Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଅଢେଇ ହଜାର ଫୁଟ ଉଚ୍ଚତାର ଥ୍ରୀ’ଡି ବାଲୁକା ଶାନ୍ତାକ୍ଲଜ,ବିଶ୍ବରେ ପ୍ରଥମ
ବିଶେଷ ଖବର

ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଅଢେଇ ହଜାର ଫୁଟ ଉଚ୍ଚତାର ଥ୍ରୀ’ଡି ବାଲୁକା ଶାନ୍ତାକ୍ଲଜ,ବିଶ୍ବରେ ପ୍ରଥମ

December 25, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
world’s largest 3D Sand Santa Claus in 2500 sq ft area at Puri beach of Odisha with message "Go Green ".
ସମୀକ୍ଷା ବ୍ୟୁରୋ

ପୁରୀ-ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁଣି ଥରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ତାହା ହେଉଛି ସୁଦର୍ଶନ ପ୍ରତିବର୍ଷ ପରି ଏଥର ମଧ୍ୟ ନିର୍ମାଣ କରିଛନ୍ତି ଏକ ଭିନ୍ନ ବାଲୁକା ଶାନ୍ତାକ୍ଲଜ୍। ପ୍ରତି ବର୍ଷ ସେ ପୁରୀବେଳା ଭୂମିରେ ଯେଉଁ ଶାନ୍ତାକ୍ଲଜ ନିର୍ମାଣ କରନ୍ତି ତାହା ଶୋଇକରି ଥାଏ। ହେଲେ ଏଥର ସେ ନୂଆ ରେକର୍ଡ କରିଛନ୍ତି। ତାହା ହେଉଛି ସୁଦର୍ଶନ ଏଥର ନିର୍ମାଣ କରିଛନ୍ତି ପୁରା ବାଲି ମୂର୍ତ୍ତି। ଯାହାକୁ କୁହାଯିବ ଥ୍ରୀ ଡି ବାଲୁକା ଶାନ୍ତାକ୍ଲଜ୍।

ତେବେ ଆଶ୍ଚର୍ଯ୍ୟର କଥା ତାହା ଶହେ ଫୁଟ କିମ୍ବା ହଜାରେ ଫୁଟ ଉଚ୍ଚତାର ନୁହେଁ, ପୁରା ଅଢେଇ ହଜାର ଫୁଟ ଉଚ୍ଚତାର ବାଲୁକା ଶାନ୍ତାକ୍ଲଜ ସେ ନିର୍ମାଣ କରିଛନ୍ତି। ଯେ କେହି ଦେଖିଲେ ସେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇପଡିବ। କାରଣ ମାଟିରେ ମୂର୍ତ୍ତି ନିର୍ମାଣ କରି ହେବ। ହେଲେ ବାଲିରେ ଛିଡା ହେବା ମୂର୍ତ୍ତି ନିର୍ମାଣ କରିବା କଷ୍ଟ ସାଧ୍ୟ। ହେଲେ ସେପରି କଷ୍ଟସାଧ୍ୟ କାମକୁ କରି ଦେଖାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହା ବିଶ୍ବର ପ୍ରଥମ ବଡ ବାଲୁକା କଳା ବୋଲି ଜଣାପଡିଛି। କାରଣ ଏହା ପୂର୍ବରୁ ଥ୍ରୀ’ଡି ର ବାଲୁକା କଳା କେହି କେବେ ନିର୍ମାଣ କରି ନାହାଁନ୍ତି।

ମୁଖ୍ୟତଃ ବଡଦିନ ଉପଲକ୍ଷେ ପୁରୀ ବେଳାଭୂମି ଭିଡ ଥିବାରୁ ଏହି ଥ୍ରଡି ବାଲୁକା କଳା ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି। ତେବେ ଏହି କଳା ନିର୍ମାଣ ସହିତ ସୁଦର୍ଶନ ଏକ ବାର୍ତ୍ତା ମଧ୍ୟ ପ୍ରେରଣ କରିଛନ୍ତି। ତାହା ହେଉଛି ଗୋ ଗ୍ରୀନ। ସାରା ବିଶ୍ବକୁ ସେ ପରିବେଷ ସୁରକ୍ଷାର ବାର୍ତ୍ତା ମଧ୍ୟ ତାଙ୍କ କଳା ମାଧ୍ୟମରେ ଦେଇଛନ୍ତି। ତେବେ ଏହି ବାଲୁକା କଳା ଖୁବ୍ ଶିଘ୍ର ଏକ ବିଶ୍ବ ରେକର୍ଡର ଅଧିକାରୀ ହେବ ବୋଲି ଜଣାପଡିଛି।

ପୂର୍ବରୁ ସୁଦର୍ଶନ ଏହି ବଡଦିନ ଉପଲକ୍ଷେ ବିଭିନ୍ନ ପ୍ରକାରର ଶାନ୍ତାକ୍ଲଜ ନିର୍ମାଣ କରି ବିଶ୍ବ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବାଲିରେ ଏକାଥରେ ଏକଶହଟି ଶାନ୍ତାକ୍ଲଜ ନିର୍ମାଣ କରି ନୂଆ ରେକର୍ଡ କରିଥିଲେ। ସେହିପରି ଏକ ବିରାଟ ଶାନ୍ତାକ୍ଲଜ ନିର୍ମାଣ କରି ସେ ଆଉ ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ସୁଦର୍ଶନ ପ୍ରତି ବର୍ଷ ବଡଦିନ ଅର୍ଥାତ ଡିସେମ୍ବର 25 ତାରିଖରେ କିଛି ନ କିଛି ନୂଆ କଳା ନିର୍ମାଣ କରି ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଏଥର ଶାନ୍ତାକ୍ଲଜ କିନ୍ତୁ ସେଗୁଡିକ ମଧ୍ୟରୁ ନିଶ୍ଚିତ ଭିନ୍ନତା ପ୍ରତିପାଦନ କରିଛି।

PuriBeach SudarshanPatnaik
Share. Facebook Twitter LinkedIn Email WhatsApp Copy Link

Related Posts

ଆଶୀର୍ବାଦର ଦୀପ- ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରଜ୍ଜ୍ୱଳିତ ହେଲା ଏକ କୋଟି ଦୀପ

September 17, 2026

ପୁଣି ଘୁଞ୍ଚିଲା ମହାନଦୀ ବିବାଦ ଶୁଣାଣି, ସେପ୍ଟେମ୍ବର ୨୮ରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି

September 17, 2026

ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ!: ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ତାଲିକାରେ ଓଡିଶାର ଦୁଇ ନାମ

September 17, 2026

ଉଦ୍ଧାର ଓରାଙ୍ଗଉଟାନ ଛୁଆ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ, ଚିକିତ୍ସା ଜାରି

September 17, 2026
Latest News

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 18, 2026

ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ କ୍ଷମତାକୁ ପ୍ରଶଂସା କଲେ କେରଳ, ରାଜସ୍ଥାନ ଓ ପଞ୍ଜାବ ଗଣମାଧ୍ୟମ ପ୍ରତିନିଧି

September 18, 2026

‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 18, 2026

କୁକୁଡାଖଣ୍ଡି ହିଂସାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ବାଳ ଅପରାଧୀ ଗିରଫ

September 18, 2026

ସେପ୍ଟେମ୍ବର ୧୮ ତାରିଖ ଶୁକ୍ରବାରରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.