୍ତ ଟେଲିକମ୍ ଶିଳ୍ପରେ ବ୍ୟାପକ ପ୍ରସାର ଘଟିଥିଲା ଯାହା ଦେଶର ସକଳ ଘରୋଇ ଉତ୍ପାଦ, ସୂଚନାର ଆଦାନପ୍ରଦାନ , ଅନ୍ୟ ଶିଳ୍ପକୁ ଭିତ୍ତିଭୂମି ସହାୟତା ଓ ସାମାଜିକ ପରିବର୍ତନରେ ମହତ୍ବପୂର୍ଣ ଯୋଗଦାନ ଦେଇଥିଲା।
ସେ ପର୍ଯ୍ୟନ୍ତ ଜନସଂଖ୍ୟାର ୪୫-୫୦% ଲୋକଙ୍କ ହାତକୁ ମୋବାଇଲ୍ ଆସି ସାରିଥିଲା। ସେତେବେଳକୁ ଭାରତରେ ପ୍ରାୟ ୧୬ଟି ଟେଲିକମ୍ କମ୍ପାନୀ ଥିଲେ। ସରକାରଙ୍କର ଧାରଣା ଥିଲା ଯେ ଯେତେ ଅଧିକ ସଂଖ୍ୟକ କମ୍ପାନୀ ରହିବେ ସେତେ ପ୍ରତିଯୋଗିତା ହେବ ଏବଂ ଗ୍ରାହକ ସେତେ ଶସ୍ତାରେ ଉତ୍ତମ ସେବା ପାଇବେ । ବଜାର ଦଖଲ ପାଇଁ ତୀବ୍ର ପ୍ରତିଯୋଗିତା ଚାଲିବା ଯୋଗୁଁ ଗ୍ରାହକଙ୍କ ପାଇଁ ଦର କମାଇ କମ୍ପାନୀମାନେ ପରସ୍ପରକୁ ବଜାରରୁ ହଟେଇବା ଚେଷ୍ଟାରେ ଲାଗିଗଲେ।

୨୦୧୨ ମସିହାରେ ଟେଲିକମ୍ ଦୁର୍ନୀତିର ବିଚାର କରି ସୁପ୍ରିମ୍ କୋର୍ଟ ଯେଉଁ ରାୟ ଦେଲେ ସେଥି ଯୋଗୁଁ ଅନେକ କମ୍ପାନୀ ବଜାରରୁ ବିଦାୟ ନେଲେ ଏବଂ ଯେଉଁମାନେ ରହିଗଲେ ସେମାନେ ଅଚାନକ ଆସୁଥିବା ନୂଆ ଗ୍ରାହକଙ୍କୁ ପୂର୍ବ ଶସ୍ତା ଦରରେ ସେବା ଯୋଗାଇଲେ। ଫଳରେ ସେମାନେ ଆହୁରି କ୍ଷତିଗ୍ରସ୍ତ ହେଲେ ।

୨୦୧୨ ମସିହାରେ ପ୍ରଥମ ଥରପାଇଁ ଯେତେବେଳେ ସ୍ପେକ୍ଟ୍ରମ ନିଲାମ ହେଲା ସେତେବେଳେ କମ୍ପାନୀମାନଙ୍କୁ ଚଢା ଦରରେ ତାହାକୁ କିଣିବାକୁ ପଡିଥିଲା।
ତଥାପି ସରକାରଙ୍କ ଲୋଭକୁ ମୁକାବିଲା କରିବାକୁ ଯାଇ କମ୍ପାନୀମାନେ ଅଳ୍ପ ମାତ୍ରାରେ ସେବାଦର ବୄଦ୍ଧି କରି ତାହା ଭରଣା କରିପାରିଥିଲେ।

୨୦୧୬ରେ ମୁକେଶ ଅମ୍ବାନୀଙ୍କ ଜିଓ ବଜାରରେ ପ୍ରବେଶ କଲା। ଆରମ୍ଭରୁ ସରକାରୀ ନିୟନ୍ତ୍ରକ ଟ୍ରାଇ ତରଫରୁ ଜିଓକୁ ୭ ମାସପାଇଁ ଅନେକ ପ୍ରକାର ନିୟନ୍ତ୍ରଣରୁ ଛୁଟି ଦିଆ ଯାଇଥିଲା। ତା’ ପୂର୍ବରୁ ସେବାର ଏକ ସର୍ବନିମ୍ନ ଦର ସ୍ଥିର କରିବା ପାଇଁ ସରକାର ଚିନ୍ତା କରୁଥିଲେ। ମାତ୍ର ଜିଓ ଆସିବା ପରେ ସେହି ପ୍ରସ୍ତାବ ବନ୍ଦ ହେଲା । ଫଳରେ ଅନ୍ୟର ଗ୍ରାହକ ଛଡାଇବା ଲକ୍ଷରେ ଜିଓ କଲ୍ ମାଗଣା ଦେଲା ଏବଂ ଡାଟା ଦରକୁ ଅତି ନିମ୍ନ ସ୍ତରକୁ ଆଣି ପାରିଲା ।

ଏହା ବାଦ୍ ଟେଲିକମ୍ ଶିଳ୍ପରେ ଟେକ୍ନୋଲୋଜିର ବାରମ୍ବାର ଆଧୁନିକିକରଣ ହେବା ଫଳରେ ଏହି କମ୍ପାନୀମାନଙ୍କୁ ପ୍ରଥମେ ଟୁଜି, ପରେ ୩ଜି ଓ ୪ଜି ପାଇଁ ଯନ୍ତ୍ରପାତି ବଦଳାଇବାକୁ ପଡିଛି ଏବଂ ସେଥିପାଇଁ ସେମାନଙ୍କୁ ଗତ ୭/୮ ବର୍ଷ ମଧ୍ୟରେ ଅନେକ ଥର ଅଜସ୍ର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି ।

ଭାରତରେ ବସି ଭୋଡାଫୋନର ମୂଖ୍ୟ କମ୍ପାନୀର ସିଇଓ ଲଣ୍ଡନରେ ବସି କ’ଣ କହୁଛି ତାକୁ ହେୟ ମନେ କରିବା ସହଜ। ମାତ୍ର ସେମାନେ ମଧ୍ୟ ନିଜ ଦେଶରେ ଥିବା ସେମାନଙ୍କ ଅଂଶଧନଧାରୀଙ୍କ ପ୍ରତି ଉତ୍ତରଦାୟୀ ଅଟନ୍ତି। ଯଦି ସେମାନେ ଦେଖିବେ ଯେ ଭାରତରେ ସେମାନେ ଲଗାଇଥିବା ପୁଞ୍ଜି ଟଏଲେଟ୍ ଫ୍ଲସ୍ ରେ ଯାଉଛି ତେବେ ସେମାନେ କାହିଁକି ପୁଞ୍ଜି ଖଟାଇବେ? ଜଣାଯାଏ ଯେ ସବୁ ଘରୋଇ ଟେଲିକମ୍ କମ୍ପାନୀ ମିଶି ବାର୍ଷିକ ପ୍ରାୟ ମାତ୍ର ୩୦ରୁ ୪୦ ହଜାର ଟଙ୍କା ଲାଭ କରୁଛନ୍ତି। ତା’ ମଧ୍ୟରୁ ସେମାନଙ୍କୁ ଅବମୂଲ୍ୟାୟନ, ୠଣ ପରିଶୋଧ, ଟିକସ୍ ଓ ସୁଧ ଦେବାକୁ ପଡିବ। ତା’ ପରେ ପୁଣି ସୁପ୍ରିମ୍ କୋର୍ଟଙ୍କ ସଦ୍ୟ ରାୟ ଅନୁସାରେ ସେମାନଙ୍କୁ ଅତିରିକ୍ତ ୧.୪୭ ଲକ୍ଷ କୋଟି ଟଙ୍କା ସରକାରଙ୍କୁ ଦେବାକୁ ପଡିବ। ଏହା ନିଶ୍ଚୟ ସେମାନଙ୍କ ପାଇଁ ଏକ ବହୁତ ବଡ ଆର୍ଥିକ ବୋଝ ହେବ।

ସୂପ୍ରୀମ କୋର୍ଟଙ୍କ ରାୟ ପରେ ସରକାର ଏକ ସଚିବସ୍ତରୀୟ କମିଟି ଗଠନ କରି ସେମାନଙ୍କ ଆର୍ଥିକ ସମସ୍ୟା ବିଷୟରେ ବିଚାର କରିବାକୁ କହିଛନ୍ତି। କିନ୍ତୁ ବହୁ ଆଗରୁ ବିଭିନ୍ନ ଦଳର ସରକାରମାନେ ଏଜିଆର୍ ର ପ୍ରକୄତ ସଂଜ୍ଞା କ’ଣ ହେବ ତାହା ଆପୋଷରେ ସମାଧାନ କରିପାରିଥିଲେ ଏବେ ଏଭଳି ପରିସ୍ଥିତି ସୄଷ୍ଟି ହୋଇ ନଥାନ୍ତା। ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କାର ଏହି ଆର୍ଥିକ ବୋଝରୁ ଅର୍ଦ୍ଧେକ ହେଉଛି କେବଳ ଜୋରିମାନା ଓ ସୁଧ ଯାହା ସେମାନଙ୍କୁ ଏବେ ଗଣିବାକୁ ପଡିବ।

କେହି ଯଦି ଭାବୁଥାଏ ଯେ ବି.ଏସ୍.ଏନ୍.ଏଲ୍ କୁ ସରକାର ଏବେ ଦେଇଥିବା ୬୯୦୦୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଯୋଗୁଁ ଏହା ଘରୋଇ କମ୍ପାନୀମାନଙ୍କ ସହ ପ୍ରତିଯୋଗିତା କରି ବେଶି ଦିନ ତିଷ୍ଠି ରହିବ ତେବେ ସେ ବୋକାମାନଙ୍କ ସ୍ବର୍ଗରେ ରହୁଛନ୍ତି ବୋଲି କୁହାଯିବ।

ଆସନ୍ତା କାଲି ଯଦି ଭୋଡାଫୋନ୍ ହଟିଯିବ ତେବେ ବଜାରରେ ମାତ୍ର ଦୁଇଟି ଖେଳାଳୀ ରହିଯିବେ – ଏୟାରଟେଲ୍ ଓ ଜିଓ। ସେମାନେ ଆପୋଷରେ ସନ୍ଧି କରି ହୁଏତ ଦର ବଢାଇ ପାରନ୍ତି। ନଚେତ୍ ବଜାରରେ କେବଳ ଜିଓର ଏକଚାଟିଆ ଦଖଲ ରହିଯିବ ଏବଂ ତାହା ମନଇଛା ଦର ବଢାଇ ପାରିବ। ଏପରି ଆଶଙ୍କା ଅମୁଳକ ନୂହେଁ।

ସରକାର ଚଳିତ ବର୍ଷ ପାଇଁ ୭.୦୪ ଲକ୍ଷ କୋଟି ଟଙ୍କାର ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ କରିଛନ୍ତି। ମାତ୍ର ଗତ ଅକ୍ଟୋବର ଶେଷ ସୁଦ୍ଧା ତାହା ୭.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ସାରିଲାଣି। ସୁପ୍ରିମ୍ କୋର୍ଟ ଆଦେଶ ପରେ ଟେଲିକମ୍ କମ୍ପାନୀମାନଙ୍କଠାରୁ ମିଳିବାକୁ ଥିବା ଦେଢ ଲକ୍ଷ କୋଟୀ ଟଙ୍କା ହୁଏତ ଏହି ବିତ୍ତୀୟ ନିଅଣ୍ଟକୁ ଭରଣା କରିବାରେ ତୁରନ୍ତ ସାହାଯ୍ୟ କରିପାରେ।

ଅନ୍ୟ ପକ୍ଷରେ ଏହି ତିନୋଟି କମ୍ପାନୀର ମୋଟ ୠଣର ପରିମାଣ ବର୍ତ୍ତମାନ ପ୍ରାୟ ୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଯଦି ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ କମ୍ପାନୀ ଦେବାଳିଆ ହୋଇଯାଏ ତାହା ବ୍ୟାଙ୍କକୁ କ୍ଷତିଗ୍ରସ୍ତ କରିବ ଏବଂ ସରକାରଙ୍କୁ ପୁଣି ଥରେ ବ୍ୟାଙ୍କକୁ ସାନି ପୁଞ୍ଜି ଦେବା ପାଇଁ ବଜେଟରୁ ଟିକସଦାତାଙ୍କ ଅର୍ଥ ଦେବାକୁ ହେବ। ଏହା କେବଳ ଗୋଟିଏ ପକେଟରୁ ଟଙ୍କା କାଢି ଆଉ ଏକ ପକେଟରେ ରଖିବା ସଦୄଶ ହେବ। ଏହି ପ୍ରକ୍ରୀୟାରେ ଏହି କମ୍ପାନୀ ଗୁଡିକରେ କାମ କରୁଥିବା ୪୪ ଲକ୍ଷ କର୍ମଚାରୀଙ୍କ ଚାକିରୀ ବିପନ୍ନ ହେବ। ତା’ଛଡା ଏହି କ୍ଷେତ୍ରରେ ଦୁଇଟି କମ୍ପାନୀ କିମ୍ବା କେବଳ ଗୋଟିଏ କମ୍ପାନୀର ଏକଚାଟିଆ ବ୍ୟବସାୟକୁ ସରକାର ଯେ କୌଣସି ମତେ ଏଡାଇବା ଉଚିତ୍।

ତେଣୁ ଏହି ଘଟଣାକୁ ପୁଞ୍ଜିବାଦ-ସମାଜବାଦ, ଦେଶି-ସ୍ବଦେଶୀ କିମ୍ବା ଦଳଗତ ଦୄଷ୍ଟିକୋଣ ବଦଳରେ ବ୍ୟବହାରିକ ଦୄଷ୍ଟିକୋଣରୁ ଦେଖାଯିବା ଉଚିତ୍। ସରକାର ମଧ୍ୟ ନିଜର ବିତ୍ତୀୟ ନିଅଣ୍ଟ ଭରଣା କରିବା ପାଇଁ ଏହାକୁ ଦୁଧିଆଳି ଗାଈ ଭାବେ ବ୍ୟବହାର ନ କରି ଏକ ଦୀର୍ଘମିଆଦୀ ନୀତିଗତ ସ୍ଥିରତା ଆଣିବା ଦରକାର।

airtel idea jio
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026

ଆୟୁର୍ବେଦ, ହୋମିଓପାଥିକ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.