Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାୟକ ଓ ପୋଲିସ ଅଧିକାରୀ ଯୋଡିଙ୍କର ଅବାଞ୍ଛିତ ରାତ୍ରି ଭ୍ରମଣ; ନବୀନ ସରକାରରେ ଏହା କେତେ ଦୂର ଗ୍ରହଣୀୟ? 
ବିଶେଷ ଖବର

ବିଧାୟକ ଓ ପୋଲିସ ଅଧିକାରୀ ଯୋଡିଙ୍କର ଅବାଞ୍ଛିତ ରାତ୍ରି ଭ୍ରମଣ; ନବୀନ ସରକାରରେ ଏହା କେତେ ଦୂର ଗ୍ରହଣୀୟ? 

January 17, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ  

କୋଡିଏ ବର୍ଷ ଧରି ନବୀନ ପଟ୍ଟନାୟକ ଓଡିଶା ଲୋକଙ୍କ ଆସ୍ଥା ଭାଜନ ହେବା ପଛରେ ଯେଉଁ କେତୋଟି ପ୍ରମୁଖ କାରଣ ରହିଛି, ସେଥିରୁ ସବୁଠୁ ବଡ କାରଣ ଟି ହେଉଛି, ପୋଲିସ ଓ ରାଜନେତାଙ୍କ ସମ୍ପର୍କର ଦୂରତା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ସରକାର ରାଜ୍ୟର ଥାନାଗୁଡିକୁ ରାଜନୀତିର କେନ୍ଦ୍ରସ୍ଥଳ କରିଥିବାର ଅଭିଯୋଗ ହେତୁ, ଜାନକୀ ବାବୁ ପରବର୍ତ୍ତୀ ସମୟରେ ବେଶ ଅପ୍ରିୟ ହୋଇଥିଲେ। ୨୦୦୦ ମସିହାରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବା ପରେ, ରାଜନେତାମାନଙ୍କର ଥାନା ଉପରେ ଯେମିତି ପ୍ରତ୍ୟକ୍ଷ ପ୍ରଭାବ ନରହେ, ତାହା ନିଶ୍ଚିତ କରିଥିଲେ। ଆପାତତଃ ଗତ ୨୦ ବର୍ଷ ଭିତରେ ଥାନା ଅଧିକାରୀ ଓ ରାଜନେତାମାନଙ୍କର ସମ୍ପର୍କ ଉପରକୁ ଦେଖାଯାଉ ନାହିଁ। ଯଦିଓ ରାଜନେତା ଓ ଥାନା ଅଧିକାରୀମାନଙ୍କର ଭିତିରିଆ ସଂପର୍କକୁ ନେଇ ଅନେକ ପ୍ରମାଣ ରହିଛି, ତଥାପି ନବୀନ ବାବୁଙ୍କ ଭୟରେ ହେଉ ବା ଉପର ସ୍ତରରେ ସୁରକ୍ଷା ନମିଳିବା କାରଣରୁ ହେଉ, ବିଜେଡି ରାଜନେତାମାନେ ପ୍ରତ୍ୟକ୍ଷ ଭାବରେ ଥାନା ମାମଲାରେ ହସ୍ତକ୍ଷେପ କରିବାକୁ ଚାହାନ୍ତି ନାହିଁ। ସାଧାରଣ ଲୋକେ ଏହାକୁ ନବୀନ ସରକାରର ଏକ ସକାରାତ୍ମକ ଉପଲବ୍ଧି ବୋଲି ବିଚାର କରିଥାନ୍ତି।

ତେବେ ଗତ ବୁଧବାର ରାତିରେ ରାଜଧାନୀ ଭୁବନେଶ୍ବରରେ ଏମିତି କିଛି ଦୃଶ୍ୟ ଆମେ ଦେଖିଲୁ, ଯାହାକି ନବୀନ ଶାସନରେ ଏକ ବିରଳ ଘଟନା ଥିଲା। ରାତି ପ୍ରାୟ ଗୋଟାଏ ବେଳେ ରାଜଧାନୀ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହିତ ରାଜ୍ୟ ସରକାରଙ୍କର ଜନୈକ ବରିଷ୍ଠ ପୁଲିସ ଅଧିକାରୀ ଏକ ଆପାର୍ଟମେଣ୍ଟରେ ପହଞ୍ଚି କବାଟ ବାଡଉଥିବାର ଦୃଶ୍ୟ ଆମେ ଦେଖିଛୁ। ଅନନ୍ତ ସେହି ଘରର ମାଲିକ, ଯିଏକି ଦୁଇ ଦିନ ତଳେ କିଛି ଗୁଣ୍ଡାଙ୍କ ଦ୍ଵାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ, ତାଙ୍କୁ ସାନ୍ତ୍ଵନା ଦେବାକୁ ଯାଇଥିଲେ ବୋଲି କହିଛନ୍ତି। ତେବେ ରାଜଧାନୀର ମେୟର ରହିଥିବା ଓ ଆଜି ବିଧାୟକ ଦାୟିତ୍ଵ ତୁଲାଉଥିବା ଅନନ୍ତ ଜେନା ରାତି ଗୋଟାଏ ବେଳେ ସାନ୍ତ୍ଵନା ଦେବାକୁ ଜଣକ ଘରକୁ ଯିବା, ଅନୈତିକ ନୁହଁ କି? ଜଣେ ବ୍ୟକ୍ତିଙ୍କ ଉପରେ ବିନା କାରଣରେ ଗୁଣ୍ଡାମାନେ ଆକ୍ରମଣ କରୁଛନ୍ତି ଓ ସେହି ଗୁଣ୍ଡାମାନଙ୍କୁ ଆମ ପୁଲିସର ପାରିବାପାଣିଆଁ ଯୋଗୁଁ ରାତାରାତି ଜାମିନ ମିଳିଯାଉଛି- ସେହି ପରିସ୍ଥିତିରେ ସେ ବ୍ୟକ୍ତି ଭୟଭୀତ ରହିବା ସ୍ଵାଭାବିକ। ଏକ ପୀଡିତ ପରିବାରକୁ ରାତି ଗୋଟାଏରେ ସାନ୍ତ୍ଵନା ଦେବା କଥା ବିଧାୟକଙ୍କ ଉର୍ବର ମସ୍ତିଷ୍କକୁ ଆସିଲା କେମିତି?

ତେବେ ବିଧାୟକ ଓ ରାଜନେତା ହିସାବରେ ଶ୍ରୀ ଅନନ୍ତ ଜେନା ନିଜ ସମୟ ଦେଖି ସେଠି ପହଞ୍ଚିଥିଲେ ବୋଲି ଆମେ ଯଦି ଗ୍ରହଣ କରିନେବା, ତଥାପି ଗୋଟେ ବଡ ପ୍ରଶ୍ନ ର ଉତ୍ତର ମିଳିବ ନାହିଁ। ବିଧାୟକଙ୍କ ସହିତ ରାଜଧାନୀ ପୁଲିସରେ ପୂର୍ବରୁ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଥିବା ଜଣେ ଅଧିକାରୀ ସେଠିକି ଯାଇଥିଲେ କାହିଁକି? ପୁଲିସ ଅଧିକାରୀ ଓ ରାଜନେତାଙ୍କ ଭିତରେ ରାତ୍ରି ଭ୍ରମଣର ଏହି ଆନ୍ତରିକତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଧାୟକଙ୍କ ସାନ୍ତ୍ଵନା ଦେବା ସହିତ ପୁଲିସ ଅଧିକାରୀଙ୍କର କାମ କଣ? ସେ କଣ ଅନନ୍ତ ଜେନାଙ୍କ ବ୍ୟକ୍ତିଗତ ସୁରକ୍ଷା ଦାୟିତ୍ବରେ ଥିଲେ କି? ରାଜନେତା ଓ ପୁଲିସ ଅଧିକାରୀଙ୍କର ଏ ପ୍ରକାର ଖୋଲାମେଲା ସମ୍ପର୍କ ଅନେକ ଅପ୍ରିୟ ସନ୍ଦେହ ସୃଷ୍ଟି କରୁଛି।

ରାଜ୍ୟରେ ପୁଲିସ ପ୍ରଶାସନ ଉପରେ ଶାସକ ଦଳର ଚାପ ବିଶେଷ ପଡୁନାହିଁ ବୋଲି ଯେଉଁମାନେ ବିଶ୍ଵାସ କରୁଥିଲେ, ସେମାନଙ୍କ ପାଇଁ ବିଧାୟକ ଶ୍ରୀ ଜେନା ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ବନ୍ଧୁତ୍ବପୂର୍ଣ୍ଣ ରାତ୍ରି ଭ୍ରମଣ ଅନେକଟା ଅସ୍ଵାଭାବିକ ମନେ ହେଉଛି। ରାଜଧାନୀର ବିଧାୟକ ଭାବରେ ଅନନ୍ତ ନାରାୟଣ ଜେନା ଏ ପ୍ରକାର ଦାୟିତ୍ଵହୀନ ଆଚରଣ ଦେଖାଇବା, ଅନେକଙ୍କୁ ଚକିତ କରିଛି। ସରକାରୀ ଅଧିକାରୀ ଓ ପୁଲିସ ଅଧିକାରୀଙ୍କୁ ରାଜନୈତିକ ଚାପରୁ ମୁକ୍ତ ରଖିବାକୁ ନବୀନ ସରକାର ବଦ୍ଧ ପରିକର ବୋଲି କୁହାଯାଉଛି। ହେଲେ ରାଜଧାନୀର ଏହି ଘଟନା ସରକାରର ସ୍ଵଚ୍ଛତା ଓ ଉଦ୍ଦେଶ୍ୟ ଉପରେ ଏକ ବଡ ପ୍ରଶ୍ନଚିହ୍ନ ଲଗାଇଛି।

ପୁଲିସ ବାବୁ ଓ ବିଧାୟକଙ୍କ ବନ୍ଧୁତ୍ଵ ଯଦି ବ୍ୟକ୍ତିଗତ, ସେଥିରେ କାହାର କିଛି କହିବାର ନାହିଁ। ହେଲେ ରାତି ଅଧିଆ ଜଣେ ପୀଡିତ ଓ ଭୟରେ ଥିବା ପରିବାର ପାଖକୁ ଏ ଦୁହେଁ ପହଞ୍ଚିବା, ଆଦୌ ସ୍ଵାଭାବିକ ଲାଗୁନାହିଁ। ବିଜେଡି ବିଧାୟକମାନେ ଆଇନ ବିରୋଧରେ ଗଲେ ବା ଅନୈତିକ ଆଚରଣ ପ୍ରଦର୍ଶନ କଲେ ନବୀନ ପଟ୍ଟନାୟକ ଚୁପ ରହିନାହାନ୍ତି। ନବୀନ ବାବୁ ନିର୍ବାଚନ ପରେ ପରେ ପାଟଣାଗଡ ବିଧାୟକ ସରୋଜ ମେହେର ଜଣେ ସରକାରୀ ଅଧିକାରୀଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ଜେଲ ପଠାଇବାକୁ କୁଣ୍ଠିତ ହୋଇନଥିଲେ। ସେହି ମାପଦଣ୍ଡରେ ରାତି ଅଧିଆ ଅକାରଣରେ  ପୁଲିସ ଅଧିକାରୀ ଓ ବିଧାୟକଙ୍କ ଯୋଡି  ଜଣେ ସାଧାରଣ ନାଗରିକଙ୍କ ଘରେ ପହଞ୍ଚିବାର ଅନୈତିକ ଆଚରଣ ପାଇଁ ଉତ୍ତରଦାୟୀ ରହିବେ ନାହିଁ କାହିଁକି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁଲିସ ବାବୁ ଓ ବିଧାୟକଙ୍କ ପ୍ରତି କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବେ କି?     

police
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.