ପିଏମ କିଷାନ ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି?, ତେବେ ଆଜି ହିଁ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

Published: Apr 12, 2024, 4:35 pm IST

ନୂଆଦିଲ୍ଲୀ: ଯଦି ଆପଣ ପିଏମ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। କୃଷକ ଭାଇମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା।

ଏହି ଯୋଜନା ମାଧ୍ୟମରେ ବାର୍ଷିକ ୬ ହଜାର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି। ଏହି ରାଶି କୃଷକମାନଙ୍କୁ ତିନିଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ପଠାଯାଏ।

ଏଥି ସହିତ, ଅନେକ କୃଷକ ପଞ୍ଜୀକରଣ କରିବା ପରେ ମଧ୍ୟ ଏହି ଯୋଜନାର ଲାଭ ପାଇବାକୁ ସକ୍ଷମ ନୁହଁନ୍ତି, ଏହା ପଛରେ ଅନେକ କାରଣ ଅଛି। ଯଦି ଆପଣ ଏପର୍ଯ୍ୟନ୍ତ ଇ- KYC ଏବଂ ଜମି ଯାଞ୍ଚ କରିନାହାଁନ୍ତି, ତେବେ ତୁରନ୍ତ ଏହି କାର୍ଯ୍ୟ କରନ୍ତୁ।

ଯେପର୍ଯ୍ୟନ୍ତ ଆପଣ ଏହି କାର୍ଯ୍ୟଗୁଡିକ ସଂପୂର୍ଣ୍ଣ ନକରନ୍ତି, କିସ୍ତି ଆପଣଙ୍କ ଆକାଉଣ୍ଟକୁ ଆସିବ ନାହିଁ।

PM Kisan Nidhi ର ଅଫିସିଆଲ୍ ସାଇଟ୍ pmkisan.gov.in, ଆପ୍ କିମ୍ବା ଜନସେବା କେନ୍ଦ୍ର ପରିଦର୍ଶନ କରି ଆପଣ ଏହି କାର୍ଯ୍ୟ ସମାପ୍ତ କରିପାରିବେ।

ଯଦି କୃଷକ ଭାଇ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେ ୫୫୨୬୧, ୧୮୦୦ ୧୧ ୫୫ ୨୬ କିମ୍ବା ୦୧୧- ୨୩୩ ୮୧୦ ୯୨ ରେ ଯୋଗାଯୋଗ କରିପାରିବେ। ଆପଣ pmkisan [email protected] କୁ ଇମେଲ୍ ପଠାଇ ପାରିବେ।

Related posts