Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୧୯, ବିଜେପିରେ ଅମିତ ଶାହାଙ୍କ ନବୋଦୟ, କେବେ ଉପଦେଷ୍ଟା ପଦକୁ ଯିବେ ନରେନ୍ଦ୍ର ମୋଦୀ??   
ବିଶେଷ ଖବର

୨୦୧୯, ବିଜେପିରେ ଅମିତ ଶାହାଙ୍କ ନବୋଦୟ, କେବେ ଉପଦେଷ୍ଟା ପଦକୁ ଯିବେ ନରେନ୍ଦ୍ର ମୋଦୀ??   

December 30, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଅମିତ ଶାହ ଗୃହମନ୍ତ୍ରୀ ହେବା ପରେ ଦିଲ୍ଲୀ ରାଜନୀତି ସହ ପରିଚିତ ଜଣେ ବିଶିଷ୍ଟ ସାମ୍ବାଦିକ ଲେଖିଥିଲେ-ଆଉ ସେ ଆଗପରି, ନିଜ ସାହେବଙ୍କ ଆଜ୍ଞାଧୀନ ସେନାପତି ନୁହନ୍ତି, ସେ ନିଜେ ସାହେବ ।  ୨୦୧୪ ରୁ ୨୦୧୯ ପର୍ୟନ୍ତ ଅମିତ ଶାହା ଥିଲେ ବିଜେପି ଭିତରେ ନରେନ୍ଦ୍ର ମୋଦୀଙ୍କର ସବୁଠୁ ବିଶ୍ଵସ୍ତ ସେନାପତି। ଅନେକ ଜଣାଶୁଣା ସାମ୍ବାଦିକଙ୍କ ଭାଷାରେ ଶାହା ନିଜକୁ “ସାହେବଙ୍କର ସବୁଠୁ ବିଶ୍ଵସ୍ତ” ବୋଲି ପ୍ରମାଣିତ କରି ଆସିଛନ୍ତି। ବିଜେପି ସଭାପତି ଦାୟିତ୍ଵ ନେବାପରେ ଶାହାଙ୍କ ପ୍ରଭାବ ଓ ପତିଆରା ଅନେକ ସମୟରେ ନରେନ୍ଦ୍ର ମୋଦୀଙ୍କ ଠୁଁ ମଧ୍ୟ ଅଧିକ ହେବା ଆରମ୍ଭ କଲା। ୨୦୧୪ ରୁ ୨୦୧୯ ପ୍ରଥମ ପାଳିର ସରକାରରେ ଯଦିଓ ଶାସନକଳର ରିମୋଟ ଶାହାଙ୍କ ହାତରେ ଥିଲା, ପ୍ରତ୍ୟକ୍ଷ ଭାବରେ ଏହାର ନିୟନ୍ତ୍ରଣ ଅନ୍ୟମାନେ କରୁଥିଲେ। ବିଜେପିର ପୁରୁଣା ନେତୃତ୍ଵ ଭିତରୁ ସୁଷମା ସ୍ଵରାଜ, ଅରୁଣ ଜେଟଲି, ନିତିନ ଗଡକରି ଓ ରାଜନାଥ ସିଂଙ୍କୁ ମୋଦୀ ସରକାର ନିଜ କ୍ୟାବିନେଟରେ ରଖିବାକୁ ବାଧ୍ୟ ହୋଇଥିଲେ। ଦଳର ବରିଷ୍ଠତା ଦୃଷ୍ଟିରୁ ଏମାନଙ୍କୁ ଅଣଦେଖା କରି ଶାସନ ଚଳାଇବା ମୋଦୀ-ଶାହାଙ୍କ ପକ୍ଷରେ ସମ୍ଭବ ନଥିଲା।

୨୦୧୯ ନିର୍ବାଚନ ପରେ ପରିସ୍ଥିତି କିନ୍ତୁ ବଦଳି ଯାଇଛି। ସୁଷମା ସ୍ଵରାଜ ଓ ଅରୁଣ ଜେଟଲିଙ୍କ ପରଲୋକ ଘଟିଛି। ରାଜନାଥ ସିଂ ଓ ନିତିନ ଗଡକାରୀଙ୍କ ପର କଟା ସରିଛି। ଏ ଦୁହେଁ କେବଳ ନାମକୁ ମାତ୍ର ବରିଷ୍ଠ ମନ୍ତ୍ରୀ। ଏବେ କେବଳ ଦଳ ନୁହେଁ, ସରକାର ଚଳାଇବାରେ ମଧ୍ୟ ଅମିତ ଶାହା ଏବେ ଏକ ନମ୍ବର ଭୂମିକା ନେବା ଆରମ୍ଭ କରିଛନ୍ତି। ମୁଖ୍ୟଧାରାର ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏବେ ନରେନ୍ଦ୍ର ମୋଦୀଙ୍କ ତୁଳନାରେ ଅମିତ ଶାହାଙ୍କ ଉପସ୍ଥିତି ଢେର ଅଧିକ। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ହେଉ ବା ନାଗରିକତା ସଂଶୋଧନ ଆଇନ, ସବୁଥିରେ ଅମିତ ଶାହାଙ୍କୁ ସର୍ବାଧିକ “ମାଇଲେଜ” ମିଳୁଛି। ନାଗରିକତା ସଂଶୋଧନ ଆଇନ ସଂସଦରେ ଗୃହୀତ ହେବା ପରେ ମୋଦୀ ସରକାର ଯେଉଁ ପ୍ରବଳ କଣ ଆକ୍ରୋଶର ସାମ୍ନା କଲେ, ସେଥିଲାଗି କେବଳ ଅମିତ ଶାହ ଦାୟୀ ବୋଲି  ମୋଦୀଙ୍କ ତରଫରୁ ଏକ ବାର୍ତ୍ତା ଦିଆଯାଇଥିଲା। ଜାତୀୟ ନାଗରିକ ପଞ୍ଜୀକରଣ ସମ୍ପର୍କରେ ପ୍ରତହମ ଥର ଲାଗି ମୋଦୀ ଓ ଶାହ ଦୁଇଟି ମତ ରଖିଲେ।

ଅନ୍ୟ ଦୃଷ୍ଟିରୁ ଦେଖିଲେ ୨୦୨୪ ନିର୍ବାଚନ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟସ ଠିକ ୭୫ ବର୍ଷ ହେଉଥିବ, ଅର୍ଥାତ ବିଜେପିର ନିର୍ଦ୍ଧାରିତ ଅବସର ବୟସ। ତେଣୁ ୨୦୨୪ ବେଳକୁ ଅମିତ ଶାହାଙ୍କ ନେତୃତ୍ବକୁ ଏକ ବିକଳ୍ପ ବ୍ରାଣ୍ଡ ଭାବରେ ପ୍ରସ୍ତୁତ କରିବାର ସବୁ ଉଦ୍ୟମ ଏବଠୁ ଆରମ୍ଭ ହୋଇ ଯାଇଛି-ହୁଏତ ଆଗରୁ ସେୟା ଲାଗୁଥିଲା। ଏବେ କିନ୍ତୁ ଅମିତ ଶାହ ଖୋଲାଖୋଲି ନିଜ ନେତୃତ୍ଵ ଜାହିର କରିବା ଆରମ୍ଭ କଲେଣି। କାଶ୍ମୀର ପ୍ରସଙ୍ଗ ଓ ନାଗରିକତା ପ୍ରସଙ୍ଗରେ ରେ ସେ ଯେଉଁ ପ୍ରକାର ରଣନୀତି ଆପଣାର କରିଛନ୍ତି, ସେଥିରେ ସେ କାହାକୁ ଖାତିର କରିବା ମନୋସ୍ଥିତିରେ ନାହାନ୍ତି। ଶାହ ଏବେ ନିଜକୁ ବିଜେପିର ଓ ସରକାରର ସର୍ବେସର୍ବା ବୋଲି କହିବାକୁ ସଙ୍କୋଚ କରୁନାହାନ୍ତି।

ବିଜେପି ଭିତରେ ନିଜର ପତିଆରା ପ୍ରତିଷ୍ଠା ସହିତ ଅମିତ ଶାହା ନିର୍ବାଚନ ପରଠୁ ବିଭିନ୍ନ ଆଞ୍ଚଳିକ କ୍ଷମତା କେନ୍ଦ୍ର ସହିତ ନିଜର ସମ୍ପର୍କ ବଢାଇବା ଆରମ୍ଭ କରି ଦେଇଛନ୍ତି। ଗୋଟେ ପକ୍ଷରେ ଆନ୍ଧ୍ରର ଜଗନ୍ମୋହନ ରେଡ୍ଡୀ, ଓଡିଶାର ନବୀନ ପଟ୍ଟନାୟକ, ତେଲେଙ୍ଗାନାର ଚନ୍ଦ୍ରଶେଖର ରାଓ ପ୍ରମୁଖଙ୍କୁ ନିଜର ଘନିଷ୍ଠ ହେବାର ସୁଯୋଗ ଦେଇ ସେମାନଙ୍କର ସହଯୋଗ ନିଆ ଯାଉଛି। ଅପର ପକ୍ଷରେ ସୁଯୋଗ ଦେଖି ତାମିଲନାଡୁରେ ଡିଏମକେ, ଆନ୍ଧ୍ରରେ ତେଲୁଗୁ ଦେଶମ ଇତ୍ୟାଦି ଦଳକୁ ବିଜେପି ଅକ୍ତିଆର କରିନେବା ଭଳି ରଣନୀତି ମଧ୍ୟ ପ୍ରସ୍ତୁତ ହେଉଛି। ବିଭିନ୍ନ ଆଞ୍ଚଳିକ ଦଳକୁ ନିଜ ଭିତରେ ବିଲୟ କରିବା ର ଲକ୍ଷ୍ୟରେ ଓଡିଶାର ବିଜେଡି ମଧ୍ୟ ଏକ ପ୍ରମୁଖ ଲକ୍ଷ୍ୟ ବୋଲି କୁହା ଯାଇପାରେ।

କ୍ଷମତା ଦଖଲ କରିବା ପାଇଁ କିଛି ବି କରାଯାଇପାରେ- ଏହା ହେଉଛି ଅମିତ ଶାହଙ୍କ ଆଦର୍ଶ। ତେଣୁ ସରକାର ଗଢିବା ଲାଗି ଯେ କୌଣସି ବୈଧ ବା ଅବୈଧ ଉପାୟ ପ୍ରୟୋଗରେ ସେ ସିଦ୍ଧହସ୍ତ। ହରିଆନାରେ ସେ ଯେତେ କ୍ଷୀପ୍ରତାର ସହିତ ଦୂଷ୍ୟନ୍ତ ଚଉତାଲାଙ୍କ ସହ ବୁଝାମଣା କଲେ ଓ ବିନା ଦ୍ଵିଧାରେ ଦୂଷ୍ୟନ୍ତଙ୍କ ବାପା ଅଜୟ ଚୌତାଲାଙ୍କୁ ବିହାର ଜେଲରୁ ଛୁଟି ଦେଲେ କିମ୍ବା ଦେବେନ୍ଦ୍ର ଫଡନବିସଙ୍କୁ ୪୮ ଘଣ୍ଟା ମୁଖ୍ୟମନ୍ତ୍ରୀ କରାଇବାର ଲାଳସା ଦେଖାଇଲେ,  ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ- ବିଜେପି ଆଉ ଆଗପରି ମୁଖଲଜ୍ଜା ର ରାଜନୀତିରେ ବିଶ୍ଵାସ କରୁନାହିଁ।

ଅଟଳ ବିହାରୀ  ବାଜପାୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ “ମୁହଁ ଓ ମୁଖା’ କୁ ନେଇ ବେଶ ରୋଚକ ଆଲୋଚନା ଚାଲିଥିଲା। ସେତେବେଳେ ବାଜପାୟୀଙ୍କୁ ମୁଖା ଓ ଲାଲକୃଷ୍ଣ ଆଡଭାନୀଙ୍କୁ ଅସଲ ମୁହଁ ବୋଲି କୁହା ଯାଉଥିଲା।ଏ ପ୍ରସଙ୍ଗରେ ଅନେକଥର ବାଜପାୟୀ ସଂସଦରେ ନିଜର ସ୍ବଭାବସୁଲଭ ଢଙ୍ଗରେ ରୋଚକ ବକ୍ତବ୍ୟ ମଧ୍ୟ ରଖିଥିଲେ। ତେବେ ସେତେବେଳେ ବିଜେପି ଓ ସରକାର ଉଭୟ ଉପରେ ପ୍ରଧାନମନ୍ତ୍ରୀ ବାଜପାୟୀଙ୍କ ତୁଳନାରେ ଆଡଭାନୀଙ୍କ ପ୍ରଚ୍ଛନ୍ନ ପ୍ରଭାବ ରହିଥିଲା। ବର୍ତ୍ତମାନ ସମୟରେ ଠିକ ସେହି ସମାନ ସ୍ଥିତି ବିଜେପି ସରକାରରେ ଆସିଛି। ଏବେ ମୋଦୀ କେବଳ ମୁଖା, ଅସଲ ମୁହଁ ହେଉଛନ୍ତି ଅମିତ ଶାହା। ଆସନ୍ତା ୪ ବର୍ଷ ଭିତରେ ମୋଦୀଙ୍କ ନେତୃତ୍ଵ କେବଳ ଆଳଙ୍କାରିକ ହୋଇ ରହିବ ଓ ବାସ୍ତବ କ୍ଷମତା ବଳୟ ଅମିତ ଶାହାଙ୍କ ପାଖରେ ରହିବ-ଏହାହିଁ ୨୦୧୯ ରାଜନୀତିର ସବୁଠୁ ବଡ ସୂଚକ ବୋଲି ଆମେ କହି ପାରିବା।

 

BJP Modi saha
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଫାଲଟା ଆସନରେ ନିର୍ବାଚନ ଲଢିବାକୁ ମନା କଲେ ଟିଏମସି ପ୍ରାର୍ଥୀ

May 19, 2026

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ଭାରତରେ ଖେଳାଯିବ ବିଗ୍ ବ୍ୟାସ୍ ଲିଗ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

May 19, 2026
Latest News

ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଫାଲଟା ଆସନରେ ନିର୍ବାଚନ ଲଢିବାକୁ ମନା କଲେ ଟିଏମସି ପ୍ରାର୍ଥୀ

May 19, 2026

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026

ଭାରତରେ ଖେଳାଯିବ ବିଗ୍ ବ୍ୟାସ୍ ଲିଗ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.