Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସେପଟେ ଆସାମ, ତ୍ରିପୁରା ଜଳୁଛି, ହେଲେ ସଂସଦରେ ଚାଲିଛି ପ୍ରବଳ ଉତ୍ସାହର ଭାଷଣ
ବିଶେଷ ଖବର

ସେପଟେ ଆସାମ, ତ୍ରିପୁରା ଜଳୁଛି, ହେଲେ ସଂସଦରେ ଚାଲିଛି ପ୍ରବଳ ଉତ୍ସାହର ଭାଷଣ

December 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯେମିତି କାଶ୍ମୀରକୁ ବାକି ଭାରତ ଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରିଦେଇ ସଂସଦରେ ଧାରା ୩୭୦ ଉଚ୍ଛେଦ କରାଗଲା, ନାଗରିକତା ସଂଶୋଧନ ବିଲ ଗୃହୀତ ହେଲା ବେଳକୁ ମଧ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ସେଇ ସମାନ ପରିସ୍ଥିତି ସୃଷ୍ଟି ହେଲା। ଆଜି ଆସାମ, ତ୍ରିପୁରା, ମଣିପୁର, ମେଘାଳୟ ସମେତ ଅନ୍ୟାନ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ନିଆଁ ଜଳୁଛି। ଅନେକ ସହରରେ କର୍ଫ୍ୟୁ ଜାରି ହୋଇଥିବା ବେଳେ ପ୍ରାୟ ସବୁ ସହରରେ ସେନାବାହିନୀ ସଜାଗ ରହିଛନ୍ତି। ଅନେକ ଅଞ୍ଚଳରେ ଇଣ୍ଟରନେଟ ଓ ଫୋନ ସେବା ବନ୍ଦ କରି ଦିଆଯାଇଛି।  ସବୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ନାଗରିକତା ସଂଶୋଧନ ବିଲକୁ ବିରୋଧ କରୁଛନ୍ତି। ଖୋଦ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବିଲି ଗୃହୀତ ନ କରାଇବାକୁ ଅନୁରୋଧ କରିଥିଲେ। ବିଜେପିର ସ୍ଥାନୀୟ ସଂଗଠନ ଗୁଡିକ ଏହି ବିଲ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହେବ ବୋଲି ବିଜେପି ନେତୃତ୍ବକୁ ସତର୍କ କରାଇ ଦେଇଥିଲେ। ତା ସତ୍ତ୍ୱେ ଏହି ବିଲକୁ ଗୃହୀତ କରାଇ ନେବାକୁ  ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏତେ ତତ୍ପରତା ପ୍ରକାଶ କରିବାର କାରଣ କଣ?

କାଶ୍ମୀର ଭଳି ଉତ୍ତର ପୂର୍ବ ରାଜ୍ୟ ଗୁଡିକ ମଧ୍ୟ ଆଗାମୀ ଦିନରେ ବିଚ୍ଛିନ୍ନାଞ୍ଚଳ ହୋଇ ରହିବାର ସମ୍ଭାବନା ରହିଛି କି? ସଂସଦୀୟ ଗଣତନ୍ତ୍ରରେ ସଂଖ୍ୟା ଦୃଷ୍ଟିରୁ ଯେଉଁ ରାଜ୍ୟ ମାନଙ୍କର ପ୍ରତିନିଧିତ୍ଵ ଦୁର୍ବଳ ସେମାନଙ୍କ ଉପରେ ସଂଖ୍ୟା ଗରିଷ୍ଠତାର ଅହଂକାର ଦେଖାଇ ଜୁଲମ କରା ଯାଉନାହିଁ କି? ଉତ୍ତର ପୂର୍ବ ସ୍ଥିତ ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, ମେଘାଳୟ ଓ ସିକିମ- ଏହି ୯ ଟି ରାଜ୍ୟର ମୋଟ ଲୋକସଭା ସଦସ୍ୟଙ୍କ ସଂଖ୍ୟା ମାତ୍ର ୨୭। ତାରି ଭିତରୁ କେବଳ ଆସାମରେ ଅଛନ୍ତି ୧୪ ଜଣ ଲୋକସଭା ସଦସ୍ୟ। ସଂଖ୍ୟା ଦୃଷ୍ଟିରୁ ଜାମ୍ମୁ କାଶ୍ମୀରର ଯେମିତି କୌଣସି ବିଶେଷ ପ୍ରଭାବ ନଥିଲା, ସେମିତି ଉତ୍ତର ପୂର୍ବ ରାଜ୍ୟ ଗୁଡିକର ମଧ୍ୟ କୌଣସି ପ୍ରଭାବ ନାହିଁ। ଯଦି ଏ ପ୍ରକାର ପ୍ରତିବାଦ ଉତ୍ତର ପ୍ରଦେଶ, ଗୁଜରାଟ, ତାମିଲନାଡୁ, କର୍ଣ୍ଣାଟକ ବା ବିହାରରେ ହୋଇଥାନ୍ତା, ତାହେଲେ ଲୋକମତକୁ ଉପେକ୍ଷା କରି ସରକାର ଏ ପ୍ରକାର ଆଇନ ପ୍ରଣୟନ କରିବାକୁ ସାହସ କରି ନଥାନ୍ତେ।

ଲୋକେ ପ୍ରତିବାଦ କରୁଥିବା ବେଳେ ଶାସକ ଦଳ ସେଇ ପ୍ରତିବାଦକୁ ଉପେକ୍ଷା କରି ନିଜ ମତକୁ ଲୋକଙ୍କ ଉପରେ ଚାପି ଦେବାର ଉଦ୍ୟମ କରୁଛନ୍ତି। ଏହାର ପରିଣତି ଆଗକୁ ଆହୁରି ଭୟଙ୍କର ହେବାର ସମ୍ଭାବନାକୁ ଆଡେଇ ଦିଆ ଯାଇ ନପାରେ। ଏହି ବିଲ ସହିତ ଧର୍ମ ଏକ ମୌଳିକ ଆଧାର ବାବେ ସଂଯୁକ୍ତ ହୋଇଥିବାରୁ ବିଦେଶନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡିବ। ଆଗାମୀ ଦିନରେ ବହୁ ବିଦେଶୀ ରାଷ୍ଟ୍ର ଏହାକୁ ନେଇ ପ୍ରତିବାଦ କରିବେ। ବାଂଲାଦେଶ ଯିଏକି ଭାରତର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ରହି ଆସିଛି, ତାକୁ ଏକ ହିନ୍ଦୁ ବିଦ୍ଵେଷୀ ରାଷ୍ଟ୍ର ବୋଲି ବିଜେପି ତରଫରୁ ପ୍ରଚାର କରା ଯାଉଛି। ଗୋଟେ ପକ୍ଷରେ ବାଂଲାଦେଶ ସହିତ ଆମ ସମ୍ପର୍କ ଅତ୍ୟନ୍ତ ମଧୁର ବୋଲି କୁହା ଯାଉଥିବା ବେଳେ ଘରୋଇ ରାଜନୀତିରେ ବାଂଲାଦେଶକୁ ନିୟମିତ ବିରୋଧ କରାଯାଉଛି। ଏ ପ୍ରକାର ଦୋ ମୁହାଁ ନୀତିର ପରିଣତି ସାଂଘାତିକ ହୋଇପାରେ।

ସଂସଦରେ ଏହି ବିଲର ଆଲୋଚନା ସମୟରେ ଅମିତ ଶାହ ତାଙ୍କର ଚିରାଚରିତ ଘୋଷାପାଠ ଦୋହରାଇଛନ୍ତି। ସବୁ କଥା ପାଇଁ କଂଗ୍ରେସକୁ ଗାଳି କରି ଖସିଯିବାର ସହଜ ବାଟ ଛଡା ବିଜେପିକୁ ଅଧିକ କିଛି ଦେଖା ଯାଉନି। ଗୋଟେ ବିଲ ବିରୋଧରେ ୯ ଟି ରାଜ୍ୟର କ୍ରୋଧ ଓ ପ୍ରତିବାଦ ପାଇଁ କେବଳ କଂଗ୍ରେସକୁ ଦାୟୀ କରିବାର କୌଣସି ଯୁକ୍ତି ନାହିଁ। ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଅନେକ ଜାଗାରେ ବିଜେପି ସରକାର ରହିଛି ଓ ସମ୍ପୃକ୍ତ ରାଜ୍ୟ ସରକାର ଗୁଡିକ କେନ୍ଦ୍ର ସରକାର ବିରୋଧରେ କିଛି କହି ପାରୁନାହାନ୍ତି। ତଥାପି ଉତ୍ତର ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ସମୟରେ ଏହି ବିଲ ବିରୋଧରେ ନିଜର ସ୍ପଷ୍ଟ ମତ ଦେଇଛନ୍ତି। ହେଲେ ସେମାନଙ୍କ କଥା ଶୁଣିବ କିଏ?

ଛୋଟିଆ ରାଜ୍ୟ ଗୁଡିକ ଲୋକସଭା ଓ ରାଜ୍ୟସଭାରେ ସଙ୍ଖ୍ୟାବଳରେ ସବୁବେଳେ ଦୁର୍ବଳ ରହିବେ। ଏହାର ଅର୍ଥ କଣ ସେମାନଙ୍କ ମତ ଓ ପ୍ରତିବାଦର କିଛି ମୂଲ୍ୟ ନାହିଁ? ସଙ୍ଘିୟ ବ୍ୟବସ୍ଥାରେ ସବୁ ରାଜ୍ୟର ନିଜସ୍ଵ ଅଧିକାର ରହିଛି। ଉତ୍ତର ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶ ଓ ଅନୁରୋଧକୁ ଉପେକ୍ଷା କରି କେନ୍ଦ୍ର ସରକାର ସମ୍ବିଧାନ ବିରୋଧୀ ଆଭିମୁଖ୍ୟ ପୋଷଣ କରୁଛନ୍ତି।

ନିଜ ରାଜ୍ୟର ସ୍ଵାର୍ଥ ପାଇଁ କାମ କରୁଛୁ ବୋଲି ଡିଣ୍ଡିମ ପିଟୁଥିବା ହେଲେ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟର କ୍ଷମତା ସଙ୍କୁଚିତ କରୁଥିବା ଆଇନକୁ ସମାର୍ଥନ ଦେଉଥିବା ବିଜୁ ଜନତା ଦଳ ଗୁଡିକ କଦାପି ଏହି ଭ୍ରମରେ ରୁହନ୍ତୁ ନାହିଁ ଯେ, ବିଜେପିକୁ ସମର୍ଥନ କରି ସେମାନେ ସୁରକ୍ଷିତ ରହିବେ। କେନ୍ଦ୍ର ସରକାର ନିଜ ହାତରେ ସବୁ କ୍ଷମତା ଠୁଳ କରିବା ଲାଗି ଗୋଟାଏ ପରେ ଗୋଟେ ସଙ୍ଘିୟ ବ୍ୟବସ୍ଥାକୁ ଉଚ୍ଛେଦ କରି ଚାଲୁଛନ୍ତି ଓ  ଚାଳିବେ ମଧ୍ୟ। କାଲି କାଶ୍ମୀର ଥିଲା, ଆଜି ଉତ୍ତର ପୂର୍ବ ରାଜ୍ୟ ଗୁଡିକ ସେହି ଦୁର୍ଦ୍ଦଶା ଭୋଗୁଛନ୍ତି, ଆସନ୍ତା କାଲୀ ବିହାର କି ଓଡିଶା ଯେ ସେ ଦୁର୍ଦ୍ଦଶା ନ ଭୋଗିବେ, ତାହା ବିଲକୁଲ କହିହେବା ନାହିଁ!!

assam Citizenship (Amendment) Bill northeast Protest
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026
Latest News

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.