Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜିର ସମୟରେ ଶବ୍ଦର ଦୁରୁପଯୋଗକୁ ରୋକିବା ସାହିତ୍ୟିକର ସବୁଠୁ ବଡ ଧର୍ମ- ଶୀତାଂଶୁ ଯଶଶ୍ଚନ୍ଦ୍ର
ବିଶେଷ ଖବର

ଆଜିର ସମୟରେ ଶବ୍ଦର ଦୁରୁପଯୋଗକୁ ରୋକିବା ସାହିତ୍ୟିକର ସବୁଠୁ ବଡ ଧର୍ମ- ଶୀତାଂଶୁ ଯଶଶ୍ଚନ୍ଦ୍ର

February 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜିର ସମୟରେ ଶବ୍ଦର ଯେଉଁ ପ୍ରଚଣ୍ଡ ଶକ୍ତି ରହିଛି ତାକୁ ଭାରତ ସମେତ ପୃଥିବୀର ବହୁ ରାଜନେତାମାନେ ଦୁରୁପଯୋଗ କରି ମଣିଷ ସମାଜକୁ ବିଭ୍ରାନ୍ତ କରୁଛନ୍ତି। ମଣିଷ ସମାଜକୁ ଏହି ସଙ୍କଟରୁ ରକ୍ଷା କରିବା ସାହିତ୍ୟର ପ୍ରଥମ ଧର୍ମ ବୋଲି ବିଶିଷ୍ଟ ଗୁଜରାଟୀ କବି ତଥା ନାଟ୍ୟକାର ଶୀତାଂଶୁ ଯଶଶ୍ଚନ୍ଦ୍ର କହିଛନ୍ତି। “ଶିକ୍ଷା ଓ ଅନୁସନ୍ଧାନ” ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ ପ୍ରଥମ ସାହିତ୍ୟ ଉତ୍ସବରେ ଭିତ୍ତି ବକ୍ତବ୍ୟ ରଖି ପ୍ରଫେସର ଯଶଶ୍ଚନ୍ଦ୍ର ଶବ୍ଦ ଓ ଅର୍ଥକୁ ନେଇ ଆଜିର ରାଜନୀତି ଭୟଙ୍କର ଭାବରେ ମଣିଷ ଭିତରେ ବିଦ୍ଵେଷ ସୃଷ୍ଟି କରୁଛି ବୋଲି କହିଥିଲେ। ସୋଆ ବିଶ୍ଵ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ଦେଶର ଶତାଧିକ ଖ୍ୟାତନାମା ଲେଖକ ଓ କଳାକାର ଯୋଗଦାନ କଇଛନ୍ତି। ଫେବ୍ରୁଆରି ୧ ଓ ୨ ତାରିଖ, ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବ ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଛି। ସୋଆର କୁଳପତି ଆରକେ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବିଶିଷ୍ଟ ସିନ୍ଧୀ କବି ବାସୁଦେବ ମୋହୀ ଓ ମରାଠୀ ଲେଖକ ଧ୍ୟାନଚାନ୍ଦ ମୁଲେ ଅତିଥି ଭାବରେ ଯୋଗଦାନ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ବିଶିଷ୍ଟ ଗାଳ୍ପିକ ତରୁଣକାନ୍ତି ମିଶ୍ର ଓ ସାନ୍ତାଳି ଲେଖକ କାହ୍ନୁ ହେମ୍ବରମଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବର ନିର୍ଦ୍ଦେଶିକା ତଥା ବିଶିଷ୍ଟ ଓଡିଆ କବି ଗାୟତ୍ରୀବାଳା ପଣ୍ଡା ଉତ୍ସବର ସ୍ଵାଗତ ବଚନ ରଖିଥିଲେ।

ଦିବସବ୍ୟାପୀ ଚାଲିଥିବା ଏହି ସମାରୋହରେ ବିଶିଷ୍ଟ ଇଂରାଜୀ କବି ଜୟନ୍ତ ମହାପାତ୍ରଙ୍କ ସହ ଦୀପକ ସାମନ୍ତରାୟଙ୍କର ଅନ୍ତରଙ୍ଗ ଆଳାପ, କେଦାର ମିଶ୍ରଙ୍କ ସଂଯୋଜନାରେ କେଆର ମୀରା, ଦେବଦାସ ଛୋଟରାୟ ଓ ପାରମିତା ଶତପଥିଙ୍କର ଗଳ୍ପ ଆଲୋଚନା, ଅନୁବାଦ ସମ୍ପର୍କରେ ଯତୀନ୍ଦ୍ର ନାୟକଙ୍କ ସଂଯୋଜନାରେ ରାଜେନ୍ଦ୍ର ପ୍ରସାଦ ମିଶ୍ର, ନିର୍ମଳକାନ୍ତି ଭଟ୍ଟାଚାର୍ୟୀ, ସ୍ନେହପ୍ରଭା ଦାସ ଓ ରୀତାନାଥ କେଶରୀଙ୍କ ଆଲୋଚନା, ସୁଜିତ ମହାପାତ୍ରଙ୍କ ସହ ଯୁବ ଲେଖକ ବିକ୍ରମ ସମ୍ପତଙ୍କର ଆଳାପ ଇତ୍ୟାଦି ଆଲୋଚିତ ହୋଇଥିଲା। ଏହି ଉତ୍ସବରେ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା, ସୌଭାଗ୍ୟ କୁମାର ମିଶ୍ର, ପ୍ରତିଭା ଶତପଥି, ଅରୁଣ କମଲ, ଏଜେ ଥୋମାସ, ଯଶୋଧାରା ରାୟ ଚୌଧୁରୀ, ରାନୁ ଉନ୍ନୀୟାଲ, କୁମାର ଅନୁପମ, ଆଶୁତୋଷ ପରିଡା, ସୂର୍ୟ ମିଶ୍ର, ସ୍ଵପ୍ନାମିଶ୍ର, ପ୍ରୀତିଧାର ସାମଲ, ଭାରତ ମାଝୀ, ମନୋଜ ମେହେରେ, ଦୂର୍ଗା ପ୍ରସାଦ ପଣ୍ଡା, ସୂର୍ଯାସ୍ନାତ ତ୍ରିପାଠୀ, ସୁବ୍ରତା ଜେନା ପ୍ରମୁଖ ନିଜର କବିତା ପଢିଥିଲେ।

ଜଗନ୍ନାଥ ସଂସ୍କୃତି ସମ୍ପର୍କିତ  ଆଲୋଚନାରେ ଅସିତ ମହାନ୍ତି, ଭାସ୍କର ମିଶ୍ର, ନରେଶ ଚନ୍ଦ୍ର ଦଶ, ରବୀନ୍ଦ୍ର ପ୍ରତିହାରୀ ଓ ବିଶ୍ଵନାଥ ସାମନ୍ତରାୟ, ଓଡିଆ କଥା ସାହିତ୍ୟ ସମ୍ପର୍କରେ ବିୟତପ୍ରଜ୍ଞା ତ୍ରିପାଠୀ, ସୂର୍ୟସ୍ନାତ ତ୍ରିପାଠୀ  ଓ ହିରଣ୍ମୟୀ ମିଶ୍ର, ଗାନ୍ଧୀ ଆଲୋଚନା ସମ୍ପର୍କରେ ପବିତ୍ର ମୋହନ ଦାଶ, ପ୍ରୀତିଶ ଆଚାର୍ୟ, ପ୍ରକାଶନ ସମ୍ପର୍କରେ ଅଶୋକ ମାହେଶ୍ଵରୀ, ମନୁ ଦାଶ ଓ ସଂଗ୍ରାମ ଜେନା ପ୍ରମୁଖ ଆଲୋଚନା କରିଥିଲେ।

ସୋଆର ପ୍ରତିଷ୍ଠାତା ପ୍ରଫେସର ମନୋଜ ନାୟକଙ୍କ ପୃଷ୍ଠପୋଷକତାରେ ଏହି ଉତ୍ସବର ଆୟୋଜନ କରା ଯାଇଛି।

soa
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026

ଯୁଦ୍ଧ ସମୟରେ କ୍ଷେପଣାସ୍ତ୍ରର ଅଭାବ ରହିବ ନାହିଁ: ବଡ଼ ନିଷ୍ପତ୍ତି ନେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

August 25, 2026

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026

କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’

August 26, 2026

ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.