Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜଗନ୍ନାଥଙ୍କ ଟଙ୍କା ଯିଏ ଖାଇଛି, ତାକୁ କରୋନା ହୋଇଯାଉ, ଆହାଃ……କି ଚମତ୍କାର ଆମର ବିଧାୟକମାନଙ୍କର ଭାଷା!!
ବିଶେଷ ଖବର

ଜଗନ୍ନାଥଙ୍କ ଟଙ୍କା ଯିଏ ଖାଇଛି, ତାକୁ କରୋନା ହୋଇଯାଉ, ଆହାଃ……କି ଚମତ୍କାର ଆମର ବିଧାୟକମାନଙ୍କର ଭାଷା!!

March 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ଖବର କାଗଜର ଶିରୋନାମାରେ ଲେଖା ହୋଇଛି, ଜଗନ୍ନାଥଙ୍କ ଟଙ୍କା ଯିଏ ଖାଇଛି, ତାକୁ କରୋନା ହୋଇଯାଉ। ଏକଥା କେଉଁ ଗାଁ ଦାଣ୍ଡର କଣ୍ଟା ବାଡରେ ଲୁଗା ପକେଇ କଳି କରୁଥିବା ଲୋକର  ସଂପାକଟା ନୁହେଁ, ଆମର ମାନ୍ୟବର ବିଧାୟକମାନେ କୁଆଡେ ବିଧାନସଭାର ପବିତ୍ର ଗୃହରେ ଏମିତି କହିଛନ୍ତି। ଆମେ ବିଧାନସଭା ରିପୋର୍ଟର ନୋହୁ, ତେଣୁ ପ୍ରତ୍ୟକ୍ଷ ଭାବେ ଏ କଥା ଶୁଣିନାହୁଁ। ଓଡିଶାର ସର୍ବାଧିକ ପ୍ରସାରିତ ଖବରକାଗଜ, ଯାହାର ସମ୍ପାଦକ ଖୋଦ ଜଣେ ବିଧାୟକ, ତାଙ୍କରି କାଗଜ ସୂତ୍ରରୁ ହିଁ ଆମେ ଏହା ପଢିଛୁ। କାହାକୁ କରୋନା ହୋଇଯାଉ ବୋଲି କହିବା ବା ଭାବିବା, (ସେ ଯିଏ ବି ହେଉ, ଶତ୍ରୁ ବା ମିତ୍ର, ପୂଣ୍ୟବାନ ବା ଅପରାଧୀ) କେତେ ଦୂର ମାନବୀୟ? କରୋନା ଆଜି ସାରା ପୃଥିବୀରେ ଏକ ଭୟଙ୍କର ମହାମାରୀର ରୂପ ନେଇଛି। ସେଇ ମହାମାରୀରୁ ପୃଥିବୀ ଶୀଘ୍ର ମୁକ୍ତ ହେଉ, ମାନବିକତା ପାଇଁ ଆସିଥିବା ଏ ସଙ୍କଟ ଟଳି ଯାଉ, ଏହା ଆମର ପ୍ରାର୍ଥନା ହେବା ଉଚିତ। ହେଲେ ଆମେ କରୁଛୁ କଣ? ବିଧାନସଭା ଗୃହରେ କହୁଛୁ, ଯିଏ ଟଙ୍କା ଖାଇଛି, ତାକୁ କରୋନା ହୋଇଯାଉ!! ଧନ୍ୟ ଆମର ବିବେକ, ଧନ୍ୟ ଆମର ମାନବିକତା!!

ଏକଥା କହିଲା କ୍ଷଣି, ତୁରନ୍ତ ଉତ୍ତର ଆସିବ, ଆପଣ ଦୁର୍ନୀତି କରିଥିବା ଲୋକଙ୍କୁ ସମର୍ଥନ କରୁଛନ୍ତି! ଆଜ୍ଞା, ଯଦି କିଏ ଦୁର୍ନୀତି କରିଛି, ତାକୁ ଧରିବା ଲାଗି ପୁଲିସ ଅଛି, ଆଇନର ଲାମ୍ବା ହାତ ଅଛି। ଦୁର୍ନୀତି ରୋକିବାକୁ କରୋନା ଭୂତାଣୁ ଆମଦାନୀ କରିବାକୁ ଏତେ ବ୍ୟାକୁଳ ହେବା କି ପ୍ରକାର ମାନସିକତା, ତାହା ସେ ଜଗନ୍ନାଥେ ଜାଣିଥିବେ!!

ଏବେ ଆସନ୍ତୁ ଜଗନ୍ନାଥଙ୍କ ଟଙ୍କା ବିଷୟରେ କଥା ହେବା। ଜଗନ୍ନାଥଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ ରଖିବା ଏକ ପାପ ବୋଲି ବିଧାନସଭାରେ ବିଜେପି ଏବଂ କଂଗ୍ରେସ ବିଧାୟକମାନେ କହିଛନ୍ତି। କିଛି ବିଜେଡି ନେତା ମଧ୍ୟ ଏ କଥାକୁ ସମର୍ଥନ କରିଛନ୍ତି। ଏଠି ଆମର ପ୍ରଶ୍ନ ହେଲା, ଯେତେବେଳେ ଦେଶର ଅର୍ଥନୀତିକୁ ଘରୋଇକରଣ କରାଗଲା ଓ ୧୯୬୯ର ବ୍ୟାଙ୍କ ଜାତୀୟକରଣ ନୀତିକୁ ବଦଳାଇ ପୁଣିଥରେ ଘରୋଇ ବ୍ୟାଙ୍କ ବ୍ୟବସ୍ଥା ଗ୍ରହଣ କରାଗଲା, ସେତେବେଳେ କଂଗ୍ରେସ ଓ ବିଜେପି ଏହାର ବିରୋଧ କରିଥିଲେ କି? କେବଳ କମ୍ୟୁନିଷ୍ଟମାନଙ୍କୁ ବାଦ ଦେଲେ ଏ ଦେଶର ଗୋଟିଏ ବି ରାଜନୈତିକ ଦଳ ବ୍ୟାଙ୍କ ଘରୋଇକରଣକୁ ବିରୋଧ କରିନାହାନ୍ତି। ବରଂ କଂଗ୍ରେସ ଓ ବିଜେପି ଏହି ବ୍ୟବସ୍ଥାର ସବୁଠୁ ବଡ ସମର୍ଥକ। ୧୯୯୦ରୁ କ୍ରମାଗତ ଭାବେ ସବୁ କଂଗ୍ରେସ ଓ ବିଜେପି ସରକାର ଘରୋଇ ବ୍ୟାଙ୍କକୁ ପ୍ରୋତ୍ସାହିତ କରି ଆସୁଛନ୍ତି। ଦେଶର ଆର୍ଥିକ ନୀତି ଉପରେ ଘରୋଇ ବ୍ୟାଙ୍କଗୁଡିକର ସିଇଓ ତଥା ଅଂଶୀଦାରମାନଙ୍କର ପ୍ରବଳ ପ୍ରଭାବ ରହି ଆସିଛି।

ଗତ ୨୦ ବର୍ଷ ଭିତରେ ଦେଶର ଅର୍ଥନୀତିକୁ ନେଇ ସବୁଠୁ ବେଶୀ ଉପଦେଶ କେଉଁମାନେ ଦେଇଛନ୍ତି? ଉଦୟ କୋଟକ, ଦୀପକ ପାରେଖ, ଚନ୍ଦା କୋଚର, ରାଣା କପୁରଙ୍କ ଭଳି ବ୍ୟାଙ୍କରଙ୍କୁ ଭାରତ ସରକାର ଗେହ୍ଲାପୁଅର ମାନ୍ୟତା ଦେଇ ନାହାନ୍ତି କି? ଏପରିକି ଜାତୀୟକରଣ ବ୍ୟାଙ୍କ ଗୁଡିକୁ ଘରୋଇକରଣ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁନାହାନ୍ତି କି? ଜାତୀୟକରଣ ବ୍ୟାଙ୍କ ଗୁଡିକର ପ୍ରମୁଖ ଅଧିକାରୀମାନେ ବିଭିନ୍ନ କମ୍ପାନୀକୁ ଋଣ ଦେଇ ତାକୁ “ବେଡ ଲୋନ” ବା ଅନାବାଦି ଋଣରେ ପରିଣତ କରି, ପୁଣି ସେଇ କମ୍ପାନୀରେ ଚାକିରି କରୁନାହାନ୍ତି କି? ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖିଆ ଚନ୍ଦା କୋଚରଙ୍କ ନାମରେ ଭିଡିଓକନ ଦୁର୍ନୀତି କଥା କେବଠୁ ଉଠିଲାଣି। ହେଲେ ତାଙ୍କୁ ଆଜିଯାଏ ଗିରଫ କରାଯାଇଛି କି?

ବ୍ୟାଙ୍କିଙ୍ଗ ନୀତିକୁ ନେଇ ଦେଶର ରିଜର୍ଭ ବ୍ୟାଙ୍କ ଓ ଭାରତ ସରକାର ଯେଉଁ ନିଷ୍ପତ୍ତି ନେବେ, ତାକୁ ରାଜ୍ୟ ସରକାରମାନେ ପ୍ରତ୍ୟାଖ୍ୟାନ କରି ପାରିବେ କି? ଯେତେବେଳେ ଆମର ମାନ୍ୟବର ବିଧାୟକମାନେ ଜଗନାଥଙ୍କ ଟଙ୍କା ଖାଇଗଲେ ବୋଲି ଘରୋଇ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଉଠାଉଥିଲେ, ସେତେବେଳେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ପରାମରଶ ଦେଇଛନ୍ତି ଯେ, ଘରୋଇ ବ୍ୟାଙ୍କରୁ ଟଙ୍କା ପ୍ରତ୍ୟାହାର କରିବା ଅନୁଚିତ ପଦକ୍ଷେପ ହେବ। ଏ ସମ୍ପର୍କରେ ଆମର ମାନ୍ୟବରମାନେ କଣ କହିବେ? ଆଜି ପ୍ରଶ୍ନ ହେଉଛି, କଂଗ୍ରେସ, ବିଜେପି ଓ ବିଜେଡି ବ୍ୟାଙ୍କ ଘରୋଇକରଣକୁ ବିରୋଧ କରୁଛନ୍ତି କି? ଯଦି କେନ୍ଦ୍ର ସରକାରଙ୍କ ବ୍ୟାଙ୍କିଙ୍ଗ ନୀତି ରାଜ୍ୟ ସରକାର ଗ୍ରହଣ କରିବା ଉଚିତ ନୁହଁ ବୋଲି ବିଧାୟକମାନେ ଭାବୁଛନ୍ତି, ତାହେଲେ ଏଥି ପାଇଁ ଏକ ପ୍ରସ୍ତାବ ବିଧାନସଭାରେ ଆଗତ କରିବାର ସତସାହସ ସେମାନଙ୍କର ରହିଛି କି?

ସବୁଠୁ ମଜାକଥା ହେଉଛି, ବିଜେପି ବିଧାୟକମାନେ ବିଧାନସଭାରେ ନିଜ ସରକାରର ବ୍ୟାଙ୍କିଙ୍ଗ ନୀତିକୁ ବିଶ୍ଵାସ କରୁନାହାନ୍ତି। ସେମାନେ ତାଙ୍କ ଦଳର ଅର୍ଥମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ମଧ୍ୟ ବିଶ୍ଵାସ କରିବାକୁ ପ୍ରସ୍ତୁତ ନୁହନ୍ତି। ଅବଶ୍ୟ ଏହା ଭଲକଥା। କେନ୍ଦ୍ର ସରକାରଙ୍କ ବିରୋଧରେ ଓଡିଶାର ବିଜେପି ବିଧାୟକଦଳ କହି ପାରିବାର ସାହସା ରଖିବା ନିଶ୍ଚିତ ଭାବରେ ଆମର ଗଣତନ୍ତ୍ର ଲାଗି ଏକ ଶୁଭ ସୂଚନା। ହେଲେ ଜଗନ୍ନାଥଙ୍କ ନାଁରେ ଓଡ଼ିଶାକୁ କରୋନା ଭୂତାଣୁ ଡାକିବା, ମହାପାତକ ନିଶ୍ଚୟ!!

Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026
Latest News

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026

ଆଜି ଘରୋଇ ଗ୍ରାଉଣ୍ଡରେ ଆରସିବି ବିରୋଧରେ ଲଢିବ ଗୁଜରାଟ: ଜାଣନ୍ତୁ ହେଡ୍-ଟୁ-ହେଡ୍ ରେକର୍ଡ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.