Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଷୋଡଶ ଲୋକସଭାର ଶେଷ ଦିନ, ମୁଲାୟମଙ୍କ ମୋଦୀ କୀର୍ତ୍ତନ ଓ ରାଫାଲେ ଅଡିଟ ପ୍ରସଙ୍ଗ
ବିଶେଷ ଖବର

ଷୋଡଶ ଲୋକସଭାର ଶେଷ ଦିନ, ମୁଲାୟମଙ୍କ ମୋଦୀ କୀର୍ତ୍ତନ ଓ ରାଫାଲେ ଅଡିଟ ପ୍ରସଙ୍ଗ

February 14, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଷୋଡଶ ଲୋକସଭାର କାର୍ୟକାଳ ଗତକାଲି ସରିଛି। ୧୯୮୪ ପରଠୁ ଏହି ଲୋକସଭାରେ ପ୍ରଥମଥର ଲାଗି ଶାସକ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ହୋଇଥିଲା। ମଇ ୨୦୧୪ ରେ ଷୋଡଶ ଲୋକସଭା ଗଠିତ ହେଲାବେଳକୁ ଏଥିରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ସଂଖ୍ୟା ଥିଲା ୨୮୨। ତିରିଶ ବର୍ଷ ପରେ ପ୍ରଥମଥର ଲାଗି ବିଜେପି ଲୋକସଭାରେ ନିଜ ଶକ୍ତି ମୁତାବକ ସରକାର ଗଠନ କରିବାର ସୁଯୋଗ ପାଇଥିଲା। ତେବେ ଲୋକସଭାର ଶେଷ ଦିନ ବେଳକୁ ଏହି ସଂଖ୍ୟା ୨୬୮ କୁ ଖସି ଆସିଥିଲା। ସେହିପରି ଇତିହାସରେ ସବୁଠୁ କମ ସଂଖ୍ୟକ କଂଗ୍ରେସ ଦଳର ସଦସ୍ୟ ଲୋକସଭାକୁ ନିର୍ବାଚିତ ହୋଇ ଆସିଥିଲେ। ଲୋକସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ଥିଲା ମାତ୍ର ୪୫। ହେଲେ ବିରୋଧୀ ଦଳ ଭାବରେ କଂଗ୍ରେସ ନିଜର ଅଳ୍ପ ସଦସ୍ୟଙ୍କୁ ନେଇ ସରକାରକୁ ଘେରିବାରେ ବେଶ ସଫଳ ହୋଇଥିଲା। ଲୋକସଭାର ନେତା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତ୍ର ମାତ୍ର ୨୧ ଟି ବିତର୍କରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ନରେନ୍ଦ୍ର ମୋଦୀଙ୍କ ସଂସଦ ଉପସ୍ଥିତି ହାର ଯଥେଷ୍ଟ କମ ଥିଲା।

ଏଥର ଲୋକସଭାରେ ୧୪୬ ଜଣ କୃଷିଜୀବି, ୫୪ ଜଣ ଓକିଲ, ତିନି ଜଣ ଶିକ୍ଷକ, ୮୯ ଜଣ ସମାଜସେବୀ, ୭୨ ଜଣ ବ୍ୟବସାୟୀ, ୩୮ ଜଣ ରାଜନୈତିକ କର୍ମୀ, ୨୭ ଜଣ ଡାକ୍ତର, ୯ ଜଣ କଳାକାର, ୫ ଜଣ ସାମ୍ବାଦିକ, ୫ ଜଣ ଶିଲ୍ପପତି, ଦୁଇ ଜଣ ସୈନିକ ଲୋକ ସଭାକୁ ନିର୍ବାଚିତ ହୋଇ ଆସିଥିଲେ। ତେବେ ଲୋକସଭା ର ୱେବ ସାଇଟ ଅନୁଯାୟୀ ସମାଜ ସେବୀ ଓ ରାଜନେତା ଦୁଇଟି ଅଲଗା ବୃତ୍ତି ମାନେ ହେଉଛି। ସେହିପରି ସମାଜ ସେବା ଏକ ବୃତ୍ତି କି ନୁହଁ, ତାହା ମଧ୍ୟ ଏକ ପ୍ରଶ୍ନବାଚୀ। ଏଥର ଲୋକସଭାରେ ୪୫୭ (୮୭.୫୫%) ପୁରୁଷ ସଦସ୍ୟ ଥିବା ବେଳେ ମହିଳା ସଦସ୍ୟଙ୍କ ସଂଖ୍ୟା ଥିଲା ୬୫(୧୨.୪୫%) । ଏଥର ଲୋକସଭାରେ ୭୫% ସଦସ୍ୟ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ଏଥର ଲୋକସଭାରେ ବେଶ ସରଗରମ ଆଲୋଚନା ହୋଇଥିବାବେଳେ ବଜେଟ ଅଧିବେଶନର ଅନ୍ତିମ ଦିନ ବେଶ ରୋଚକ ଥିଲା। ସେଦିନ ଲୋକସଭାର ବାଚସ୍ପତିଙ୍କୁ ଧନ୍ୟବାଦ ଦେବା ଅବସରରେ କହିଥିଲେ ଯେ, ମୁଁ ସବୁ ସଦସ୍ୟ ପୁଣିଥରେ ନିର୍ବାଚିତ ହୋଇ ଆସନ୍ତୁ ବୋଲି କାମନା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ମୂଲାୟମଙ୍କ ଏ ବକ୍ତବ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି। ଯଦିଓ ସୌଜନ୍ୟତା ଦୃଷ୍ଟିରୁ ଏ ପ୍ରକାର ବକ୍ତବ୍ୟ ଅସଙ୍ଗତ ନୁହେଁ, କିନ୍ତୁ ଆଜିର ରାଜନୈତିକ ପରିସ୍ଥିତିରେ ଏହି ବକ୍ତବ୍ୟର ଅଲଗା ଅର୍ଥ ରହିଛି। ଉତ୍ତର ପ୍ରଦେଶ ରାଜନୀତିରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମହାମେଣ୍ଟ ବିଜେପିକୁ ପରାସ୍ତ କରିବାର ଯୋଜନା କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ମୁଲାୟାମଙ୍କ  ଶୁଭକାମନା ଗୋଟେ ଅଲଗା ସଙ୍କେତ ଦେଉଛି।

ତେବେ ଲୋକସଭାର ଅନ୍ତିମ ଦିବସରେ ସବୁଠୁ ଚର୍ଚ୍ଚାର ବିଷୟ ଥିଲା ରାଫାଲେ ପ୍ରସଙ୍ଗରେ ମହାଲେଖା ନିୟନ୍ତ୍ରକ ବା ସିଏଜିଙ୍କ ରିପୋର୍ଟ। ସଂସଦରେ ଉପସ୍ଥାପିତ ଏ ରିପୋର୍ଟ ଆପାତତଃ ମୋଦୀ ସରକାରକୁ ରାଫାଲେ ମାମଲାରେ କ୍ଳିନ ଚିଟ ଦେଲାପରି ଲାଗୁଥିଲେ ହେଁ, ରିପୋର୍ଟରେ ଅନେକ କଥା ରହିଛି ଯାହାକି ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯଥେଷ୍ଟ।

ତେବେ ଆଜିଠୁ ଷୋଡଶ ଲୋକସଭାର କାର୍ୟକାଳ ପୂରିଲା। ସପ୍ତଦଶ ଲୋକସଭା ପାଇଁ ଏବେ କୌଣସି ସମୟରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ତେବେ ବହୁ ଦୃଷ୍ଟିରୁ ଭାରତର ରାଜନୀତିରେ ଷୋଡଶ ଲୋକସଭାର ଭୂମିକା ଐତିହାସିକ ହୋଇ ରହିବ।

kedarmishra loksabha Modi thesamikhsya.com
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ଭାରତ ଆସିବ କି ନାହିଁ?, ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ନିଅ, ନଚେତ…: ବାଂଲାଦେଶକୁ ଚେତାବନୀ ଦେଲା ଆଇସିସି

January 21, 2026

ଅଟଳ ପେନସନ ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

January 21, 2026

‘ଭାରତ ନୁହେଁ, ଏହି ଦେଶ ଉପରେ ଲାଗିବ ୫୦୦% ଶୁଳ୍କ’: ଆମେରିକାର ଅର୍ଥ ସଚିବଙ୍କ ବଡ଼ ଖୁଲାସା

January 21, 2026
Latest News

C. K. Nayudu Trophy: ସମ୍ବଲପୁରରେ ଖେଳାଯିବ ଓଡିଶା ଓ ହରିୟାଣା ମ୍ୟାଚ

January 22, 2026

ଚାପଯୁକ୍ତ ପାଇପ୍ ଆଧାରିତ ଜଳସେଚନ ପ୍ରକ୍ରିୟା ଆପଣାଇବା ପାଇଁ ଗୋଷ୍ଠୀ ସଚେତନତା

January 22, 2026

କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

January 22, 2026

ଗୀତା ପ୍ରେସ୍ ପ୍ରକାଶିତ ‘କଲ୍ୟାଣ’ ପତ୍ରିକାର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

January 22, 2026

ଅନୁସୂଚିତ ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ନାଲକୋର ପ୍ରୋଜେକ୍ଟ ଇନ୍ଦ୍ରଧନୁଷ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.