Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ପାଇଁ ରେଳ ବଜେଟ, ମହା ମିଛ ଓ ମହା ପ୍ରତାରଣାର ସମାହାର
ବିଶେଷ ଖବର

ଓଡିଶା ପାଇଁ ରେଳ ବଜେଟ, ମହା ମିଛ ଓ ମହା ପ୍ରତାରଣାର ସମାହାର

February 8, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏଥର ରେଳ ବଜେଟର ଚୂଡାନ୍ତ ସ୍ୱରୂପ ଜଣା ପଡିଲା ପରେ ସବୁଠୁ ବିଚିତ୍ର ପ୍ରତିକ୍ରିୟା ଥିଲା ଶାସକ ବିଜୁ ଜନତା ଦଳର। ଆଖିକୁ ଯାହା ସ୍ପଷ୍ଟ ଦେଖା ଯାଉଥିଲା ତାକୁ ଅଣଦେଖା କରିବାର ପ୍ରୟାସ ବିଜେଡି କରୁଥିଲା। ଅତି ସ୍ପଷ୍ଟ ଭାବରେ ଆମେ କହିପାରିବା ଯେ, ବର୍ଷେ ଭିତରେ ଓଡ଼ିଶାକୁ ପୂର୍ବ ବର୍ଷ ତୁଳନାରେ ୧୬୨୦ କୋଟି ଟଙ୍କା କମ ମିଳିଛି। ସେଥିରେ ବି ବିଜେଡି “ଖୁସି” ଥିବା ପରି ମାନେ ହେଉଛି। କାରଣ ରେଳ ବଜେଟ ସମ୍ପର୍କରେ ବିଜେଡ଼ିର ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ରଙ୍କ  ପ୍ରତିକ୍ରିୟା ଓ ବିଜେପିର ପ୍ରତିକ୍ରିୟା ଭିତରେ ବିଶେଷ କିଛି ଫରକ ନଥିଲା। ରେଳ ବଜେଟରେ ରାଜ୍ୟ ପାଇଁ ୧୬୨୦ କୋଟି ଟଙ୍କା କମିଯିବାକୁ ନେଇ ବିଜେଡ଼ିର ଶିଥିଳ ପ୍ରତିକ୍ରିୟା ପଛରେ କି କାରଣ ରହିଛି? ଏବେ ବିଜେଡ଼ି ବିଜେପିର ସବୁକଥାରେ ହଁ ଭରୁଥିବାରୁ,  ରାଜ୍ୟ ପ୍ରତି ହୋଇଥିବା ଏହି ଅନ୍ୟାୟରେ ମଧ୍ୟ ବିଜେଡି ଚୁପ ରହିବାକୁ ବାଧ୍ୟ।

୨୦୧୯-୨୦ ରେ ଓଡିଶା ପାଇଁ ରେଳ ବଜେଟରେ ୫୯୯୩ କୋଟି ଟଙ୍କା ର ବ୍ୟୟ ବରାଦ ହୋଇଥିଲା। ତେବେ ବଜେଟରେ ହୋଇଥିବା ବରାଦ ଓ ବାସ୍ତବ ପାଣ୍ଠି ଭିତରେ ଆକାଶ ପାତାଳ ପ୍ରଭେଦ ରହୁଛି। ବଜେଟରେ ହୋଇଥିବା ବାର୍ଷିକ ବରାଦର ପ୍ରାୟ ୩୦-୩୫% ବାସ୍ତବ ପାଣ୍ଠି ରାଜ୍ୟକୁ ଆସୁଛି। ସେହି ଦୃଷ୍ଟିରୁ ଚଳିତ ବର୍ଷ ଯେଉଁ ୪୩୭୩ କୋଟି ଟଙ୍କାର ଅଟକଳ ଅଛି ସେଥିରୁ ବାସ୍ତବରେ ୧୫୦୦-୨୦୦୦ କୋଟି ଟଙ୍କା ହିଁ ଆସିବ। ଏହାକୁ ନେଇ ବିଜେଡି ଖୁସି ହେବାର କାରଣ କିଛି ଅଛି କି?

ବିଜେପି ମୁଖପାତ୍ରମାନେ ଆମକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ସମ୍ବଲପୁର-ଗୋପାଳପୁର ନୂଆ ପ୍ରକଳ୍ପ ଏବେ ଅନୁମୋଦନ ଅପେକ୍ଷାରେ । ଏହା ନୀତି ଆୟୋଗର ଅନୁମୋଦନ ପାଇଲା ପରେ କାର୍ୟକ୍ଷମ ହେବ। ସମ୍ବଲପୁର-ଗୋପାଳପୁର ମଧ୍ୟରେ ୨୪୧ କିଲୋମିଟର  ରେଳ ଲାଇନର ମୋଟ ଖର୍ଚ୍ଚ ଅଟକଳ ରହିଛି ୨୯୫୭ କୋଟି ଟଙ୍କା। ବିଜେପି ମୁଖପାତ୍ର ବାବୁ ଗୋଲକ ମହାପାତ୍ର ଏହି ଶୂନ୍ୟରେ ଝୁଲୁଥିବା ୨୯୫୭ କୋଟି ଟଙ୍କାକୁ ମିଶାଇ ଦେଇ କହିଲେ, ରାଜ୍ୟକୁ ଗତ ବର୍ଷ ତୁଳନାରେ ଅଧିକ ପଇସା ଆସିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଏହି ପ୍ରକଳ୍ପକୁ ନେଇ ବଡ ସନ୍ତୁଷ୍ଟ ଲାଗୁଥିଲେ। ଯେଉଁ ପ୍ରକଳ୍ପ ଏ ଯାଏ ନୀତି ଆୟୋଗରେ ନୀତିଗତ ଅନୁମୋଦନ ପାଇନାହିଁ, ତାହାର ଖର୍ଚ୍ଚ ଅଟକଳ କୁ ବଜେଟର ଅଂଶ ବୋଲି କହିବା କେବଳ ବିଶୁଦ୍ଧ ଗାଲୁଆମୀ ଛଡା ଆଉ କଣ ବା ହୋଇପାରେ।

ପଚାଶ ବର୍ଷ ଧରି ଚାଲିଥିବା ଖୁର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା ବୈଠକ କରିଥିଲେ ବୋଲି ଖବର ରହିଥିଲା। ତା ସତ୍ତ୍ୱେ ବି ଏହି ପ୍ରକଳ୍ପକୁ ମିଳିଛି ୫୨୦ କୋଟି ଟଙ୍କା। ଗତ ବର୍ଷ ଏହି ପ୍ରକଳ୍ପ ପାଇଁ ୩୫୦ କୋଟି ଟଙ୍କା ମିଳିଥିଲା। ତେବେ ବଜେଟରେ ମିଳିଥିବା ଅର୍ଥର ଏକ ତୃତୀଆଂଶ ଗତଥର ଖର୍ଚ୍ଚ ହୋଇନାହିଁ। ସେହି ତୁଳନାରେ ଏଥର ୫୨୦ କୋଟିରୁ ବାସ୍ତବରେ କେତେ ଖର୍ଚ୍ଚ ହେଉଛି, ତାହା ଦେଖିବା ବାକି ରହିଲା।

ରାଜ୍ୟର ସ୍ଵାର୍ଥ ପାଇଁ କେନ୍ଦ୍ରରେ ବିଜେପି ସରକାରକୁ ବିଜେଡି ନୀତିଗତ ସମର୍ଥନ ଦେଉଛି ବୋଲି କହୁଛି। ତେବେ ଗତ ଦୁଇ ବର୍ଷ ତୁଳନାରେ ଏଥର ରେଳ ବଜେଟରେ ଓଡିଶାର ଭାଗ କମିବା ରାଜ୍ୟର ସ୍ଵାର୍ଥ ବିରୋଧୀ ନୁହେଁ କି? ୨୦୧୭-୧୮ରେ ରାଜ୍ୟକୁ ୫୧୦୨ କୋଟି, ୨୦୧୮-୧୯ରେ ୫୨୫୨ କୋଟି ଓ ୨୦୧୯-୨୦ ରେ ରାଜ୍ୟକୁ ୫୯୯୩ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ଏହା ୨୯% କମିଯିବା ଚିନ୍ତାର ବିଷୟ ନୁହେଁ କି? ଏ ସମ୍ପର୍କରେ ବିଜେଡି ନୀରବତା ଅବଲମ୍ବନ କରିବା ରାଜ୍ୟ ସ୍ଵାର୍ଥ ବିରୋଧୀ ନୁହେଁ କି? ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ରେଳ ଲାଇନ ଯଥେଷ୍ଟ କମ। ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଯେତିକି ରେଳ ଲାଇନ ରହିଛି, ସେଥିରୁ ଯଥେଷ୍ଟ କମ ଓଡିଶାରେ ରହିଛି। ମାଲ ପରିବହନ କ୍ଷେତ୍ରରେ ଓଡିଶା ରେଳବାଇକୁ ସବୁଠୁ ଅଧିକ ରାଜସ୍ଵ ଦେଉଛି, ତା ସତ୍ତ୍ୱେ ଓଡିଶା ପ୍ରତି ଏ ପ୍ରକାର ଅବିଚାରର କାରଣ କଣ?

ଗୋଟିଏ ବର୍ଷରେ ରାଜ୍ୟକୁ ଆସୁଥିବା ରେଳ ବଜେଟର ୧୬୨୦ କୋଟି ଟଙ୍କା କମାଇଦେବା  ଏକ ପ୍ରକାର ଅର୍ଥନୈତିକ ଅନ୍ୟାୟ ବୋଲି କୁହା ଯାଇପାରେ। ତେବେ ଏହା ବିରୋଧରେ ସଂସଦରେ ଏବଂ ସଂସଦ ବାହାରେ ଓଡିଶାର ଲୋକ ପ୍ରତିନିଧିମାନେ ଚୁପ କାହିଁକି? ମହା ମିଛ ଓ ମହା ପ୍ରତାରଣାର ଏହି ରେଳ ବଜେଟ ବିରୋଧରେ ଆମେ ଯଦି ପ୍ରତିବାଦ ନ କରିବା, ତାହେଲେ ଆଗାମୀ ଦିନରେ ଏହା ପୁଣି କମିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ଆଜି ପଶ୍ଚିମବଙ୍ଗ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

April 29, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.