Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ : 5 ବର୍ଷରେ 4 କୋଟି ନିଯୁକ୍ତି ଲକ୍ଷ୍ୟ
ଆଜିର ଖବର

ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ : 5 ବର୍ଷରେ 4 କୋଟି ନିଯୁକ୍ତି ଲକ୍ଷ୍ୟ

January 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ରାଜ୍ୟସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ଙ୍କ ଦ୍ବାରା ପ୍ରସ୍ତୁତ ସର୍ବେକ୍ଷଣ ରିପୋର୍ଟ ଦାଖଲ କରିଛନ୍ତି ସୀତାରମଣ । ସର୍ବେକ୍ଷଣ ରିପୋର୍ଟରେ 2025 ସୁଦ୍ଧା 5 ଟ୍ରିଲିୟନ୍‌ ଅର୍ଥନୀତି ଉପରେ ଗୁରୁତ୍ବାରୋପ କରାଯିବା ସହିତ ଆସନ୍ତା 5 ବର୍ଷ ମଧ୍ୟରେ 4 କୋଟି ଏବଂ 2030 ସୁଦ୍ଧା 8 କୋଟି ନୂତନ ନିଯୁକ୍ତି ସୃଷ୍ଟି କରାଯିବା ନେଇ ଉଲ୍ଲେଖ କରାଯାଇଛି । ଆସେମ୍ବଲିଂ ଇନ୍‌ ଇଣ୍ଡିଆ ଫର୍‌ ଓ୍ବାର୍ଲ୍‌ଡ ଜରିଆରେ ଏହି ନିଯୁକ୍ତି ସୃଷ୍ଟି କରାଯିବା ସହିତ 5 ଟ୍ରିଲିୟନ୍‌ ଅର୍ଥନୀତି ସମ୍ଭବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ବିତ୍ତୀୟ ଅଭିବୃଦ୍ଧି ହାର 5 ପ୍ରତିଶତ ଲକ୍ଷ୍ୟ ରଖାଯାଇଥିବା ବେଳେ ଘରୋଇ ଅଭିବୃଦ୍ଧି ହାର 6ରୁ 6.5 ପ୍ରତିଶତ ମଧ୍ୟରେ ରହିବା ନେଇ ପୂର୍ବାନୁମାନ ଲଗାଯାଇଛି ।

ଭାରତୀୟ ଅର୍ଥ ବ୍ୟବସ୍ଥାରେ ଭରସା ସହିତ ବଜାର ସକ୍ଷମକୁ ଚଳିତ ଆର୍ଥକ ବର୍ଷ ସର୍ବେକ୍ଷଣ ବିଷୟବସ୍ତୁ ରଖାଯାଇଛି । ଧାର୍ଯ୍ୟ କରାଯାଇଥିବା ଅଭିବୃଦ୍ଧି ହାର ବିଗତ 11 ବର୍ଷ ମଧ୍ୟରେ ସର୍ବନିମ୍ନ ମାତ୍ର ବିଶ୍ବର ମାନ୍ଦାବସ୍ଥା କାରଣରୁ ଭାରତ ପ୍ରଭାବିତ ବୋଲି ସୁବ୍ରମଣ୍ୟମ ଉଲ୍ଲେଖ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତିରେ ଦେଖାଦେଇଥିବା ଶୀଥିଳତାର ସମୟ ଶେଷ ହୋଇଛି ଏବଂ ଆଗାମୀ ଦିନରେ ଭାରତୀୟ ଅର୍ଥନୀତି ଉର୍ଦ୍ଧ୍ବମୁଖୀ ହେବା ବୋଲି ସୁବ୍ରମଣ୍ୟନ୍‌ ଉଲ୍ଲେଖ କରିଛନ୍ତି । ସେହିପରି ପିଆଜ ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ବଜାର ଦର ନିୟନ୍ତ୍ରଣରେ ସରକାର ବିପଳ ହୋଇଛନ୍ତି ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ଅର୍ଥନୈତିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସର୍ବେକ୍ଷଣ ରିପୋର୍ଟରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଅର୍ଥନୈତିକ ସଂସ୍କାର ପାଇଁ ସରକାରଙ୍କୁ ଦିଆଯାଇଥିବା ପରାମର୍ଶ :
5 ଟ୍ରିଲିୟନ୍‌ ଅର୍ଥନୀତି ହାସଲ କରିବା ପାଇଁ ଭିତ୍ତିଭୂମି କ୍ଷେତ୍ରରେ 1.4 ଟ୍ରିଲିୟନ୍‌ ଡଲାର ନିବେଶ ପ୍ରସ୍ତାବ ।
ଉତ୍ପାଦନ କ୍ଷେତ୍ରରେ ‘ଆସେମ୍ବଲିଂ ଇନ୍‌ ଇଣ୍ଡିଆ ଫର୍‌ ଓ୍ବାର୍ଲ୍‌ଡ’ର ପ୍ରଚଳନ । ଏହା ଦ୍ବାରା ନିଯୁକ୍ତି ଏବଂ ରୋଜଗାରରେ ବୃଦ୍ଧି ଘଟିବ ।
ନୂତନ ବ୍ୟବସାୟ, ସମ୍ପତ୍ତି ପଞ୍ଜୀକରଣ ଏବଂ ଟିକସ୍‌ ପୈଠ ଇତ୍ୟାଦିରେ ସରଳ ନିୟମର ପ୍ରଚଳନ ।
ସରକାରୀ ବ୍ୟାଙ୍କର କାର୍ଯ୍ୟବ୍ୟବସ୍ଥାରେ ସୁଧାର ଏବଂ ସୂଚନା ସର୍ବସାଧାରଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ଏହି ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତି ପାଇଁ 6 ମାସ ଧରି ପରିଶ୍ରମ କରିଥିବା ନେଇ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଉଲ୍ଲେଖ କରିଛନ୍ତି । ଗତବର୍ଷ ବଜେଟ୍‌ ଜୁଲାଇ ମାସରେ ଉପସ୍ଥାପନ କରାଯାଇଥିବା ବେଳେ ହାତରେ ଅଧିକ ସମୟ ରହିଥିଲା ମାତ୍ର ଚଳିତ ବର୍ଷ କମ୍‌ ସମୟରେ ଏହି ସର୍ବେକ୍ଷଣ ଶେଷ କରିଥିବାରୁ ନିଜ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ସୁବ୍ରମଣ୍ୟନ୍‌ । ସେହିପରି ବଜେଟ୍‌ ଅଧିବେଶନର ପ୍ରଥମ ଚରଣ ଫେବୃୟାରୀ 1ରୁ ଆରମ୍ଭ ହୋଇ ଫେବୃୟାରୀ 11 ପର୍ଯ୍ୟନ୍ତ ଚାଲିବ । ସେହିପରି ଅଧିବେଶନର ଦ୍ବିତୀୟ ଚରଣ ମାର୍ଚ୍ଚ 2ରୁ ଆରମ୍ଭ ହୋଇ ଏପ୍ରିଲ୍‌ 3 ପର୍ଯ୍ୟନ୍ତ ଚାଲିବ ।

economicsurvey
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ୍ ଗମ୍ଭୀରଙ୍କୁ ଚେତାବନୀ: କୁଲଦୀପଙ୍କ ପ୍ରସଙ୍ଗରେ ଚର୍ଚ୍ଚା ଜୋର

August 22, 2026

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026
Latest News

ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ୍ ଗମ୍ଭୀରଙ୍କୁ ଚେତାବନୀ: କୁଲଦୀପଙ୍କ ପ୍ରସଙ୍ଗରେ ଚର୍ଚ୍ଚା ଜୋର

August 22, 2026

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.