Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମ୍ବିଧାନ ଓ ସ୍ଵାଧୀନତା, ବିନା ଗଣତନ୍ତ୍ରରେ ଏହାର କିଛି ବି ମୂଲ୍ୟ ରହିବ ନାହିଁ
ବିଶେଷ ଖବର

ସମ୍ବିଧାନ ଓ ସ୍ଵାଧୀନତା, ବିନା ଗଣତନ୍ତ୍ରରେ ଏହାର କିଛି ବି ମୂଲ୍ୟ ରହିବ ନାହିଁ

January 26, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

 

କେଦାର ମିଶ୍ର

ସ୍ଵାଧୀନତା ପାଇବା ସହିତ ଦେଶକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଗଢିବାର ଉଦ୍ୟମ ଆରମ୍ଭ ହେଉଥିବା ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଆମର ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିବାକୁ ଯାଇ ଏକ ଚମତ୍କାର ବାକ୍ୟ କହିଥିଲେ- “ ସରକାର କୌଣସି ରାଷ୍ଟ୍ର ସମ୍ପର୍କିତ କାଗଜପତ୍ରର ନିର୍ମାଣ ନୁହେଁ, ଏହା ହେଉଛି ଲୋକଙ୍କ ଇଚ୍ଛାର ଅଭିବ୍ୟକ୍ତି’’। ଅତି ସରଳ ଭାବରେ କହିଲେ ସରକାର ଲୋକଙ୍କ ଇଚ୍ଛାରେ ତିଆରି ହୋଇଥାଏ ଓ ଏହା ଲୋକଙ୍କ ପାଇଁ କାମ କରିଥାଏ। ତେବେ ସତୁରୀ ବର୍ଷ ପରେ ଆଜି ହଠାତ ସରକାରର ସଜ୍ଞା ବଦଳିଗଲା ପରି ମନେ ହେଉଛି। ସରକାରର ଇଚ୍ଛା ଏବେ ସର୍ବୋପରି। ଲୋକଙ୍କ ଇଚ୍ଛାରେ ସରକାର ଚାଲିବା ବଦଳରେ, ସରକାରର ଇଚ୍ଛାରେ ଲୋକ ଚାଲିବା ଦରକାର ବୋଲି ଏକ ଧାରଣା ଏବେ ସାରା ଦେଶରେ ତିଆରି କରା ହୋଇଛି। ଲୋକଙ୍କ ତୁଳନାରେ କ୍ଷମତାରେ ଥିବା ସରକାର ହିଁ ଏକପ୍ରକାର “ମାଇଁ ବାପ” ପାଲଟି ଯାଉଛନ୍ତି।

ଭୋଟ ପାଇ ନିର୍ବାଚିତ ହୋଇଥିବା ଭାରତର ଏକ ସରକାର ତାର ନାଗରିକମାନଙ୍କୁ ଏବେ ନିର୍ଦ୍ଦେଶ ଦେଉଛି- ତମ ହାତରେ ଥିବା ଟଙ୍କା ତୁମର ନୁହେଁ। ବ୍ୟାଙ୍କରେ ଥିବା ତମର ଟଙ୍କା କେବେ ବି କୌଣସି ସମୟରେ ଅଚଳ ହୋଇ ଯାଇପାରେ। ତମ ପାଖରେ ଥିବା ତମର ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ରାସନ କାର୍ଡ, ପାସପୋର୍ଟ ଇତ୍ୟାଦି ତମର ନାଗରିକ ହେବାର ପ୍ରମାଣ ପାତ୍ର ନୁହେଁ। କିଛି ବର୍ଷ ତଳେ ଯେତେବେଳେ ସୁପ୍ରିମ କୋର୍ଟରେ ଆଧାର କାର୍ଡର ବୈଧତାକୁ ନେଇ ଶୁଣାଣି ଚାଲିଥିଲା, ସେ ସମୟରେ ଭାରତ ସରକାରଙ୍କ ତରଫରୁ ଯୁକ୍ତି ରଖି ତତ୍କାଳୀନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ କହିଥିଲେ, ଏପରିକି ନିଜ ଦେହ ଉପରେ ମଧ୍ୟର ନାଗରିକର ସାର୍ବଭୌମ ଅଧିକାର ନାହିଁ। ଏ ପ୍ରକାର ଯୁକ୍ତି କୌଣସି ସଭ୍ୟ ଗଣତାନ୍ତ୍ରିକ ଦେଶରେ କରା ଯାଇପାରିବ ନାହିଁ। ଗଣତନ୍ତ୍ରରେ ନାଗରିକକୁ ସର୍ବାଧିକ ମୁକ୍ତିର ସୁଯୋଗ ମିଳିଥାଏ। ହଠାତ ଭାରତରେ ସରକାର ଲୋକଙ୍କ ଅଭିଭାବକ ହେବା ଭଳି ବ୍ୟବହାର କରିବା, ଆମ ଗଣତନ୍ତ୍ରର ଭବିଷ୍ୟତ ଆଗରେ ଏକ ବଡ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ସେଇ ପୃଷ୍ଠଭୂମିରେ ଆଜି ଯେତେବେଳେ ଆମେ ଗଣତନ୍ତ୍ର ଓ ସମ୍ବିଧାନକୁ ନେଇ ଚର୍ଚ୍ଚା କରୁଛୁ, ସେତେବେଳେ ସମ୍ବିଧାନର ମୁଖବନ୍ଧ ଓ ସମ୍ବିଧାନ ପ୍ରଣୟନ ହେବା ସମୟରେ ଦେଶର ପ୍ରଥମ ପଧାନମନ୍ତ୍ରୀ ଜୱାହରଲାଲ ନେହେରୁ ଯେଉଁ ଉଦ୍ଦେଶ୍ୟ ପ୍ରସ୍ତାବ ତାକୁ ପଢିବା ଏବଂ ଜାଣିବା ସବୁଠୁ ଜରୁରୀ। ୧୩, ଡିସେମ୍ବର,୧୯୪୬ ଦିନ ରେ ସମ୍ବିଧାନ ସଭାରେ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପତ୍ର ଉପସ୍ଥାପନ କରି ଯାହା କହିଥିଲେ, ତାହାର ସାରମର୍ମ ଆମ ସମ୍ବିଧାନର ମୁଖବନ୍ଧରେ ବର୍ଣ୍ଣିତ ହୋଇଛି।

ସମ୍ବିଧାନ ଗୃହୀତ ହେବାର ସତୁରୀ ବର୍ଷ ପରେ ଦ୍ଵିତୀୟ ଥର ପାଇଁ ଆମେ ଆଜି ସାମ୍ବିଧାନିକ ଅଧିକାରକୁ ନେଇ ବିତର୍କ, ସଂଘର୍ଷ ଓ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛୁ। ସଂସଦରୁ ସଡକ ପର୍ୟନ୍ତ, ସମ୍ବିଧାନ ବଞ୍ଚିବା ଜରୁରୀ ବୋଲି ଆଜି ଚର୍ଚ୍ଚା ହେଉଛି। ଏହାର କାରଣ କଣ? ଏକ ନିର୍ବାଚିତ ସରକାର ହାତରେ ଆମ ସମ୍ବିଧାନର ମର୍ୟାଦା ସୁରକ୍ଷିତ ନୁହେଁ କି? ସମ୍ବିଧାନର ମୂଳ ଆଦର୍ଶରୁ ବିଚ୍ୟୁତ ହୋଇ ଆଜିର ସରକାର କାମ କରୁଛି କି? ଏହାର ଉତ୍ତରରେ ଦୁଇଟି କଥା ଆମେ ଶୁଣିବା। କିଛି ଲୋକ କହିବେ ହଁ, କିଛି ଲୋକ କହିବେ ନା। ତେବେ ସମ୍ବିଧାନ ଓ ତାର ଆଦର୍ଶ କଥା ଉଠିଲେ, ସେଠି କୌଣସି ପ୍ରକାର ବାଦ-ବିବାଦର ଅବସର ନାହିଁ। ସମ୍ବିଧାନର ମୌଳିକ ଆଦର୍ଶ ସ୍ଥିର ଓ ଏହାକୁ ବଦଳାଇ ହେବନାହିଁ। ଯେଉଁମାନେ ଏହାକୁ ଅସ୍ଵୀକାର କରୁଛନ୍ତି, ସେମାନେ ସମ୍ବିଧାନ, ଗଣତନ୍ତ୍ର ଓ ସର୍ବୋପରି ଦେଶର ବିରୋଧୀ।

ଆଜି ସାମ୍ବିଧାନିକ ବିଚାର ସଙ୍କଟରେ ବୋଲି ଭାବିବାର ଅନେକ କାରଣ ଭିତରୁ ଗୋଟେ ଦୁଇଟି କାରଣକୁ ସ୍ପଷ୍ଟ ଭାବରେ ଆଲୋଚନା କରିବାକୁ ପଡିବ। ଦୁଇ ଦିନ ତଳେ ନାଗରିକତା ସଂଶୋଧନ ଆଇନ ଉପରେ ଆଲୋଚନା କରିବାକୁ ଯାଇ ଶାସକ ଦଳର ଜଣେ ବଡ ନେତା କହିଲେ, ତାଙ୍କ ଘରେ କାମ କରୁଥିବା କିଛି ମୂଲିଆ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ନିଶ୍ଚିତ ହୋଇଗଲେ କାରଣ ସେମାନେ ଚୂଡା ଉପମା (ପୋହା) ଖାଉଥିଲେ। ଯଦି ଖାଇବା, ପିନ୍ଧିବା ଓ କଥା ହେବାର ଶୈଳୀରେ ଏକ ନିର୍ଦ୍ଦିଷ୍ଟ ଢଙ ହିଁ ଭାରତୀୟ ହେବାର ପ୍ରମାଣ, ତାହେଲେ ଏ ଦେଶରେ ୯୦ ଭାଗ ଲୋକଙ୍କର ନାଗରିକତା ଚାଲିଯିବ। ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ଶ୍ରମଜୀବୀ ଗରୀବ ମଣିଷର ଖାଇବା ଦେଖି ତାର ଜାତୀୟତା ଉପରେ ସନ୍ଦେହ ପ୍ରକଟ କରିବା, ସବୁଠୁ ବଡ ଅଶ୍ଳୀଳତା ବୋଲି କୁହାଯିବା କଥା। ହେଲେ ଆଜିର ତାରିଖରେ ଭାରତର ଶାସକ ଦଳ ଏ ପ୍ରକାର ଅପରାଧୀ ଚିନ୍ତା ଓ ବିଚାର ରଖିଥିବା ଲୋକଙ୍କୁ ବଡ ଆସନରେ ବସାଇଛନ୍ତି।

ଏଠି ମନେ ପକାଇ ଦେବା ଉଚିତ ହେବ ଯେ ୨୮, ସେପ୍ଟେମ୍ବର,୨୦୧୫ରେ  ଉତ୍ତର ପ୍ରଦେଶର ଦାଦ୍ରୀରେ ମହମ୍ମଦ ଆଖଲାଖଙ୍କୁ ସେ କଣ ଖାଉଛନ୍ତି ବୋଲି ସନ୍ଦେହ କରି ପିଟି ପିଟି ହତ୍ୟା କରାଯାଇଥିଲା। ତାହା ହିଁ ଥିଲା ଆମ ଗଣତନ୍ତ୍ର ଉପରେ ଆକ୍ରମଣର ପ୍ରଥମ ସଙ୍କେତ। ତାକୁ ଅଣଦେଖା କରି କରି ଆମେ ଆଜି ବିଶ୍ଵର ଗଣତନ୍ତ୍ର ଇଣ୍ଡେକ୍ସ ରେ ୧୦ଟି ସ୍ଥାନ ତଳକୁ ଖସିଛୁ ଓ ବିଶ୍ଵର ଗଣମାଧ୍ୟମ ଆଜି ଆମକୁ ଗଣତନ୍ତ୍ର ବିରୋଧୀ ବୋଲି ରୋଜ ପ୍ରମାଣ ପତ୍ର ଦେଉଛନ୍ତି।

ଆଜି ଦେଶର ୭୧ ତମ ଗଣରାଜ୍ୟ ଦିବସ ଅବସରରେ ଆମକୁ ଆମ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଲାଗି ଏକ ଦୀର୍ଘ ସଙ୍ଘର୍ଷ ପାଇଁ ପ୍ରସ୍ତୁତ ହେବାର ସାହସ ଦେଉ, ଏହା ହିଁ କାମନା।

republicday
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.