Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ସଂକ୍ରମଣ ରୋକିବାରେ ଭାରତ ସରକାର ସତରେ ସତର୍କ ଓ  ସଚେତନ ଅଛନ୍ତି କି?
ବିଶେଷ ଖବର

କରୋନା ସଂକ୍ରମଣ ରୋକିବାରେ ଭାରତ ସରକାର ସତରେ ସତର୍କ ଓ  ସଚେତନ ଅଛନ୍ତି କି?

March 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମହାମାରୀର ଇତିହାସ କହୁଛି, ରାଜନୈତିକ ଉଦାସୀନତା ଓ ସ୍ଵାର୍ଥପର ରାଜନୈତିକ ଉତ୍ସାହ କାରଣରୁ ମହାମାରୀ ଅଧିକ ଘାତକ ହୋଇଥାଏ। ଏହାର ଏକ ବଡ ଉଦାହରଣ ହେଉଛି, ୧୯୧୮ ମସିହାର ସ୍ପାନିଶ ଫ୍ଲୁ ବା ଇନଫ୍ଲୁଏଞ୍ଜା। ୧୯୧୮-୨୦ରେ ଏହି ମହାମାରୀ ପୃଥିବୀର ୫୦ କୋଟି ଲୋକଙ୍କୁ ସଂକ୍ରମିତ ହୋଇଥିଲା ଓ ସେଥିରେ ପ୍ରାୟ ପାଞ୍ଚ କୋଟି ଲୋକ ପ୍ରାଣ ହରାଇଥିଲେ। ସେତେବେଳେ ରାଜନୈତିକ ନିର୍ବୋଧତା ଓ ଜିଦ କାରଣରୁ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ। ଭାରତକୁ ଏହି ରୋଗ ପ୍ରଥମ ବିଶ୍ଵଯୁଦ୍ଧରେ ଭାଗ ନେଇଥିବା ସୈନିକମାନଙ୍କର ଏକ ଜାହାଜ ଦେଇ ଆସିଥିଲା ଓ ବର୍ଷେ ଭିତରେ ପ୍ରାୟ ଦୁଇ କୋଟି ଭାରତୀୟ ସେହି ମହାମାରୀରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏହି ମହାମାରୀର ପ୍ରଭାବରେ ଭାରତର ୬% ଜନସଂଖ୍ୟା କମିଯାଇଥିଲା। ସେତେବେଳେ ଏହି ଜାହାଜକୁ ରୋକିବାର ପ୍ରୟାସ ଯେ କରାଯାଇଥିଲା ତା ନୁହେଁ, ବ୍ରିଟିଶ ସରକାରଙ୍କ ନିର୍ବୋଧ ଜିଦ କାରଣରୁ ସେତେବେଳେ ଏତେ ସଂଖ୍ୟକ ଭାରତୀୟ ପ୍ରାଣ ହରାଇଥିଲେ। ସେହିପରି ଆମେରିକାରେ ମଧ୍ୟ ରାଜନୈତିକ ନିର୍ବୋଧତା ସେଠିକାର ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣ ନେଇଥିଲା। ଆମେରିକାର ଫିଲାଡେଲଫିଆ ସହରରେ ସ୍ପାନିଶ ଫ୍ଲୁ ଏକ ପରେଡ ଜରିଆରେ ପହଞ୍ଚିଥିଲା। ଏକ ସାମରିକ ପରେଡରେ ଦୁଇ ଲକ୍ଷ ଲୋକ ଯୋଗଦେଇଥିଲେ। ପରେଡରେ ଭାଗ ନେଇଥିବା ପ୍ରଥମ ବିଶ୍ଵଯୁଦ୍ଧର ସୈନିକଙ୍କ ଦେହରୁ ଏହି ଜୀବାଣୁ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ ହୋଇଥିଲା। ସେତେବେଳେ ଏହି ପରେଡ ନ କରିବାକୁ ଦିଆଯାଇଥିବା ପରାମର୍ଶକୁ ସ୍ଥାନୀୟ ପ୍ରଶାସନ ଶୁଣିନଥିଲେ।

ଇତିହାସ ଆମକୁ ଅନେକ କଥା ଶିଖାଏ। ତାକୁ ଆଖି ବୁଜି ଦେଲେ ଆମେ ଇ ନିଜ ଧ୍ବଂସର କାରଣ ହେବା। ୧୯୧୮ ଓ ୨୦୨୦ କୋଡିଏ ଭିତରେ ଅନେକ କିଛି ବଦଳି ଯାଇଛି। ହେଲେ ମହାମାରୀର ସଂକ୍ରମଣ ଓ ଏହାକୁ ମୁକାବିଲା କରିବାରେ ରାଜନୈତିକ ନିର୍ବୋଧତା ଯେମିତି କି ସେମିତି ରହିଛି। ଜାନୁଆରୀ ମାସରେ ଚୀନରେ ଆରମ୍ଭ ହୋଇଥିବା କରୋନା ଭୂତାଣୁ ଆଜି ସାରା ପୃଥିବୀରେ ମହାମାରୀ ହୋଇ ବ୍ୟାପୀ ଯାଇଛି। ପ୍ରଥମେ ଏହାକୁ କେବଳ ଚୀନର ସଙ୍କଟ ବୋଲି କହି ପୃଥିବୀର ରାଜନେତାମାନେ ଆଖି ବୁଜି ବସିଥିଲେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲାଗି ଏହା ଥିଲା ଏକ “ଚାଇନିଜ ଗାଲୁଗପ”। ଫିଲିପାଇନ୍ସର ରାଷ୍ଟ୍ରପତି କହିଲେ, ସେ ଏମିତି ଚାପୁଡା ତେ ମାରିବେ ଯେ କରୋନା ଛାନିଆ ହୋଇ ତାଙ୍କ ଦେଶ ଛାଡି ପଳାଇବ। ତେବେ ଏହି ନେତାମାନଙ୍କୁ ନିର୍ବୋଧ ପ୍ରମାଣିତ କରି ଉଭୟ ଆମେରିକା ଓ ଫିଲିପାଇନ୍ସରେ କରୋନା ସଂକ୍ରମଣ ବ୍ୟାପକ ହୋଇଛି।ଆମେରିକାରେ ଏହି ଭୂତାଣୁ ଦ୍ଵାରା ୬୪୦୦ ଲୋକ ଆକ୍ରାନ୍ତ ହୋଇ ସାରିଥିବା ବେଳେ ୧୧୪ ଜଣ ପ୍ରାଣ ହରାଇଲେଣି।

କରୋନା ମୁକାବିଲା ଲାଗି ସାମାଜିକ ଯୋଗାଯୋଗ ଓ ଭିଡ କମାଇବା ଏକମାତ୍ର ବାଟ ବୋଲି କୁହାଯାଉଛି। ଚୀନରେ ଏହାକୁ ସେଠିକାର ସରକାର କଡାକଡି ଲାଗୁ କରିଥିଲେ। ଦକ୍ଷିଣ କୋରିଆ ଓ ସିଙ୍ଗାପୁର ସାମାଜିକ ଭିଡକୁ ପୂରା ନିୟନ୍ତ୍ରିତ କରିବା ସହିତ ବ୍ୟାପକ ପରୀକ୍ଷା ଜରିଆରେ ଏହାର ପ୍ରଭାବକୁ ରୋକିବାରେ ସକ୍ଷମ ହୋଇଥିଲେ। ମାଲେସିଆରେ ଏକ ଧାର୍ମିକ ଉତ୍ସବରୁ ହିଁ ଏହା ସଂକ୍ରମିତ ହେବା ଆରମ୍ଭ କରିଥିଲା। ଏ ସବୁ ଉଦାହରଣରୁ ଭାରତ ସରକାର କିଛି ଶିଖୁଛନ୍ତି କି? କରୋନା ବା କୋଭିଡ-୧୯କୁ ଏକ ବିଜ୍ଞପିତ ବିପର୍ଯୟ ବୋଲି ଭାରତ ସରକାର ଘୋଷଣା କରିବାରେ ଯଥେଷ୍ଟ ବିଳମ୍ବ କରିଛନ୍ତି। ଓଡିଶା ଓ ମହାରାଷ୍ଟ୍ର ଭଳି ରାଜ୍ୟ ସରକାର ଏ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେଇଥିବା ବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଢେର ବିଳମ୍ବିତ ହୋଇଥିଲା।

ଭାରତରେ ସାମାଜିକ ଭିଡ ଏବଂ ଧାର୍ମିକ ଉତ୍ସବର ପ୍ରବଳ ସମାଗମ ଆଜି ମଧ୍ୟ ରହିଛି। ଆଜି ଦେଶରେ କରୋନା ସଂକ୍ରମଣର ଦ୍ଵିତୀୟ ପର୍ୟାୟରେ ଆମେ ରହିଛୁ। ଭିଡ କୁ ପ୍ରତିହତ କରି ଏହି ସମୟରେ ଏହାର ପ୍ରଭାବକୁ ସୀମିତ ରକ୍ଷା ଯାଇପାରିବ। ହେଲେ ଭିଡ ଓ ଲୋକ ସମାଗମକୁ ରୋକିବାରେ ଆମେ ସମର୍ଥ କି? ପ୍ରଥମେ ସଂସଦକୁ ବନ୍ଦ କରି ଭାରତ ସରକାର ଏକ ବାର୍ତ୍ତା ଦେଇ ପାରିଥାନ୍ତେ। ସବୁ ପ୍ରକାର ରାଜନୈତିକ ରାଲି, ସଭା ଓ ଶୋଭାଯାତ୍ରାକୁ ନିଷିଦ୍ଧ କରାଯାଇ ପାରିଥାନ୍ତା। ଆଗାମୀ ରାମ ନବମୀ ଓ ବାସନ୍ତୀ ପୂଜା ସମୟରେ ଉତ୍ତର ପ୍ରଦେଶର ମେଳା ସବୁକୁ ବନ୍ଦ କରିବାକୁ ଉତ୍ତର ପ୍ରଦେଶ ସରକାର ଚାହୁଁ ନାହାନ୍ତି। ଉତ୍ତର ଭାରତରେ ମନ୍ଦିର ଗୁଡିକରେ ଭିଡ ନିୟନ୍ତ୍ରଣ ଲାଗି ଆଜି ମଧ୍ୟ ସେମିତି ବିଶେଷ ଉଦ୍ୟମ ହୋଇନାହିଁ।

ଆମେ ଜାଣି ଜାଣି ବିପଦ ବରଣ କରିବାକୁ ଚାହୁଁଛୁ କି? ମାହାମାରୀ ସମୟରେ ଆମର ରାଜନୈତିକ ନେତୃତ୍ଵ ଅଧିକ ସତର୍କ, ସଚେତନ ଓ ସଂବେଦନଶୀଳ ହେବା ଉଚିତ। ଓଡିଶା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏ କ୍ଷେତ୍ରରେ ଏକପ୍ରକାର ମାର୍ଗଦର୍ଶକର ଭୂମିକା ନେଉଛନ୍ତି। ହେଲେ କେନ୍ଦ୍ର ସରକାର ଏ ପ୍ରସଙ୍ଗରେ କେତେ ସତର୍କ ଓ ସଚେତନ? କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଯେଉଁ ପ୍ରକାର ରାଜନୈତିକ ସୁଆଙ୍ଗ ଚାଲିଛି, ସେଥିରୁ ଲାଗୁଛି, ସତେକି ଆମେ ମହାମାରୀକୁ ନେଇ ଆଦୌ ଚିନ୍ତିତ ନୋହୁ। ତାରି ଭିତରେ ଏବେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଆମର ପରୀକ୍ଷା ପରିମାଣ ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି।

ରାଜନୀତି ଭୁଲି ଏ ମହାମାରୀର ମୁକାବିଲା ଲାଗି ଭାରତ ସରକାର ଅଧିକ ସତର୍କ ହେବେ ବୋଲି ଆମେ ଆଶା କରିବା।

Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

୧୦ ବର୍ଷ ପରେ କେରଳରେ କ୍ଷମତା ପରିବର୍ତ୍ତନର ସଙ୍କେତ, କଂଗ୍ରେସକୁ ବହୁମତ!

April 30, 2026

ବଙ୍ଗ କାହାର ? ଦିଦି ବନାମ ମୋଦୀ

April 29, 2026
Latest News

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026

ଆଜି ଘରୋଇ ଗ୍ରାଉଣ୍ଡରେ ଆରସିବି ବିରୋଧରେ ଲଢିବ ଗୁଜରାଟ: ଜାଣନ୍ତୁ ହେଡ୍-ଟୁ-ହେଡ୍ ରେକର୍ଡ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.