Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ ୧୩୦ କୋଟି ଲୋକଙ୍କ ରକ୍ତର ମହାନ ଦେଶ, ମୋର ଦେଶ କେଉଁ ମନ୍ତ୍ରୀ ବା ସରକାରର ଜମିଦାରୀ ନୁହଁ!!
ବିଶେଷ ଖବର

ଭାରତ ୧୩୦ କୋଟି ଲୋକଙ୍କ ରକ୍ତର ମହାନ ଦେଶ, ମୋର ଦେଶ କେଉଁ ମନ୍ତ୍ରୀ ବା ସରକାରର ଜମିଦାରୀ ନୁହଁ!!

January 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପୁଣିଥରେ ଚର୍ଚ୍ଚାରେ ପ୍ରତାପ ଷଡଙ୍ଗୀ। ପ୍ରଥମେ ତାଙ୍କର କୃତ୍ରିମ ଦାରିଦ୍ର୍ୟ, ତାପରେ ଦୁର୍ବୋଧ୍ୟ ସଂସ୍କୃତ ଭାଷଣ ଓ ଏବେ ଦେଶପ୍ରେମର ମାଳ ଗୋଦାମ। ସୁରତରେ ଭାଷଣ ଦେଇ ସେ କୁଆଡେ କହିଛନ୍ତି ଯେ, ଯିଏ ଏ ଦେଶରେ ବନ୍ଦେ ମାତରମ କହି ପାରିବ ନାହିଁ, ଏ ଦେଶରେ ତାର ରହିବାର ଅଧିକାର ନାହିଁ। ବୋଧହୁଏ ମନ୍ତ୍ରୀମଣ୍ଡଳରେ ତାଙ୍କର ଅନ୍ୟ କିଛି କାମ ନାହିଁ। ଗୋରୁ,ଷଣ୍ଢ,କୁକୁଡା ଓ ଛେଳି ପାଳନ କରିବାର ଗୁରୁ ଦାୟିତ୍ଵ ଛାଡି ସେ ଏବେ ଦେଶପ୍ରେମର ମାଲଗୋଦାମ ରେ ବସିଛନ୍ତି। ତାଙ୍କ ଭାଷଣ ଶୁଣିଲା ପରେ ଆମର ଜଣେ ବନ୍ଧୁ କହିଲେ- ପ୍ରତାପ ନନାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟେ ନୂଆ ଦାୟିତ୍ଵ ଦେଇଛନ୍ତି। ଆସନ୍ତା କାଳିଠାରୁ ସେ ୧୩୦ ଭାରତୀୟଙ୍କୁ ଗୋଟି ଗୋଟି କରି ଡାକିବେ ଓ ସେମାନେ ବନ୍ଦେ ମାତରମ ବୋଲି ପାରୁଛନ୍ତି କି ନାହିଁ, ତାର ପରୀକ୍ଷା କରିବେ। ଯିଏ ପଢିପାରିବ, ସିଏ ଭାରତରେ ରହିବ ଓ ଯିଏ ପଢିବାରେ ଭୁଲ କରିବ ତାକୁ ପାକିସ୍ତାନ ପଠାଇ ଦିଆଯିବ। ସତରେ ପ୍ରତାପ ଷଡଙ୍ଗୀଙ୍କୁ ଏ ଦାୟିତ୍ଵ ମିଳିଛି କି? ଏ ଦେଶ ପ୍ରତ୍ୟେକ ଭାରତୀୟର ଦେଶ। ସେ ଯେଉଁ ଧର୍ମ ବା ଜାତି ବା ଭାଷାର ଲୋକ ହୋଇଥିଲେ ବି ଏ ଦେଶ ତାର। ବନ୍ଦେ ମାତରମ ଗାଇବା ସହିତ ଦେଶପ୍ରେମର ପ୍ରମାଣ ଯୋଡିବାକୁ ପ୍ରତାପ ଷଡଙ୍ଗୀଙ୍କୁ କିଏ ଦାୟିତ୍ଵ ଦେଇଛି କି?

ମୋର ମାନେ ପଡୁଛି, କିଛି ବର୍ଷ ତଳେ ଗୋଟେ ଟେଲିଭିଜନ ବିତର୍କରେ ପ୍ରତାପ ବାବୁ ଠିକ ଏଇ କଥା କହିଥିଲେ। ସେହି ବିତର୍କରେ ମୁଁ ତାଙ୍କୁ ପଚାରିଥିଲି, ଯିଏ ସଂସ୍କୃତ ଜାଣିନୀ, ସେ ତ ବନ୍ଦେ ମାତରମ ପାଢୀ ପାରିବନି କି ବୁଝି ପାରିବନି। ତାହେଲେ ସେ ଯିବ କୁଆଡେ? ଯିବ ବା କାହିଁକି? ପ୍ରତାପ ବାବୁ ଯେଉଁ ସଙ୍ଗଠନରୁ ଆସିଛନ୍ତି, ସେଠି ଯୁକ୍ତି ବା ସିଦ୍ଧନ୍ତର କୌଣସି ବିଶେଷତା ନାହିଁ। ସେମାନଙ୍କ ଲାଗି ଦେଶପ୍ରେମ ଏକ ପାଗଳର ପ୍ରଳାପ। ଏ ଦେଶର ମାଟିରେ ନିଜର ରକ୍ତକୁ ମିଶେଇ ଥିବା କୋଟି କୋଟି ଜନତା ଜାଣନ୍ତି ନାହିଁ, ବନ୍ଦେ ମାତରମ କିଏ ଲେଖିଛି ଓ ଏହାର ଅର୍ଥ କଣ। ସେମାନେ ଏ ମାଟିର ସନ୍ତାନ। ସେମାନେ ଭାରତ ମାର ଛୁଆ। ତାଙ୍କର ଦେଶପ୍ରେମ ବିଷୟରେ ସନ୍ଦେହ କରିବାକୁ ପ୍ରତାପ ଷଡଙ୍ଗୀ ବା ତାଙ୍କ ଭଳି ଆଉ କାହାର ଅଧିକାର ନାହିଁ।

ସରକାର ବା ଲୋକ ପ୍ରତିନିଧିମାନେ ଶାସନ ଚଳାଇବାକୁ ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ଯାଇଛନ୍ତି। ମୋଦୀ ସରକାରରେ ଦେଖା ଯାଉଛି, ସେମାନେ ଶାସନ ବ୍ୟତୀତ ବାକି ସବୁ କାମ କରିଚାଲିଛନ୍ତି। ମୋଦୀ ସରକାର ଓ ବିଜେପି ଦଳର ସବୁଠୁ ବଡ ଆତ୍ମ ଘୋଷିତ ଦାୟିତ୍ଵ ହେଉଛି, ଲୋକଙ୍କର ଦେଶପ୍ରେମ ଉପରେ ପ୍ରଶ୍ନଚିହ୍ନ ଲଗାଇବା। ସେମାନେ ପ୍ରତିଦିନ ଲୋକଙ୍କର ଦେଶପ୍ରେମ ଉପରେ ପ୍ରଶ୍ନଚିହ୍ନ ଲଗାଇ ଚାଲିଛନ୍ତି। ସେମାନଙ୍କ ନିଜ ସଂହିତା ଅନୁସାରେ-  ତମେ ବନ୍ଦେ ମାତରମ ଗାଇ ନ ଜାଣିଲେ, ତମେ ଦେଶପ୍ରେମୀ ନୁହଁ। ତମେ ଜେଏନୟୁରେ ପଢିଛ ଯଦି ତମେ ଦେଶପ୍ରେମୀ ନୁହଁ। ତମେ ସରକାରର ସବୁ କଥାରେ ହଁ ମାରୁନ ଯଦି ତମେ ଦେଶପ୍ରେମୀ ନୁହଁ। ଦେଶପ୍ରେମର ଅଦ୍ଭୁତ ଦୋକାନ ଖୋଲି ସେଠି ଗିରିରାଜ ସିଂ ଓ ପ୍ରତାପ ଷଡଙ୍ଗୀଙ୍କ ଭଳି କିଛି ଲୋକଙ୍କୁ ମୁନ୍ସି ଭାବରେ ବସା ଯାଇଛି। ଏମାନେ ଲୋକଙ୍କୁ ଦେଶରେ ରହିବା ଓ ନ ରହିବାର ପ୍ରମାଣପତ୍ର ଦେବେ।

ଦେଶପ୍ରେମ ସ୍ଲୋଗାନ ବା ସଙ୍ଗୀତ ଆଧାରରେ ନିର୍ଣ୍ଣୟ ହୁଏନାହିଁ। ବନ୍ଦେ ମାତରମ ୧୮୮୨ ରେ ପ୍ରକାଶିତ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ “ଆନନ୍ଦ ମଠ” ଉପନ୍ୟାସର ଏକ ଅଂଶ। ଏହା ଲେଖା ହେବାର ହଜାର ହଜାର ବର୍ଷ ଆଗରୁ ଭାରତ ରହିଛି ଓ ଆଗକୁ ମଧ୍ୟ ରହିବ। ଏ ସଙ୍ଗୀତରେ ଦେଶପ୍ରେମ ଏକମାତ୍ର ଦେଶପ୍ରେମ ନୁହେଁ। ଦେଶ ଭଲ ପାଇବା ଲାଗି ଯିଏ ଯେଉଁ ଭାଷାରେ ଗୀତା ଗାଇବ। ସାମ୍ବିଧାନିକ ଭାବରେ କେବଳ ଜାତୀୟ ସଙ୍ଗୀତ ଜନ ଗଣ ମନ…….କୁ ବାଦ ଦେଲେ ଅନ୍ୟ କୌଣସି ଗୀତ ବା ସ୍ଲୋଗାନକୁ ଲୋକଙ୍କ ଉପରେ ଲଦି ଦିଆ ଯାଇପାରିବ ନାହିଁ। ଏ ଦେଶରେ ବନ୍ଦେ ମାତରମରେ ଦେଶପ୍ରେମର ଭାବନା ଯେତିକି ତୀବ୍ର, ଇକବାଲଙ୍କ “ସାରେ ଜାହାଁ ସେ ଅଚ୍ଛା ହିନ୍ଦୁସ୍ତାନ ହମାରା” ମଧ୍ୟ ଦେଶପ୍ରେମ ସେତିକି ଗଭୀର। ଭାଷାକୁ ନେଇ ଏତେ ବିବାଦ କାହିଁକି?

ଦେଶ ମା ବି ବାପା ବି। ଦେଶ ବନ୍ଧୁ ବି ସହୋଦର ବି। ଦେଶ ହେଉଛି ମାଟି ଓ ମଣିଷର ସମାହାର। ତାକୁ ଭାଷା, ସ୍ଲୋଗାନ ଓ ସଙ୍ଗୀତର ଆଧାରରେ ଖଣ୍ଡ ଖଣ୍ଡ କରୁଥିବା ଲୋକଙ୍କ ପାଇଁ କେବଳ ଗୋଟିଏ ପଦ କୁହା ଯାଇପାରେ-ଟୁକଡେ ଟୁକଡେ ଗ୍ୟାଙ୍ଗ। ବିଜେପି ର ମଙ୍ଗୁଆଳମାନେ ଅନ୍ୟମାନଙ୍କୁ ଏହି ନାଁରେ ଡାକୁଛନ୍ତି। ହେଲେ ଦେଶ ଭିତରେ ଯାବତୀୟ ବିଭାଜନର ମଞ୍ଜି ଏଇମାନେ ହିଁ ବୁଣୁଛନ୍ତି।

ଦେଶରେ କିଏ ରହିବ କିଏ ରହିବ ନାଇଁ, ସେକଥା ନିର୍ଣ୍ଣୟ କରିବାର ଅଧିକାର ପ୍ରତାପ ଷଡଙ୍ଗୀଙ୍କର ନାହିଁ। ଏ ଦେଶ କାହାର ଜମିଦାରୀ ନୁହେଁ, ପ୍ରତାପ ବାବୁ ସେକଥା ବୁଝିବା ଉଚିତ।

pratapsadangi
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.