Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଷୋଡଶ ଲୋକସଭାର ଶେଷ ଦିନ, ମୁଲାୟମଙ୍କ ମୋଦୀ କୀର୍ତ୍ତନ ଓ ରାଫାଲେ ଅଡିଟ ପ୍ରସଙ୍ଗ
ବିଶେଷ ଖବର

ଷୋଡଶ ଲୋକସଭାର ଶେଷ ଦିନ, ମୁଲାୟମଙ୍କ ମୋଦୀ କୀର୍ତ୍ତନ ଓ ରାଫାଲେ ଅଡିଟ ପ୍ରସଙ୍ଗ

February 14, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଷୋଡଶ ଲୋକସଭାର କାର୍ୟକାଳ ଗତକାଲି ସରିଛି। ୧୯୮୪ ପରଠୁ ଏହି ଲୋକସଭାରେ ପ୍ରଥମଥର ଲାଗି ଶାସକ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ହୋଇଥିଲା। ମଇ ୨୦୧୪ ରେ ଷୋଡଶ ଲୋକସଭା ଗଠିତ ହେଲାବେଳକୁ ଏଥିରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ସଂଖ୍ୟା ଥିଲା ୨୮୨। ତିରିଶ ବର୍ଷ ପରେ ପ୍ରଥମଥର ଲାଗି ବିଜେପି ଲୋକସଭାରେ ନିଜ ଶକ୍ତି ମୁତାବକ ସରକାର ଗଠନ କରିବାର ସୁଯୋଗ ପାଇଥିଲା। ତେବେ ଲୋକସଭାର ଶେଷ ଦିନ ବେଳକୁ ଏହି ସଂଖ୍ୟା ୨୬୮ କୁ ଖସି ଆସିଥିଲା। ସେହିପରି ଇତିହାସରେ ସବୁଠୁ କମ ସଂଖ୍ୟକ କଂଗ୍ରେସ ଦଳର ସଦସ୍ୟ ଲୋକସଭାକୁ ନିର୍ବାଚିତ ହୋଇ ଆସିଥିଲେ। ଲୋକସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ଥିଲା ମାତ୍ର ୪୫। ହେଲେ ବିରୋଧୀ ଦଳ ଭାବରେ କଂଗ୍ରେସ ନିଜର ଅଳ୍ପ ସଦସ୍ୟଙ୍କୁ ନେଇ ସରକାରକୁ ଘେରିବାରେ ବେଶ ସଫଳ ହୋଇଥିଲା। ଲୋକସଭାର ନେତା ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତ୍ର ମାତ୍ର ୨୧ ଟି ବିତର୍କରେ ଅଂଶ ଗ୍ରହଣ କରିଥିଲେ। ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ନରେନ୍ଦ୍ର ମୋଦୀଙ୍କ ସଂସଦ ଉପସ୍ଥିତି ହାର ଯଥେଷ୍ଟ କମ ଥିଲା।

ଏଥର ଲୋକସଭାରେ ୧୪୬ ଜଣ କୃଷିଜୀବି, ୫୪ ଜଣ ଓକିଲ, ତିନି ଜଣ ଶିକ୍ଷକ, ୮୯ ଜଣ ସମାଜସେବୀ, ୭୨ ଜଣ ବ୍ୟବସାୟୀ, ୩୮ ଜଣ ରାଜନୈତିକ କର୍ମୀ, ୨୭ ଜଣ ଡାକ୍ତର, ୯ ଜଣ କଳାକାର, ୫ ଜଣ ସାମ୍ବାଦିକ, ୫ ଜଣ ଶିଲ୍ପପତି, ଦୁଇ ଜଣ ସୈନିକ ଲୋକ ସଭାକୁ ନିର୍ବାଚିତ ହୋଇ ଆସିଥିଲେ। ତେବେ ଲୋକସଭା ର ୱେବ ସାଇଟ ଅନୁଯାୟୀ ସମାଜ ସେବୀ ଓ ରାଜନେତା ଦୁଇଟି ଅଲଗା ବୃତ୍ତି ମାନେ ହେଉଛି। ସେହିପରି ସମାଜ ସେବା ଏକ ବୃତ୍ତି କି ନୁହଁ, ତାହା ମଧ୍ୟ ଏକ ପ୍ରଶ୍ନବାଚୀ। ଏଥର ଲୋକସଭାରେ ୪୫୭ (୮୭.୫୫%) ପୁରୁଷ ସଦସ୍ୟ ଥିବା ବେଳେ ମହିଳା ସଦସ୍ୟଙ୍କ ସଂଖ୍ୟା ଥିଲା ୬୫(୧୨.୪୫%) । ଏଥର ଲୋକସଭାରେ ୭୫% ସଦସ୍ୟ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ଏଥର ଲୋକସଭାରେ ବେଶ ସରଗରମ ଆଲୋଚନା ହୋଇଥିବାବେଳେ ବଜେଟ ଅଧିବେଶନର ଅନ୍ତିମ ଦିନ ବେଶ ରୋଚକ ଥିଲା। ସେଦିନ ଲୋକସଭାର ବାଚସ୍ପତିଙ୍କୁ ଧନ୍ୟବାଦ ଦେବା ଅବସରରେ କହିଥିଲେ ଯେ, ମୁଁ ସବୁ ସଦସ୍ୟ ପୁଣିଥରେ ନିର୍ବାଚିତ ହୋଇ ଆସନ୍ତୁ ବୋଲି କାମନା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି। ମୂଲାୟମଙ୍କ ଏ ବକ୍ତବ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି। ଯଦିଓ ସୌଜନ୍ୟତା ଦୃଷ୍ଟିରୁ ଏ ପ୍ରକାର ବକ୍ତବ୍ୟ ଅସଙ୍ଗତ ନୁହେଁ, କିନ୍ତୁ ଆଜିର ରାଜନୈତିକ ପରିସ୍ଥିତିରେ ଏହି ବକ୍ତବ୍ୟର ଅଲଗା ଅର୍ଥ ରହିଛି। ଉତ୍ତର ପ୍ରଦେଶ ରାଜନୀତିରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମହାମେଣ୍ଟ ବିଜେପିକୁ ପରାସ୍ତ କରିବାର ଯୋଜନା କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ମୁଲାୟାମଙ୍କ  ଶୁଭକାମନା ଗୋଟେ ଅଲଗା ସଙ୍କେତ ଦେଉଛି।

ତେବେ ଲୋକସଭାର ଅନ୍ତିମ ଦିବସରେ ସବୁଠୁ ଚର୍ଚ୍ଚାର ବିଷୟ ଥିଲା ରାଫାଲେ ପ୍ରସଙ୍ଗରେ ମହାଲେଖା ନିୟନ୍ତ୍ରକ ବା ସିଏଜିଙ୍କ ରିପୋର୍ଟ। ସଂସଦରେ ଉପସ୍ଥାପିତ ଏ ରିପୋର୍ଟ ଆପାତତଃ ମୋଦୀ ସରକାରକୁ ରାଫାଲେ ମାମଲାରେ କ୍ଳିନ ଚିଟ ଦେଲାପରି ଲାଗୁଥିଲେ ହେଁ, ରିପୋର୍ଟରେ ଅନେକ କଥା ରହିଛି ଯାହାକି ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯଥେଷ୍ଟ।

ତେବେ ଆଜିଠୁ ଷୋଡଶ ଲୋକସଭାର କାର୍ୟକାଳ ପୂରିଲା। ସପ୍ତଦଶ ଲୋକସଭା ପାଇଁ ଏବେ କୌଣସି ସମୟରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ତେବେ ବହୁ ଦୃଷ୍ଟିରୁ ଭାରତର ରାଜନୀତିରେ ଷୋଡଶ ଲୋକସଭାର ଭୂମିକା ଐତିହାସିକ ହୋଇ ରହିବ।

kedarmishra loksabha Modi thesamikhsya.com
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026

ରାଜ୍ୟରେ ଅବପାତର ତାଣ୍ଡବ: ବିଚ୍ଛିନ୍ନ ହେଲା ସଂଯୋଗ, ବଢ଼ିଲା ବନ୍ୟା ଆଶଙ୍କା

September 25, 2026
Latest News

ପୁରୀରେ ସମୁଦ୍ର ଅଶାନ୍ତ: ଜନବସତି ମୁହାଁ ଉଚ୍ଚ ଲହଡ଼ି, ଭାସିଗଲା ଦୋକାନ ବଜାର

September 26, 2026

ହୀରାକୁଦର ଖୋଲିଲା ଆଉ ୫ଟି ଗେଟ୍: ମୋଟ ୧୩ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

September 26, 2026

ବନ୍ୟା ବିପନ୍ନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ନୂଆ ଘର, ୫ ଦିନରେ ସରିବ କ୍ଷୟକ୍ଷତି ଆକଳନ : ମନ୍ତ୍ରୀ

September 26, 2026

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

September 26, 2026

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.