Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶଦ୍ରୋହୀ ପ୍ରମାଣପତ୍ର ବାଣ୍ଟୁଥିବା ଲୋକେ ଜାଣନ୍ତି କି ତାଙ୍କ ନିଜ ଦଳରେ ଦେଶଦ୍ରୋହୀଙ୍କ ସଂଖ୍ୟା କେତେ?
ବିଶେଷ ଖବର

ଦେଶଦ୍ରୋହୀ ପ୍ରମାଣପତ୍ର ବାଣ୍ଟୁଥିବା ଲୋକେ ଜାଣନ୍ତି କି ତାଙ୍କ ନିଜ ଦଳରେ ଦେଶଦ୍ରୋହୀଙ୍କ ସଂଖ୍ୟା କେତେ?

February 20, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କଥା କଥାରେ ଏବେ ଦେଶଦ୍ରୋହର ପ୍ରମାଣପତ୍ର ବଣ୍ଟା ଯାଉଛି। ଯିଏ ବାଣ୍ଟୁଛି ତାର ଏକମାତ୍ର ଯୋଗ୍ୟତା ହେଲା, ସେ ଶାସକ ଦଳର ସଦସ୍ୟ। ଯେଉଁ ଶାସକଙ୍କର ଅପାରଗତା ଓ ପରିଚାଳନାଗତ ତ୍ରୁଟି କାରଣରୁ ୨୦୧୪ ରୁ ୨୦୧୮ ଭିତରେ କେବଳ ଜାମ୍ମୁ ଓ କାଶ୍ମୀରରେ ୩୩୯ ଜଣ ଜବାନ ଓ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି, ସେମାନେ ଆଜି ଲଜ୍ଜିତ ହେବା ପରିବର୍ତ୍ତେ ଅନ୍ୟ ମାନଙ୍କୁ ସମାଲୋଚନା କରିବାର ବିକଳ ପ୍ରୟାସ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ତଥ୍ୟ କହୁଛି, କେବଳ ଜାମ୍ମୁ ଓ କାଶ୍ମୀରରେ ୨୦୧୪ରେ ୨୨୨,  ୨୦୧୫ ରେ ୨୦୮, ୨୦୧୬ ରେ ୩୨୨, ୨୦୧୭ ରେ ୩୪୨ ଓ ୨୦୧୮ ରେ ୬୧୪ ଟି ଆତଙ୍କବାଦୀ ଘଟନା ଘଟିଛି। ୨୦୧୭ ତୁଳନାରେ ୨୦୧୮ ରେ ଏପ୍ରକାର ଘଟନା ପ୍ରାୟ ଶହେ ଗୁଣ ବଢିଥିବା ବେଳେ ୨୦୧୯ ଆରମ୍ଭରୁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଜଣାପଡୁଛି। ଶାସକ ଦଳର ଦେଶଦ୍ରୋହୀ ପ୍ରମାଣପତ୍ର ବାଣ୍ଟୁଥିବା ନେତାମାନେ କହିବେ କି, ଏଥି ପାଇଁ ଦାୟୀ କିଏ? ଜାମ୍ମୁ – କାଶ୍ମୀରର ଜନ ସାଧାରଣ ୨୦୧୪ ଲୋକସଭା ଓ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ସମର୍ଥନ ଦେଇଥିଲେ। ବିଜେପି ଓ ପିଡିପିର ସରକାର ସେଠି ଥିଲା। ଏବେ କେନ୍ଦ୍ରର ପ୍ରତିନିଧି ଭାବରେ ରାଜ୍ୟପାଳ ତାର ଶାସନ ଦାୟିତ୍ଵ ତୁଲାଉଛନ୍ତି। ସେଥିରେ ଯଦି କାଶ୍ମୀରର ନିଆଁ ଲିଭୁନାହିଁ, ସେଥିପାଇଁ ବିଜେପି ଛଡା ଅନ୍ୟମାନେ ଉତ୍ତରଦାୟୀ ହେବେ କାହିଁକି?

ଏବେ ବିଜେପି ନିଜର ବିଫଳତାକୁ ଘୋଡାଇବାକୁ ଦେଶପ୍ରେମର ବାହାନା ଖୋଜୁଛି। ଆଜି ଶାନ୍ତି ଓ ସଦ୍ଭାବନାର କଥା କହିବା ସବୁଠୁ ବଡ ଦେଶଦ୍ରୋହ ବୋଲି ବିବେଚନା କରାଯାଉଛି। ସନ୍ତ୍ରାସବାଦ ରୋକିବାରେ ବିଫଳ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀମାନେ ଏବେ ସରକାରକୁ ବିରୋଧ କରୁଥିବା ଭାରତୀୟଙ୍କ ଉପରେ ଦାଉ ସାଧୁଛନ୍ତି। ସେମାନଙ୍କ ଯୁକ୍ତି ଅନୁସାରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନାର ମାର୍ଗ ବଛାଯାଉ ବୋଲି ଯିଏ କହୁଛି, ସେ ଦେଶଦ୍ରୋହୀ। ପାକିସ୍ତାନକୁ ମାଟିରେ ମିଶାଇଦେବୁ ବୋଲି ଯେ କହି ପାରୁନି ସେ ଦେଶଦ୍ରୋହୀ। ଏପରିକି ପ୍ରଧାନମନ୍ତ୍ରୀଙ୍କୁ ଯେ ସମାଲୋଚନା କରୁଛି ସେ ମଧ୍ୟ ଦେଶଦ୍ରୋହୀ। ଏଠି ଆମର କିଛି ପ୍ରଶ୍ନ ରହିଛି। ଆଶା କରିବୁ ବିଜେପିର ନେତା ଓ କର୍ମୀ ମାନେ ଏହାର ଉତ୍ତର ରଖିବେ।

ପୁଲବାମାରେ ଆମର ଚାଳିଶ ଜଣ ଜବାନଙ୍କ ଅମୂଲ୍ୟ ଜୀବନ ନେଇଥିବା ଜୈଶ-ଏ-ମହମ୍ମଦ ର ମୁଖ୍ୟ ମୌଲାନା ମାସୁଦ ଆଝାରକୁ ୧୯୯୪ ରେ ଭାରତ ସରକାର ଗିରଫ କରିଥିଲେ। ୧୯୯୯ ରେ ଭାରତୀୟ ବିମାନ ଆଇସି ୮୧୪ କୁ ଅପହରଣ କରିନେଇ ମାସୁଦ ଆଝାରର ସହଯୋଗୀ ମାନେ ତାକୁ ମୁକ୍ତ କରିଥିଲେ। ଏଠି କହିରଖିବା ଉଚିତ ହେବ ଯେ ୧୯୯୯ରେ ଭାରତରେ ବିଜେପି ଶାସନ ଥିଲା ଓ ମାସୁଦ ଆଝାରକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଯଶୋବନ୍ତ ସିଂ ଓ ତତ୍କାଳୀନ ଆଇବି ର ମୁଖ୍ୟ  ଅଜିତ ଦୋଭାଲ କାନ୍ଦାହାରରେ ମୁକ୍ତି ଦେଇଥିଲେ। ଆଇସି ୮୧୪ ବିମାନଟି ଅମୃତସର ବିମାନବନ୍ଦରରେ ଓହ୍ଲାଇ ଥିଲେ ମଧ୍ୟ ତାକୁ ସେତେବେଳେ ଅଟକା ଯାଇପାରି ନଥିଲା। ସେଥିପାଇଁ ଦାୟୀ କିଏ? ଯେଉଁମାନେ ମାସୁଦ ଆଝାରକୁ ମୁକ୍ତି ଦେଇଥିଲେ ସେମାନେ ଦେଶପ୍ରେମୀ ନା ଦେଶଦ୍ରୋହୀ, ଏ ପ୍ରଶ୍ନ ପଚାରିବା ଠିକ ହେବ କି? ସେତେବେଳେ ଯିଏ ଆଇବି ର ନିର୍ଦ୍ଦେଶକ ଥିଲେ ଆଜି ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଛନ୍ତି। ତାଙ୍କ ପୁଅ ପାକିସ୍ତାନୀ ଅଂଶୀଦାରଙ୍କ ସହ ବ୍ୟବସାୟ କରୁଛନ୍ତି। ଦୋଭାଲ ସାହେବ ଏହାର କି ଉତ୍ତର ରଖିବେ?

ଏଠି ମନେ ପକାନ୍ତୁ, ମଇ ରୁ ଜୁଲାଇ ୧୯୯୯ ମସିହାକୁ। କାରଗିଲ ଯୁଦ୍ଧରେ ଏ ଦେଶର ୫୨୭ ଯୋଦ୍ଧା ସୈନିକ ଶହୀଦ ହେଲେ। ତାପରେ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ପାକିସ୍ତାନ ସରକାରଙ୍କ ସହ ନିଜର ଆଲୋଚନା ଅବ୍ୟାହତ ରଖିଥିଲେ। ୨୦୦୧ ମସିହାରେ ଯେତେବେଳେ କାରଗିଲ ର ମୁଖ୍ୟ ଖଳନାୟକ ପରଭେଜ ମୁଶାରଫ ପାକିସ୍ତାନର ମୁଖ୍ୟ ହେଲେ ତାଙ୍କୁ ଡାକି ଆଗ୍ରା ଶିଖର ସମ୍ମିଳନୀ ଆୟୋଜନ କରିଥିଲେ। ସେହିପରି କାଶ୍ମୀର ଲାଗି ବାଜପାୟୀଙ୍କ ମନ୍ତ୍ର ଥିଲା- କାଶ୍ମୀରୀୟତ, ଇନସାନିୟତ ଓ ଜମ୍ହୁରିୟତ ଅର୍ଥାତ କାଶ୍ମୀର ର ଅସ୍ମିତା, ମାନବିକତା ଓ ଭାଇଚାରା। ଆଜି ସେଇ ସମାନ କଥା କହୁଥିବା ଲୋକେ ଦେଶଦ୍ରୋହୀ ହେଲେ କେମିତି?

ଆଜି ହଠାତ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟିୟର ନବଜୋତ ସିଂ ସିଦ୍ଧୁଙ୍କୁ ବିଜେପି ଓ ସଂଘ ପରିବାରର ଲୋକେ ସବୁଠୁ ବଡ ଦେଶଦ୍ରୋହୀ ବୋଲି ଗାଳି କରୁଛନ୍ତି। ସିଦ୍ଧୁ କଂଗ୍ରେସକୁ ଆସିଲେ କେବେ? ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସିଦ୍ଧୁ କଂଗ୍ରେସରେ ଯୋଗଦାନ କଲେ। ତା ପୂର୍ବରୁ ୨୦୦୪ ରୁ ୨୦୧୪ ଦଶବର୍ଷ ଧରି ସେ ଥିଲେ ବିଜେପିର ଅମୃତସର ଲୋକସଭା ସଦସ୍ୟ। ସିଦ୍ଧୁ ବିଜେପିରେ ଥିବା ବେଳେ ଦେଶପ୍ରେମୀ ଓ ବିଜେପି ଛାଡିଲା ପରେ ଦେଶଦ୍ରୋହୀ ହେଲେ କେମିତି? ବିଜେପି ବୋଧେ ନିଜକୁ ଦେଶପ୍ରେମର ଠିକାଦାର ବୋଲି ଭାବୁଛି। ନଚେତ ଅନ୍ୟ ସବୁ ଦଳର ନେତାଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ଏ ଦଳ ସାହସ କରନ୍ତା କେମିତି?

ସବୁଠୁ ମଜାର କଥା ହେଲା ଓଡିଶା ବିଜେପିର ଜଣେ ପ୍ରବକ୍ତା ଏବେ ପ୍ରତିଦିନ ଦେଶଦ୍ରୋହୀ ପ୍ରମାଣପତ୍ର ବାଣ୍ଟି ଚାଲିଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ଏମାନଙ୍କୁ ଲଜ୍ଜା ବି ଲାଗୁନାହିଁ। ସେହିପରି ଜଣେ ବିଧାୟକ କାହାକୁ ଗୋଟେ ଠେଲିଦେଲେ ବୋଲି ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଛି। ଦେଶପ୍ରେମର ଏ ଉଦ୍ଭଟ ନାଟକ ଦେଖି ମନେ ହେଉଛି, ସତେକି ଏ ଦେଶରେ ଦେଶପ୍ରେମ କେବଳ ଗୋଟେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମ୍ପତ୍ତି,ଏବଂ ସବୁଠୁ ବିଡମ୍ବନାର କଥା ହେଉଛି ଏ ଦେଶର ସ୍ଵାଧୀନତା ଆନ୍ଦୋଳନକୁ ଏହି ଦଳର ପିତୃ ସଂଗଠନ ବିରୋଧ କରୁଥିଲା।

ମାସୁଦ ଆଝାରକୁ ମୁକ୍ତ କରିଥିବା ଓ କାରଗିଲ ଯୁଦ୍ଧର ମୁଖ୍ୟ ଖଳ ନାୟକଙ୍କୁ ଆଗ୍ରାରେ ବେଶ ଭଲ ଆପ୍ୟାୟିତ କରିଥିବା ଗୋଟେ ଦଳ ଅନ୍ୟ ମାନଙ୍କୁ ଦେଶଦ୍ରୋହୀର ପ୍ରମାଣପତ୍ର ବାଣ୍ଟିବା ପୂର୍ବରୁ, ନିଜ ମୁହଁକୁ ଦର୍ପଣରେ ନିହାତି ଦେଖିବା ଉଚିତ ନୁହେଁ କି?

j&k pulwama terroristattack theasamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଏମଏଲସି ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ?: ଚର୍ଚ୍ଚାରେ ଏହି ସବୁ ନାମ

March 30, 2026

ପିତାମାତାଙ୍କ ଯତ୍ନ ନନେଲେ କଟିବ ୧୫% ଦରମା: ଏକ କଠୋର ଆଇନ ଆଣିଲା ଏହି ରାଜ୍ୟ

March 30, 2026
Latest News

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ର ଏକ ବର୍ଷ ପୂର୍ତ୍ତି: ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

March 31, 2026

କୋରାପୁଟ ସ୍ଥିତ ସୀମା ସୁରକ୍ଷା ବଳର ହୀରକ ଜୟନ୍ତୀ ପାଳିତ

March 31, 2026

ହୋଟେଲ ଲାଇଫ୍ ଠାରେ ‘ବ୍ୟାମ୍ବୁ ଫରୱାର୍ଡ ସମିଟ୍- ଫ୍ରମ୍ ଗ୍ରାଉଣ୍ଡ ଟୁ ଗ୍ରୋଥ୍’ ଅନୁଷ୍ଠିତ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.