Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୂର୍ବାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବାକୁ ଦାବି ଜଣାଇଲେ ନବୀନ
ବିଶେଷ ଖବର

ପୂର୍ବାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବାକୁ ଦାବି ଜଣାଇଲେ ନବୀନ

February 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ଲୋକସେବା ଭବନରେ 24ତମ ପୂର୍ବାଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହେଉଛି । ଜାତୀୟ ସଂହତି ଓ କେନ୍ଦ୍ର-ରାଜ୍ୟ ସମ୍ପର୍କ ବୃଦ୍ଧି ବୈଠକର ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହା ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା ଯୁଝୁଥିବାର ଓଡ଼ିଶାକୁ ସ୍ପେଶାଲ୍‌ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପାଇଁ ଦାବି ଜଣାଇଛନ୍ତି ନବୀନ। ଏହି ଅବସରରେ ଫୋନି ସହାୟତା ପାଇଁ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବୈଠକରେ ବ୍ୟାକିଂକ, ଟେଲି ଘନତ୍ବ, କୋଇଲା ରୟାଲଟି ବୃଦ୍ଧି, ରେଳ ଓ ସଡକକୁ ନେଇ ଦାବି ଜଣାଇଛନ୍ତି ।

ଟେଲି, ବ୍ୟାଙ୍କ, ରେଳ ଓ ସଡକରେ ପୂର୍ବାଞ୍ଚଳ ନିମ୍ନରେ ରହିଥିବାରୁ ଏସବୁ କ୍ଷେତ୍ରରେ ଅନୁଦାନ ଦୁଇ ଗୁଣା କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଦେଶର ଖଣି ସମ୍ପଦ କ୍ଷେତ୍ରରେ ପୂର୍ବାଞ୍ଚଳର ଅବଦାନ ସର୍ବାଧିକ ରହିଥିବାରୁ ପୂର୍ବାଞ୍ଚଳ ଅର୍ଥନୈତିକର ବିକାଶରେ ଏହାର ଫଳ ବିନିଯୋଗ କରିବାକୁ ଦାବି କରିଛନ୍ତି । କେବଳ ଓଡ଼ିଶା ନୁହେଁ,  ପୂର୍ବାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ  ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବାକୁ ନେଇ ମଧ୍ୟ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କୋଇଲା ରୟାଲିଟିକୁ ନେଇ ମଧ୍ୟ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । 2012ରୁ ଏଯାଏ କୋଇଲା ରୟାଲିଟି ନବୀକରଣ କରାଯାଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଇଲା ରୟାଲିଟି ବୃଦ୍ଧି ଓ କ୍ଲିନ୍‌ ଏନର୍ଜି ସେସ୍‌ ଭାଗ ମିଳିବା ନେଇ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବିଧାନ ଅଷ୍ଟମ ପରିଚ୍ଛେଦରେ ହୋ, ଭୂମିଜ, ମୁଣ୍ଡାରି ଭାଷା ସାମିଲ୍‌ ହେବାକୁ ଦାବି ଜଣାଇବା ସହିତ ଧାନ କିଣା ସବସିଡି ମିଳୁ ନଥିବାରୁ ଚାଷୀଙ୍କ ପାଇଁ ସମସ୍ୟା ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରେଳ ଭିତ୍ତିଭୂମି ପାଇଁ ରାଜ୍ୟ ମାଗଣା ଜମି ଓ ୫୦% ପାଣ୍ଠି ଯୋଗାଇବା ପରେ ବି ରେଳ ପ୍ରକଳ୍ପ ଆଗଉନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆର୍ଥିକ, ଭିତ୍ତିଭୂମି ଓ ବୈଷୟିକ କ୍ଷେତ୍ରରେ ସଂହତି ଆସିବା ଜରୁରୀ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

naveenpattanaik
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026

ନିଯୁକ୍ତି ପରବର୍ତ୍ତୀ ପ୍ରଶିକ୍ଷଣ ପରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ୬ ମହିଳା ଆଇଏଏସ୍ ଅଧିକାରୀ

March 18, 2026
Latest News

ଭାରତୀୟ ନୂତନ ଆଇନର ସଫଳ କାର୍ଯ୍ୟକାରିତା: ୨୮ ଦିନ ମଧ୍ୟରେ ଦୋଷୀକୁ ଦଣ୍ଡ ଦେଲେ ଅଦାଲତ

March 18, 2026

“ଏହା ଲଜ୍ଜାଜନକ”: ଆସାମରେ କଂଗ୍ରେସ ସାଂସଦ ଦଳ ଛାଡିବା ପରେ କହିଲା ଶିବସେନା

March 18, 2026

RCB କୁ କିଣିବା ଦୌଡ଼ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ: ୧୬ ହଜାର କୋଟି ଅତିକ୍ରମ କରିପାରେ ନିଲାମ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026

ସ୍କୁଟିକୁ ଧକ୍କା ଦେଲା ଯୁବକଙ୍କୁ ଆକ୍ରମଣ ପାଇଁ ପିଛା କରୁଥିବା କାର: ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.