Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମନ୍ଦିର ରାଜନୀତି, ବିଜେଡି ବନାମ ବିଜେପି
ବିଶେଷ ଖବର

ମନ୍ଦିର ରାଜନୀତି, ବିଜେଡି ବନାମ ବିଜେପି

January 23, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପ୍ରଶାସନର ସବୁ ଘଟନା ଓ ପ୍ରସଙ୍ଗ ପଛରେ ଗୋଟେ ରାଜନୀତି ଥାଏ ଓ ଏହାକୁ ଯେତେ ଅସ୍ଵୀକାର କାଲେ ମଧ୍ୟ ତାହା ସତ୍ୟ। ନବୀନ ପଟ୍ଟନାୟକ ଯେତେବେଳେ ତାଙ୍କର ପଞ୍ଚମ ପାଳିର ସରକାର ଆରମ୍ଭ କଲେ, ସେତେବେଳେ ହଠାତ ପ୍ରଶାସନର ଉଦ୍ଦେଶ୍ୟ ବଦଳିଗଲା। ଆଗରୁ ଲୋକପ୍ରିୟ ଯୋଜନା ଉପରେ ସର୍ବାଧିକ ଗୁରୁତ୍ଵ ଦେଉଥିବା ଓଡିଶା ସରକାର, ହଠାତ ରାଜ୍ୟର ପୁରୁଣା ମନ୍ଦିର ତଥା ଧର୍ମସ୍ଥଳୀ ଗୁଡିକର ବିକାଶ ଉପରେ ଗୁରୁତ୍ଵ ଦେବା ଆରମ୍ଭ କଲେ। ଓଡିଶାର ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପ୍ରାଣକେନ୍ଦ୍ର ପୁରୀ ସହରର ଚେହେରା ବଦଳାଇଦେବାକୁ ଏକ ବଡ ଯୋଜନା ଇତିମଧ୍ୟରେ ଆରମ୍ଭ ହୋଇ ସାରିଛି ଓ ପୁରୀର ଚେହେରା ବଦଳିବା ଆରମ୍ଭ କରିଛି। ପୁରୀ ସହିତ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିରର ବିକାଶ ଲାଗି ନିର୍ଦ୍ଦିଷ୍ଟ ଯୋଜନା କଥା ଏବେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏହା ସହିତ ଗତକାଲି ସମ୍ବଲପୁର ଗସ୍ତରେ ଯାଇଥିବା ସମୟରେ ମୁଖ୍ୟମନ୍ତ୍ରୀ ସମଲେଶ୍ଵରୀ ମନ୍ଦିରର ବିକାଶ ଲାଗି ସ୍ଵତନ୍ତ୍ର ପ୍ରକଳ୍ପ ବିଷୟରେ ଘୋଷଣା କରିଛନ୍ତି। ରାଜ୍ୟ ସରକାର ସ୍ପଷ୍ଟ ଭାବରେ ମନ୍ଦିର ତଥା ପ୍ରସିଦ୍ଧ ଧର୍ମକ୍ଷେତ୍ର ଗୁଡିକର ବିକାଶ କଥା ଚିନ୍ତା କରିଛନ୍ତି ଓ ଏହା ଗତ କୋଡିଏ ବର୍ଷ ଶାସନ ପରେ ଏକ ବ୍ୟତିକ୍ରମ ନିଶ୍ଚୟ। ତେଣୁ ଏ ପ୍ରସଙ୍ଗରେ ରାଜନୀତି ଅଛି କି ବୋଲି ପ୍ରଶ୍ନ ଉଠିବା ସ୍ଵାଭାବିକ।

କେହି କେହି ଏହାକୁ ବିଜେପିର ମନ୍ଦିର ରାଜନୀତି ବିପକ୍ଷରେ ବିଜେଡ଼ିର ଏକ ସୁଚିନ୍ତିତ ରାଜନୀତି ବୋଲି କହୁଛନ୍ତି। ହେଲେ ବିଜେପିର ମନ୍ଦିର ରାଜନୀତି ଓ ଓଡିଶା ମନ୍ଦିରଗୁଡିକର ବିକାଶ ପ୍ରସଙ୍ଗକୁ ଆମେ ତୁଳନା କରି ପାରିବା କି? ବିଜେପି ଯଦିଓ ହିନ୍ଦୁତ୍ଵ ଜାତୀୟତାବାଦ ରାଜନୀତିର କଥା କହେ,ହେଲେ ସରକାର ଗଠନ ପରେ ଐତିହ୍ୟ ବିକାଶ ତଥା ଜାତୀୟ ସାଂସ୍କୃତିକ ସମ୍ବଳର ପରିଚାଳନା କ୍ଷେତ୍ରରେ ଏହା ବିଶେଷ ଗୁରୁତ୍ଵ ଦେଇନାହିଁ। ମୋଦୀ ସରକାରର ପ୍ରଥମ ପାଳିରେ “ଅମୃତ” ଓ “ପ୍ରସାଦ” ଯୋଜନାର ସଫଳତା ବିଷୟରେ ସେମିତି କିଛି ବିଶେଷ କାହାଣୀ ବିଜେପି ସରକାର କହି ପାରିବେ ନାହିଁ। ବିଜେପିର ମନ୍ଦିର ରାଜନୀତି ଏ ଯାଏଁ ତିଆରି ହୋଇନଥିବା ରାମ ମନ୍ଦିରକୁ କେନ୍ଦ୍ର କରି ଗତି କରୁଛି। ଏହି ମନ୍ଦିର ସହିତ ଇତିହାସର ଏକ ଦୁର୍ଘଟଣା ସହିତ ଜଡିତ ଏବଂ ସେହି ଦୁର୍ଘଟଣାରୁ ବିଜେପି ଢେର ଫାଇଦା ଉଠାଇସାରିଛି। ପରିଶେଷରେ ସୁପ୍ରିମ କୋର୍ଟ ରାମ ମନ୍ଦିର ସପକ୍ଷରେ ଚୂଡାନ୍ତ ରାୟ ଦେବାପରେ ଏହି ରାଜନୀତିର ଅନ୍ତ ଘଟିଛି। ରାମମନ୍ଦିର ରାଜନୀତି ସହିତ ପ୍ରାଚୀନ ଐତିହ୍ୟ ବା କୀର୍ତ୍ତିର ସମ୍ପର୍କ ନାହିଁ। ଏହା ଏକ ନୂଆ ମନ୍ଦିର ଯାହା ଏଯାଏ ଜନ୍ମ ନେଇନାହିଁ। ତେଣୁ ରାମ ମନ୍ଦିର ରାଜନୀତି ସହିତ ଓଡିଶା ମନ୍ଦିର ସମ୍ପର୍କରେ ସରକାରଙ୍କ ତତ୍ପରତାକୁ ତୁଳନା କରିବା ଠିକ ହେବନାହିଁ।

ଓଡିଶାର ସାଂସ୍କୃତିକ ପର୍ୟଟନର ମୂଳ ପୂଞ୍ଜି ଭାବରେ ଓଡିଶାରେ ଶହ ଶହ ପ୍ରାଚୀନ ମନ୍ଦିର ରହିଛି। ଏହି ମନ୍ଦିର ଗୁଡିକ କେବଳ ଧାର୍ମିକ ପୂଜାସ୍ଥଳୀ ନୁହନ୍ତି, ଏହା କଳିଙ୍ଗ ଶିଳ୍ପ ଓ ସ୍ଥାପତ୍ୟର ଉତ୍କର୍ଷ। ଓଡିଶାରେ ମନ୍ଦିର ଗୁଡିକୁ କେବଳ ନୁହେଁ, ବରଂ ପ୍ରାଚୀନ ବୁଦ୍ଧ ବିହାର, ମଜାର, ମସଜିଦ, ଗୀର୍ଜା, ଗୁମ୍ଫା ଇତ୍ୟାଦିର ଏକ ନବୀନ ସର୍ବେକ୍ଷଣ ହେବା ଜରୁରୀ। ୧୮୭୨-୭୩ ମସିହାରେ ଜନୈକ ଆମେରିକାନ ଇଞ୍ଜିନିୟର ଯୋଶେଫ ଡେଭିଡ ବେଗଲାର ଓଡିଶାର ମନ୍ଦିରମାନଙ୍କ ଉପରେ ଏକ ବିଶେଷ ସର୍ଭେ କରିଥିଲେ। ବେଗଲାରଙ୍କ ସର୍ଭେରୁ ଶହ ଶହ ପ୍ରାଚୀନ ମନ୍ଦିରକୁ ଆମେ ମାଟି ତଳୁ କିମ୍ବା ଜଙ୍ଗଲ ଭିତରୁ ପୁଣିଥରେ ଦେଖିବାର ସୁଯୋଗ ପାଇଲେ। ବେଗଲାର ଉଠାଇଥିବା କୋଣାର୍କ ମନ୍ଦିରର ଫଟୋ ଦେଖି ଆମେ ଜାଣୁ ଯେ ସେତେବେଳେ ଅଧା ମନ୍ଦିର ବାଲିରେ ପୋତି ହୋଇ ରହିଥିଲା। ସରକାର ମନ୍ଦିର ଗୁଡିକର ବିକାଶ ବିଷୟରେ ଚିନ୍ତା କରିବା ପୂର୍ବରୁ ସେ ସମ୍ପର୍କରେ ଏକ ସୁବିସ୍ତୃତ କ୍ୟାଲେଣ୍ଡର ତିଆରି କରିବା ଜରୁରୀ।

ପୁରୀ ଓ ଭୁବନେଶ୍ବରକୁ ବାଦ ଦେଲେ ଗଞ୍ଜାମ ଜିଲାର ବୁଗୁଡା ଓ ଖଲିକୋଟ, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ଯାଜପୁର, ବଲାଙ୍ଗିରର ହରିଶଙ୍କର ଓ ରାଣୀପୁର-ଝରିଆଲ, ବରଗଡର ନୃସିଂହନାଥ ଇତ୍ୟାଦିର ବିଶେଷ ଗୁରୁତ୍ଵ ରହିଛି। ଏହା ବାଦ ରାଜ୍ୟର ପ୍ରମୁଖ ସୁଫି ଆସ୍ଥାନ, ପୁରୁଣା ଗୀର୍ଜା ଗୁଡିକର ସୁରକ୍ଷା କଥା ମଧ୍ୟ ସରକାରଙ୍କ ଚିନ୍ତାର ବିଷୟ ହେବା ଉଚିତ। ପୁରୀ ସହର କେବଳ ସନାତନ ସଂସ୍କୃତିର ପ୍ରାଚୀନ ସହର ନୁହେଁ, ଏହା ସବୁ ଧର୍ମ ଓ ମତର ସମନ୍ଵୟ କ୍ଷେତ୍ର ମଧ୍ୟ। ଶଙ୍କାରାଚାର୍ୟ, ରାମାନନ୍ଦ, ରାମାନୁଜ, ନାନକ, ଚୈତନ୍ୟ, ସାଲବେଗ ପ୍ରମୁଖଙ୍କ ବହୁ ମତ ଓ ପନ୍ଥର ସମନ୍ଵୟ ପୁରୀରେ ଘଟିଛି। ତେଣୁ ପୁରୀର ବିକାଶ ବେଳେ ଏହାର ସମନ୍ବୟବାଦୀ ପରମ୍ପରାର ସଂରକ୍ଷଣ ମଧ୍ୟ ନିତାନ୍ତ ଜରୁରୀ।

ବିଜେପିର ଧାର୍ମିକ ରାଜନୀତି ସହିତ ବିଜେଡି ସରକାରର ମନ୍ଦିର ବିକାଶ କୁ ହୁଏତ ଯୋଡିବା ଠିକ ହେବନାହିଁ, ହେଲେ ମନ୍ଦିର ବିକାଶ ଯେମିତି ସୌଖୀନ ହିନ୍ଦୁତ୍ଵର ଏଜେଣ୍ଡା ନ ହୁଏ, ସେଥିପ୍ରତି ଦ୍ରୁଷ୍ଟି ଦେବା ମଧ୍ୟ ଜରୁରୀ।     

lingarajmandir naveenpatanik
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026

ଆଜି ମଙ୍ଗଳବାର ଏପ୍ରିଲ ୨୧ ତାରିଖ କିପରି ରହିବ ଦିନଟି, ଜାଣନ୍ତୁ ନିଜର ରାଶିଫଳ

April 21, 2026

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.