Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅନ୍ୟ ଦଳରୁ ବିଜେପିକୁ ଆସୁଥିବା ନେତାଙ୍କ ଭାଗ୍ୟ ସବୁବେଳେ ତୃତୀୟ ଧାଡିରେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ତାର ବ୍ୟତିକ୍ରମ ହେବେ କି??
ବିଶେଷ ଖବର

ଅନ୍ୟ ଦଳରୁ ବିଜେପିକୁ ଆସୁଥିବା ନେତାଙ୍କ ଭାଗ୍ୟ ସବୁବେଳେ ତୃତୀୟ ଧାଡିରେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ତାର ବ୍ୟତିକ୍ରମ ହେବେ କି??

March 13, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆରମ୍ଭରୁ କିଛି ବଡ ନେତା ଯେଉଁମାନେ ଏକଦା କଂଗ୍ରେସ କିମ୍ବା ଅନ୍ୟାନ୍ୟ ଦଳରେ ଥିଲେ ଓ ସମୟକ୍ରମେ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ, ସେମାନଙ୍କର ବର୍ତ୍ତମାନ ସ୍ଥିତି ବିଷୟରେ କିଛିଟା ତଥ୍ୟ ଦେଖାଯାଉ। –

୧. ଏସ. ଏମ.କ୍ରୀଷ୍ଣା- କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ, ମନମୋହନ ସିଂ ସରକାରରେ ପ୍ରଭାବଶାଳୀ ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ, ମହାରାଷ୍ଟ୍ରର ରାଜ୍ୟପାଳ ତଥା ଅନେକଥର ଲୋକସଭା ଓ ରାଜ୍ୟସଭାର ସଦସ୍ୟ। ତାଙ୍କର ଯାହା କିଛି ରାଜନୈତିକ ସଫଳତା କେବଳ କଂଗ୍ରେସ ଦଳରେ ଥିବାବେଳେ ହିଁ ତାଙ୍କୁ ମିଳିଥିଲା। ୨୦୧୭ରେ ସେ ବିଜେପିରେ ଯୋଗଦେଲେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ଏହି ବରିଷ୍ଠ ନେତା ଏବେ ବିଜେପିରେ କେଉଁଠି ଅଛନ୍ତି, ସେକଥା କାହାକୁ ଜଣା ନାହିଁ।

୨. ଗିରିଧର ଗମାଙ୍ଗ- ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ପିସିସି ସଭାପତି, ୯ ଥର ଲୋକସଭାର ସଦସ୍ୟ। ଏ ସବୁ କିଛି କଂଗ୍ରେସରେ ଥିଲାବେଳେ ତାଙ୍କୁ ମିଳିଥିଲା। ୨୦୧୫ରେ ବିଜେପିରେ ଯୋଗଦେଲା ପରେ ପରେ ଗମାଙ୍ଗ ଏବେ କେଉଁଠି ସେ କଥା ସେ ନିଜେ ମଧ୍ୟ ଜାଣନ୍ତି ନାହିଁ। ଦେଶର ଖୁବ ଅଳ୍ପ ସଫଳ ଆଦିବାସୀ ନେତାଙ୍କ ଭିତରୁ ଅନ୍ୟତମ ଗିରିଧର ଗମାଙ୍ଗଙ୍କ ପରିଚୟ ବିଜେପିରେ ଏବେ ଅନାମଧେୟ ଓ ଅଲୋଡା।

୩. ଅର୍ଜୁନ ଚରଣ ସେଠି, ବିଜୁ ଜନତା ଦଳର ବରିଷ୍ଠ ନେତା ଥିଲେ। କେନ୍ଦ୍ରରେ ଜଳ ସମ୍ପଦବିଭାଗର କ୍ୟାବିନେଟ ମନ୍ତ୍ରୀ। ସଂସଦରେ ବିଜେଡି ସଂସଦୀୟ ଦଳର ନେତା। ୧୯୭୧ରୁ ୨୦୧୯ ଯାଏଁ ନିୟମିତ କଂଗ୍ରେସ-ଜନତା ଓ ବିଜେଡି ଟିକଟରେ ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେପିରେ ଯୋଗଦେଇ ନିଜ ପୁଅ ପାଇଁ ଟିକଟ ଖଣ୍ଡେ ପାଇଲା ପରେ, ଏବେ ସେ ବିଜେପି ପାଇଁ ଅକାମି ଓ ଅଲୋଡା।

୪. ମୁକୁଲ ରାୟ, ତୃଣମୂଳର ପ୍ରାକ୍ତନ ନମ୍ବର ଦୁଇ। ମନମୋହନ ସିଂ ସରକାରରେ ରେଳ ମନ୍ତ୍ରୀ। ସାଂସଦ। ୨୦୧୭ରେ ବିଜେପିରେ ଯୋଗଦେବା ପରେ ଏବେ ପଶ୍ଚିମ ବଙ୍ଗ ବିଜେପିର ତୃତୀୟ ଧାଡିର ନେତା।

୫. ବିଜୟ ବହୁଗୁଣା, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ। କଂଗ୍ରେସ ଟିକଟରେ ଦୁଇଥର ଲୋକସଭା ସଦସ୍ୟ। ବିଜେପିରେ ମିଶିଲା ପରେ ଏବେ ପ୍ରାୟ ଦୃଶ୍ୟମାନ ହେଉନାହାନ୍ତି।

ଏମିତି ବହୁ ଉଦାହରଣ ଦିଆ ଯାଇପାରିବ। କେବଳ ଓଡିଶାରେ ଏ ପ୍ରକାର ଡଜନ ଡଜନ ଉଦାହରଣ ମିଳିବ। ବିଜୟ ମହାପାତ୍ର, ଦିଲୀପ ରାୟ, ଜୟରାମ ପାଙ୍ଗି, ବଳଭଦ୍ର ମାଝୀ, ଅର୍ଚ୍ଚନା ନାୟକ, ମୋହନ ଜେନା, ବିଭୁ ତରାଇ ଇତ୍ୟାଦି ବହୁ ନାମ କେବଳ ଓଡିଶାରୁ ଆମେ ନେଇ ପାରିବା। କଂଗ୍ରେସ ବା ବିଜେଡ଼ିରୁ ବିଜେପିକୁ ଗଳାପରେ ଏମାନେ ଯେ କି ଅବସ୍ଥାରେ ଅଛନ୍ତି, ତାହା ଏକ ସ୍ଵତନ୍ତ୍ର ଅଧ୍ୟୟନର ବିଷୟ ହୋଇପାରିବ। ଅନ୍ୟ ଦଳର ନେତାଙ୍କୁ ନିର୍ବାଚନ ସମୟରେ ବ୍ୟବହାର କରି ତାଙ୍କୁ ଆବଶ୍ୟକତା ସରିବା ପରେ ତୃତୀୟ ଧାଡିକୁ ପଠାଇଦେବାର ପରମ୍ପରା ବିଜେପିରେ ସବୁବେଳେ ରହିଆସିଛି।

ତେବେ ଏହାର ବ୍ୟତିକ୍ରମ କେବଳ ଉତ୍ତରପୂର୍ବ ରାଜ୍ୟମାନଙ୍କରେ ଦେଖିବାକୁ ମିଳିଛି। କଂଗ୍ରେସ ଛାଡି ଆସିଥିବା ଏନ. ବିରେନ ସିଂ ମଣିପୁରରେ ଓ ପେମା ଖଣ୍ଡୁ ଅରୁଣାଚଳରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ଏହା ସମ୍ଭବ ହୋଇଛି ସମ୍ପୃକ୍ତ ନେତାମାନଙ୍କ ନିଜସ୍ଵ ସ୍ଥିତି କାରଣରୁ। ଉତ୍ତର ପୂର୍ବରେ ସଂଘ ବିଚାର କୁ ଆଧାର କରି ବିଜେପି ଉଧେଇ ପାରିବ ନାହିଁ। ତେଣୁ ସେଠି କଂଗ୍ରେସ ନେତାଙ୍କୁ ଶିକାର କରି ସେମାନଙ୍କୁ କ୍ଷମତା ଦେବା ଦଳର ସବୁଠୁ ବଡ ଆବଶ୍ୟକତା। ଆସାମରେ ହିମନ୍ତ ବିଶ୍ଵା ଶର୍ମା ଓ ଭୁବନେଶ୍ୱର କଲିତାଙ୍କୁ ବିଜେପିରେ କିଛିଟା ଗୁରୁତ୍ଵ ମିଳୁଛି। ଏହାର ଏକମାତ୍ର କାରଣ ହେଉଛି, ଆସମା ଓ ଉତ୍ତରପୂର୍ବରେ ବିଜେପିର ନିଜସ୍ଵ ସଂଗଠନ ବା ନେତୃତ୍ଵ ନାହିଁ।

ଦଳ ବଦଳ କରି ବିଜେପିରେ ମିଶିଥିବା ନେତା ସବୁବେଳେ ତୃତୀୟ ଧାଡିର ନେତା ହେବାକୁ ବାଧ୍ୟ, କାରଣ ବିଜେପିରେ ସଂଘ ବିଚାର ସହିତ ସଂହତି ବିନା କ୍ଷମତା ମିଳିବ ନାହିଁ। ସେହି ପୃଷ୍ଠଭୂମିରେ ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପିରେ ଯୋଗଦାନକୁ ଆମେ ବିଶ୍ଳେଷଣ କରି ପାରିବା। ମଧ୍ୟପ୍ରଦେଶର କମଳନାଥ ସରକାର ଭାଙ୍ଗିବା ପର୍ୟନ୍ତ ସିନ୍ଧିଆ ବିଜେପିର ଆଗଧାଡିର ନେତା ହୋଇ ରହିବେ। ତାଙ୍କୁ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କରାଯିବ ନାହିଁ, ଏକଥା ସ୍ପଷ୍ଟ। ରାଜ୍ୟସଭାକୁ ପଠାଇ ତାଙ୍କୁ କୌଣସି ଏକ ବିଭାଗର ମନ୍ତ୍ରୀ କରା ଯାଇପାରେ। କଂଗ୍ରେସରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ତଥା ଗାନ୍ଧୀ ପରିବାରର ଅତ୍ୟନ୍ତ ବିଶ୍ଵସ୍ତ ଭାବରେ ସେ ଯେଉଁ ପ୍ରଭାବ ଉପଯୋଗ କରୁଥିଲେ, ବିଜେପିରେ ତାହା ସମ୍ଭବ ହେବନାହିଁ। ମୋଦୀ-ଶାହଙ୍କ ଛାତ୍ରଛାୟା ତଳେ ଓ ସଂଘର ବୈଚାରିକ ଚାପ ଆଗରେ ମୂଷା ପରି ରହିବାକୁ ମହାରାଜା ବାଧ୍ୟ ହେବେ।

କଂଗ୍ରେସ ବା ଅନ୍ୟ ରାଜନୈତିକ ଦଳରେ ଥାଇ ପ୍ରଭୁତ କ୍ଷମତା ଭୋଗ କରୁଥିବା ନେତାମାନେ ବିଜେପିକୁ ଯାଇ ହଟହଟା ହେବାକୁ ପସନ୍ଦ କରନ୍ତି କାହିଁକି? ଏହାର ଏକମାତ୍ର ଉତ୍ତର ହେଉଛି, କ୍ଷମତା ପାଖରେ ଓ କ୍ଷମତା ଆଶାରେ ରହିବାକୁ ହେଲେ, କିଛିଟା ଲଜ୍ଜା ଓ ଅପମାନ ଅବଶ୍ୟ ସହିବାକୁ ପଡିବ!!

Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026
Latest News

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026

ଆଜି ଘରୋଇ ଗ୍ରାଉଣ୍ଡରେ ଆରସିବି ବିରୋଧରେ ଲଢିବ ଗୁଜରାଟ: ଜାଣନ୍ତୁ ହେଡ୍-ଟୁ-ହେଡ୍ ରେକର୍ଡ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.