Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦିଲ୍ଲୀ ପୋଲିସର ରାଜନୈତିକ ଚାପଲୁସି, ଯିଏ ମାଡ ଖାଇ ରକ୍ତାକ୍ତ ହେଉଛି, ତା ନାଁରେ କେସ!!
ବିଶେଷ ଖବର

ଦିଲ୍ଲୀ ପୋଲିସର ରାଜନୈତିକ ଚାପଲୁସି, ଯିଏ ମାଡ ଖାଇ ରକ୍ତାକ୍ତ ହେଉଛି, ତା ନାଁରେ କେସ!!

January 8, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦିଲ୍ଲୀ ପୋଲିସ ର ସତ୍ୟନିଷ୍ଠା ଓ ନ୍ୟାୟପରାୟଣତା ବିଷୟରେ ଜାଣିବାକୁ ହେଲେ, ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ ରେ ହୋଇଥିବା ଗୁଣ୍ଡାରାଜ ଘଟଣାକୁ ଏକ କାଳଜୟୀ ଉଦାହରଣ ଭାବରେ ଦେଖାଯାଇପାରିବ। ଗତ ରବିବାର ସନ୍ଧ୍ୟାରେ ଯେତେବେଳେ ବିଶ୍ଵ ବିଦ୍ୟାଳୟ ଛାତ୍ର ସଂଘର ସଭାନେତ୍ରୀ ଆଇଶି ଘୋଷଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ମୁଖାପିନ୍ଧା ଗୁଣ୍ଡାମାନେ ବର୍ବର ଆକ୍ରମଣ କରୁଛନ୍ତି, ଠିକ ସେହି ସମୟରେ ଦିଲ୍ଲୀ ପୋଲିସ ଆଇଶିଙ୍କ ନାମରେ ଦୁଇଟି ମାମଲା ରୁଜୁ କରୁଛି। ଏହି ମାମଲାର ସମୟକ୍ରମ ଜାଣିବା ଅତ୍ୟନ୍ତ ଜରୁରୀ। ଜାନୁଆରୀ ୫ ତାରିଖ ରବିବାର, ଅପରାହ୍ନ ୪ଟା ପରଠୁ ବିଶ୍ଵ ବିଦ୍ୟାଳୟ ପରିସରରେ ମୁଖାପିନ୍ଧା ଗୁଣ୍ଡାମାନେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରୁଛନ୍ତି। ଏହା ପ୍ରାୟ ରାତି ୯ ଟା ପର୍ୟନ୍ତ ଚାଲୁଥିଲେ ହେଁ, ପୋଲିସ ଓ ବିଶ୍ଵ ବିଦ୍ୟାଳୟର ସୁରକ୍ଷା କର୍ମୀ ନୀରବ ହୋଇ ତାମସା ଦେଖୁଛନ୍ତି।

ବିଶ୍ଵ ବିଦ୍ୟାଳୟ ପରିସରରେ କେବଳ ଛାତ୍ରଛାତ୍ରୀ ବା ଅଧ୍ୟାପକ ନୁହନ୍ତି, ସାମ୍ବାଦିକ ଓ କ୍ୟାମେରାମ୍ୟାନମାନଙ୍କ ଉପରେ ମଧ୍ୟ ଆକ୍ରମଣ ହେଉଛି। ସାରା ଦେଶ ଦେଖୁଛି, କେମିତି ଅଧ୍ୟାପକ ଓ ଛାତ୍ରମାନେ ଲହୁଲୁହାଣ ହୋଇ ପଡିଛନ୍ତି। ହେଲେ ପୋଲିସ ଆଖିକୁ ସେକଥା ଦିଶୁନାହିଁ। ଆଇଶି ଘୋଷ ମାଡ ଖାଇ ରକ୍ତାକ୍ତ ହେଲାପରେ ତାଙ୍କୁ ଏମ୍ସ ରେ ଚିକିତ୍ସା କରାଯାଉଥିବା ସମୟରେ ଭାରତର ସବୁଠୁ ସୁଦକ୍ଷ ଅନୁଷ୍ଠାନ ଭାବେ ନାଁ କରିଥିବା ଦିଲ୍ଲୀ ପୋଲିସ ତାଙ୍କ ବିରୋଧରେ ସନ୍ଧ୍ୟା ୮.୩୯ ଓ ୮.୪୩ରେ ଏତାଲା ରେଜିଷ୍ଟର କରୁଛି। ଏହି ସମଗ୍ର ଘଟଣାକ୍ରମରେ ସମୟକୁ ଜାଣିବା ଆଜି ଗୁରୁତ୍ୱପୂର୍ଣ୍ଣ।

ପ୍ରଥମେ କ୍ୟାମ୍ପସରେ ଜାଣିଶୁଣି ହିଂସା କରାଯାଉଛି। ତାକୁ ଯେତେବେଳେ ଜାତୀୟ ଗଣମାଧ୍ୟମରେ ଲୋକ ଦେଖୁଛନ୍ତି ଓ ତା ବିରୋଧରେ ପ୍ରତିବାଦ ବଢୁଛି, ତାକୁ ତୁରନ୍ତ ମୋଦୀ ସରକାରର ମନ୍ତ୍ରୀମାନେ ନିନ୍ଦା କରୁଛନ୍ତି। ବିଶ୍ଵ ବିଦ୍ୟାଳୟକୁ ଯାଉଥିବା ସବୁ ରାସ୍ତା ବନ୍ଦ କରି ଦିଆଯାଉଛି ଓ ଗଣମାଧ୍ୟମକୁ କ୍ୟାମ୍ପସ ଭିତରକୁ ଛଡା ଯାଉନାହିଁ। ପୋଲିସ ଘଟନା ଘଟିବାର ୫୦ ଘଣ୍ଟା ପରେ ମଧ୍ୟ କୌଣସି ଦୁର୍ବୃତ୍ତଙ୍କୁ ଗିରଫ କରିନାହିଁ। ହେଲେ ଏହି ଘଟଣାରେ ମାଡ ଖାଇ ରକ୍ତାକ୍ତ ହୋଇଥିବା ଛାତ୍ରସଙ୍ଘ ସଭାପତିଙ୍କ ବିରୋଧରେ ମାମଲା ଆରମ୍ଭ କରୁଛି। ଏହାକୁ ଆମେ କଣ କହିବା- ନ୍ୟାୟ ନା ରାଜନୈତିକ ଚାମଚାଗିରି?

ଜୱାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟରେ ଯେତେବେଳେ ଛାତ୍ର ଓ ଅଧ୍ୟାପକ ମାଡ ଖାଉଛନ୍ତି, ଠିକ ସେହି ସମୟରେ ମୁମ୍ବାଇର ହୟାତ ହୋଟେଲରେ ବସି ବିଜେପିର ବଡ ନେତାମାନେ ଛାତ୍ରନେତାଙ୍କୁ ବଦନାମ କରିବାର ଷଡଯନ୍ତ୍ର ଆରମ୍ଭ କରୁଛନ୍ତି। ଆଇଶି ଘୋଷ ଚାଲି ଚାଲି ଯାଉଥିବାର ଏକ ଭିଡିଓକୁ ବିଜେପି ତରଫରୁ ଭାଇରାଲ କରାଯାଉଛି। ବିଜେପିର ଉପ ସଭାପତି ଥିବା ବୈଜୟନ୍ତ ପଣ୍ଡାଙ୍କ ଭଳି ବରିଷ୍ଠ ନେତା ମଧ୍ୟ ଛାତ୍ରନେତାମାନଙ୍କ  ବିରୋଧରେ ଏ ପ୍ରକାର କୁତ୍ସାରଟନାରେ ସାମିଲ ହେଉଛନ୍ତି। ବିଜେପି ଆଇଟି ସେଲ ତରଫରୁ ଏହାକୁ ବାମ ବନାମ ଦକ୍ଷିଣ ରାଜନୀତିର ଝଗଡା ଭାବେ ଦେଖାଇବାର ଉଦ୍ୟମ କରା ହୋଇଛି। ହେଲେ ଅସଲ ସତ୍ୟ ହେଉଛି, ଏହା କୌଣସି ରାଜନୈତିକ ବା ବୈଚାରିକ ସଂଘର୍ଷ ନୁହେଁ। ଏହା ସିଧା ସଳଖ ସନ୍ତ୍ରାସବାଦୀ କାମ ଓ ଶାସକ ଦଳର ଗୁଣ୍ଡାଙ୍କ ମାଧ୍ୟମରେ ଏହା କରାଯାଇଛି। ତାରି ଭିତରେ କିଛି ଲୋକ ଟିଭି ଆଗରେ ଛତି ଫୁଲେଇ କହୁଛନ୍ତି-ହଁ, ଆମେ ହିଁ ସେମାନଙ୍କୁ ମାରିଛୁ ଓ ଆଗକୁ ମଧ୍ୟ ମାରିବୁ। ସେମାନଙ୍କ ପାଖକୁ ପୋଲିସ ପହଞ୍ଚି ପାରୁନାହିଁ। ଅନ୍ୟ ଏକ ଘଟଣାକ୍ରମରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ପଷ୍ଟ କହିଦେଇଛନ୍ତି ଯେ, ଏଥିରେ ବିଜେପି ବା ଏବିଭିପି ର ସମ୍ପର୍କ ନାହିଁ। ବିନା ତଦନ୍ତରେ ମନ୍ତ୍ରୀ ସିଦ୍ଧାନ୍ତରେ ପହଞ୍ଚି ସାରିଛନ୍ତି। ତେଣୁ ଆଗକୁ ପୋଲିସ ଏଥିରେ କେବଳ ସୁଆଙ୍ଗ ହିଁ କରିବ।

ଏଠି ଆଉ ଗୋଟେ କଥା ମଧ୍ୟ ଆମକୁ ଚିନ୍ତା କରିବାକୁ ପଡିବ। ଏ ପ୍ରକାର ହିଂସାକାଣ୍ଡର ସମର୍ଥନରେ  “ଭଲ ହୋଇଛି” “ଆହୁରି ହେବାର ଥିଲା” “ସେମାନେ ପାଠ ନ ପଢି ରାଜନୀତି କାଇଁ କରୁଛନ୍ତି” “ଟୁକଡେ ଟୁକଡେ ଗ୍ୟାଙ୍ଗକୁ ମାର” ବୋଲି ବିଚିତ୍ର ଯୁକ୍ତିମାନ ବିଜେପି ସମର୍ଥକମାନେ ପ୍ରଚାର କରିଚାଲିଛନ୍ତି। ଏମାନେ ମାତ୍ର ଅଳ୍ପଦିନ ତଳେ ନାଗରିକ ସଂଶୋଧନ ଆଇନ ବିରୋଧରେ ହିଂସା କାହିଁକି ବୋଲି ପ୍ରଶ୍ନ ଉଠାଉଥିଲେ। ସାରା ଦେଶରେ ହିଂସା ଏବେ ଶାସକଦଳର ସମ୍ପତ୍ତି ବୋଲି ଏହି ଦଳର ସମର୍ଥକମାନେ ବୋଧେ ବିଶ୍ଵାସ କରୁଛନ୍ତି।

ଜେଏନୟୁରେ ଏହି ହିଂସାକାଣ୍ଡ ଯେ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ଏକଥା ଆଜି ସ୍ପଷ୍ଟ ଜଣାପଡୁଛି। ମୁଖାପିନ୍ଧା ଗୁଣ୍ଡାମାନଙ୍କ ପ୍ରତି ଶାସକଦଳର ସମର୍ଥନ ଅତ୍ୟନ୍ତ ସ୍ପଷ୍ଟ। ସେହି ଗୁଣ୍ଡାଙ୍କୁ ପୋଲିସ ଛୁଇଁପାରିବ ନାହିଁ। ଏହି ସମାନ କଥା କହ୍ନେୟା କୁମାରଙ୍କ ବେଳକୁ ମଧ୍ୟ ଆମେ ଦେଖିଥିଲୁ। ସେତେବେଳେ ମଧ୍ୟ କ୍ୟାମ୍ପସ ଭିତରେ କିଛି ମୁଖାପିନ୍ଧା ଲୋକ ଭାରତ ବିରୋଧୀ ସ୍ଲୋଗାନ ଦେଇ କୁଆଡେ ଉଭାଇ ଗଲେ, ହେଲେ ସେଇ ମାମଲାରେ ଛାତ୍ରସଙ୍ଘ ଛାତ୍ରସଙ୍ଘ ସଭାପତିଙ୍କୁ ଫସାଇ ଦିଆଗଲା। ଯେଉଁମାନେ ଅଦାଲତ ଭିତରେ କହ୍ନେୟା କୁମାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ, ସେମାନଙ୍କୁ ଦିଲ୍ଲୀ ପୋଲିସ ଧରି ନଥିଲା। ଆଜି ମଧ୍ୟ ସେହି ସମାନ କାମ ପୋଲିସ କରୁଛି।

ଗୋଟେ ପକ୍ଷରେ ଶାସକ ଦଳ ତରଫରୁ ଛାତ୍ରଛାତ୍ରୀଙ୍କ ବିରୋଧରେ କୁତ୍ସାରଟନା ଚାଲିଛି ଓ ଅପର ପକ୍ଷରେ ପୋଲିସ ଜୁଲମର ନକ୍ସା ତିଆରି ହେଉଛି। ଏହାହିଁ ବୋଧେ ଭାରତର ନୂଆ ରାଜନୀତି। ଏଠି ଯିଏ ସରକାରକୁ ବିରୋଧ କରିବା ତାକୁ ଏମିତି ତଳିତଳାନ୍ତ କରିଦିଆଯିବ। ସରକାର ବିରୋଧରେ ପ୍ରତିବାଦ କରୁଥିବା ଦେଶର ଛାତ୍ର ଓ ଯୁବକମାନଙ୍କୁ ଗାଳି କରି ଶାସକ ଦଳର ଚାମଚାମାନେ ସୋସିଆଲ ମିଡିଆରେ ଯାବତୀୟ ଅଶ୍ଳୀଳ ଭାଷା କହୁଥିବେ। ସେମାନଙ୍କ ବିରୋଧରେ କୌଣସି ଆଇନ କାନୁନ ନଥିବ। ତେବେ ଏହି ଚାମଚାମନେ ବୁଝିବା ଦରକାର, ଆଜି ଯାହା ଅନ୍ୟର ଛୁଆଙ୍କ ସାଙ୍ଗରେ ଘଟୁଛି, କାଲି ତାହା ତାଙ୍କ ନିଜ ଛୁଆଙ୍କ ପ୍ରତି ମଧ୍ୟ ଘଟିବ। ସେତେବେଳେ ସେମାନେ ମୁହଁ ଲୁଚାଇ କାନ୍ଦିବାକୁ ଜାଗା ପାଇବେ ନାହିଁ।

delhipolice JNU
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ମମତା ବାନାର୍ଜୀଙ୍କ ପାଇଁ ଝଟକା ପରେ ଝଟକା!: ମଦନ ମିତ୍ରଙ୍କ ପରେ ଏବେ ଇସ୍ତଫା ଦେଲେ କୋଏଲ ମଲିକ

July 16, 2026

ଏବେ ବିନା ସଂଯୋଗରେ କିଛି ମିନିଟରେ ଘରକୁ ଆସିବ LPG ସିଲିଣ୍ଡର: ଜାଣନ୍ତୁ କେମିତି?

July 16, 2026
Latest News

ଆଜି ଜୁଲାଇ ୧୭ ତାରିଖ ଶୁକ୍ରବାର: ଜାଣନ୍ତୁ କ’ଣ ରହିଛି ଆପଣଙ୍କର ଭାଗ୍ୟଫଳ

July 17, 2026

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.