Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବବିଙ୍କ ହାତରେ ବିଜେଡି ସଂଗଠନର ଲଗାମ, ଇତିହାସର ପୁନରାବୃତ୍ତି!!
ବିଶେଷ ଖବର

ବବିଙ୍କ ହାତରେ ବିଜେଡି ସଂଗଠନର ଲଗାମ, ଇତିହାସର ପୁନରାବୃତ୍ତି!!

March 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶା ରାଜନୀତିର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ତଥା ନବୀନ ପଟ୍ଟନାୟକ ସରକାରର ୨୦ ବର୍ଷ ପୂର୍ତ୍ତି ଅବସରରେ ଯେଉଁ ଖବରଟି ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି, ତା ହେଲା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କୁ ବିଜେଡ଼ିର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ବିଜୁ ଜନତା ଦଳ ଭିତରେ ପ୍ରଣବ ପ୍ରକାଶଙ୍କ ପତିଆରା ଗତ କିଛି ବର୍ଷ ହେଲା ବେଶ ବଢିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ସଫଳତା ହାରା ଯେତେବେଳେ କମିଥିଳା, ସେତେବେଳେ ସରକାରରେ ଥିବା କିଛି ମନ୍ତ୍ରୀଙ୍କୁ ବିଜେଡି ସଂଗଠନ ସଜାଡିବାର ଦାୟିତ୍ଵ ଦିଆଯାଇଥିଲା। ମନ୍ତ୍ରୀ ମଣ୍ଡଳ ଛାଡି ଆସିଥିବା ସେତେବେଳର ତରୁଣ ମନ୍ତ୍ରୀମାନଙ୍କ ଭିତରେ ବବି ଥିଲେ ଅନ୍ୟତମ। ବିଜେଡି ଗଠନର ପ୍ରଥମ ୧୨ ବର୍ଷ, ଦଳର ସଂଗଠନ ପ୍ୟାରୀମୋହନ ମହାପାତ୍ରଙ୍କ ହାତରେ ରହିଥିଲା। ପ୍ୟାରୀ ବାବୁଙ୍କର ପ୍ରସିଦ୍ଧ ବିଦ୍ରୋହ ପରେ ଅଳ୍ପଦିନ ପାଇଁ  ବିଜେଡି ସଂଗଠନର ନମ୍ବର ଟୁ ଭାବରେ କଳ୍ପତରୁ ଦାସଙ୍କର ପତିଆରା ରହିଥିଲା। ତେବେ ୨୦୧୭ ପରଠାରୁ ଦଳୀୟ ସଙ୍ଗଠନରେ ବବି ଦାସଙ୍କର ପ୍ରଭାବ ବଢି ଚାଲିଥିଲା। ପରିଶେଷରେ ଆଜି ବବିଙ୍କର ସାଙ୍ଗଠନିକ ଦକ୍ଷତାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଵୀକୃତି ଦେଇଛନ୍ତି ଓ ତାଙ୍କୁ ବିଜେଡ଼ିର ସଂଗଠନ ସମ୍ପାଦକ ପଦରେ ନିଯୁକ୍ତି ଦେଇଛନ୍ତି।

ତେବେ ବବିଙ୍କର ଏହି ନିଯୁକ୍ତି ତାଙ୍କୁ ବିଜେଡି ଭିତରେ ନମ୍ବର-୨ର ପ୍ରତିଷ୍ଠା ଦେବ କି? ଯେଉଁମାନେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ରଣକୌଶଳ ବିଷୟରେ ଜାଣନ୍ତି, ସେମାନେ ଭଲ ଭାବରେ ବୁଝନ୍ତି ଯେ ବିଜେଡିରେ ନମ୍ବର-୨ ବୋଲି କିଛି ନାହିଁ। ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତି ଭାବରେ ନବୀନ ବାବୁ ଦଳ ଭିତରେ ତଥା ସରକାରରେ କୌଣସି ଦ୍ଵିତୀୟ କ୍ଷମତା କେନ୍ଦ୍ର ତିଆରି କରିବାର ସୁଯୋଗ ଦେଇ ନାହାନ୍ତି। ପ୍ୟାରୀ ବାବୁଙ୍କ ସହିତ “ଦ୍ଵିତୀୟ କ୍ଷମତା କେନ୍ଦ୍ର” ପଦଟି ମଧ୍ୟ ଇତିହାସ ହୋଇ ଯାଇଛି।  ସେହି ଆଧାରରେ ବବିଙ୍କୁ ବିଜେଡିରେ ସାଙ୍ଗଠନିକ ମୁଖିଆ ଯଦିଓ କରା ଯାଇଛି, ଅସଲ କ୍ଷମତା ଆଜି ମଧ୍ୟ ଏବଂ ଲଗାମ ନବୀନ ବାବୁଙ୍କ ପାଖରେ ରହିଛି।

ଦଳର ସଂଗଠନ ସଜାଡିବାରେ ବବିଙ୍କର ପ୍ରମୁଖ ଭୂମିକା ରହି ଆସିଛି। ଦଳ ଭିତରେ ସଭାପତିଙ୍କର ସବୁଠୁ ବିଶ୍ଵସ୍ତ ଲୋକ ଭାବରେ ସେ ନିଜକୁ ବାରମ୍ବାର ପ୍ରମାଣିତ କରିଛନ୍ତି। ବବିଙ୍କର ସବୁଠୁ ଭଲ ଗୁଣ ହେଲା, ସେ ଅନ୍ୟ ନେତାଙ୍କ ପରି ଭାଷଣ ପ୍ରିୟା ବା କ୍ୟାମେରା ପ୍ରିୟ ନୁହନ୍ତି। ଟେଲିଭିଜନରେ ନିଜ ମୁହଁ ଦେଖାଇବାର ମୋହରୁ ସେ ନିଜକୁ ସବୁବେଳେ ଦୂରେଇ ରଖିଛନ୍ତି। ସେମିତି ଦଳୀୟ ସଭା ସମିତିରେ ମାଇକ ଧରି ଭାଷଣ ଦେବାରେ ସେ ସବୁଠୁ ସଙ୍କୁଚିତ ନେତା। ପର୍ଦ୍ଦା ପଛରେ ରହି କାମ କରିବାର ଉତ୍ସାହ ତାଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ପ୍ରମାଣିତ କରିଛି। ବୁଥ ସ୍ତରରୁ ରାଜ୍ୟ ସ୍ତର ଯାଏ ବିଜେଡ଼ିର ନେତା ଓ କର୍ମୀଙ୍କ ସହ ବବିଙ୍କ ସମ୍ପର୍କ ମଧ୍ୟ ବେଶ ଭଲ। ନୀରବରେ ପର୍ଦ୍ଦା ଆଢୁଆଳରେ ରହି କାମ କରିବାର ପୁରସ୍କାର ଭାବରେ ଆଜି ବିଜେଡି ସଂଗଠନର ସବୁଠୁ ବଡ ଦାୟିତ୍ଵ ତାଙ୍କୁ ମିଳିଛି।

ଏହା ସହିତ ଆମେ କହିପାରିବା ଯେ, ବବିଙ୍କୁ ଏହି ଦାୟିତ୍ଵ ମିଳିବା ସହିତ ଓଡିଶା ରାଜନୀତିରେ ଇତିହାସର ପୁନରାବୃତ୍ତି ଘଟିଛି। ୧୯୯୦-୯୫, ବିଜୁ ପଟ୍ଟନାୟକଙ୍କର ଦ୍ଵିତୀୟ ପାଳିର ସରକାରରେ ଦୁଇଟି ବିକଳ୍ପ କ୍ଷମତା କେନ୍ଦ୍ର ରହିଥିଲା। ବିଜୁ ପଟ୍ଟନାୟକଙ୍କ ସରକାରରେ ବିଜୟ ମହାପାତ୍ର ଥିଲେ ନିର୍ବିବାଦରେ ନମ୍ବର-୨ ମନ୍ତ୍ରୀ। ହେଲେ ଜନତା ଦଳରେ ଅଶୋକ ଦାସ ଥିଲେ ନମ୍ବର-୨। ୨୫ ବର୍ଷ ପରେ ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ବିଜୁ ଜନତା ଦଳରେ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ଆଜି ନିଜ ପିତାଙ୍କ ସାଙ୍ଗଠନିକ ପଦର ଉତ୍ତରାଧିକାରୀ ହୋଇଛନ୍ତି।

BJD bobbydas
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.