Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କରି ବିବାଦରେ ଛନ୍ଦି ହେଲେ ପ୍ରତାପ ଜେନା
ବିଶେଷ ଖବର

ହାଇଦ୍ରାବାଦ ଏନକାଉଣ୍ଟରକୁ ସମର୍ଥନ କରି ବିବାଦରେ ଛନ୍ଦି ହେଲେ ପ୍ରତାପ ଜେନା

December 9, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ହାଇଦ୍ରାବାଦ ଏନକାଉଣ୍ଟରକୁ ପ୍ରଶଂସା କରି ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପ୍ରତାପ ଜେନା। ହାଇଦ୍ରାବାଦ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିବା ପରେ ପ୍ରତାପ ଜେନା ଦେଇଥିବା ମନ୍ତବ୍ୟକୁ ନେଇ କିଛି ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ବୋଲି ଏକ ହ୍ବାଟସ୍‌ଆପ୍‌ ପୋଷ୍ଟରୁ ଜଣାପଡିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତାପଙ୍କ ବିରୋଧରେ ଏକ ଚିଠି ଦିଆଯାଇଛି। ଉକ୍ତ ଚିଠିରେ ଉଲ୍ଲେଖ ଅଛି ଯେ, ଏପରି କରିବା ଦ୍ୱାରା ସମ୍ବିଧାନିକ ପଦ ମର୍ଯ୍ୟାଦାର ଉଲ୍ଲଂଘନ ହୋଇଥିବାର ଅଭିଯୋଗ କରିବା ସହିତ ଏନେଇ  ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାର ଅଛି ବୋଲି ସାମାଜିକକର୍ମୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପୁଲିସର ଏନକାଉଣ୍ଟର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପ୍ରତାପ ଜେନା ହାଇଦ୍ରାବାଦ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇବା ସହ ଦୋଷୀଙ୍କୁ ଏଭଳି କଠୋର ଦଣ୍ଡ ମିଳିବା ଦରକାର ବୋଲି କହିଥିଲେ। ହାଇଦ୍ରାବାଦରେ ଯେଉଁ ଏନକାଉଣ୍ଟର ହୋଇଛି ସେଥିରୁ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ଏମାନେ ବହୁତ ବଡ ଦୋଷୀ ତେଣୁ କଠୋର ଦଣ୍ଡର ଆବଶ୍ୟକତା ଥିଲା ବୋଲି କହିଥିଲେ ପ୍ରତାପ ଜେନା। ଏଭଳି ଅପରାଧର ଦୋଷୀଙ୍କୁ ଉଚିତ ଶାସ୍ତି ଦେବା ପାଇଁ ଆମ ଦେଶରେ ମଧ୍ୟ ଆଇନ କଠୋର ହେବା ଦରକାର ବୋଲି ମତ ରଖିଥିଲେ ପ୍ରତାପ ଜେନା।

ବୋଧହୁଏ ସାଧାରଣ ଜନତାଙ୍କ ଭଳି ସେ ମଧ୍ୟ ଉକ୍ତ ଏନକାଉଣ୍ଟରଙ୍କୁ ସ୍ୱାଗତ କରିଛନ୍ତି କିନ୍ତୁ ଏବେ କେମିତି ଏଇ କଥାକୁ ନେଇ ନିଜର ସଫେଇ ଦେବେ ତାହା ତାଙ୍କ ଉପରେ ନିର୍ଭର କରୁଛି।  ଭିଡ଼ ଭିତରେ ନିଜର ପରିଚୟ ବଢାଇବାକୁ ଯାଇ ସେ ଏପରି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ଏବେ ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ଭର କରୁଛି ଯେ, ଏଇ କାର୍ଯ୍ୟ ପାଇଁ ଆଇନ ମନ୍ତ୍ରୀଙ୍କ ପ୍ରତି କ‘ଣ କାର୍ଯ୍ୟାନୁଷ୍ଠାନ ନେବେ। ଯଦି ଏଇ କାର୍ଯ୍ୟ ପାଇଁ ଉକ୍ତ ମନ୍ତ୍ରୀ କ୍ଷମା ପାଇବା ଯୋଗ୍ୟ ତେବେ ସେ କ୍ଷମା ଦେଇ ପାରନ୍ତି ନ ହେଲେ ଉକ୍ତ ମନ୍ତ୍ରୀଙ୍କୁ କ୍ଷମା ପ୍ରାର୍ଥନା ପାଇଁ ନିର୍ଦ୍ଦେଶ ଦେଇ ପାରନ୍ତି।

ଜଣେ ରାଜନୀତିକୁ ଆସିଲା ବେଳେ ଯଦି ସ୍ୱଚ୍ଛ ଶାସନର ଦ୍ୱାହି ଦେଉଛନ୍ତି ତେବେ ଏକ୍ଷେତ୍ରରେ ଶ୍ରୀ ଜେନା ଭୁଲ କରିଛନ୍ତି ଏବାଂ ତାଙ୍କୁ ଅନୁତାପ କରିବାକୁ ହେବ ବୋଲି କହିଛନ୍ତି  ସମାଜିକ କର୍ମୀ।

ହାଇଦ୍ରାବାଦଠାରେ ଶୁକ୍ରବାର ଦିନ ଯେଉଁ ଏନକାଉଣ୍ଟର କରାଗଲା ତାହା ଏବେ ରାଜନୀତିରେ ବହୁତ ବିବାଦକୁ ଜନ୍ମ ଦେଇଛି। ବର୍ତ୍ତମାନ ରାଜନେତାମାନେ ଅତ୍ୟନ୍ତ ବେପରୁଆ ଭାବେ ମନ୍ତବ୍ୟ ରଖୁଥିବାର ନଜର ଆସୁଛି। ଅନେକେ ବିବାଦୀୟ କଥା କହି ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ ମଧ୍ୟ ହେଉଛନ୍ତି ।

ତେବେ ରାଜନେତାମାନେ ଯେଉଁ ଆସନରେ ବସିଛନ୍ତି ସେଠାରେ ନିଜର ବାକ୍ୟ ଏବଂ ସମ୍ବିଧାନ ପଦ ମର୍ଯ୍ୟାଦା ପ୍ରତି ଉତ୍ତରଦାୟୀ ରହିବା ଉଚିତ୍‌। ପଦର ମର୍ଯ୍ୟାଦା ଦୃଷ୍ଟିରୁ କଣ କରିବା ଉଚିତ ଓ ଅନୁଚିତ ସେମାନେ ଦେଖିବା ଓ ଭାବିବା ଅନିବାର୍ଯ୍ୟ।  ସମ୍ବେଦନଶୀଳ ପ୍ରସଙ୍ଗରେ ସାଧାରଣ ଲୋକଙ୍କ ଭଳି ମତ ମନ୍ତବ୍ୟ ରଖିବା ଉଚିତ ନୁହେଁ ବୋଲି ସାମାଜିକ କର୍ମୀ ଜଣକ କହିଛନ୍ତି। ଜଣେ ଆଇନ୍‌ ମନ୍ତ୍ରୀ ହୋଇ ଆଇନ ସମ୍ବନ୍ଧରେ ଏପରି ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇପଡ଼ିଥିବା ପ୍ରତାପ ଜେନାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା କ’ଣ ରହୁଛି, ତାହା ଦେଖିବାକୁ ବାକି ରହିଲା।

ପ୍ରତାପ ଜେନା ବିବାଦୀୟ ମନ୍ତବ୍ୟ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

“ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଜରୁରୀ: SIR ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

May 27, 2026

ଭାରତରେ ପହଞ୍ଚିଲା ଇବୋଲା ଭାଇରସ୍‌?: ଆଫ୍ରିକାରୁ ଫେରୁଥିବା ୨୮ ବର୍ଷୀୟା ମହିଳା ହସ୍ପିଟାଲରେ ଭର୍ତ୍ତି

May 27, 2026

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ

May 27, 2026

ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ପାକିସ୍ତାନ ଏବଂ ଚୀନ୍: ମିଳିତ ବିବୃତ୍ତିରେ ଉଲ୍ଲେଖ କଲେ କାଶ୍ମୀର ପ୍ରସଙ୍ଗ

May 26, 2026
Latest News

“ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଜରୁରୀ: SIR ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

May 27, 2026

ଭାରତରେ ପହଞ୍ଚିଲା ଇବୋଲା ଭାଇରସ୍‌?: ଆଫ୍ରିକାରୁ ଫେରୁଥିବା ୨୮ ବର୍ଷୀୟା ମହିଳା ହସ୍ପିଟାଲରେ ଭର୍ତ୍ତି

May 27, 2026

ଓଡିଶା ପୋଲିସରେ ବଡ ଘୋଷଣା

May 27, 2026

ବାଙ୍କୀ ଉପଜିଲ୍ଲାପାଳଙ୍କ ଗାଡି ଦୁର୍ଘଟଣାଗସ୍ତ

May 27, 2026

କେରଳମର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଘରେ ଇଡି ଚଢାଉ

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.