Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»66 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ଆୟୁଷ୍ମାନ, ଭିକି ଓ କୀର୍ତ୍ତୀଙ୍କୁ ଶ୍ରେଷ୍ଠ ପୁରସ୍କାର
ବିଶେଷ ଖବର

66 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ଆୟୁଷ୍ମାନ, ଭିକି ଓ କୀର୍ତ୍ତୀଙ୍କୁ ଶ୍ରେଷ୍ଠ ପୁରସ୍କାର

December 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, 23/12 : ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି 66 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଅଗଷ୍ଟ ମାସରୁ ବିଜୟୀଙ୍କ ନାମ ଘୋଷିତ ହୋଇଥିବା ବେଳେ ସୋମବାର ଶାସ୍ତ୍ରୀ ଭବନରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ ସମସ୍ତ କଳାକାରଙ୍କୁ ପୁରସ୍କୃତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତିଙ୍କ ସହିତ ମାନବ ସମ୍ବଳ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ଥିଲେ । ପୂର୍ବାହ୍ନ 10ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦିବ୍ୟା ଦତ୍ତ ଏବଂ ସୋନାଲୀ କୁଲକର୍ଣ୍ଣୀ ପରିଚାଳନା କରିଥିଲେ । ମହାନାଟୀ ପାଇଁ ତାମିଲ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପୁରସ୍କୃତ କରାଯାଇଥିଲା । ଆୟୁଷ୍ମାନ ଖୁରାନା ଏବଂ ଭିକି କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ପୁରସ୍କୃତ କରିଥିଲେ ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ । ଅମିତାଭ୍‌ ବଚ୍ଚନଙ୍କ ଅନୁପସ୍ଥିତିରେ ଦାଦାସାହେବ ଫାଲକେଙ୍କ ଅଣନାତି ଶ୍ରୀ ଚନ୍ଦ୍ରଶେଖର ତାଙ୍କ ପୁରସ୍କାର ଗ୍ରହଣ କରିଥିଲେ ।


ଫିଲ୍ମ ସୁଟିଂ ପାଇଁ ଅନୁମତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍ତରାଖଣ୍ଡକୁ ପୁରସ୍କୃ୍ତ କରାଯାଇଛି । ବଧାଇ ହୋକୁ ଶ୍ରେଷ୍ଠ ମନୋରଞ୍ଜନ ଧର୍ମୀ ଚଳଚ୍ଚିତ୍ର ଭାବରେ ଘୋଷଣା କରାଯାଇଥିବା ବେଳେ ସୁରେଖା ସିକ୍ରୀଙ୍କୁ ଶ୍ରେଷ୍ଠ ପାର୍ଶ୍ବାଭିନେତ୍ରୀ ଘୋଷିତ କରାଯାଇଛି । ଅକ୍ଷୟ କୁମାରଙ୍କ ପ୍ୟାଡମ୍ୟାନ୍‌କୁ ଶ୍ରେଷ୍ଠ ସାମାଜିକ ଫିଲ୍ମ ଭାବରେ ପୁରସ୍କୃତ କରାଯାଇଛି । ଉପ ରାଷ୍ଟ୍ରପତି ନିଜ ଅଭିଭାଷଣରେ କୀର୍ତ୍ତି ସୁରେଶ, ମହାନାଟୀ, ଅନ୍ଧାଧୁନ୍‌ ଓ ଅକ୍ଷୟ କୁମାରଙ୍କ ପ୍ରଶଂସା କରିଥିଲେ ।

ପୁରସ୍କାର ହାସଲକାରୀଙ୍କ ପୂର୍ଣ୍ଣ ତାଲିକା :
ଶ୍ରେଷ୍ଠ ଅଭିନେତ୍ରୀ : କୀର୍ତ୍ତି ସୁରେଶ (ମହାନାଟୀ)
ଶ୍ରେଷ୍ଠ ଅଭିନେତା : ଆୟୁଷ୍ମାନ ଖୁରାନା(ଅନ୍ଧାଧୁନ୍‌) ଏବଂ ଭିକି କୌଶଲ୍‌(ଉରି : ଦ ସର୍ଜିକାଲ ଷ୍ଟ୍ରାଇକ୍‌)
ଶ୍ରେଷ୍ଠ ନିର୍ଦ୍ଦେଶକ : ଆଦିତ୍ୟ ଧର (ଉରି : ଦ ସର୍ଜିକାଲ ଷ୍ଟ୍ରାଇକ୍‌)
ଶ୍ରେଷ୍ଠ ମନୋରଞ୍ଜନ ଧର୍ମୀ ଚଳଚ୍ଚିତ୍ର : ବଧାଇ ହୋ
ଶ୍ରେଷ୍ଠ ସାମାଜିକ ଧର୍ମୀ ଚଳଚ୍ଚିତ୍ର : ପ୍ୟାଡମ୍ୟାନ୍‌
ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ : ସୁରେଖା ସିକ୍ରି (ବଧାଇ ହୋ)
ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା : କୃତି ମହେଶ ଏବଂ ଜ୍ୟୋତି ଡି ତୋମାର (ପଦ୍ମାବତ :ଘୁମର)
ଶ୍ରେଷ୍ଠ ଆକ୍ସନ୍‌ ଫିଲ୍ମ : କେଜିଏଫ୍‌
ଶ୍ରେଷ୍ଠ ସାଉଣ୍ଡ ଡିଜାଇନିଂ : ଦୀପକ ଚାଟାର୍ଜୀ (ଉରି : ଦ ସର୍ଜିକାଲ ଷ୍ଟ୍ରାଇକ୍‌)
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ : ଅରିଜିତ୍‌ ସିଂ (ପଦ୍ମାବତ : ବୀତେ ଦିଲ୍‌)
ଶ୍ରେଷ୍ଠ ପୋଷାକ ସଜ୍ଜା : ମହାନାଟୀ
ଶ୍ରେଷ୍ଠ ସ୍ପେସିଆଲ ଇଫେକ୍ଟ : ଆଓ୍ବେ(ତେଲୁଗୁ) ଏବଂ କେଜିଏଫ୍‌(କନ୍ନଡ)
ଶ୍ରେଷ୍ଠ ଚିତ୍ରନାଟ୍ୟ : (ଉରି : ଦ ସର୍ଜିକାଲ ଷ୍ଟ୍ରାଇକ୍‌)
ଶ୍ରେଷ୍ଠ ଫିଲ୍ମ : ଅନ୍ଧାଧୁନ୍‌(ଶ୍ରୀରାମ ରାଘବନ୍‌)

aayushmankhurrana akshayakumar amitabhbachhan keerthysuresh vickykaushal
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.