Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶରେ10 ହଜାର ‘କୃଷକ ଉତ୍ପାଦକ ସଂଗଠନ’ ଗଠନ ପାଇଁ କ୍ୟାବିନେଟ ମଂଜୁରୀ , କଣ ରହିଛି ଏଥିରେ ସୁବିଧା
ବିଶେଷ ଖବର

ଦେଶରେ10 ହଜାର ‘କୃଷକ ଉତ୍ପାଦକ ସଂଗଠନ’ ଗଠନ ପାଇଁ କ୍ୟାବିନେଟ ମଂଜୁରୀ , କଣ ରହିଛି ଏଥିରେ ସୁବିଧା

February 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କୃଷକମାନଙ୍କୁ ଆର୍ଥିକ ସୁଧାରର ଲାଭ ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଆଜି ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ଏହି ନିଷ୍ପତି ଅନୁଯାୟୀ ୨୦୧୯-୨୦ରୁ ୨୦୨୩-୨୪ ପର୍ଯ୍ୟନ୍ତ ପାଂଚ ବର୍ଷର ଅବଧି ମଧ୍ୟରେ ୧୦ ହଜାର ନୂତନ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଗଠନ କରାଯିବ। ଆରମ୍ଭ ହେବାର ୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଏଫପିଓକୁ ସହାୟତା ଯୋଗାଇ ଦିଆଯିବ।

ଲାଭ
ମୂଲ୍ୟ ବୃଦ୍ଧି ସହିତ ଉତ୍ପାଦନ ଜ୍ଞାନ କୌଶଳ, ସେବା ଓ ବିପଣନକୁ ଆପଣାଇବା ଲାଗି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଖରେ ଆର୍ଥିକ କ୍ଷମତା ନଥାଏ। ଏଫପିଓ ଗଠନ ମାଧ୍ୟମରେ କୃଷକମାନେ ସାମଗ୍ରିକ ଭାବେ ଅଧିକ ସୁଦୃଢ଼ ହୋଇପାରିବେ। ସେମାନେ ଅଧିକ ଆୟ କରିବା ଲାଗି ଋଣ ଓ ଉନ୍ନତ ବିପଣନ ସୁବିଧା, ଗୁଣବତାଯୁକ୍ତ ଉତ୍ପାଦ ଏବଂ ପ୍ରଯୁକ୍ତି ସହାୟତା ପାଇବାରେ ସଫଳ ହୋଇପାରିବେ ।

ଯୋଜନାର ବିବରଣୀ
1- ପାଂଚ ବର୍ଷର ଅବଧି (୨୦୧୯-୨୦ ଠାରୁ ୨୦୨୩-୨୪) ପର୍ଯ୍ୟନ୍ତ ୪୪୯୬ କୋଟି ଟଙ୍କାର ମୋଟ ବଜେଟ ବ୍ୟବସ୍ଥା ସହିତ ୧୦ ହଜାର ନୂଆ ଏଫପିଓ ଗଠନ ଏବଂ ପ୍ରୋତ୍ସାହନ ଲାଗି “କୃଷକ ଉତ୍ପାଦକ ସଂଗଠନ ପ୍ରତିଷ୍ଠା ଓ ପ୍ରୋତ୍ସାହନ” ନାମକ କେନ୍ଦ୍ରୀୟ କ୍ଷେତ୍ରର ନୂତନ ଯୋଜନା ଆରମ୍ଭ କରାଯିବ । ଏଥିରେ ପ୍ରତ୍ୟେକ ଏଫପିଓଗୁଡ଼ିକୁ ପାଂଚ ବର୍ଷ ଲାଗି ଆବଶ୍ୟକ ସହଯୋଗ ଦେବା ଲାଗି ୨୦୨୪-୨୫ରୁ ୨୦୨୭-୨୮ ପର୍ଯ୍ୟନ୍ତ ଅବଧି ଲାଗି ୨୩୬୯ କୋଟି ଟଙ୍କାର ଅତିରିକ୍ତ ସହାୟତା ବ୍ୟବସ୍ଥା ରହିବ ।

2 -ପ୍ରାରମ୍ଭିକ ଭାବେ ଏଫପିଓ ଗଠନ ଏବଂପ୍ରୋତ୍ସାହନ ଲାଗି ତିନୋଟି କାର୍ଯ୍ୟକାରୀ ଏଜେନ୍ସି ଯଥା : କ୍ଷୁଦ୍ର ଚାଷୀ କୃଷି ବ୍ୟବସାୟ ସଂଗଠନ(ଏସଏଫଏସି), ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି) ଏବଂ ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)କୁ ନିୟୋଜିତ କରାଯିବ। ରାଜ୍ୟଗୁଡ଼ିକ ଇଚ୍ଛୁକ ଥିଲେ କୃଷି ସମବାୟଏବଂ କୃଷକ କଲ୍ୟାଣ ବିଭାଗ (ଡିଏସିଆଣ୍ଡଏଫଡବ୍ଲୁ) ସହିତ ବିଚାର ବିମର୍ଶ କରି ନିଜସ୍ୱ କାର୍ଯ୍ୟକାରୀ ଏଜେନ୍ସି ନାମାଙ୍କନ କରିପାରିବେ।

3- ଆରମ୍ଭରୁ ସମତଳ ଅଂଚଳର ଏଫପିଓ ସଦସ୍ୟମାନଙ୍କ ସର୍ବନିମ୍ନ ସଂଖ୍ୟା ୩୦୦ ଏବଂ ଉତର-ପୂର୍ବ ଏବଂ ପାର୍ବତ୍ୟା ଅଞ୍ଚଳରେ ୧୦୦ ହେବ। ଡିଏସିଆଣ୍ଡଏଫଡବ୍ଲୁ ପକ୍ଷରୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ମଞ୍ଜୁରି ସହିତ ଆବଶ୍ୟକତା ଏବଂ ଅଭିଜ୍ଞତା ଆଧାରରେ ସର୍ବନିମ୍ନ ସଦସ୍ୟ ସଂଖ୍ୟାରେ ସଂଶୋଧନ କରାଯାଇ ପାରିବ ।

4- ଦେଶର ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ପ୍ରତ୍ୟେକ ବ୍ଲକରେ ହାରାହାରି ଗୋଟିଏ ଏଫପିଓ ଗଠନ କରାଯିବ ।

5- ନାବାର୍ଡରେ ୧୦୦୦ କୋଟି ଟଙ୍କାର ଏକ ଋଣ ଗ୍ୟାରେଣ୍ଟି ପାଣ୍ଠି ରହିବ ଯେଉଁଥିରେ ଡିଏସିଆଣ୍ଡଏଫଡବ୍ଲୁ ଏବଂ ନାବାର୍ଡର ସମାନ ଯୋଗ ଦାନ ରହିବ।ସେହିପରି ଏନସିଡିସିରେ ୫୦୦ କୋଟି ଟଙ୍କାର ଏକ ଋଣ ଗ୍ୟାରେଣ୍ଟି ପାଣ୍ଠି ରହିବ, ଯେଉଁଥିରେ ଡିଏସିଆଣ୍ଡଏଫଡବ୍ଲୁ ଏବଂ ଏନସିଡିସିର ସମାନ ଯୋଗଦାନ ରହିବ। ଫଳରେ ଏଫପିଓଗୁଡ଼ିକୁ ଋଣ ପ୍ରଦାନ କରିବା କ୍ଷେତ୍ରରେ ଆର୍ଥିକ ସଂସ୍ଥାନର ବିପଦକୁ ହ୍ରାସ କରାଯାଇ ପାରିବ। ଏହାଛଡ଼ା ଏଫପିଓକୁ ସଂସ୍ଥାଗତ ଋଣର ନିରନ୍ତର ପ୍ରବାହ ନିମନ୍ତେ ଉପଯୁକ୍ତ ଋଣ ଗ୍ୟାରେଣ୍ଟି ପ୍ରଦାନ କରାଯାଇ ପାରିବ।

agriculture modicabinet
Share. Facebook Twitter LinkedIn Email WhatsApp Copy Link

Related Posts

“ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ”: ଆତଙ୍କବାଦ ଉପରେ ପାକିସ୍ତାନକୁ ଭାରତର କଡ଼ା ଜବାବ

August 18, 2026

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବୋମା ଧମକ: ସୁରକ୍ଷା ସଂସ୍ଥାଗୁଡ଼ିକ ଦ୍ଵାରା ସର୍ଚ୍ଚ ଅଭିଯାନ ଜାରି

August 18, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦୦୦ କୋଟିର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍

August 18, 2026

ସରକାରୀ କାର୍ଯ୍ୟାନୁଷ୍ଠାନ ପରେ ହାର ମାନିଲା ମେଟା!: ହଟାଗଲା ଶିଶୁ ଯୌନ ନିର୍ଯାତନା ସାମଗ୍ରୀ

August 18, 2026
Latest News

ଭୁବନେଶ୍ଵରରେ କାର୍ଯ୍ୟରତ ଗ୍ୟାଙ୍ଗମ୍ୟାନ୍ କେମିତି ହେଲେ ଆଇପିଏସ୍?: ପଢ଼ନ୍ତୁ ପ୍ରହ୍ଲାଦ ମୀନାଙ୍କ କାହାଣୀ 

August 19, 2026

ବନ୍ୟା ପ୍ରଭାବିତ ଜିଲ୍ଲାକୁ ରେଡକ୍ରସର ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ

August 19, 2026

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 19, 2026

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.