Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜେଏନ୍‌ୟୁ ଆକ୍ରମଣ ପରେ ମନରେ ଉଠିଥିବା ଚାରୋଟି ପ୍ରଶ୍ନର ଉତ୍ତର ରଖିବ କିଏ ?
ବିଶେଷ ଖବର

ଜେଏନ୍‌ୟୁ ଆକ୍ରମଣ ପରେ ମନରେ ଉଠିଥିବା ଚାରୋଟି ପ୍ରଶ୍ନର ଉତ୍ତର ରଖିବ କିଏ ?

January 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଜେଏନ୍‌ୟୁରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଦେଶବ୍ୟାପୀ ହଙ୍ଗାମା ଚାଲିଛି । ଦିଲ୍ଲୀଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବିଶ୍ବବିଦ୍ୟାଳୟରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଅଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ନେଇ ଦେଶର ଅନ୍ୟ ସମସ୍ତ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ତେବେ ଏହି ଘଟଣାକୁ  ନେଇ ମନରେ ଅନେକଗୁଡିଏ ପ୍ରଶ୍ନ ଉଠୁଛି । ତେବେ ସମସ୍ତ ପ୍ରଶ୍ନଗୁଡ଼ିକ ମଧ୍ୟରେ ଚାରୋଟି ପ୍ରଶ୍ନ ବେଶ୍‌ ମହତ୍ତ୍ବପୂର୍ଣ୍ଣ ରହିଛି ।

ପ୍ରଥମ ପ୍ରଶ୍ନ – ହିଂସାର 15 ଘଣ୍ଟା ପରେ ମଧ୍ୟ ଜେଏନ୍‌ୟୁ ପ୍ରଶାସନ ଏଫଆଇଆର ଦେଇନଥିଲେ କ’ଣ ପାଇଁ ?

ଦ୍ବିତୀୟ ପ୍ରଶ୍ନ : ଛାତ୍ରଛାତ୍ରୀ ହଷ୍ଟେଲ୍‌ ଛାଡି ଯାଉଥିଲେ, ସେହିସମୟରେ ଜେଏନ୍‌ୟୁ ପ୍ରଶାସନ କରୁଥିଲେ କ‘ଣ ?

ତୃତୀୟ ପ୍ରଶ୍ନ : ଯଦି କ୍ୟାମ୍ପସ୍‌ ଭିତରେ ବିବାଦ ତିନି ଦିନ ତଳୁ ଆରମ୍ଭ ହୋଇଥିଲା, ତେବେ ଏହା ଉପରେ ଜେଏନ୍‌ୟୁ ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ କ’ଣ ପାଇଁ ?

ଚତୁର୍ଥ ପ୍ରଶ୍ନ : ସିସିଟିଭି ଯାଞ୍ଚରୁ ମିଳିଥିବା ତଥ୍ୟକୁ ଆଧାର କରି ଏପର୍ଯ୍ୟନ୍ତ କ’ଣ ପାଇଁ କାହାକୁ ଗିରଫ କରାଯାଇନାହିଁ ?

ତେବେ ଆଜି ସକାଳେ ଦିଲ୍ଲୀ ପୁଲିସ୍‌ ଏହି ଘଟଣାରେ ଅଜ୍ଞାତ ଆକ୍ରମଣକାରୀଙ୍କ ଉପରେ ମାମଲା ରୁଜୁ କରିଛି । ଦିଲ୍ଲୀ ପୁଲିସ୍‌ ଦଙ୍ଗା କରିବା ତଥା ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ମାମଲା ରୁଜୁ କରିଛି ।

ମିଳିଥିବା ସୂଚନା ଅନୁସାରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ଭିତରେ ତିନି ଦିନ ଧରି ବିବାଦ ବର୍ଦ୍ଧିତ ଫି’କୁ ବିବାଦ ଘନଉଥିଲା । ଯେଉଁ ସମୟରେ ଛାତ୍ରଙ୍କ ଭିତରେ ମାରପିଟ୍‌ ହେଲା, ସେହି ସମୟରେ ଶିକ୍ଷକମାନେ ଉପସ୍ଥିତ ରହିଥିଲେ । କିଛି ଛାତ୍ର ବର୍ଦ୍ଧିତ ଫି’କୁ ବିରୋଧ କରୁଥିବାବେଳେ କିଛି ଛାତ୍ର ରେଜିଷ୍ଟ୍ରେସନ୍‌ ଆରମ୍ଭ କରିବା ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।

ଆକ୍ରମଣକୁ ନେଇ ବାମବାଦୀ ଓ ଏବିଭପିଙ୍କ ସାମ୍ନାସାମ୍ନି

କ୍ୟାମ୍ପସ୍‌ ଭିତରେ ଚାଲିଥିବା ଘଟଣା ପାଇଁ ଏହି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି ଜେଏନ୍‌ୟୁଏସୟୁ ଆରଏଏସ୍‌ ସହ ଯୋଡ଼ି ହୋଇ ରହିଥିବା ଏବିଭିପିର ସଦସ୍ୟଙ୍କ ଉପରେ ଅଭିଯୋଗ କରିଛନ୍ତି।

ପୋଲିସ୍‌ ଏହି ପୂରା ଘଟଣାର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିବାବେଳେ ଛାତ୍ରଙ୍କ ଦ୍ବାରା କରାଯାଇଥିବା ଆଉ ଏକ ଭିଡିଓକୁ ମଧ୍ୟ ଯାଞ୍ଚ କରିଛି । ତଥାପି ପୋଲିସ୍‌ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ।

ଉପରୋକ୍ତ ସମସ୍ତ ଘଟଣାକୁ ଦେଖିଲେ ଏହି ଘଟଣାରେ ଜେଏନ୍‌ୟୁ ପ୍ରଶାସନର ସହମତି ତଥା କୌଣସି ଏକ ଗୋଷ୍ଠୀଙ୍କ ପ୍ରାୟୋଜିତ ଘଟଣା ଭଳି ମନେହେଉଛି । ଶିକ୍ଷାନୁଷ୍ଠାନ ପରି ପବିତ୍ର ସ୍ଥଳୀଗୁଡ଼ିକ ରାଜନୀତିର ରଙ୍ଗରେ କଳୁଷିତ ହେବା ପୂର୍ବରୁ ଏସବୁ ଘଟଣା ବନ୍ଦ ହେବା ନିତାନ୍ତ ଆବଶ୍ୟକ ।

jnuviolence
Share. Facebook Twitter LinkedIn Email WhatsApp Copy Link

Related Posts

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.