Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ଚିନ୍ତା ବଢାଇଲାଣି ବିଷାକ୍ତ ତୃଣନାଶକ ପାରାକ୍ୱାଟ, ସଂପୂର୍ଣ୍ଣ ନିଷିଦ୍ଧ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି

ଭୁବନେଶ୍ୱର: କୀଟନାଶକର ନିରାପଦ ବ୍ୟବହାର ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ତୃଣନାଶକ ଭାବରେ ବ୍ୟବହୃତ ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍‌ ପାରାକ୍ବାଟ୍‌ ଏବଂ ଏଥିରୁ ଉତ୍ପନ୍ନ ଅନ୍ୟ ଦ୍ରବ୍ୟର ବିକ୍ରିକୁ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି ।

ଆଜି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବଙ୍କୁ ଏହି ପରିପ୍ରେକ୍ଷୀରେ ପତ୍ର ଲେଖି ଜଣାଇଛନ୍ତି ଯେ ସଂପ୍ରତି ପାରାକ୍ୱାଟ ତୃଣନାଶକର ବ୍ୟବହାର ରାଜ୍ୟରେ ଏକ ସାର୍ବଜନିକ ଚିନ୍ତାର ବିଷୟ ହୋଇପଡ଼ିଛି। ମନୁଷ୍ୟ ଓ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବକୁ ରୋକିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ନିରୋଧକ ଔଷଧ ଉପଲବ୍ଧ ନୁହେଁ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବିଷାକ୍ତ ରସାୟନିକ ପଦାର୍ଥର ବିକ୍ରୟ/ ମହଜୁଦ/ ବିତରଣ/ ଉତ୍ପାଦନ ଓ ବ୍ୟବହାରକୁ ୨୦୨୩ ମସିହା ଅକ୍ଟୋବର ୫ ତାରିଖରୁ ୯୦ ଦିନ ନିମନ୍ତେ ନିଷିଦ୍ଧ ଘୋଷଣା କରିଛନ୍ତି।

ଡ. ପାଢ଼ୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ରିପୋର୍ଟ ଅନୁସାରେ ପାରାକ୍ୱାଟ ଏବଂ ଏଥିରୁ ଉତ୍ପନ୍ନ ପଦାର୍ଥ ଅତ୍ୟନ୍ତ ବିଷାକ୍ତ ଓ କ୍ଷତିକାରକ ରାସାୟନିକ ଦ୍ରବ୍ୟ ଅଟେ। ମଣିଷର ସ୍ୱାସ୍ଥ୍ୟ ଉପରେ ଏହାର ଅତ୍ୟନ୍ତ କୁପ୍ରଭାବ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପାରାକ୍ୱାଟ ବ୍ୟବହାର ଦ୍ୱାରା ମୃତ୍ତିକାର ସ୍ୱାସ୍ଥ୍ୟ, ମଣିଷର ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ଏହାର ପ୍ରଭାବ ସଂପର୍କରେ କୌଣସି ବୈଜ୍ଞାନିକ ଗବେଷଣା କରାଯାଇନାହିଁ।

ସେହିପରି ରାଜ୍ୟର ଅଗ୍ରଣୀ ଭେଷଜ ଅନୁଷ୍ଠାନ ଭୀମ୍‌ସାର, ବୁର୍ଲାଙ୍କ ରିପୋର୍ଟ ଅନୁଯାୟୀ ପାରାକ୍ୱାଟ ଯୋଗୁ ମଣିଷର ନିଃଶ୍ୱାସପ୍ରଶ୍ୱାସ, ବୃକକ୍‌ ଏବଂ ଯକୃତଜନିତ ସମସ୍ୟା ଉପୁଜି ଉଚ୍ଚ ମୃତୁ୍ୟହାର ଘଟୁଛି। ରିପୋର୍ଟ ଅନୁଯାୟୀ ୨୦୧୭ ସେପେଫମ୍ବର ମାସରୁ ୨୦୧୯ ଅଗଷ୍ଟ ମଧ୍ୟରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ୧୪୯ ଜଣ ରୋଗୀଙ୍କ ମଧ୍ୟରୁ ୧୪୦ ଜଣଙ୍କର ମୃତ୍ୟ ଘଟିଛି। ରିପୋର୍ଟରେ ଭୀମ୍‌ସାର କର୍ତ୍ତୃପକ୍ଷ ପାରାକେ୍ୱଟକୁ ସ୍ଥାୟୀ ଭାବରେ ନିଷିଦ୍ଧ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।

ସେହିପରି ରାଜ୍ୟର ୧୫ଟିରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଷାକ୍ତ ତୃଣନାଶକ ପାରାକା୍ୱଟ ସେବନ କରି ଅକାଳ ମୃତୁ୍ୟ ଘଟୁଛି ବୋଲି ରିପୋର୍ଟରେ ଦର୍ଶାଇଛନ୍ତି। ଜାନୁଆରୀ ୨୦୨୩ରୁ ଡିସେମ୍ବର ମାସ ମଧ୍ୟରେ ନୟାଗଡ଼ ଜିଲ୍ଲାରେ ୧୩ଜଣ ଚାଷୀ ପାରାକେ୍ୱଟର ବିଷକି୍ରୟା ଯୋଗୁ ମୃତୁ୍ୟବରଣ କରିଛନ୍ତି ବୋଲି ପ୍ରକାଶ। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପାରାକ୍ୱାଟ ସେବନ ଯୋଗୁ ମୃତୁ୍ୟ ଘଟିବା ଘଟଣା ଅତ୍ୟନ୍ତ ଉଦ୍‌ବେଗଜନକ।

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରାଜ୍ୟରେ ତୃଣନାଶକ ପାରାକ୍ୱାଟ ସଂପୂର୍ଣ୍ଣ ନିଷେଧାଜ୍ଞା ଜାରି କରିବା ପାଇଁ ଅନେକ ଅଭିଯୋଗ ଓ ପ୍ରସ୍ତାବ ହସ୍ତଗତ ହୋଇଛି । ପୁନଶ୍ଚ ତୃଣନାଶକ ପାରାକ୍ୱାଟର ଦୀର୍ଘ ସମୟ (୫ ବର୍ଷରୁ ଊଦ୍ଧ୍ୱର୍) ଧରି ବ୍ୟବହାର କରିବା ଯୋଗୁ ମଣିଷ, ପ୍ରାଣୀ ଏବଂ ଫସଲ ଉତ୍ପାଦନ ଓ ଉତ୍ପାଦିକତା ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି।

ଉପରୋକ୍ତ ତଥ୍ୟଗୁଡ଼ିକ ପରିପ୍ରେକ୍ଷୀରେ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରୁ ଭାରତ ସରକାରଙ୍କ ଦ୍ୱାରା ଓଡ଼ିଶାରେ ପାରାକ୍ୱାଟର ବିକି୍ର/ ବିତରଣ/ ଉତ୍ପାଦନ ଏବଂ ବ୍ୟବହାରକୁ ତୁରନ୍ତ କୀଟନାଶକ ଆଇନ ୧୯୬୮ର ଧାରା ୨୭ (୨) ଅନୁଯାୟୀ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ପାଇଁ ପତ୍ରରେ ଅନୁରୋଧ କରାଯାଇଛ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କୃଷି ରୂପାନ୍ତରଣରେ କଣ ରହିଛି ସାମ୍ବାଦିକଙ୍କର ଭୂମିକା, ଆୟୋଜିତ ହେଲା ଏକ ସମ୍ମିଳନୀ

ଭୁବନେଶ୍ବର: କୃଷି ସାମ୍ବାଦିକତା କୃଷି ଓ କୃଷକଙ୍କ ଜୀବନଜୀବିକାକୁ ପରିବର୍ତ୍ତନ କରିବାରେ କ୍ଷମତା ରଖେ। ସାମ୍ବାଦିକମାନେ ଦାୟିତ୍ୱ ସହକାରେ କୃଷକଙ୍କ ସମସ୍ୟା ଉପସ୍ଥାପିତ କରିବା ସହିତ ସରକାରଙ୍କ କୃଷି ଯୋଜନା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମକୁ ଚାଷୀଙ୍କ ପାଖରେ ପହଞ୍ଚାଇ ପାରିଲେ ଚାଷୀ ଭାଇ ଓ ଭଉଣୀମାନେ ବହୁଳ ଭାବରେ ଉପକୃତ ହୋଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ‘ରାଜ୍ୟ କୃଷିର ରୂପାନ୍ତରଣରେ କୃଷି ସାମ୍ବାଦିକତାର ଭୂମିକା’ ଶୀର୍ଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଆମ କୃଷିଭାଇମାନଙ୍କୁ କୃଷି କ୍ଷେତ୍ରରେ ସମ୍ବାଦପତ୍ରର ଶିରୋନାମା ହେବା ସହ ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ୍‌ କରାଇବାର ଭୂମିକା ଗଣମାଧ୍ୟମର ରହିବା ଆବଶ୍ୟକ।

କୃଷିଭିତ୍ତିକ ସଫଳ କାହାଣୀ ସହ ସମସ୍ୟାମାନ ସମ୍ବାଦପତ୍ରରେ ସ୍ଥାନ ପାଇଲେ ତାହା ପ୍ରତ୍ୟେକଙ୍କ ଦୃଷ୍ଟି ଆକର୍ଷଣ କରିପାରିବ ଓ ସମାଧାନ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସାରା ଭାରତବର୍ଷରେ କୃଷି ସାମ୍ବାଦିକତା ପାଇଁ ଏକ ଗଣଜାଗରଣ ସୃଷ୍ଟି ହେବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରି ଚାଷୀ ଭାଇମାନଙ୍କୁ ଆକର୍ଷଣୀୟ ରିହାତି ପ୍ରଦାନ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ଓଡ଼ିଶା କୃଷିକ୍ଷେତ୍ରରେ ଏକ ନୂତନ ଶିଖରରେ ପହଞ୍ଚିଛି। କୃଷିକ୍ଷେତ୍ରରେ ଓଡ଼ିଶାର ଏହି ଉଲ୍ଲେଖନୀୟ ସଫଳତା ଅଧିକରୁ ଅଧିକ ସମ୍ବାଦପତ୍ରର ଶିରୋନାମା ପାଲଟିବାର ଆବଶ୍ୟକତା ରହିଛି। କୃଷି କ୍ଷେତ୍ରରେ ବିକଶିତ ହେଉଥିବା ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ କୃଷି ପଦ୍ଧତିକୁ ଚାଷୀ ବୁଝିବା ଭଳି ଭାଷାରେ ପ୍ରକାଶ କଲେ ସମ୍ବାଦପତ୍ରମାନେ ଚାଷୀଭାଇଙ୍କର ନିକଟବର୍ତ୍ତୀ ହୋଇପାରିବେ। ରାଜ୍ୟର ଏକ ବୃହତ୍‌ ଅଂଶ କୃଷି ଓ ଆନୁଷଙ୍ଗିକ କୃଷି ଉପରେ ନିର୍ଭରଶୀଳ ହୋଇଥିବାରୁ କୃଷି ସାମ୍ବାଦିକତାର ଆବଶ୍ୟକତା ସମସ୍ତେ ଉପଲବ୍ଧି କରୁଛୁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ସମ୍ମିଳନୀରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ଯେ କୃଷି କ୍ଷେତ୍ରରେ ଲୋକମାନଙ୍କୁ ଆକୃଷ୍ଟ କରି ରଖିବା ପାଇଁ କୃଷି ସାମ୍ବାଦିକତା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। କୃଷି କ୍ଷେତ୍ର ଅନେକ ବିପ୍ଳବ ଦେଇ ଗତି କରିଆସିଛି। ବିବିଧତାରେ ପୂର୍ଣ୍ଣ କୃଷି କ୍ଷେତ୍ରକୁ ସାମ୍ବାଦପତ୍ରରେ ଯଥୋଚିତ ସ୍ଥାନ ମିଳିବା ଆବଶ୍ୟକ।

କୃଷି ଜାଗରଣର ମୁଖ୍ୟ ସଂପାଦକ ଏମ୍‌.ସି. ଡୋମିନିକ୍‌ ସମ୍ମିଳନୀରେ କହିଲେ ଯେ ସାଂପ୍ରତିକ ସ୍ଥିତିରେ କୃଷି ସଂପର୍କିତ ସ୍ୱତନ୍ତ୍ର ଗଣମାଧ୍ୟମର ଆବଶ୍ୟକତା ରହିଛି। ରାଜ୍ୟର ବିକାଶ ଦିଗରେ କୃଷକମାନଙ୍କ ଭୂମିକା ଦୃଷ୍ଟିରୁ ସେମାନଙ୍କୁ ଗଣମାଧ୍ୟମରେ ପ୍ରକୃତ ହିରୋ ଭାବରେ ପ୍ରଦର୍ଶନ କରାଯିବାର ଆବଶ୍ୟକ। ଗ୍ରାମୀଣ ସାମ୍ବାଦିକତା କ୍ଷେତ୍ରରେ ଏହି ଧାରା ବଜାୟ ରଖିଲେ ରାଜ୍ୟର କୃଷିକ୍ଷେତ୍ରରେ ବିକାଶ ସାଧନ ହୋଇପାରିବ।

ପୂର୍ବତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ କହିଲେ ଯେ ଚାଷ, ଚାଷୀ ଓ ଏହାର ଜୀବିକା ଅଦ୍ୟାବଧି ଗଣମାଧ୍ୟମର ମୁଖ୍ୟଧାରାରେ ସ୍ଥାନ ପାଇନାହିଁ। ମୃତ୍ତିକା ସ୍ୱାସ୍ଥ୍ୟ, ନୂତନ ଜ୍ଞାନକୌଶଳ ପ୍ରତି ଆକୃଷ୍ଟ କରାଇବା, ଗୋଟିଏ ଚାଷୀର ସଫଳ କାହାଣୀ ଆଉ ଗୋଟିଏ ଚାଷୀ ଜାଣିବା, କୃଷି ଶ୍ରମିକ ଓ ଭୂମିହୀନ ଚାଷୀମାନଙ୍କ ପାଇଁ କମୁ୍ୟନିଟି ଫାର୍ମିଂ ଆଦି ବିଷୟୟକୁ ଗଣମାଧ୍ୟମରେ ଅଧିକ ସ୍ଥାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସମ୍ମିଳନୀରେ ସମାଜର ସଂପାଦକ ଶ୍ରୀ ପ୍ରମୋଦ କୁମାର ମହାପାତ୍ର କହିଲେ ଯେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ହୋଇଥିବାବେଳେ ଚାଷୀ ଏ ସଂପର୍କରେ ସଠିକ୍‌ ସୂଚନା ପାଇବା ଦରକାର। କୃଷି କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ପ୍ରଯୁକ୍ତିବିଦ୍ୟାର ଉପଯୋଗ ହେବା ଦରକାର। ଏହି ପରିପ୍ରେକ୍ଷୀରେ କୃଷି ସାମ୍ବାଦିକତା କିପରି କୃଷି ବୈଜ୍ଞାନିକ ଓ କୃଷକମାନଙ୍କ ମଧ୍ୟରେ ଏକ ସୁଦୃଢ଼ ସେତୁ ରୂପ ନେଇପାରିବ, ସେ ସଂପର୍କରେ ଆଲୋକପାତ କରିଥିଲେ।

ସମ୍ମିଳନୀର ବୈଷୟିକ ଅଧିବେଶନରେ ସଂକଳ୍ପ ଟିଭିର ନିର୍ଦ୍ଦେଶକ ଶ୍ରୀ ଅଶୋକ ଦାସ ଚାଷୀର କଥା କହିବା ଓ ଲେଖିବା ଗଣମାଧ୍ୟମରେ ଏକ ସୁନିଶ୍ଚିତ ପ୍ରୟାସ ହେବା ଦରକାର ବୋଲି କହିଥିଲେ। ଦି ନିଉ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ସିନିୟର ଏଡିଟର ସୁଶ୍ରୀ କସ୍ତୁରୀ ରାୟ କହିଲେ ଯେ କୃଷିକ୍ଷେତ୍ରରେ ମହିଳାମାନଙ୍କ ଭାଗୀଦାରି ବୃଦ୍ଧି କରି ସେମାନଙ୍କୁ ସଶକ୍ତ କରାଇବା ପାଇଁ ଗଣମାଧ୍ୟମଗୁଡ଼ିକୁ ମଜବୁତ କରିବା ଦରକାର।

ବରିଷ୍ଠ ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା କହିଲେ ଯେ କୃଷିଭିତ୍ତିକ ସମ୍ବାଦକୁ ଋଦ୍ଧିମନ୍ତ ଓ ପାଠକୀୟ ଆଦୃତି ପାଇବାକୁ ହେଲେ ସାମ୍ବାଦିକମାନଙ୍କୁ ଶିରୋନାମକୁ ସଠିକ୍‌ ଭାବରେ ଚୟନ କରି ଉପସ୍ଥାପନ କରିବାକୁ ହେବ।

ଅନ୍ୟତମ ବରିଷ୍ଠ ସ୍ତମ୍ଭକାର ଶ୍ରୀ ନଟବର ଖୁଣ୍ଟିଆ କହିଲେ ଯେ କୃଷିର ବୈଷୟିକ ଓ ବୈଜ୍ଞାନିକ ତଥ୍ୟକୁ ସରଳ ଭାଷାରେ ପ୍ରକାଶ କଲେ ତାହା ଅଧିକ ଚାଷୀମାନଙ୍କୁ ବୋଧଗମ୍ୟ ଓ ଗ୍ରହଣଶୀଳ ହେବ। ସମ୍ମିଳନୀ ପ୍ରାରମ୍ଭରେ ସଂପ୍ରସାରଣ ନିର୍ଦ୍ଦେଶାଳୟର ଡିନ୍‌ ଡ. ପ୍ରସନ୍ନଜିତ ମିଶ୍ର ଅତିଥି ପରିଚୟ ଦେଇଥିବାବେଳେ ଯୁଗ୍ମ ନିର୍ଦ୍ଦେଶକ ଡ. ଏସ୍‌. ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ, ନିର୍ଦ୍ଦେଶକ, ବିତ୍ତ ନିୟନ୍ତ୍ରକ, ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ବିଭାଗ, ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ମିଲେଟ ମିଶନର ଦୀର୍ଘ ମିଆଦି ରଣନୀତି ନିମନ୍ତେ ପ୍ରସ୍ତୁତ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ୱର: ଓଡ଼ିଶା ମିଲେଟ୍‌ ମିଶନର ବିଭିନ୍ନ ଲକ୍ଷ୍ୟ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନଭେମ୍ବର ୯ ଓ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ମିଲେଟସ୍‌ ସମ୍ବନ୍ଧୀୟ ଆନ୍ତର୍ଜାତିକ ସମ୍ମିଳନୀ ସଂପର୍କରେ ଆଜି ଏକ ବୈଠକ ଓଡ଼ିଶା ସରକାରଙ୍କ ଇନ୍‌ଷ୍ଟିଚୁ୍ୟସନାଲ୍‌ କାପାସିଟି ବିଲଡିଂର ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁବ୍ରତ ବାଗଚୀଙ୍କ ଅଧ୍ୟକ୍ଷତାରେ କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଓଡ଼ିଶା ମିଲେଟସ୍‌ ମିଶନର ଅଧିକାରୀମାନେ ଯୋଗଦେଇଥିଲେ।
ପ୍ରାରମ୍ଭରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଓଡ଼ିଶା ମିଲେଟସ୍‌ ମିଶନର ବିଭିନ୍ନ କାର୍ଯ୍ୟକ୍ରମର ପ୍ରମୁଖ ବୈଶିଷ୍ଟ ଓ ଏ ପର୍ଯ୍ୟନ୍ତ ମିଳିଥିବା ଉଲ୍ଲେଖନୀୟ ସଫଳତା ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ଉପଭୋକ୍ତା ସ୍ତରରେ ମିଲେଟସର୍‌ ପର୍ଯ୍ୟାପ୍ତ ଚାହିଦା ସୃଷ୍ଟି କରିବା ଓ ଦୀର୍ଘ ମିଆଦି ସଫଳତା ହାସଲ କରିବା ପାଇଁ ଥାଳିରୁ କୃଷି କ୍ଷେତ୍ର ଦୃଷ୍ଟିକୋଣ ଆପଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ଦ୍ୱାରା କୃଷକମାନେ ପାରମ୍ପରିକ ବାଣିଜି୍ୟକ ଖାଦ୍ୟଶସ୍ୟ ବଦଳରେ ମିଲେଟସ୍‌ ଚାଷ ପ୍ରତି ପ୍ରୋତ୍ସାହିତ ହେବେ।

ଏଥି ପାଇଁ ବିଭାଗ ପକ୍ଷରୁ ମିଲେଟସ୍‌ ଚାଷୀ ଏବଂ ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ ଓ ସହାୟତା ସଂପର୍କରେ ଡ. ପାଢ଼ୀ ଉଲ୍ଲେଖ କରିଥିଲେ।

ଓଡ଼ିଶା ମିଲେଟସ୍‌ର ୪ଟି ପାରମ୍ପରିକ ଭୂପ୍ରଜାତିର ବିହନ ଜାରି କରିବାରେ କୃତିତ୍ୱ ହାସଲ କରିବାରେ ଭାରତବର୍ଷରେ ପ୍ରଥମ ରାଜ୍ୟ ବୋଲି ଡ. ପାଢ଼ୀ କହିଥିଲେ। ମିଲେଟସ୍‌ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଓଡ଼ିଶା ମିଲେଟସ୍‌ ମିଶନ ସର୍ବଦା ଅଂଶୀଦାରଙ୍କର ସହଭାଗିତାକୁ ଗୁରୁତ୍ୱ ଦେଇ ଆସୁଛି ବୋଲି ସେ କହିଥିଲେ। ଏଥି ସହିତ ଡ. ପାଢ଼ୀ ମିଲେଟସ୍‌ ସଂପର୍କରେ ଆୟୋଜିତ ହେଉଥିବା ଆନ୍ତର୍ଜାତିକ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିଲେ।

ବୈଠକରେ ଶ୍ରୀ ବାଗ୍‌ଚୀ ଓଡ଼ିଶା ମିଲେଟସ୍‌ ମିଶନର ଉଲ୍ଲେଖନୀୟ ସଫଳତା ନେଇ ପ୍ରଶଂସା କରିଥିଲେ। ଓଡ଼ିଶା ମିଲେଟସ୍‌ ମିଶନ ପାଇଁ ୨୦୩୦ ଏବଂ ୨୦୩୬କୁ ଧାର୍ଯ୍ୟ ବର୍ଷ ଭାବେ ଲକ୍ଷ୍ୟ ରଖି ଏକ ଦୀର୍ଘମିଆଦି ରଣନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏଥି ସହିତ ଓଡ଼ିଶା ମିଲେଟସ୍‌ ମିଶନର ନୀତି ଓ ମାର୍ଗଦର୍ଶିକାରେ ନମନୀୟତା ରଖିବା ପାଇଁ ସେ ପରାମର୍ଶ ଦେଇ କହିଲେ ଯେପରି କୌଣସି ଆହ୍ୱାନର ମୁକାବିଲା ଦିଗରେ ଓଡ଼ିଶା ମିଲେଟସ୍‌ ମିଶନର ନୀତି ଓ ମାର୍ଗଦର୍ଶିକାରେ ସମୟୋଚିତ ପରିବର୍ତ୍ତନ କରାଯାଇପାରିବ।

ସେ ପୁଣି କହିଲେ ଯେ କୃଷି-ପର୍ଯ୍ୟଟନ ପରି ଅଭିନବ ପ୍ରଣାଳୀ, ମିଲେଟସ୍‌ ସହ ଜଡ଼ିତ ଆନନ୍ଦଦାୟକ ଦିଗ ଉପରେ ଧ୍ୟାନଦେବା ଏବଂ ମିଲେଟସ୍‌ ଆମ୍ବାସଡର ଭାବରେ ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିତ୍ୱ ତଥା ଅନ୍ୟ ସେଲିବ୍ରେଟିମାନଙ୍କୁ ଜଡ଼ିତ କରି ଆଗାମୀ ବର୍ଷରେ ଓଡ଼ିଶା ମିଲେଟସ୍‌ ମିଶନର ସଫଳ ରୂପାୟନ କରାଯାଇପାରିବ।

ଏଥି ସହିତ ତୃଣମୂଳ ସ୍ତରରେ ୟୁଟୁ୍ୟବ୍‌ରମାନଙ୍କର ଉତ୍ସାହ ଓ ଉଦ୍ଦୀପନା ଏବଂ ତୃଣମୂଳ ପର୍ଯ୍ୟାୟର ସଂଗଠନ ଏବଂ ମିଲେଟ ଆମ୍ବାସଡରମାନଙ୍କୁ ଉପଯୋଗ କରି ସମାଜର ବୃହତ୍ତର ଅଂଶରେ ମିଲେଟସ୍‌କୁ ଲୋକପି୍ରୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଓଡ଼ିଶା ମିଲେଟସ୍‌ ମିଶନ ଏହିସବୁ ରଣନୀତିଗୁଡ଼ିକୁ ଆପଣାଇ ଓଡ଼ିଶାକୁ ଭାରତ ତଥା ବିଦେଶରେ ଏକ ଆଦର୍ଶ ମଡେଲ ଭାବରେ ଉପସ୍ଥାପନ କରିବା ପାଇଁ ଶ୍ରୀ ବାଗ୍‌ଚୀ କହିଥିଲେ।

ଓଡ଼ିଶା ମିଲେଟସ୍‌ ମିଶନ ଏବଂ ଆନ୍ତର୍ଜାତିକ ମିଲେଟସ୍‌ ସମ୍ମିଳନୀ ନେଇ ଆସନ୍ତା ନଭେମ୍ବର ୧ ତାରିଖରେ ଶ୍ରୀ ବାଗଚୀଙ୍କ ଏକ ବ୍ୟାଖ୍ୟାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବୈଠକରେ ଓଡ଼ିଶା ମିଲେଟସ୍‌ ମିଶନର ଯୁଗ୍ମ ନିର୍ଦ୍ଦେଶକ, ବୈଷୟିକ ବିଶେଷଜ୍ଞ ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଉଦ୍ୟାନ କୃଷିର ଅମଳ ପରିଚାଳନା ଏବଂ ବିପଣନ ସହାୟତା ପାଇଁ ପ୍ଲାଷ୍ଟିକ୍‌ କ୍ରେଟସ୍‌ ବିତରଣ

କାକଟପୁର/ଭୁବନେଶ୍ୱର: ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ଯୋଜନାରେ ‘ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ପରିଚାଳନା ଏବଂ ବିପଣନ ସହାୟତା’ ମାଧ୍ୟମରେ ପ୍ଲାଷ୍ଟିକ୍‌ କ୍ରେଟସ୍‌ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

କାକଟପୁର ବ୍ଲକ୍‌ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଫସଲ ଉତ୍ପାଦନ, ଅମଳ, ବିକି୍ରବଟା ନିମନ୍ତେ ବଜାରକୁ ନେବା ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପରିବହନଜନିତ କ୍ଷତି ଆଦି ସହିବାକୁ ପଡ଼ିଥାଏ। ମଜବୁତ୍‌ ପ୍ଲାଷ୍ଟିକ୍‌ କ୍ରେଟସ୍‌ରେ ପନିପରିବା ସାଇତି ରଖିବା ସହ ପରିବହନ କରିବା ସମୟରେ ପରିବାଗୁଡ଼ିକ ନଷ୍ଟ ହେବାର ଆଶଙ୍କା ଅନେକ ପରିମାଣରେ କମ୍‌ ହୋଇଥାଏ। ଏହା ଦ୍ୱାରା ଚାଷୀମାନେ ଉତ୍ପାଦିତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ ବିକି୍ର କରିବାର ସୁଯୋଗ ପାଇଥାଆନ୍ତି।

ଉଦ୍ୟାନ କୃଷି କ୍ଷେତ୍ରରେ ଏହି ଆଧୁନିକ ବ୍ୟବସ୍ଥା ଫଳରେ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ହେବ ଏବଂ ଅମଳ ପରବର୍ତ୍ତୀ ପରିଚାଳନା କ୍ଷତି ହ୍ରାସ ପାଇବ। ଉଦ୍ୟାନ କୃଷି ଉତ୍ପାଦର ପ୍ରକି୍ରୟାକରଣ, ବ୍ରାଣ୍ଡିଂ, ପ୍ୟାକେଜିଂ ଓ ବିପଣନ ଦ୍ୱାରା ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ପାଇଁ ପର୍ଯ୍ୟାପ୍ତ ପରିସର ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ରାଜ୍ୟରେ ପନିପରିବା ଓ ଫଳଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ସରକାର କୃଷି କ୍ଷେତ୍ରରେ ଫସଲର ବିବିଧିକରଣକୁ ପ୍ରାଧାନ୍ୟ ଦେଉଥିବା ବେଳେ ପନିପରିବା ଚାଷ ଦ୍ୱାରା ଚାଷୀମାନଙ୍କର ନିରନ୍ତର ଆୟ ଓ ଆୟବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଏଥି ପାଇଁ ଚାଷୀମାନଙ୍କୁ ଠିକଣା ସମୟରେ ପର୍ଯ୍ୟାପ୍ତ ପରିମାଣର ଉନ୍ନତ ମାନର ମଂଜି ଓ ଚାରା ଓ ଆନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଣକୁ ବିଭାଗ ସର୍ବଦା ପ୍ରାଥମିକତା ପ୍ରଦାନ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରବା ପାଇଁ ଏବଂ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ବିପଣନ କ୍ଷେତ୍ରକୁ ସହାୟତା ଯୋଗାଇବା ପାଇଁ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ପ୍ଲାଷ୍ଟିକ୍‌ କ୍ରେଟସ୍‌, ଶୀତଳିକରଣ ଗୃହ, ସବଜୀ କୁଲର, ପରିବହନ ଖର୍ଚ୍ଚ, ସଂରକ୍ଷଣ ଭଡ଼ା ଇତ୍ୟାଦି ବାବଦରେ ରାଜ୍ୟ ସରକାର ୭୦ରୁ ୯୦ ପ୍ରତିଶତ ରିହାତିର ବ୍ୟବସ୍ଥା କରିଛନ୍ତି।

ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ ସଂଗଠନ ଏବଂ ସାଧାରଣ ଚାଷୀମାନଙ୍କ ପାଇଁ ଚଳିତ ବର୍ଷ ୧୦ ଲକ୍ଷ ପ୍ଲାଷ୍ଟିକ୍‌ କ୍ରେଟସ୍‌ ଶତକଡ଼ା ୯୦ ଭାଗ ରିହାତି ଦରରେ ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ପୁରୀ ଜିଲ୍ଲାର ସମସ୍ତ ୧୧ଟି ବ୍ଲକ୍‌ରେ ହାରାହାରି ୩୨୦୦ ଟି ପ୍ଲାଷ୍ଟିକ୍‌ କ୍ରେଟସ୍‌ ହିସାବରେ ସମୁଦାୟ ୩୨୯୫୦ଟି କ୍ରେଟସ୍‌ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ସ୍ୱାଧୀନ ନାୟକ, ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, କାକଟପୁର ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ନାୟକ, ଉଦ୍ୟାନ କୃଷି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସଚିନ୍ଦ୍ରନାଥ ଭୋଳ, ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶିକା ଶ୍ରୀମତୀ ମଞ୍ଜୁଳା ତ୍ରୀପାଠୀ, କାକଟପୁର ବିଡିଓ ଶ୍ରୀ ତୁଷାର ଜ୍ୟୋତି ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

‘ମୋ ଖତ’ ‘ଜିଆ ଖତ’ କୁ ଗୁରୁତ୍ବ ଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: କୃଷି କ୍ଷେତ୍ରରେ ଜୈବିକ କୃଷି ଉପାଦାନର ବ୍ୟବହାରକୁ ବୃଦ୍ଧି କରି ରାସାୟନିକ ସାର ବ୍ୟବହାରକୁ ସନ୍ତୁଳିତ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ ଯୋଜନାରେ ‘ମୋ ଖତ’, ‘ଜିଆ ଖତ’, ଫାର୍ମ କମ୍ପୋଷ୍ଟ ଆଦିର ପ୍ରୟୋଗକୁ ସୁନିଶ୍ଚିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆସନ୍ତା ୭ ଦିନ ମଧ୍ୟରେ ଜୈବିକ କୃଷି ଉପାଦାନର ବ୍ୟବହାର ସମ୍ବନ୍ଧୀୟ ଏକ ମାର୍ଗଦର୍ଶିକା ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ବିଭାଗର ବିଭିନ୍ନ ଯୋଜନାରେ ଚାରାରୋପଣ କାର୍ଯ୍ୟକ୍ରମରେ ଜୈବିକ କୃଷି ଉପାଦାନର ବ୍ୟବହାର ସଂପର୍କରେ ସମୀକ୍ଷା କରି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ‘ଜୈବିକ ଖତ’, ‘ଜିଆ ଖତ’, ‘ମୋ ଖତ’ ଇତ୍ୟାଦିର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଭାବରେ ନମୁନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦକ୍ଷତା ବିକାଶ କରି ଅଧିକ ସଂଖ୍ୟାରେ ଜୈବିକ ଖତ ପ୍ରସ୍ତୁତ କାର୍ଯ୍ୟରେ ନିୟୋଜିତ କରାଯାଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ଖତକୁ ବିଭାଗର ବିଭିନ୍ନ ଯୋଜନାରେ କିଣିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ସବୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଜିଆ ଖତ ପ୍ରସ୍ତୁତ କରିବା ପାଇଁ ତାଲିମ ମାଧ୍ୟମରେ ଆବଶ୍ୟକ କୌଶଳ ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ସ୍ଥାପିତ ଜିଆଖତ ପ୍ରକଳ୍ପ ଉଦ୍ୟୋଗୀମାନଙ୍କଠାରୁ ମଧ୍ୟ ପ୍ରସ୍ତୁତ ଖତର ଗୁଣାତ୍ମକ ମାନ ପରୀକ୍ଷା କରି ବିଭାଗ ପକ୍ଷରୁ କିଣାଯିବା ପାଇଁ ପରାମର୍ଶ ଦେଇଥିଲେ। ବିଭିନ୍ନ ବେସରକାରୀ ‘ଖତ’ ଯୋଗାଣକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଖତର ଗୁଣାତ୍ମକ ମାନ ନିରୀକ୍ଷଣ ଓ ସେମାନଙ୍କ ପ୍ଲାଣ୍ଟର କ୍ଷମତା ପରିଦର୍ଶନ କରିବା ପାଇଁ ବିଭାଗର ଏକ ବୈଷୟିକ ଦଳ ପଠାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏଥି ସହିତ ‘ସୁରଭି’ ଆଉଟ୍‌ଲେଟ୍‌ ମାଧ୍ୟମରେ ‘ଖତ’ ସହ ଛୋଟ ଛୋଟ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉଥିବା ବୈଠକରେ ଆଲୋଚନା ହୋଇଥିଲା ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମିଶନ ଶକ୍ତି ବିଭାଗର ରାଜ୍ୟ ମିଶନ୍‌ ଡାଇରେକଫର ତଥା ସିଇଓ ଡ. ଏନ୍‌. ତିରୁମାଲା ନାୟକଙ୍କ ସମେତ ନଗର ଓ ଗୃହ ନିର୍ମାଣ ବିଭାଗ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ସ୍ୱଚ୍ଛ ଭାରତ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଯୋଗଦେଇଥିବାବେଳେ ସମସ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ପି.ଡି., ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଯୋଗଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ୱର: ୫-‘ଟି’ ଓ ‘ମୋ ସରକାର’ ରାଜ୍ୟ ପ୍ରଶାସନର ମୂଳମନ୍ତ୍ର ହୋଇଥିବାବେଳେ ଏହାକୁ କଡ଼ାକଡ଼ି ଭାବରେ ଅନୁପାଳନ କରାଯାଉଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷି ଓ କୃଷକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରି ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ପାରଦର୍ଶୀ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।

‘ମୋ ସରକାର’ ଦାୟିତ୍ୱରେ ଥିବା ଅଧିକାରୀ ଓ ନିର୍ଦ୍ଦେଶାଳୟକୁ ଏ ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କୃଷି ଭବନଠାରେ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଫୋନ୍‌ କଲ୍‌ ମାଧ୍ୟମରେ ହିତାଧିକାରୀମାନଙ୍କଠାରୁ ମିଳୁଥିବା ଅଭିଯୋଗ ଉପରେ ୭ ଦିନ ମଧ୍ୟରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

‘ମୋ ସରକାର’ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବରେ ଅନୁପାଳନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥି ସହିତ ଅଧିକ ସଂଖ୍ୟକ ଫୋନ୍‌ କଲ୍‌ କରି ହିତାଧିକାରୀଙ୍କ ଯୋଜନା ରୂପାୟନ ସଂପର୍କରେ ଜାଣିବା ଉପରେ ଡ. ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି।

ସୂଚନାଯୋଗ୍ୟ ଯେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧୪ଟି କାର୍ଯ୍ୟକ୍ରମ ଓ ସେବାକୁ ‘ମୋ ସରକାର’ରେ ଅନ୍ତର୍ଭୁକ୍ତ କରାଯାଇଛି। ସେଥି ମଧ୍ୟରୁ ‘କାଳିଆ’, ‘ଆମ କୃଷି’, କୃଷି ଯାନ୍ତ୍ରିକୀକରଣ, ଓଡ଼ିଶା ମିଲେଟ୍‌ ମିଶନ୍‌, ଫାର୍ମ ପଣ୍ଡ, ସାର ଲାଇସେନ୍ସ ପ୍ରଦାନ ରହିଛି।

ସେହିପରି ପିଏମ୍‌କେଏସ୍‌ୱାଇ, ଚାଷୀମାନଙ୍କଠାରୁ ମିଲେଟ୍‌ ସଂଗ୍ରହ, ରାଜ୍ୟ ବିହନ ଲାଇସେନ୍ସ ପ୍ରଦାନ, କୀଟନାଶକ ଔଷଧ ବିକି୍ର ଲାଇସେନ୍ସ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଜଳନିଧି, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ବିହନ ଲାଇସେନ୍ସ ପ୍ରଦାନ ଓ ନର୍ସରୀ ଆଦି ୧୪ଟି କାର୍ଯ୍ୟକ୍ରମ ଓ ସେବାକୁ ‘ମୋ ସରକାର’ ଅଧିନ କରାଯାଇଛି।

ଫୋନ୍‌ କଲ୍‌ ମାଧ୍ୟମରେ ଏ ସଂପର୍କରେ ହିତାଧିକାରୀମାନଙ୍କଠାରୁ ନିୟମିତ ଫିଡ୍‌ବ୍ୟାକ୍‌ ସଂଗ୍ରହ କରାଯାଇ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ପାରଦର୍ଶୀ କରିବା ଉପରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସାର ସୁପରିଚାଳନା ପାଇଁ ଭାରତର ନୂଆ ପ୍ରୟାସ

ନରେନ୍ଦ୍ର ସିଂହ ତୋମର, କେନ୍ଦ୍ର କୃଷିମନ୍ତ୍ରୀ

ଭାରତର ୧୪୦ କୋଟି ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସାରର ନିରନ୍ତର ଯୋଗାଣ ଏବଂ ସୁପରିଚାଳନା ଏକାନ୍ତ ଅପରିହାର୍ଯ୍ୟ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ରସାୟନ ଓ ସାର ମନ୍ତ୍ରଣାଳୟ କୃଷି କ୍ଷେତ୍ରରେ ସାରର ଅସମ ବ୍ୟବହାରଜନିତ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛି। ଏଥିରେ ସାର ଓ ଉର୍ବରକ ବ୍ୟବହାରରେ ଭାରସାମ୍ୟ ରକ୍ଷା, ସରକାରୀ ଏବଂ ବିଶେଷଜ୍ଞଙ୍କ ହସ୍ତକ୍ଷେପ, ଟେକ୍‌ନୋଲୋଜି ପ୍ରୟୋଗ, ନୀତିଗତ ହସ୍ତକ୍ଷେପ, ଆର୍ଥିକ ସହାୟତା ପ୍ରଦାନ, ପୁଞ୍ଜିନିବେଶ, ଯୋଗାଣ, ମୂଲ୍ୟ ମିଶ୍ରଣ ଆଦି ଅନ୍ୟତମ। ଏସବୁ ପ୍ରୟାସର ପ୍ରମୁଖ ଉଦ୍ଦେଶ୍ୟ ହେଲା ଭାରତୀୟ କୃଷିରେ ଢାଞ୍ଚାଗତ ସଂସ୍କାର ଆଣିବା।

ଭାରତୀୟ କୃଷି କ୍ଷେତ୍ରର ଜରୁରୀ ଆବଶ୍ୟକତାକୁ ବିଚାରକୁ ନେଇ ୨୦୨୩ ଜୁନ୍ ୨୮ତାରିଖରେ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବିଭିନ୍ନ ପଦକ୍ଷେପ ଓ ଯୋଜନାକୁ ଅନୁମୋଦନ କରିଛି। ଏଥିରେ ୟୁରିଆ ସବ୍‌ସିଡି ଯୋଜନାକୁ ସ୍ୱୀକୃତି ମିଳିଛି। ଏହା ଛଡା କୃଷି କ୍ଷେତ୍ରରେ ଜୈବିକ ସାରର ବ୍ୟବହାର ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଛି। କୃଷିକ୍ଷେତ୍ର ପାଇଁ ସିସିଇଏ ଏହି କାର୍ଯ୍ୟକ୍ରମ ବାବଦରେ ୩୭୦, ୧୨୮ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରିଛି। ଏହା ଫଳରେ ଦେଶର ପ୍ରାୟ୧୨କୋଟି ଚାଷୀ ଉପକୃତ ହେବେ। ଏହି ଚାଷୀଙ୍କର ମୋଟ ଚାଷ ଜମି ପରିମାଣ ୧୪୧ ବିଲିୟନ ହେକ୍ଟର। ଏହି ପଦକ୍ଷେପରୁ ଦେଶର କୃଷକ ଓ କୃଷି ପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ଠା ଓ ଅଙ୍ଗୀକାର ସ୍ପଷ୍ଟ ଜାଣି ହୁଏ।

ୟୁରିଆ ସବ୍‌ସିଡି ଯୋଜନାର  ସମ୍ପ୍ରସାରଣ:- ସିସିଇଏ  ୟୁରିଆ ସବ୍‌ସିଡି ଯେଜନାକୁ ୨୦୨୫ ମାର୍ଚ୍ଚ ୩୧ତାରିଖ ଯାଏ ବୃଦ୍ଧି କରିଛି। ଏଥି ପାଇଁ ୩୬୮, ୬୭୬ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରାଯାଇଛି। ଏହି ସମ୍ପ୍ରସାରଣରେ ୨୦୨୨-୨୩ ଓ ୨୦୨୪-୨୫ ଆର୍ଥିକ ବର୍ଷ ଅନ୍ତର୍ଭୁକ୍ତ ହୋଇଛି। ଏହାଛଡା ଦେଶର ୟୁରିଆ ଉତ୍ପାଦନକୁ ବଢାଇବାକୁ ମୋଦୀ ସରକାର ଗୁରୁତ୍ୱ ଦେଇଛି। ୨୦୧୪ରେ ଦେଶରେ ୟୁରିଆ ଉତ୍ପାଦନ କ୍ଷମତା ୨୦୭.୫୪ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ୨୦୨୨-୨୩ରେ ୨୮୩. ୭୪ଲକ୍ଷ ମେଟ୍ରିକ ଟନ୍‌ରେ ପହଂଚିଥିଲା। ଏହି ଉତ୍ପାଦନ ବୃଦ୍ଧି ଫଳରେ ସରକାରଙ୍କ ୟୁରିଆ ସବ୍‌ସିଡି ଯୋଜନା ଅଧିକ ସଫଳ ହେବ। ସବୁ ଚାଷୀ ସୁଲଭ ମୂଲ୍ୟରେ ଆବଶ୍ୟକ ପରିମାଣର ୟୁରିଆ ସାର ପାଇବେ।

ନାନୋ ୟୁରିଆ ବ୍ୟବସ୍ଥାର ସୁଦୃଢୀକରଣ:-ଭାରତ ଦେଶୀ ଜ୍ଞାନକୌଶଳରେ ବିଶ୍ୱର ପ୍ରଥମ ତରଳ ନାନୋ ୟୁରିଆ ବିକଶିତ କରିଛି। ଏହାର ବ୍ୟାବସାୟିକ ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଛି। କମ୍ ମୂଲ୍ୟରେ ଏହି ପରିବେଶ ଚାଷ ଅନୁକୂଳ ୟୁରିଆ ଚାଷୀଙ୍କୁ ଯୋଗାଇଦେବା ବ୍ୟବସ୍ଥା ଏହା ଫଳରେ ସୁନିଶ୍ଚିତ ହୋଇଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ୭୬.୫ ନିୟୁତ ବୋତଲ(ପ୍ରାୟ ୩୩. ୬ ଲକ୍ଷ ମେଟ୍ରିକ ଟନ ପାରମ୍ପରିକ ୟୁରିଆ ସହ ସମାନ) ତରଳ ୟୁରିଆ ଦେଶରେ ଉତ୍ପାଦିତ ହୋଇଛି। ସେଥି ମଧ୍ୟରୁ ୫୪.୨ ନୟୁତ ବୋତଲୟୁରିଆ ବିକ୍ରି ହୋଇଛି। ୨୦୨୫-୨୬ ସୁଦ୍ଧାର ୮ଟି ନାନୋ ୟୁରିଆ କାରଖାନାରୁ ଉତ୍ପାଦନ ଆରମ୍ଭ ହେବ ଏବଂ ସେସବୁର ମୋଟ ଉତ୍ପାଦନ କ୍ଷମତା ୪୪୦ନିୟୁତ ବୋତଲ। ଚାଷୀଙ୍କୁ ମଧ୍ୟ ନାନୋ ଡିଏପି ସହିତ ପରିଚିତ କରାଗଲାଣି। ଏହା ପାରମ୍ପରିକ ଡିଏପି ସାରଠାରୁ  ଶସ୍ତା ଏବଂ ଅଧିକ  ପ୍ରଭାବଶାଳୀ।

ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ସରକାର ଛ’ଟି ୟୁରିଆ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିଛନ୍ତି। ସେଗୁଡିକ ହେଲା ରାଜସ୍ଥାନର କୋଟାସ୍ଥିତ ଚମ୍ବଲ ଫର୍ଟିଲାଇଜର ଲିଃ, ପଶ୍ଚିମ ବଙ୍ଗର ପାନାଗଡସ୍ଥିତ ମାଟିକ୍ସ ଲିମିଟେଡ, ତେଲଙ୍ଗାନାର ରାମଗୁଣ୍ଡମ, ଉତ୍ତରପ୍ରଦେଶର ଗୋରଖପୁର, ଝାଡଖଣ୍ଡର ସିନ୍ଦ୍ରି ଓ ବିହାରର ବାରାଉଣି। ଏହି ଦେଶୀ ନାନୋ ୟୁରିଆ ପ୍ଲାଣ୍ଟ ଫଳରେ ଭାରତର ସାମ୍ପ୍ରତିକ ୟୁରିଆ ଆମଦାନୀ ଯଥେଷ୍ଟ ହ୍ରାସ ପାଇବ ଓ ଏ କ୍ଷେତ୍ରରେ ଭାରତ ୨୦୨୫-୨୬ ସୁଦ୍ଧା  ଆତ୍ମନିର୍ଭରଶୀଳ ହେବ।

ଗୋବର୍ଦ୍ଧନ ଯୋଜନା ମାଧ୍ୟମରେ ଜୈବିକ ସାରକୁ ପ୍ରୋତ୍ସାହନ:- ବଜାର ବିକାଶ ସହାୟତା (ଏମ୍‌ଡିଓ) ଯୋଜନାର ଅଂଶସ୍ୱରୂପ ଭାରତ ସରକାର ଟନ୍ ପିଛା ୧୫୦୦ ଟଙ୍କା ମୂଲ୍ୟରେ ଜୈବିକ ସାର ଚାଷୀଙ୍କୁ ଯୋଗାଇଦେବେ। ସେ ଗୋବର୍ଦ୍ଧନ ଯୋଜନାରେ ସ୍ଥାପିତ ଜୈବିକ ସାର ଉତ୍ପାଦନ କେନ୍ଦ୍ରରୁ ଏସବୁ ସାର ଉତ୍ପାଦିତ ହେଉଛି। ଏଥିରେ ଗୋବର, ଖତ, ଫସଲର ପରିତ୍ୟକ୍ତ ଅଂଶ, ଆବର୍ଜନା ଆଦିର୍‌ ‌ଜୈବିକ ସାର ପ୍ରସ୍ତୁତ କରାଯାଉଛି। ଏହି ଯୋଜନାରେ ବାୟୋଗ୍ୟାସ ଓ ଅକ୍ଷୟଶକ୍ତି ଉତ୍ପାଦନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ଏହି ଯୋଜନା ପାଇଁ ୨୦୨୩-୨୪ରୁ ୨୦୨୫-୨୬ବର୍ଷ ପାଇଁ ମୋଟ ୧,୪୫୧.୮୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିରେ ଜୈବିକ ସାରର ବିକାଶ ପାଇଁ ଆବଶ୍ୟକ ଗବେଷଣା ନିମନ୍ତେ ୩୬୦କୋଟି ଟଙ୍କାର ବ୍ୟବସ୍ଥା ରହିଛି। ସମଗ୍ର ଦେଶରେ ଏକ ଲକ୍ଷ ଅଭିନବ ଆଦର୍ଶ କୃଷି ଯନ୍ତ୍ରପାତି ସେବା କେନ୍ଦ୍ର ଖୋଲାଯାଇଛି। ଏହାର ନାମ ରଖାଯାଇଛି ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର।

ପ୍ରଧାନମନ୍ତ୍ରୀ ପ୍ରଣାମ ଯୋଜନା:- ଏହି ଯୋଜନାଟି ମାଟିର ଉର୍ବରତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ। ଏଥିରେ ପ୍ରାକୃତିକ କୃଷି ପଦ୍ଧତିକୁ ଉତ୍ସାହିତ କରିବା ଓ ରାସାୟନିକ ସାରର ସମତୁଲ ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏ ବାବଦରେ ୨୦୨୫-୨୬ରେ ଯେଉଁ ପ୍ରୋତ୍ସାହନ ରାଶି ବ୍ୟୟବରାଦ ହେବ ତାହା ୨୦୨୬-୨୭ବର୍ଷରେ ଚାଷୀଙ୍କୁ ବଣ୍ଟାଯିବ।  କୃଷିକୁ ନିରନ୍ତର ଏବଂ ପୋଷଣୀୟ କରିବାକୁ ସରକାର କାଯ୍ୟକାରୀ କରୁଥିବା ଯୋଜନା ମଧ୍ୟରୁ ଏହା ଗୋଟିଏ।

ଅଭିନବ ୟୁରିଆ ଗୋଲ୍ଡ- ସିସିଇଏ ମଧ୍ୟ ‘ୟୁରିଆ ଗୋଲ୍ଡ’ ନାମରେ ନୂଆଯୁଗର ଏକ ମୂଲ୍ୟମିଶ୍ରିତ ୟୁରିଆକୁ ପ୍ରବର୍ତ୍ତନ କରିଛି। ଏଥିରେ ୟୁରିଆ ଉପରେ ସଲଫର କୋଟିଙ୍ଗ ଦିଆଯାଇଛି। ଏହି ସଲଫର ବା ଗନ୍ଧକ ଫସଲକୁ ଅତିରିକ୍ତ ପୋଷକ ତତ୍ୱ ଯୋଗାଇବ। ଏହା ଫଳରେ  ଉତ୍ପାଦନ କରିବ। ୟୁରିଆ ଗୋଲ୍ଡ ସାଧାରଣ ୟୁରିଆର ବ୍ୟବହାରକୁ ହ୍ରାସ କରିବ।

ଏହା ନାଇଟ୍ରୋଜେନର ପ୍ରୟୋଗକୁ ଫସଲରେ ମନ୍ଥର କରିବା ସହିତ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ। ଏହା ଫଳରେ ଫସଲରେ ପୋଷକ ତତ୍ୱର ବ୍ୟବହାର ଅଧିକ ଭଲଭାବେ ହୋଇପାରିବ। ୟୁରିଆର ବ୍ୟବହାର ଅତି ଭଲଭାବେ କରିବା ଫସଲର ଉତ୍ପାଦକତା ବଢିବ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ।

ସିସିଇଏର ସାଂପ୍ରତିକ ନିଷ୍ପତ୍ତି କୃଷି ଓ କୃଷକର ଉନ୍ନତି ପାଇଁ ଭାରତ ସରକାରଙ୍କ ଅଙ୍ଗୀକାର ଓ କାର୍ଯ୍ୟର ଏକ ପ୍ରତିଫଳନ ମାତ୍ର। ୟୁରିଆ ସବ୍‌ସିଡି ଯୋଜନାର ସମ୍ପ୍ରସାରଣ, ପିଏମ୍ ପ୍ରଣାମ ଯୋଜନାର ପ୍ରବର୍ତ୍ତନ, ଗୋବର୍ଦ୍ଧନ ମାଧ୍ୟମରେ ଜୈବିକ ସାର  ଉତ୍ପାଦନ ଓ ବ୍ୟବସ୍ଥାକୁ ପ୍ରୋତ୍ସାହନ ତଥା ଅଭିନବ ୟୁରିଆ ଗୋଲ୍ଡ ସ୍କିମ୍ ଆଦିର ମୁଖ୍ୟ ଉଦ୍ଦେଶ୍ୟ ହେଲା ଚାଷକୁ ଅଧିକ ପରିବେଶ ଅନୁକୂଳ ଓ ଅଧିକ ଉତ୍ପାଦନଶୀଳ କରିବା।

ଏହା ସହିତ ସରକାର ମଧ୍ୟ ଚାଷରେ ରାସାୟନିକ ସାର ବ୍ୟବହାର କ୍ଷେତ୍ରରେ ଭାରସାମ୍ୟ ରକ୍ଷା କରିବା ସହିତ ବିକଳ୍ପ ଉର୍ବରକ ଭାବେ ଅର୍ଗାନିକ, ବାୟୋ ଓ ନାନୋ ଫର୍ଟିଲାଇଜର (ସାର) ଯଥାସମ୍ଭବ ଅଧିକ ବ୍ୟବହାର କରିବାକୁ ଚାଷୀଙ୍କୁ ସଚେତନ କରୁଛନ୍ତି। ଏହି ପ୍ରୟାସର  ପ୍ରମୁଖ ଲକ୍ଷ୍ୟ ହେଲା ମାଟି ମା’ର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖି ଏହାର ଉତ୍ପାଦକତା ଶକ୍ତି ବଢାଇବା।

ମୋଦୀ ସରକାରଙ୍କ ନ’ବର୍ଷର ଉତ୍ସର୍ଗୀକୃତ ସେବା ମାଧ୍ୟମରେ କୃଷି କ୍ଷେତ୍ରର ଉନ୍ନତି ଓ କୃଷକଙ୍କ କଲ୍ୟାଣ ପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତାହାକୁ ଯେ କେହି ସ୍ୱୀକାର କରିବେ।ଏସବୁ ଯୋଜନା ଓ କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ କୃଷି ଓ କୃଷକଙ୍କ ସଶକ୍ତିକରଣ ସମ୍ଭବ ହୋଇଛି। “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ”ର  ନୀତିରେ ମୋଦୀ ସରକାର କାମ କରି ଦେଶକୁ ଆଗକୁ ବଢାଉଛି। ଏଥିରେ  ଚାଷୀଙ୍କ କଲ୍ୟାଣ ଅଗ୍ରାଧିକାର ପାଇଛି।

ସରକାରଙ୍କ ପ୍ରବର୍ତ୍ତିତ ନୂଆ ନୂଆ ଯୋଜନା ଦ୍ୱାରା  ଚାଷୀଙ୍କ ଜୀବିକା ଉପାର୍ଜନର ସୁଯୋଗ ବଢିବ, ସେମାନେ ସମର୍ଥ ତଥା ସଶକ୍ତ ହେବେ। ପୋଷଣୀୟ କୃଷି ମଧ୍ୟ ଆବଶ୍ୟକ ପ୍ରୋତ୍ସାହନ ପାଇବ। ସର୍ବୋପରି ଏହା ଦ୍ୱାରା ସମଗ୍ର କୃଷି କ୍ଷେତ୍ରର ଉନ୍ନତି ଘଟିବ। ଏକ ସମୃଦ୍ଧ ଓ ସମାବେଶୀ ଭାରତ ନିର୍ମାଣ ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି କୃଷି କ୍ଷେତ୍ରର ଏହି ସବୁ ନୂଆ ନୂଆ ଯୋଜନା ତାହାକୁ ପୂରଣ କରିବାରେ ସହାୟକ ହେବ। ଏହି ପ୍ରକ୍ରିୟାରେ ଜାତୀୟ ବିକାଶ କ୍ଷେତ୍ରରେ ଚାଷୀମାନେ ଏକ ଗୁରୁତ୍ୱପୂର୍ଣର୍ ଭୂମିକା ନିର୍ବାହ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଲକ୍‌ଡାଉନ୍‌ରୁ ବାଦ ପଡିଲା କୃଷି କାର୍ଯ୍ୟ : କୃଷିଜାତ ଦ୍ରବ୍ୟର ପରିବହନ ଉପରୁ କଟକଣା ହଟିଲା

ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯିବା ପୂର୍ବରୁ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏକ ପ୍ରେସ୍‌ ମିଟ୍‌ କରିଛନ୍ତି । ଏହି ପ୍ରେସ୍‌ ମିଟ୍‌ରେ କୃଷିକାର୍ଯ୍ୟକୁ ଲକ୍‌ଡାଉନ୍‌ରୁ ରିହାତି ପ୍ରଦାନ କରାଯାଇଥିବା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଥିଲେ । ଆସନ୍ତା କାଲି ଠାରୁ ଲାଗୁ ହେବାକୁ ଥିବା ଲକ୍‌ଡାଉନ୍‌ରେ ସମସ୍ତ ପ୍ରକାର ଚାଷ କାର୍ଯ୍ୟ କରିହେବ । ଏପରିକି କୃଷି ଓ କୃଷି ଯନ୍ତ୍ରପାତି ବିକ୍ରୟ କେନ୍ଦ୍ର ମଧ୍ୟ ଖୋଲା ରଖାଯିବ । ତଳି ରୁଆଁ ଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯାଇପାରିବ । ଏପରିକି ମଣ୍ଡିରୁ ମିଲ୍‌ ପର୍ଯ୍ୟନ୍ତ ଧାନ ନେବା ଉପରେ କୌଣସି କଟକଣା ଲଗାଯିବ ନାହିଁ । ରାଜ୍ୟର ସମସ୍ତ ଶୀତଳଭଣ୍ଡାର ଓ ଗୋଦାମ ଖୋଲା ରହିବ । ଖରିଫ ଋଣ ପାଇଁ ସବୁ ବ୍ୟାଙ୍କ ଖୋଲା ରହିବ ଏବଂ ରବି ଫସଲ ପରେ ସମସ୍ତ ମଣ୍ଡି ଖୋଲା ରହିବ ବୋଲି ଜଣାପଡିଛି । ତେବେ କୃଷି ଉପରୁ ଲକ୍‌ଡାଉନ୍‌ କଟକଣା ହଟାଯାଇଥିଲେ ମଧ୍ୟ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି ।

Categories
ବିଶେଷ ଖବର ବ୍ୟବସାୟ

କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପକୁ ଲକ୍‌ଡାଉନରୁ ବାଦ୍‌ ଦେଲା ଗୃହ ବିଭାଗ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଛି । ଏହା ଦ୍ବାରା କୃଷି ଓ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା କରି କୃଷି ଉପରୁ କଟକଣା ହଟାଇଛନ୍ତି ସରକାର । ଏହା ଦ୍ବାରା ଫସଲ କାଟିବାରେ କୌଣସି ଅସୁବିଧା ହେବନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ତଥା ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହା ଘୋଷଣା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି ।
ଲକଡାଉନ କାରଣରୁ କୃଷକମାନଙ୍କ ପାଇଁ ଫସଲ ଏବଂ ଉତ୍ପାଦିତ ଫସଲ ମଣ୍ଡିରେ ପହଁଚାଇବା କ୍ଷେତ୍ରରେ ବାଧା ଉତ୍ପନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ କୌଣସି ନିଷ୍ପତି ନେବା ଲାଗି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦାବି ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ମୁତାବକ କେନ୍ଦ୍ର ସରକାର ଗମ୍ଭୀରତା ଏବଂ ସହାନୁଭୂତି ପୂର୍ବକ ଏହି ପ୍ରସଙ୍ଗ ଉପରେ ତତ୍କାଳ ବିଚାର କରିଥିଲେ । ଏହାପରେ କୃଷକ ଏବଂ କୃଷି ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଜଡ଼ିତ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବ୍ୟବହାରିକ ନିର୍ଣ୍ଣୟ ନିଆଯାଇଥିଲା ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତାଲିକା :
୧ କୃଷି ଉତ୍ପାଦ କ୍ରୟ ସଂସ୍ଥା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ବନ୍ଧୀୟ କାର୍ଯ୍ୟ,
୨. କୃଷି ଉତ୍ପାଦ ବଜାର କମିଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମଣ୍ଡି,
୩. ସାର ଦୋକାନ, କୃଷକ ଏବଂ କୃଷି ଶ୍ରମିକଙ୍କ ଦ୍ୱାରା ଚାଷ କାମ
୪. ସାର, କୀଟନାଶକ ଏବଂ ବିହନ ଉତ୍ପାଦନ ଏବଂ ପ୍ୟାକେଜିଂ ସଂସ୍ଥା
୫. ଫସଲ କାଟିବା ଏବଂ ବୁଣିବା ସମ୍ବନ୍ଧୀୟ କାର୍ଯ୍ୟ ଓ ବଗିଚାରେ ଲାଗୁଥିବା ଯନ୍ତ୍ରପାତିର ଆନ୍ତଃରାଜ୍ୟ ପରିବହନକୁ ଛାଡ଼ କରାଯାଇଛି ।

ବାଧାମୁକ୍ତ ଭାବେ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଜାରି ରଖିବା ଲାଗି ଏହି ନିଷ୍ପତି ନିଆଯାଇଛି । ଯାହାଫଳରେ ଲକଡାଉନ ସମୟରେ ଦେଶବାସୀଙ୍କୁ ନିରନ୍ତର ଖାଦ୍ୟଶସ୍ୟ ଉପଲବ୍ଧ କରିବା ସମ୍ଭବ ହୋଇପାରିବ । ଏଥିସହିତ କୃଷକ ଏବଂ ଦେଶର ଜନସାଧାରଣ କୌଣସି ସମସ୍ୟାରେ ପଡ଼ିବେ ନାହିଁ । ଏହି ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Categories
ବିଶେଷ ଖବର

ଦେଶରେ10 ହଜାର ‘କୃଷକ ଉତ୍ପାଦକ ସଂଗଠନ’ ଗଠନ ପାଇଁ କ୍ୟାବିନେଟ ମଂଜୁରୀ , କଣ ରହିଛି ଏଥିରେ ସୁବିଧା

ନୂଆଦିଲ୍ଲୀ, କୃଷକମାନଙ୍କୁ ଆର୍ଥିକ ସୁଧାରର ଲାଭ ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଆଜି ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ଏହି ନିଷ୍ପତି ଅନୁଯାୟୀ ୨୦୧୯-୨୦ରୁ ୨୦୨୩-୨୪ ପର୍ଯ୍ୟନ୍ତ ପାଂଚ ବର୍ଷର ଅବଧି ମଧ୍ୟରେ ୧୦ ହଜାର ନୂତନ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଗଠନ କରାଯିବ। ଆରମ୍ଭ ହେବାର ୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଏଫପିଓକୁ ସହାୟତା ଯୋଗାଇ ଦିଆଯିବ।

ଲାଭ
ମୂଲ୍ୟ ବୃଦ୍ଧି ସହିତ ଉତ୍ପାଦନ ଜ୍ଞାନ କୌଶଳ, ସେବା ଓ ବିପଣନକୁ ଆପଣାଇବା ଲାଗି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଖରେ ଆର୍ଥିକ କ୍ଷମତା ନଥାଏ। ଏଫପିଓ ଗଠନ ମାଧ୍ୟମରେ କୃଷକମାନେ ସାମଗ୍ରିକ ଭାବେ ଅଧିକ ସୁଦୃଢ଼ ହୋଇପାରିବେ। ସେମାନେ ଅଧିକ ଆୟ କରିବା ଲାଗି ଋଣ ଓ ଉନ୍ନତ ବିପଣନ ସୁବିଧା, ଗୁଣବତାଯୁକ୍ତ ଉତ୍ପାଦ ଏବଂ ପ୍ରଯୁକ୍ତି ସହାୟତା ପାଇବାରେ ସଫଳ ହୋଇପାରିବେ ।

ଯୋଜନାର ବିବରଣୀ
1- ପାଂଚ ବର୍ଷର ଅବଧି (୨୦୧୯-୨୦ ଠାରୁ ୨୦୨୩-୨୪) ପର୍ଯ୍ୟନ୍ତ ୪୪୯୬ କୋଟି ଟଙ୍କାର ମୋଟ ବଜେଟ ବ୍ୟବସ୍ଥା ସହିତ ୧୦ ହଜାର ନୂଆ ଏଫପିଓ ଗଠନ ଏବଂ ପ୍ରୋତ୍ସାହନ ଲାଗି “କୃଷକ ଉତ୍ପାଦକ ସଂଗଠନ ପ୍ରତିଷ୍ଠା ଓ ପ୍ରୋତ୍ସାହନ” ନାମକ କେନ୍ଦ୍ରୀୟ କ୍ଷେତ୍ରର ନୂତନ ଯୋଜନା ଆରମ୍ଭ କରାଯିବ । ଏଥିରେ ପ୍ରତ୍ୟେକ ଏଫପିଓଗୁଡ଼ିକୁ ପାଂଚ ବର୍ଷ ଲାଗି ଆବଶ୍ୟକ ସହଯୋଗ ଦେବା ଲାଗି ୨୦୨୪-୨୫ରୁ ୨୦୨୭-୨୮ ପର୍ଯ୍ୟନ୍ତ ଅବଧି ଲାଗି ୨୩୬୯ କୋଟି ଟଙ୍କାର ଅତିରିକ୍ତ ସହାୟତା ବ୍ୟବସ୍ଥା ରହିବ ।

2 -ପ୍ରାରମ୍ଭିକ ଭାବେ ଏଫପିଓ ଗଠନ ଏବଂପ୍ରୋତ୍ସାହନ ଲାଗି ତିନୋଟି କାର୍ଯ୍ୟକାରୀ ଏଜେନ୍ସି ଯଥା : କ୍ଷୁଦ୍ର ଚାଷୀ କୃଷି ବ୍ୟବସାୟ ସଂଗଠନ(ଏସଏଫଏସି), ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି) ଏବଂ ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)କୁ ନିୟୋଜିତ କରାଯିବ। ରାଜ୍ୟଗୁଡ଼ିକ ଇଚ୍ଛୁକ ଥିଲେ କୃଷି ସମବାୟଏବଂ କୃଷକ କଲ୍ୟାଣ ବିଭାଗ (ଡିଏସିଆଣ୍ଡଏଫଡବ୍ଲୁ) ସହିତ ବିଚାର ବିମର୍ଶ କରି ନିଜସ୍ୱ କାର୍ଯ୍ୟକାରୀ ଏଜେନ୍ସି ନାମାଙ୍କନ କରିପାରିବେ।

3- ଆରମ୍ଭରୁ ସମତଳ ଅଂଚଳର ଏଫପିଓ ସଦସ୍ୟମାନଙ୍କ ସର୍ବନିମ୍ନ ସଂଖ୍ୟା ୩୦୦ ଏବଂ ଉତର-ପୂର୍ବ ଏବଂ ପାର୍ବତ୍ୟା ଅଞ୍ଚଳରେ ୧୦୦ ହେବ। ଡିଏସିଆଣ୍ଡଏଫଡବ୍ଲୁ ପକ୍ଷରୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ମଞ୍ଜୁରି ସହିତ ଆବଶ୍ୟକତା ଏବଂ ଅଭିଜ୍ଞତା ଆଧାରରେ ସର୍ବନିମ୍ନ ସଦସ୍ୟ ସଂଖ୍ୟାରେ ସଂଶୋଧନ କରାଯାଇ ପାରିବ ।

4- ଦେଶର ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ପ୍ରତ୍ୟେକ ବ୍ଲକରେ ହାରାହାରି ଗୋଟିଏ ଏଫପିଓ ଗଠନ କରାଯିବ ।

5- ନାବାର୍ଡରେ ୧୦୦୦ କୋଟି ଟଙ୍କାର ଏକ ଋଣ ଗ୍ୟାରେଣ୍ଟି ପାଣ୍ଠି ରହିବ ଯେଉଁଥିରେ ଡିଏସିଆଣ୍ଡଏଫଡବ୍ଲୁ ଏବଂ ନାବାର୍ଡର ସମାନ ଯୋଗ ଦାନ ରହିବ।ସେହିପରି ଏନସିଡିସିରେ ୫୦୦ କୋଟି ଟଙ୍କାର ଏକ ଋଣ ଗ୍ୟାରେଣ୍ଟି ପାଣ୍ଠି ରହିବ, ଯେଉଁଥିରେ ଡିଏସିଆଣ୍ଡଏଫଡବ୍ଲୁ ଏବଂ ଏନସିଡିସିର ସମାନ ଯୋଗଦାନ ରହିବ। ଫଳରେ ଏଫପିଓଗୁଡ଼ିକୁ ଋଣ ପ୍ରଦାନ କରିବା କ୍ଷେତ୍ରରେ ଆର୍ଥିକ ସଂସ୍ଥାନର ବିପଦକୁ ହ୍ରାସ କରାଯାଇ ପାରିବ। ଏହାଛଡ଼ା ଏଫପିଓକୁ ସଂସ୍ଥାଗତ ଋଣର ନିରନ୍ତର ପ୍ରବାହ ନିମନ୍ତେ ଉପଯୁକ୍ତ ଋଣ ଗ୍ୟାରେଣ୍ଟି ପ୍ରଦାନ କରାଯାଇ ପାରିବ।

Categories
ବିଶେଷ ଖବର

ବଜେଟ୍‌ 2020 : କୃଷି ପାଇଁ 2.83 ଲକ୍ଷ କୋଟିର ବ୍ୟୟବରାଦ, 2022 ସୁଦ୍ଧା ଚାଷୀଙ୍କ ଆୟ ହେବ ଦ୍ବିଗୁଣା

ନୂଆଦିଲ୍ଲୀ : 2022 ସୁଦ୍ଧା ଚାଷୀମାନଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ରଖାଯାଇଛି । 6.11 କୋଟି ଚାଷୀଙ୍କୁ ପାଇଁ ବୀମା ଯୋଜନା । ପିଏମ୍‌ କିଶାନ ଯୋଜନାରୁ ଚାଷୀଙ୍କୁ ସୁବିଧା ମିଳିବ।

  • କୃଷି କ୍ଷେତ୍ର ପାଇଁ 16 ସୂତ୍ରୀୟ ଆକ୍ସନ ପ୍ଲାନ୍‌
  • କୃଷି କ୍ଷେତ୍ରରେ ମାର୍କେଟିଂ ପ୍ରୋସେସିସିଂ ଉପରେ ଧ୍ୟାନ
  • ଅନ୍ନଦାତାଙ୍କୁ ଶକ୍ତିଦାତା କରିବା ନେଇ ସରକାରଙ୍କ ପଦକ୍ଷେପ ନେଇଛନ୍ତି
  • 2020-21 ପାଇଁ 15 ଲକ୍ଷ କୋଟିର କୃଷି ଋଣ ବଣ୍ଟନ ଲକ୍ଷ୍ୟ
  • କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସବସିଡିରେ ସୋଲାର ପମ୍ପ ଦିଆଯିବ ।
  • ଅନ୍ୟ 50 ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ପମ୍ପ ଯୋଗାଇ ଦିଆଯିବା
  • ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଅଭ୍ୟାସକୁ ପରିବର୍ତ୍ତନ କରାଯିବ
  • ପଚନଶୀଳ ଦ୍ରବ୍ୟ ଚାଲାଣ ପାଇଁ କିଶାନ ରେଳ ଯୋଜନା
  • କୃଷି ଦ୍ରବ୍ୟ ପରିବହନ ପାଇଁ କୃଷି ଉଡାନ ଯୋଜନା
  • କୃଷି ଉଡାନ ଯୋଜନା – ବେସାମରିକ ବିମାନ ଚଳାଚଳ ଆରମ୍ଭ କରିବ
  • ସାଗର ମିତ୍ର ଯୋଜନାରେ ମତ୍ସ୍ୟପାଳନ
  • ଗ୍ରାମୀଣ ମହିଳାଙ୍କ ପାଇଁ ଧନଲକ୍ଷ୍ମୀ ଯୋଜନା
  • ଇଣ୍ଟିଗ୍ରେଟେଡ୍‌ ଫାର୍ମିଂ ସିଷ୍ଟମ୍‌କୁ ଗୁରୁତ୍ବ
  • ମହିଳା SHG ଦ୍ବାରା ଗ୍ରାମ୍ୟ ଗୋଦାମ ଯୋଜନା କାର୍ଯ୍ୟକାରୀ
  • କୃଷି ଦ୍ରବ୍ୟର ରପ୍ତାନୀ ପାଇଁ ଆରମ୍ଭ ହେବ କୃଷି ଉଡ଼ାଣ ଯୋଜନା
  • ଉପକୂଳ ଅଞ୍ଚଳରେ ବ୍ଲୁ ଇକୋନୋମିକୁ ଗୁରୁତ୍ବ
  • ଜାତୀୟ ଅନ୍‌ଲାଇନ ଜୈବିକ କୃଷି ବଜାରକୁ ସୁଦୃଢ଼ କରାଯିବ
  • ପିଏମ୍‌ କିଷାନ ଯୋଜନାର ହିତାଧିକାରୀଙ୍କୁ ମିଳିବ କିଷାନ କ୍ରେଡିଟ୍‌କାର୍ଡ
  • କୃଷି ଋଣ ପ୍ରଦାନ ଲକ୍ଷ୍ୟ ୧୨ ଲକ୍ଷ କୋଟିରୁ ୧୫ ଲକ୍ଷ କୋଟିକୁ ବୃଦ୍ଧି
  • ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତା ୫୩.୫ ଟନରୁ ୧୦୮ ଟନକୁ ବୃଦ୍ଧି କରାଯିବ
  • ୨୦୨୫ ସୁଦ୍ଧା ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତା ୨ ଗୁଣା ହେବ,
  • କୃଷି ଓ ଜଳସେଚନ ପାଇଁ ୨.୮୩ ଲକ୍ଷ କୋଟିର ବ୍ୟୟ ବରାଦ
Categories
ଆଜିର ଖବର ଜାତୀୟ ଖବର

ବଜେଟ୍‌ 2020 : କୃଷି ପାଇଁ 2.83 ଲକ୍ଷ କୋଟିର ବ୍ୟୟବରାଦ, 2022 ସୁଦ୍ଧା ଚାଷୀଙ୍କ ଆୟ ହେବ ଦ୍ବିଗୁଣା

ନୂଆଦିଲ୍ଲୀ : 2022 ସୁଦ୍ଧା ଚାଷୀମାନଙ୍କ ଆୟ ଦୁଇଗୁଣା କରିବା ଲକ୍ଷ୍ୟ ରଖାଯାଇଛି । 6.11 କୋଟି ଚାଷୀଙ୍କୁ ପାଇଁ ବୀମା ଯୋଜନା । ପିଏମ୍‌ କିଶାନ ଯୋଜନାରୁ ଚାଷୀଙ୍କୁ ସୁବିଧା ମିଳିବ।

  • କୃଷି କ୍ଷେତ୍ର ପାଇଁ 16 ସୂତ୍ରୀୟ ଆକ୍ସନ ପ୍ଲାନ୍‌
  • କୃଷି କ୍ଷେତ୍ରରେ ମାର୍କେଟିଂ ପ୍ରୋସେସିସିଂ ଉପରେ ଧ୍ୟାନ
  • ଅନ୍ନଦାତାଙ୍କୁ ଶକ୍ତିଦାତା କରିବା ନେଇ ସରକାରଙ୍କ ପଦକ୍ଷେପ ନେଇଛନ୍ତି
  • 2020-21 ପାଇଁ 15 ଲକ୍ଷ କୋଟିର କୃଷି ଋଣ ବଣ୍ଟନ ଲକ୍ଷ୍ୟ
  • କୁସୁମ ଯୋଜନାରେ 20 ଲକ୍ଷ ଚାଷୀଙ୍କୁ ସବସିଡିରେ ସୋଲାର ପମ୍ପ ଦିଆଯିବ ।
  • ଅନ୍ୟ 50 ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ପମ୍ପ ଯୋଗାଇ ଦିଆଯିବା
  • ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଅଭ୍ୟାସକୁ ପରିବର୍ତ୍ତନ କରାଯିବ
  • ପଚନଶୀଳ ଦ୍ରବ୍ୟ ଚାଲାଣ ପାଇଁ କିଶାନ ରେଳ ଯୋଜନା
  • କୃଷି ଦ୍ରବ୍ୟ ପରିବହନ ପାଇଁ କୃଷି ଉଡାନ ଯୋଜନା
  • କୃଷି ଉଡାନ ଯୋଜନା – ବେସାମରିକ ବିମାନ ଚଳାଚଳ ଆରମ୍ଭ କରିବ
  • ସାଗର ମିତ୍ର ଯୋଜନାରେ ମତ୍ସ୍ୟପାଳନ
  • ଗ୍ରାମୀଣ ମହିଳାଙ୍କ ପାଇଁ ଧନଲକ୍ଷ୍ମୀ ଯୋଜନା
  • ଇଣ୍ଟିଗ୍ରେଟେଡ୍‌ ଫାର୍ମିଂ ସିଷ୍ଟମ୍‌କୁ ଗୁରୁତ୍ବ
  • ମହିଳା SHG ଦ୍ବାରା ଗ୍ରାମ୍ୟ ଗୋଦାମ ଯୋଜନା କାର୍ଯ୍ୟକାରୀ
  • କୃଷି ଦ୍ରବ୍ୟର ରପ୍ତାନୀ ପାଇଁ ଆରମ୍ଭ ହେବ କୃଷି ଉଡ଼ାଣ ଯୋଜନା
  • ଉପକୂଳ ଅଞ୍ଚଳରେ ବ୍ଲୁ ଇକୋନୋମିକୁ ଗୁରୁତ୍ବ
  • ଜାତୀୟ ଅନ୍‌ଲାଇନ ଜୈବିକ କୃଷି ବଜାରକୁ ସୁଦୃଢ଼ କରାଯିବ
  • ପିଏମ୍‌ କିଷାନ ଯୋଜନାର ହିତାଧିକାରୀଙ୍କୁ ମିଳିବ କିଷାନ କ୍ରେଡିଟ୍‌କାର୍ଡ
  • କୃଷି ଋଣ ପ୍ରଦାନ ଲକ୍ଷ୍ୟ ୧୨ ଲକ୍ଷ କୋଟିରୁ ୧୫ ଲକ୍ଷ କୋଟିକୁ ବୃଦ୍ଧି
  • ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତା ୫୩.୫ ଟନରୁ ୧୦୮ ଟନକୁ ବୃଦ୍ଧି କରାଯିବ
  • ୨୦୨୫ ସୁଦ୍ଧା ଦୁଗ୍ଧ ପ୍ରକ୍ରିୟାକରଣ କ୍ଷମତା ୨ ଗୁଣା ହେବ,
  • କୃଷି ଓ ଜଳସେଚନ ପାଇଁ ୨.୮୩ ଲକ୍ଷ କୋଟିର ବ୍ୟୟ ବରାଦ