Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ବିଜେପିରେ ଅପରାଜିତା ଷଡଙ୍ଗୀଙ୍କ କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ, ବହୁ ପୁରୁଣା ନେତା ଚିନ୍ତାରେ
ବିଶେଷ ଖବର

ଓଡ଼ିଶା ବିଜେପିରେ ଅପରାଜିତା ଷଡଙ୍ଗୀଙ୍କ କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ, ବହୁ ପୁରୁଣା ନେତା ଚିନ୍ତାରେ

January 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଭ୍ୟନ୍ତରରୁ ଉପକୂଳ ଓଡିଶା , ସବୁଆଡେ ଅସମ୍ଭାଳ ଜାଡ। ଥରୁଛି ସାରା ଓଡିଶା। କିନ୍ତୁ ଓଡିଶା ବିଜେପିରେ ଉଷ୍ମତାର ଲହରୀ। ଓଡିଶା ବିଜେପିରେ ସୃଷ୍ଟି ହୋଇଛି ଫାଟ। ଯେଉଁମାନେ ଦିନେ ଦଳରେ ନିଜକୁ ସଭାପତି ର ଦାବିଦାର ଭାବୁଥିଲେ ଏ ଖବର ତାଙ୍କୁ ବ୍ୟଥିତ କରିବା ସହିତ ବିସ୍ମିତ କରିଛି।

ବିଜେପିର ଭୁବନେଶ୍ବର ସାଂସଦ ଥିବା ଅପରାଜିତା ଷଡଙ୍ଗୀ ଅଜିତା ନାମକ ଏକ ମହିଳା ସଶକ୍ତିକରଣ  ଯୋଜନାର ଶୁଭାରମ୍ଭ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି।

ଅତୀତରେ ବିଜୁ ଜନତା ଦଳ ଆରମ୍ଭ କରିଥିବା ମିସନ ଶକ୍ତି କୁ ମାତ ଦେବା ଲାଗି ଅଜିତା ଯୋଜନାର ଶୁଭାରମ୍ଭ କରାଯାଇଛି। ଏହା ଦ୍ଵାରା ବିଜେପି ମହିଳାମାନଙ୍କ ଭୋଟକୁ ହାତେଇବାକୁ ଲକ୍ଷ୍ୟ ରଖିଛି। ଅଜିତାର ଅର୍ଥ ନିଜର ପ୍ରତିବିମ୍ବ ହୋଇଥିବା ବେଳେ ଏହା ଦ୍ଵାରା ସେପରି କିଛି ଉନ୍ନତି ସାଧନ ହେବା ନେଇ ବିଶେଷଜ୍ଞ ମାନେ ଭାବି ପାରୁ ନାହାନ୍ତି। ସେହିପରି  ବିଜେଡିର ବିଜୁ ଯୁବ ବାହିନୀକୁ ଲକ୍ଷ୍ୟ କରି ଆଉ ଏକ ଯୋଜନା ଯୁଥ ଫର ଆକ୍ସନର ମଧ୍ୟ ଶୁଭାରମ୍ଭ କରିଛନ୍ତି।  ଏହି ଦୁଇଟିକୁ ଅଣ ରାଜନୈତିକ ପ୍ଲ୍ଯାଟଫର୍ମ କୁହାଯାଉଥିଲେ ମଧ୍ୟ ଏହି ପଛରେ ବିଜେପି ଛାମୁଆ ସଙ୍ଗଣ୍ଠନର ପ୍ରଚ୍ଛଦ ହାତକୁ ଅସ୍ଵୀକାର କରିହେବ ନାହି।

ଏଇ ଦୁଇ ଯୋଜନାର ମୁଖ୍ୟ ବିନ୍ଧାଣି ହେଉଛନ୍ତି ଅପରାଜିତା ଷଡଙ୍ଗୀ। ଷଡଙ୍ଗୀଙ୍କର ଏହି ପଦକ୍ଷେପକୁ ରାଜନୈତିକ ବିଶେଷଜ୍ଞ ମାନେ ଅପରାଜିତାଙ୍କର ଲୋକଙ୍କ ପାଖରେ ପହଞ୍ଚିବାର ଆଉ ଏକ ବଳିଷ୍ଠ ମାଧ୍ୟମ ବୋଲି ବିଚାର କରୁଛନ୍ତି। ଏପରି କରିବା ଦ୍ଵାରା ଏକଦା ରାଜ୍ୟ ବିଜେପିର ଅଘୋଷିତ ମୁଣ୍ଡିଆଳ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତିକ୍ତତା ବଢିବାର ଆଶଙ୍କାକୁ ସାଙ୍ଗରେ ନେଇ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ରାଜନୈତିକ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଏଇ ଦୁଇଟି ଯୋଜନାର ଶୁଭାରମ୍ଭ କରି ଷଡଙ୍ଗୀ ରାଜ୍ୟ ବିଜେପିର ସଭାପତି ଲାଗି ଦାବିଦାର ବୋଲି ପରୋକ୍ଷରେ ସୁଚେଇ ଦେଇଛନ୍ତି। ଯାହା ଆଗାମୀ ଦିନରେ ସତ ହେବାକୁ ଯାଉଛି।

ତେବେ ସବୁଠାରୁ ଚର୍ଚାର କଥା  ହେଉଛି  ଯେ ଏହି ଦୁଇ ଯୋଜନାର ଶୁଭାରମ୍ଭ ବେଳେ  ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତି ଅନେକ ସନ୍ଦେହ ସୃଷ୍ଟି କରିଛି। ଏବଂ ଏହି ଦୁଃସାହସିକ ପଦକ୍ଷେପ ସ୍ୱରୂପ ଶୁଭାରମ୍ଭ କରିଥିବା ଦୁଇ ଯୋଜନା ଦ୍ଵାରା ଷଡଙ୍ଗୀ ସୁଚେଇ ଦେବାକୁ ଚାହିଛନ୍ତି ଯେ ସେ କୌଣସି ଉପଦଳ ବା ଦଳ ଭିତରେ ଦଳକୁ ବିଶ୍ବାସ କରନ୍ତି ନହିଁ ବରଂ ସେ ନିଜେ ଜଣେ ଅପ୍ରତିଦ୍ଵନ୍ଦ୍ବୀ ନେତା।

ଅପରପକ୍ଷରେ ଏହି ଦୁଇ ଯୋଜନାର ଶୁଭାରମ୍ଭକୁ ଧର୍ମେନ୍ଦ୍ରଙ୍କୁ ଆଡେଇ ବୈଜୟନ୍ତଙ୍କୁ ନିମନ୍ତ୍ରଣ କରାଯିବା , ଯାହା ଦଳ ଭିତରେ ଧର୍ମେନ୍ଦ୍ରଙ୍କୁ ନେଇ ରହିଥିବା ତିକ୍ତତାକୁ ସୂଚାଉଛି  ଏବଂ ଏହିଭଳି ଏକ ଦୁଃସାହସିକ ପଦକ୍ଷେପ ନୂଆଦିଲ୍ଲୀର ଆଶୀର୍ବାଦ ବିନା ସମ୍ଭବ ହୋଇ ନ ପାରେ।

ଅପରାଜିତଙ୍କର ନିଶ୍ଚୟ  ଏକ ଉଚ୍ଚାଭିଳାଷ ରହିଛି ଏବଂ ଲୋକଙ୍କ ପାଖରେ ନିଜକୁ ପହଞ୍ଚାଇବାକୁ ସେ ଓଡିଶାର ବିଭିନ୍ନ ଅଞ୍ଚଳ କୁ ଅନେକ ସମୟରେ ବୁଲାବୁଲି କରିଛନ୍ତି  ଏବଂ ଏପରି କରି ଧର୍ମେନ୍ଦ୍ରଙ୍କ ଅକ୍ତିଆରରେ ରାଜ୍ୟ ବିଜେପି ଥିବା ନେଇ ବହୁଥିବା ହାୱାକୁ ସେ ପ୍ରତିହତ କରିବାରେ ସକ୍ଷମ ହୋଇଛନ୍ତି।

ଯଦିଓ ପ୍ରାଥମିକ ସ୍ତରରେ ବିଜେଡିର ଯୋଜନା ଗୁଡିକୁ ମାତ ଦେବା ପାଇଁ ଏହି ସବୁ ଯୋଜନା ଗୁଡିକର ଶୁଭାରମ୍ଭ କରିଛନ୍ତି ,ଦେଖିବାକୁ ଗଲେ ତାଙ୍କୁ ଖୋଲାଖୋଲି ବିରୋଧ କରି ନ ଥିବା ଅଥଚ ତାଙ୍କ ଉପସ୍ଥିତିକୁ ରାଜ୍ୟ ବିଜେପି ରେ ସହ୍ୟ କରି ପାରୁ ନ ଥିବା  ନେତାଙ୍କୁ ଚତୁରତାର ସହ ଆଡେଇ ଯାଇଛନ୍ତି।

ବିଜେପିରେ ଅପରାଜିତା ଯେ ଧର୍ମେନ୍ଦ୍ରଙ୍କୁ ଚେକ ଦେବାକୁ  ତୟାର ଅଛନ୍ତି, ଏଥିରେ କିଛି ସନ୍ଦେହ ନାହି ତେବେ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ଆଉଟ ବନାମ ଅପରାଜିତା ଇନର ନିଷ୍କର୍ଷ କଣ ହେବ ତାହା ଆଗାମୀ ସମୟ କହିବ।

aparajitasarangi dharmendrapradhan
Share. Facebook Twitter LinkedIn Email WhatsApp Copy Link

Related Posts

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Latest News

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.