ମୁଖ୍ୟ ସଚିବଙ୍କୁ ଆପ୍‌ ବିଧାୟକଙ୍କ ମାଡ଼ ଘଟଣା; ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ୧୮ରେ ଜେରା କରିବ ଦିଲ୍ଲୀ ପୁଲିସ୍‌

Published: May 16, 2018, 1:13 pm IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟଶାସନ ଅଂଶୁ ପ୍ରକାଶଙ୍କୁ ମାଡ଼ ଘଟଣାରେ ଦିଲ୍ଲୀ ପୁଲିସ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେରା କରିବା ପାଇଁ ନୋଟିସ୍‌ ଜାରି କରିଛି। ଏହି ମାମଲାର ତଦନ୍ତ କ୍ରମରେ ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଦିଲ୍ଲୀ ପୁଲିସ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜେରା କରିବ ବୋଲି ଜାରି ନୋଟିସ୍‌ରେ କହିଛି। ପୂର୍ବରୁ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଦିଲ୍ଲୀ ପୁଲିସ୍‌ ଗତ ମାସରେ ଜେରା କରି ସାରିଛି।

Related posts