Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ତାଲିକା, ବିଜେପି ପାଇଁ ଏକ ଶକ୍ତିଶାଳୀ ବାର୍ତ୍ତା
ବିଶେଷ ଖବର

ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ତାଲିକା, ବିଜେପି ପାଇଁ ଏକ ଶକ୍ତିଶାଳୀ ବାର୍ତ୍ତା

March 7, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ନବୀନ ପଟ୍ଟନାୟକଙ୍କ ରାଜନୀତିକୁ ନେଇ କେବେ ବି କୌଣସି ଆକଳନ କରିବା ସହଜ କଥା ନୁହେଁ। ରାଜନୀତିରେ କେତେବେଳେ ସେ କି ପଦକ୍ଷେପ ନେବେ ତାହାର ଭବିଷ୍ୟବାଣୀ ସମ୍ଭବ ନୁହେଁ। ଚଳିତ ମାସରେ ଯେତେବେଳେ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା, ସେତେବେଳେ ଏହାକୁ ନେଇ ଆକଳନ, ଭବିଷ୍ୟବାଣୀ ଓ ଗାଲୁଗପର ଏକ ଉତ୍ସବ ମଧ୍ୟ ଆରମ୍ଭ ହୋଇଥିଲା। ଗଣମାଧ୍ୟମରେ ରୋଜ କିଛି ନେତାଙ୍କୁ ରାଜ୍ୟସଭାର ଚେହେରା ବୋଲି କାହାଣୀ ଲେଖା ଯାଉଥିଲା। ସେତେବେଳେ ଆମେ କିନ୍ତୁ ସ୍ପଷ୍ଟ କହିଥିଲୁ ଯେ- “ରାଜ୍ୟସଭା କୁ କିଏ ଯିବେ ତାକୁ ନେଇ ଗଣମାଧ୍ୟମ ନିଜର କଳ୍ପନା ଓ ଗାଲୁଗପ ପ୍ରଚାର କରି ଚାଲିଛି। ଆଜି ପର୍ୟନ୍ତ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗଣମାଧ୍ୟମ ଯେଉଁମାନଙ୍କ ନାମକୁ ଆଶାୟୀ ତାଲିକାରେ ରଖିଥାଏ, ସେଥିରୁ କେହିବି ପ୍ରାୟ ରାଜ୍ୟସଭା ଯିବାର ସୁଯୋଗ ପାଇନଥାନ୍ତି। ଡଜନେ ଖଣ୍ଡେ ନାଁକୁ ପ୍ରତି ରାଜ୍ୟସଭା ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚା ଯାଇଥାଏ। ଅମୁକ କାରଣରୁ ଅମୁକ ବାବୁ ରାଜ୍ୟସଭା କିମ୍ବା ସମୁକ କାରଣରୁ ସମୁକ ବାବୁଙ୍କ ରାଜ୍ୟସଭା ଯିବା ନୋହିଲା ବୋଲି ଯାହା ସବୁ କୁହାଯାଏ, ସେ ସବୁ କେବଳ ପ୍ରଳାପ ବା କଳ୍ପନା ମାତ୍ର। ଓଡିଶାରେ କେଉଁ ନେତା ବିଜେଡ଼ିର ରାଜ୍ୟସଭା ପ୍ରତିନିଧି ହେବେ, ତାହା ନବୀନ ବାବୁ ନ କହିବା ପର୍ୟନ୍ତ ଜଣା ପଡିବାର  ସମ୍ଭାବନା ନାଇଁ। ନବୀନ ବାବୁଙ୍କ ପକେଟରେ କାହା ନାଁ ଲେଖାଥିବା କାଗଜ ବାହାରିବ, ତାହା କେହି ଜାଣନ୍ତି ନାଇଁ।“ (https://thesamikhsya.com/odia/exclusive/61492/)

ଆଜି ଆମ କଥା ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଛି। ବିଜେଡି ସଭାପତି ଯେଉଁ ଚାରୋଟି ନାମକୁ ରାଜ୍ୟସଭା ଯିବା ପାଇଁ ଅନୁମୋଦନ ଦେଇଛନ୍ତି, ସେମାନେ କେହି ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ନଥିଲେ। ଶ୍ରମିକ ନେତା ସୁବାସ ସିଂ, ସଂଖ୍ୟାଲଘୁ ନେତା ମୁନ୍ନା ଖାଁ, କଳାହାଣ୍ଡିର ନେତା ସୁଜିତ କୁମାର ଓ ମୟୂରଭଞ୍ଜରେ ବିଜେଡି ସଂଗଠନର ଟାଣୁଆ ଚେହେରା ମମତା ମହନ୍ତଙ୍କୁ ରାଜ୍ୟସଭା ପଠାଇବାର ନିଷ୍ପତ୍ତି ନିଆଯାଇଛି। ଏହି ଚାରିଜଣଙ୍କ ନାମ ଚର୍ଚ୍ଚାରେ ନଥିଲେ ମଧ୍ୟ, ଦଳ ଭିତରେ ଏମାନେ ସମସ୍ତେ ପ୍ରଭାବଶାଳୀ। କିଛି ବର୍ଷ ତଳେ ସିପିଆଇ-ଏମ ଛାଡି ବିଜେଡିରେ ଯୋଗ ଦେଇଥିବା ବିଶିଷ୍ଟ ଶ୍ରମିକ ନେତା ସୁବାସ ସିଂ ବିଜେଡ଼ିର ମୁଖପାତ୍ର, କୋଷାଧ୍ୟକ୍ଷ ତଥା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ  ଭାବରେ ସଫଳତାର ସହ ଦାୟିତ୍ଵ ତୁଲାଇଛନ୍ତି। ମୁନ୍ନା ଖାଁ ବିଜେଡି ପ୍ରତିଷ୍ଠା ଦିନରୁ ଦଳର ସଂଖ୍ୟାଲଘୁ ଚେହେରା ଭାବେ ନିରବଚ୍ଛିନ୍ନ ଭାବେ କାମ କରି ଆସିଛନ୍ତି। ଦଳ ତାଙ୍କୁ ଟିକଟ ଦେଉ ବା ନ ଦେଉ, ସେ ଦଳ ପ୍ରତି ସବୁବେଳେ ଅନୁରକ୍ତ ରହି ଆସିଛନ୍ତି।

ବିଜେଡି ରାଜନୀତିରେ ସୁଜିତ କୁମାର ଆପାତତଃ ନୂଆ ହୋଇଥିଲେ ମଧ୍ୟ କଳାହାଣ୍ଡି ସଙ୍ଗଠନରେ ସେ ତାଙ୍କର ପତିଆରା ବଢାଇ ପାରିଛନ୍ତି। ହାର୍ଭାର୍ଡ ଓ ଅକ୍ଶଫୋର୍ଡ ଭଳି ବିଶ୍ଵ ବିଦ୍ୟାଳୟରୁ ଉଚ୍ଚତର ଡିଗ୍ରୀ ହାସଲ କରିଥିବା ସୁଜିତ କୁମାର ରାଜ୍ୟସଭା ପାଇଁ ବେଶ ଯୋଗ୍ୟ। ମୟୂରଭଞ୍ଜ ଜିଲାର ବିଜେଡି ସଙ୍ଗଠନକୁ ସଜାଡିବାକୁ ମମତା ମହନ୍ତଙ୍କୁ ଏକ ବଡ ସୁଯୋଗ ଦିଆ ଯାଇଛି। ଆଦିବାସୀ ମହିଳା ଭାବେ ମମତାଙ୍କୁ ବିଦାୟୀ ରାଜ୍ୟସଭା ସଦସ୍ୟା ସରୋଜିନୀ ହେମ୍ବ୍ରମଙ୍କ ବିକଳ୍ପ ଭାବେ ସୁଯୋଗ ଦିଆ ଯାଇଛି। କେବଳ ସୁବାସ ସିଂଙ୍କୁ ବାଦ ଦେଲେ ଅନ୍ୟ ତିନିଜଣ ନେତା ଉପାନ୍ତ ଓ ଆଦିବାସୀ ଓଡିଶାର ପ୍ରତିନିଧିତ୍ଵ କରିବେ।

ସାଧାରଣ ନିର୍ବାଚନ ପରେ ପରେ ଯେଉଁ ରାଜ୍ୟସଭା ନିର୍ବାଚନ ହୋଇଥିଲା ସେଥିରେ ବିଜେପିକୁ ବିଜେଡି ଗୋଟିଏ ଆସନ ଛାଡି ଦେଇଥିଲା। ସେହି କ୍ରମରେ ଏଥର ମଧ୍ୟ ବିଜେପିକୁ ବିଜେଡି ଗୋଟିଏ କିମ୍ବା ଦୁଇଟି ଆସନ ନିଶ୍ଚୟ ଛାଡିବ ବୋଲି ଆଶା କରାଯାଉଥିଲା। ହେଲେ ବିଜେଡି ନିଜ ଦଳର ଚାରି ପ୍ରାର୍ଥୀଙ୍କ ନାମ ଘୋଷଣା କରି, ବିଜେପିର ଆଶାରେ ପାଣି ଢାଳି ଦେଇଛନ୍ତି। କେବଳ ସେତିକି ନୁହେଁ, ଏଥର ରାଜ୍ୟସଭାକୁ ପ୍ରଥମଥର ଲାଗି ସଙ୍ଖ୍ୟାଲଘୁବର୍ଗର ଜଣେ ନେତାଙ୍କୁ ପଠାଇଛନ୍ତି। ସଂସଦରେ ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରିବାକୁ ନେଇ ବିଜେଡ଼ିକୁ ଯେଉଁ ସମାଲୋଚନାର ସାମ୍ନା କରିବାକୁ ପଡିଛି, ସେଥିରୁ ମୁକୁଳିବା ପାଇଁ ମୁନ୍ନା ଖାଁଙ୍କ ନାମ ଆଗକୁ ଅଣାଯାଇଛି। ସେହିପରି ସୁବାସ ସିଂ ଜଣେ ପୁରୁଣା କମ୍ୟୁନିଷ୍ଟ ଭାବରେ ବିଜେପି-ସଂଘ ପରିବାରର ତୀବ୍ର ବିରୋଧୀ ଭାବେ ପରିଚିତ। ସୁବାସ ସିଂ ଓ ମୁନ୍ନା ଖାଁଙ୍କୁ ରାଜ୍ୟସଭାକୁ  ପଠାଇ ନବୀନ ପଟ୍ଟନାୟକ ବିଜେପିକୁ ଏକ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ବିଜେପିକୁ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେବା, ବିଜେଡ଼ିର ଆତ୍ମ ସମର୍ପଣ ନୁହେଁ ବୋଲି ବିଜେଡି ଏକ ବାର୍ତ୍ତା ଦେବାକୁ ଉଦ୍ୟମ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସକୁ ବଡ଼ ଝଟକା: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବାତିଲ

June 9, 2026

ଭୁବନେଶ୍ବରରେ କେନ୍ଦ୍ର ଆଇନ ମନ୍ତ୍ରୀ; ମୋଦି ସରକାରର ୧୨ ବର୍ଷ ପୂର୍ତ୍ତି ଉପରେ ରଖିଲେ ହିସାବ

June 9, 2026

୧୨ଟି ପରମାଣୁ ଅସ୍ତ୍ର ନିୟୋଜନ କରିଛି ଭାରତ!: ଶତ୍ରୁ ଦେଶକୁ ଲାଗିବ ୪୪୦ ଭୋଲ୍ଟର ଝଟକା

June 9, 2026

ରାଜ୍ୟସଭାର ସଂଖ୍ୟା ଖେଳକୁ ବଦଳାଇ ଦେବ କ୍ରସ୍ ଭୋଟିଂ?: ଜାଣନ୍ତୁ ସମୀକରଣ

June 9, 2026
Latest News

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.