Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଘୋଡା କିଣିବ ଘୋଡା, ମହାନ ଭାରତୀୟ ବିଧାୟକ ବଜାରର କାହାଣୀ!! 
ବିଶେଷ ଖବର

ଘୋଡା କିଣିବ ଘୋଡା, ମହାନ ଭାରତୀୟ ବିଧାୟକ ବଜାରର କାହାଣୀ!! 

March 12, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତର ସବୁ ବଜାର ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏକମାତ୍ର ବଜାରରେ ପ୍ରଚୁର ଗହଳି, ଆଊ ସେ ବଜାରର ନାଁ ହେଉଛି ଘୋଡା ବଜାର। ଭାରତୀୟ ମହାନ ଗଣତନ୍ତ୍ରର ନିର୍ବାଚନୀ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚିତ ଆମର ମାନ୍ୟବର ଲୋକ ପ୍ରତିନିଧି ବା ବିଧାୟକମାନେ ଘୋଡା ଭଳି ବିକ୍ରି ହେବାକୁ ବଜାର ମଝିରେ ଠିଆ ହୋଇଛନ୍ତି। ମଧ୍ୟ ପ୍ରଦେଶରେ ସରକାର ଭାଙ୍ଗିବ କି ରହିବ, ତାର ଭବିଷ୍ୟତ ଏହି ଘୋଡାବଜାର ଉପରେ ନିର୍ଭର କରୁଛି। ଯିଏ ଯେତେ ଅଧିକ ଘୋଡାଙ୍କୁ କିଣିପାରିବ, ସରକାର ତାର। ସେଥିରେ କଣ ନା, ଆମେ ଏ ପୃଥିବୀର ସବୁଠୁ ବଡ ଓ ମହାନ ଗଣତନ୍ତ୍ର!!

ଆମ ପାଖରେ ତୃଣମୂଳ, ମାର୍କ୍ସବାଦି କମ୍ୟୁନିଷ୍ଟ ପାର୍ଟି ଓ କଂଗ୍ରେସର ୧୦୭ ଜଣ ବିଧାୟକ ଅଛନ୍ତି, ସେମାନେ ଯଥାଶୀଘ୍ର ବିଜେପିରେ ମିଶିଯିବେ- କିଛିମାସ ତଳେ ଏମିତି ଏକ ଦମ୍ଭୋକ୍ତି କରିଥିଲେ, ପଶ୍ଚିମବଙ୍ଗର ବିଜେପି ନେତା ମୁକୁଲ ରାୟ। ଇଏ ହେଉଛନ୍ତି ସେଇ ମୁକୁଲ ରାୟ ଯିଏ ଏକଦା ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିଲେ ଓ ସାରଦା ଚିଟଫଣ୍ଡ ମାମଲାରେ ୟାଙ୍କର ସମ୍ପୃକ୍ତି ରହିଛି ବୋଲି ସିବିଆଇ କହିଥିଲା। ସେ ତୃଣମୂଳ ଛାଡି ଏବେ ବିଜେପିର ବିଶୁଦ୍ଧ ନେତା ହୋଇଯାଇଛନ୍ତି।ପଶ୍ଚିମବଙ୍ଗରେ ଅନୁଷ୍ଠିତ ଗତ ବିଧାନସଭାରେ ମାତ୍ର ତିନୋଟି ଆସନ ଜିତିଥିବା ବିଜେପି ୧୦୭ ବିଧାୟକ କିଣିପାରିବାର ସାମର୍ଥ୍ୟ ରଖିଛି ବୋଲି କହିଲା ବେଳେ, ଏମାନଙ୍କୁ ସାମାନ୍ୟ ଲଜ୍ଜା ମଧ୍ୟ ଲାଗୁନାହିଁ।

ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର, ଗୋଆ, ମଣିପୁର ଓ କର୍ଣ୍ଣାଟକରେ ବିଜେପି ସଂଖ୍ୟାଧିକ କଂଗ୍ରେସ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିସାରିଛି। ଗୋଆ ରେ ବିରୋଧୀ ଦଳ ନେତା ଥିବା ଚନ୍ଦ୍ରକାନ୍ତ କବଲେକର ବିଜେପି ସରକାରର ଉପ ମୁଖ୍ୟମନ୍ତ୍ରୀ ହୋଇଗଲେ। ସେହିପରି ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳର ନେତା ରହିଥିବା ରାଧାକୃଷ୍ଣ ଭିକେ ପାଟିଲ ନିଜ ବିଧାୟକ ପଦରୁ ଇସ୍ତଫା ଦେଇ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ହୋଇଥିଲେ। କର୍ଣ୍ଣାଟକରେ ୧୫ ଜଣ ବିଧାୟକ ନିଜର ଇସ୍ତଫାପତ୍ର ଦେଇ କୁମାରସ୍ଵାମୀ ସରକାର ଭାଙ୍ଗିଲା ପରେ ନୂଆ ୟେଦୀୟୁରାପ୍ପା ସରକାରରେ ବଡ ଅୟସରେ ଅଛନ୍ତି।

ଜୟ ପରାଜୟ ଗଣତାନ୍ତ୍ରିକ ନିର୍ବାଚନୀ ବ୍ୟବସ୍ଥାର ଏକ ସ୍ଥାୟୀ ଅଂଶ। ଗଣତନ୍ତ୍ରରେ ଶାସକ ରହିବେ, ବିରୋଧୀ ମଧ୍ୟ ରହିବେ। ଆଶ୍ଚର୍ୟଜନକ ଭାବରେ ଏବେ କେବଳ ଶାସକ ରହୁ, ବିରୋଧୀ ବିଲୋପ ପାଇଯା’ନ୍ତୁ ବୋଲି ଏକ ବିଚିତ୍ର ଧାରଣା ସୃଷ୍ଟି କରା ଯାଇଛି। କେହି କେହି ଏହାକୁ କଂଗ୍ରେସ ସଂସ୍କୃତିର ନବୀକରଣ ବୋଲି ମଧ୍ୟ କହୁଛନ୍ତି। ଅଶି ଦଶକରେ କଂଗ୍ରେସ ସମ୍ବିଧାନର ଧାରା ୩୫୬ର ବ୍ୟାପକ ଅପପ୍ରୟୋଗ କରି ବହୁ ରାଜ୍ୟ ସରକାର ଭାଙ୍ଗିଥିଲା। ସ୍ଵାଧୀନ ଭାରତରେ ଦଳବଦଳ ରାଜନୀତିର ଗୋଟେ ଲମ୍ବା ଓ କଳଙ୍କିତ ଇତିହାସ ରହିଛି। ସ୍ଵାଧୀନତା ପୂର୍ବରୁ ଜନୈକ କଂଗ୍ରେସ ବିଧାୟକ ଶ୍ୟାମଲାଲ ନେହେରୁ କଂଗ୍ରେସ ଟିକଟରେ ଜିତି ବ୍ରିଟିଶ ସରକାରକୁ କେନ୍ଦ୍ରୀୟ ପ୍ରତିନିଧି ସଭାରେ ସମର୍ଥନ ଦେଇଥିଲେ। ଏହାକୁ ତତ୍କାଳୀନ କଂଗ୍ରେସ ସଭାପତି ମୋତିଲାଲ ନେହେରୁ ଭୟଙ୍କର ଭାବରେ ଅନୈତିକ ରାଜନୀତି ବୋଲି କହିଥିଲେ।

ତେବେ ସ୍ଵାଧୀନତା ପରେ ୧୯୫୭ ରୁ ୧୯୬୭ ଭିତରେ ଅନ୍ୟ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ୪୧୯ ଜଣ ଲୋକପ୍ରତିନିଧି ଯୋଗ ଦେଇଥିବା ବେଳେ କଂଗ୍ରେସରୁ ୯୭ ଜଣ ବିଧାୟକ ଦଳ ବଦଳ କରିଥିଲେ। ଦଳ ବଦଳ କାରଣରୁ ଏକଦା ଶକ୍ତିଶାଳୀ ବିରୋଧୀ ଭୂମିକାରେ ରହିଥିବା ପ୍ରଜା ସୋସିଆଲିଷ୍ଟ ପାର୍ଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା।

୧୯୬୭ ମସିହାର ଚତୁର୍ଥ ସାଧାରଣ ନିର୍ବାଚନ ପରେ ଦଳ ବଦଳ ଏକ ସଂକ୍ରାମକ ରୋଗ ଭଳି ବ୍ୟାପକ ହୋଇଥିଲା। ୧୬ ଟି ରାଜ୍ୟ ବିଧାନସଭାରୁ ୮ ଟିରେ କଂଗ୍ରେସ ପରାଜିତ ହୋଇଥିବାରୁ ଏହାର ପରିଣତିରେ ଦଳ ବଦଳ ଓ ଘୋଡା ବେପାର ବ୍ୟାପକ ହୋଇଥିଲା। ୧୯୬୭ ରୁ ୧୯୭୨ ଭିତରେ ୨୦୦୦ ରୁ ଅଧିକ ସାଂସଦ ଓ ବିଧାୟକ ଦଳ ବଦଳ କରିଥିଲେ। ଜଣେ ବିଧାୟକ ପାଞ୍ଚ ଦିନର ମନ୍ତ୍ରୀ ହେବାକୁ ପାଞ୍ଚ ଦିନରେ ପାଞ୍ଚୋଟି ଦଳ ପରିବର୍ତ୍ତନ କରିଥିଲେ। ୧୯୭୨ ମସିହାରେ ପ୍ରତିଦିନ ଜଣେ ବିଧାୟକ ଦଳ ବଦଳ କରୁଥିବା ବେଳେ ପ୍ରତ୍ୟେକ ମାସରେ  ଗୋଟିଏ ରାଜ୍ୟ ସରକାର ଭାଙ୍ଗୁଥିଲା।

ଦଳ ବଦଳ ରୋକିବାକୁ ଏବଂ ଭାରତୀୟ ରାଜନୀତିରେ ନୈତିକ ଅବକ୍ଷୟ ରୋକିବାକୁ ୧୯୭୨ ରେ ୩୨ ତମ ସମ୍ବିଧାନ ସଂଶୋଧନ ବିଲ, ୧୯୭୮ ରେ ୪୮ ତମ ସମ୍ବିଧାନ ସଂଶୋଧନ ବିଲ ଓ ୧୯୮୫ ରେ ୫୨ ତମ ସମ୍ବିଧାନ ସଂଶୋଧନ ବିଲ ଜରିଆରେ ଦଳ ବଦଳ ରୋକିବାକୁ ଉଦ୍ୟମ ହୋଇଛି। ଦଳ ବଦଳରୁ ସର୍ବାଧିକ ଲାଭ ପାଇଥିବା କଂଗ୍ରେସ ଦଳ ଏହାକୁ ରୋକିବାର ପ୍ରୟାସ ମଧ୍ୟ କରିଛି। ୧୯୮୫ରେ ରାଜୀବ ଗାନ୍ଧୀ ସରକାର ୫୨ ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଦଳ ବଦଳକୁ ବେଆଇନ ଘୋଷଣା କରିଥିଲେ। ଏହାକୁ ଆହୁରି ଶକ୍ତିଶାଳୀ କରିବାକୁ ୨୦୦୩ ମସିହାରେ ୯୧ ତମ ସମ୍ବିଧାନ ସଂଶୋଧନ ବିଲ ଜରିଆରେ ମନ୍ତ୍ରୀ ସଂଖ୍ୟା ସୀମିତ ରଖିବାର ବ୍ୟବସ୍ଥା କରାଗଲା। ମନ ଇଚ୍ଛା ମନ୍ତ୍ରୀମଣ୍ଡଳ ଗଢିବା ଓ ସବୁ ବିଧାୟକଙ୍କୁ ମନ୍ତ୍ରୀ କରିବାର ଅସୁସ୍ଥ ପରମ୍ପରା ଏହା ଦ୍ଵାରା ବନ୍ଦ ହେଲା। କଂଗ୍ରେସ ସରକାର ଦଳ ବଦଳରୁ ଲାଭ ପାଇଥିଲେ ମଧ୍ୟ ଦଳବଦଳକୁ ରୋକିବା ଲାଗି ଆଇନ କରିବାର ସାହସ ପ୍ରଦର୍ଶନ କରିଥିଲା।

ଏବେ ଦଳ ବଦଳ ନିରୋଧ ଆଇନକୁ ବିଜେପି ଓ ଏହାର ସରକାର ନୂଆ ଢଙ୍ଗରେ ଭାଙ୍ଗି ଚାଲିଛନ୍ତି। ୧୯୬୭ ରେ ଦେଶରେ ଯେଉଁ ଅରାଜକ ଓ ଅଗଣତାନ୍ତ୍ରିକ ପ୍ରକ୍ରିୟା ଚାଲିଥିଲା ଏବେ ଠିକ ସେୟା ଚାଲିଛି। ବିରୋଧୀ ବିଧାୟକଙ୍କୁ ଖରିଦ କରି ରାତାରାତି ଲୋକମତକୁ ବଦଳାଇଦେବାର ଏହି ଅଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଆଜି ଜନମତ ପ୍ରକାଶ ନ ପାଇବା ଆଶ୍ଚର୍ୟଜନକ। ବିରୋଧୀ ଶୂନ୍ୟ ରାଜନୀତି ଫାସିବାଦକୁ ଜନ୍ମ ଦିଏ ବୋଲି ଯଦି ଦେଶର ଜଣ ସାଧାରଣ ନ ବୁଝନ୍ତି, ତାହେଲେ ଏହା ଆଗାମୀ ଦିନରେ ଆମ ଗଣତନ୍ତ୍ର ପାଇଁ ସର୍ବନାଶର କାରଣ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

‘ବାଂଲାଦେଶ ଏବେ ଦ୍ଵିତୀୟ ପାକିସ୍ତାନ’: ଜାଣନ୍ତୁ ଭାରତ ବିଷୟରେ କ’ଣ କହିଲେ ଶେଖ ହସିନାଙ୍କ ପୁଅ?

August 6, 2026

ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ମହତ୍ୱ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.