Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗଂଜାମ ବସ ଟ୍ରାଜେଡି: ଏପରି ଦୁର୍ଘଟଣାରୁ ଜୀବନ ବଞ୍ଚିବା ଅସମ୍ଭବ, ହେଲେ ବରକନ୍ୟାଙ୍କ ଭାଗ୍ୟ ବଳରେ ବଞ୍ଚିଗଲା ୩୩ଟି ଜୀବନ
ବିଶେଷ ଖବର

ଗଂଜାମ ବସ ଟ୍ରାଜେଡି: ଏପରି ଦୁର୍ଘଟଣାରୁ ଜୀବନ ବଞ୍ଚିବା ଅସମ୍ଭବ, ହେଲେ ବରକନ୍ୟାଙ୍କ ଭାଗ୍ୟ ବଳରେ ବଞ୍ଚିଗଲା ୩୩ଟି ଜୀବନ

February 10, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସଂପଦ ଦଳାଇ

ଗଂଜାମ ବସ ଟ୍ରାଜେଡି କେବଳ ଓଡିଶା କାହିଁକି ସାରା ଭାରତରେ ଏକ ଦୁଃଖଦ ଘଟଣା। ଛୋଟିଆ ଅସାବଧାନତା କାରଣ ଯୋଗୁଁ ଦଶ ଜଣଙ୍କ ଜୀବନ ହାନି ଘଟିଛି। ବର୍ତ୍ତମାନ ଏହି ଖବର ଓଡିଶା ଗଣ ମାଧ୍ୟମରେ ବଡ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ସମସ୍ତଙ୍କ ଗୋଟିଏ ନଜର ଦଶ ଜଣଙ୍କର ପ୍ରାଣହାନୀ ଘଟିଗଲା। ନିଶ୍ଚିତ ଭାବେ ଏହାଠାରୁ ବଡ ଦୁଃଖଦ ଘଟଣା କିଛି ହୋଇ ନ ପାରେ। ହେଲେ ଆଉ ଏକ ବଡ କଥା ଗଣମାଧ୍ୟମର ଉହାଡରେ ରହିଯାଉଛି। ତାହା ହେଲା ଦଶ ଜଣ ମୃତ୍ୟୁ ମୁଖରେ ପଡିବା ଯେପରି ଏକ ବଡ ଦୁର୍ଘଟଣା, ସେହିପରି ୩୩ଟି ଜୀବନ ବଞ୍ଚିବା ମଧ୍ୟ ଏକ ବଡ ଘଟଣା ବୋଲି କୁହାଯାଇପାରିବ। କାରଣ ଯଦି ଦୁର୍ଘଟଣାକୁ ତର୍ଜ୍ଜମା କରାଯାଏ, ସେପରି ପରିସ୍ଥିତିରେ ଗୋଟିଏ ବି ଜୀବନ ବଞ୍ଚିବା ଅସମ୍ଭବ। ଯଦି ପୁରା ଘଟଣାକୁ ତର୍ଜ୍ଜମା କରାଯାଏ ତେବେ ଘଟଣାଟି କେତେ ଭୟଙ୍କର ଥିଲା ତାହା ଯେକେହି ଜାଣିବ ଥରି ଉଠିବ।

ଗଂଜାମ ଜିଲ୍ଲାର ଡଙ୍କଲପାଡୁ ଗାଁର ୟୁ ସନ୍ୟାସୀଙ୍କ ପୁଅ ଅଶୋକଙ୍କ ବାହାଘର ସେହି ଗ୍ରାମରୁ ପାଞ୍ଚ କିଲୋଟମିଟର ଦୂରରେ ଥିବା ଚିକରପଡା ଗାଁର ବୁଲୁ ରେଡ୍ଡୀଙ୍କ ଝିଅ ସହିତ ଠିକ ହୋଇଥିଲା। ରବିବାର ଦିନ ଥିଲା ନିର୍ବନ୍ଧ। କନ୍ୟାଘରକୁ ଯିବା ପାଇଁ ବରଘରର ୪୩ ଜଣ ଯାତ୍ରୀଙ୍କୁ ନେଇ ବସଟି ବାହାରି ଥିଲା। ହେଲେ ମେଣ୍ଡରାଜପୁରରେ ତଳକୁ ଓହଳିଥିବା ୧୧ କେଭି ଲାଇନ ତାରରେ ବସର କ୍ୟାରେଜ ହୁକ ଲାଗିଯାଇଥିଲା। ହୁକରେ ତାର ଲାଗିଯିବା ମାନେ ସେହି ତାର ବାହାରିବା କଷ୍ଟକର ହୋଇ ପଡିଥିଲା। ଡ୍ରାଇଭର ବସରେ କରେଣ୍ଟ ଲାଗିଛି ବୋଲି ବଡ ପାଟିରେ କହି ତଳକୁ ଡେଇଁ ପଳାଇ ଯାଇଥିଲା। ଅନ୍ୟମାନେ ମଧ୍ୟ ଜୀବନ ବିକଳରେ ତଳକୁ ଡେଇଁବା ବେଳେ ବିଦ୍ୟୁତ ଆଘାତ ଲାଗି ଛଟପଟ ହୋଇ ମରିଗଲେ।

ବସ ଭିତରେ ନିଜର ସଂପର୍କିୟମାନେ ଏପରି ମୃତ୍ୟୁ ନିଜ ଆଖିରେ ଦେଖିବେ ତାହା କେବେ ବିଶ୍ବାସ କରିପାରି ନ ଥିଲେ। ଏହି ମୃତକଙ୍କ ଭିତରେ ବରର ଦୁଇ ଭଉଣୀ ମଧ୍ୟ ଅଛନ୍ତି। ବସରୁ ବିଦ୍ୟୁତ ସଂଯୋଗ କାଟିବାକୁ ଲାଗିଯାଇଥିଲା ଦୀର୍ଘ ସମୟ। ସେହି ଭିତରେ ପାଞ୍ଚ ଜଣଙ୍କର ଏବଂ ପରବର୍ତ୍ତି ସମୟରେ ପାଞ୍ଚ ଜଣଙ୍କର ଜୀବନ ଚାଲିଗଲା। ତେବେ ଏହି ଭୟଙ୍କର ଘଟଣା ଭିତରେ ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ଥିଲା ବସ ଭିତରେ ଥିବା ଲୋକଙ୍କର ଜୀବନ ବଞ୍ଚିଯିବା। କାରଣ ବସଟି ସାରା ୧୧ କେଭି ବିଦ୍ୟୁତ ଭିତରେ ଡହଡହ ହେଉଥିବା ବେଳେ ସେଥିରେ ଥିବା ଜୀବନଟିଏ ଜୀବନ ଖୋଜି ବଞ୍ଚିବା ସମ୍ଭବ ହୋଇପାରିଛି। କହିବାକୁ ଗଲେ ସେମାନଙ୍କୁ ଭଗବାନ ହିଁ ବଞ୍ଚାଇ ଦେଲେ। ଏହା କେବଳ ସେମାନଙ୍କର ଭାଗ୍ୟ ଟାଣ ସହ ବରକନ୍ୟା ଯୋଡିଙ୍କ ଭାଗ୍ୟ ଟାଣ ଯୋଗୁଁ ସମ୍ଭବ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସାଧାରଣତଃ ଯେ କୌଣସି ବିବାହ ବେଳେ କିମ୍ବା ବିବାହ ପୂର୍ବରୁ କିଛି ଅଘଟଣ ଘଟିଲେ ତାହା ବରକନ୍ୟାଙ୍କ ଭାଗ୍ୟ ସହିତ ତୂଳନା କରାଯାଇଥାଏ। ଏପରି କି ସବୁ ଦୋଷ କନ୍ୟା ଉପରେ ଲଦି ଦେବା ଆମ ରକ୍ଷଣଶିଳ ସମାଜର ଏକ ବିଲକ୍ଷଣ ରହିଛି। ହେଲେ ଗଂଜାମ ବସ ଟ୍ରାଜେଡି କହୁଛି ବରକନ୍ୟାଙ୍କ ଭାଗ୍ୟ ଟାଣ ଥିବାରୁ ୩୩ ଜଣ ଜୀବନ ବଞ୍ଚିପାରିଛି। କାରଣ ଦୁର୍ଘଟଣାଟି ଯେପରି ଭୟଙ୍କର ଥିଲା ସେଥିରୁ ଜୀବନ ବଞ୍ଚିବା ଏକ ରକମର ମୁସ୍କିଲ ଥିଲା। ହେଲେ ସେପରି ପରିସ୍ଥିତିକୁ ମୁକାବିଲା କରି ୩୩ ଜଣଙ୍କର ଜୀବନ ବଞ୍ଚିବା କିଛି ଛୋଟ କଥା ନୁହେଁ। ଏହି ସଂପୂର୍ଣ୍ଣ ଘଟଣାରେ ଯଦି ମାତ୍ର ଦୁଇ ଜଣଙ୍କୁ ଦୋଷାରୋପ କରାଯିବ ତେବେ ସେ ପ୍ରଥମେ ହେବ ବସ ଡ୍ରାଇଭର ଏବଂ ଦ୍ବିତୀୟରେ ଶକ୍ତି ବିଭାଗ। ଏହି ଦୁଇଙ୍କୁ ଛାଡିଦେଲେ ଏହି ବଡ ଦୁଃଖଦ ଦୁର୍ଘଟଣାରେ ଆଉ କାହାକୁ ଦୋଷାରୋପ କରାଯାଇ ପାରିବ ନାହିଁ।

ଯଦି କେହି ଜ୍ୟୋତିଷ ଶାସ୍ତ୍ରର ବିଶ୍ବାସୀ ଥିବେ ସେମାନେ ନିଶ୍ଚିତ ସ୍ବୀକାର କରିବେ ଯେ, କେବଳ ବରକନ୍ୟା ଯୋଡିର ଭାଗ୍ୟ ଟାଣ ପାଇଁ ଏହି ୩୩ଟି ଜୀବନ ବଞ୍ଚିବାରେ ସକ୍ଷମ ହୋଇପାରିଛି। ଆଉ ଭବିଷ୍ୟତରେ ଏହି ବରକନ୍ୟା ଯୋଡି ଆହୁରି ଅନେକ ଜୀବନର ରକ୍ଷା କବଚ ପାଲଟିବେ ତାହା ନିଃସନ୍ଦେହରେ ସ୍ବୀକାର କରାଯାଇ ପାରିବ।

busaccident Ganjam
Share. Facebook Twitter LinkedIn Email WhatsApp Copy Link

Related Posts

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026

ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁର ଉପମୁଖ୍ୟମନ୍ତ୍ରୀ!: ବିହାର ସରକାରଙ୍କ ନୂତନ ରୂପରେଖା ପ୍ରକାଶ

March 6, 2026
Latest News

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ସହିତ ଫିନଲ୍ୟାଣ୍ଡର ପ୍ରମୁଖ ଖାଦ୍ୟ କମ୍ପାନୀ ଫାଜେରର ଏମଓୟୁ ସ୍ୱାକ୍ଷର

March 7, 2026

କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ୨ ଦିନିଆ “ଜାତୀୟ କଳା ସମ୍ମିଳନୀ-କ୍ୟାନଭାସ ଉଦଘାଟିତ

March 7, 2026

ମହିଳା ଆୟୋଗଙ୍କ ଦ୍ଵାରା ଜନ ଶୁଣାଣି କାର୍ଯ୍ୟକ୍ରମ

March 7, 2026

ପ୍ରତିଯୋଗିତା ନୁହେଁ, ସହଭାଗିତା ହିଁ ସନ୍ତୁଳିତ ସମାଜ ଗଠନର ଆଧାର: ଅଖିଳ କୁମାର ମିଶ୍ର

March 7, 2026

ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ ନିର୍ଦ୍ଧାରଣ ଉପରେ ବିସ୍ତୃତ ଆଲୋଚ଼ନା କଲେ ପୃଥ୍ୱୀରାଜ ହରିଚ଼ନ୍ଦନ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.