Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସନ୍ତ୍ରାସବାଦ ଉପରେ ଆକ୍ରମଣ ଏକ ଜାତୀୟ ସଫଳତା, ଏହାର ଶ୍ରେୟ ବ୍ୟକ୍ତିର ନୁହେଁ, ବରଂ ସାରା ଦେଶର
ବିଶେଷ ଖବର

ସନ୍ତ୍ରାସବାଦ ଉପରେ ଆକ୍ରମଣ ଏକ ଜାତୀୟ ସଫଳତା, ଏହାର ଶ୍ରେୟ ବ୍ୟକ୍ତିର ନୁହେଁ, ବରଂ ସାରା ଦେଶର

February 27, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୨୫ ଫେବୃଆରୀ ଭୋର ୩.୩୦ ରେ ଭାରତୀୟ ବାୟୁସେନାର ଏକ ସାହସୀ ଆକ୍ରମଣରେ ପାକିସ୍ତାନର ଆଭ୍ୟନ୍ତରରେ ଥିବା ବାଲାକୋଟ ଜଙ୍ଗଲ ଭିତରେ ଚାଲିଥିବା  ଜୈଶ ଏ ଅହମଦ ର ଆତଙ୍କବାଦୀ ଶିବିର ଉପରେ ପ୍ରକାଣ୍ଡ ପ୍ରହାର କରାଯାଇଥିଲା। ଏହାକୁ ଏକ ବେସାମରିକ ଲକ୍ଷ୍ୟ ପୂରଣ ଓ ସନ୍ତ୍ରାସବାଦ ଉପରେ ବଡ ଆକ୍ରମଣ ବୋଲି ଆମେ କହିପାରିବା। ସେନାର ଏହି ସଫଳତା ଲାଗି ଆମେ ସମସ୍ତେ ଗର୍ବିତ। ପୁଲବାମା ରେ ଭାରତୀୟ ପାରା ମିଲିଟାରୀ ପୋଲିସ ଉପରେ ହୋଇଥିବା ଆକ୍ରମଣର ୧୨ ଦିନ ପରେ ଭାରତର ଏହି ଦୃଢ କାର୍ୟାନୁଷ୍ଠାନ ପ୍ରଶଂସାର ବିଷୟ। ଏହି ପୃଷ୍ଠଭୂମିରେ ଫେବୃଆରୀ ୧୪ ରୁ ଆଜି ପର୍ଯନ୍ତ ଭାରତର ରାଜନୀତିରେ ଗୋଟେ ନୂଆ କଥା ଘଟିଛି। ସାଧାରଣ ନିର୍ବାଚନ ଘୋଷଣାକୁ ମାତ୍ର ଅଳ୍ପ କିଛି ଦିନ ବାକିଥିବା ସତ୍ତ୍ୱେ ସବୁ ରାଜନୈତିକ ଦଳ ଏକ ସ୍ଵରରେ ଓ ହୃଦୟର ସହିତ ସେନାକୁ ସମ୍ମାନ ଦେଇଛନ୍ତି। ପୁଲବାମା ଘଟନା ପରେ ଓ ଆଜିର ସର୍ଜିକାଲ ଷ୍ଟ୍ରାଇକ ପରେ ଅନୁଷ୍ଠିତ ଦୁଇଟି ଯାକ ସର୍ବଦଳୀୟ ସଭାରେ ସବୁ ରାଜନୈତିକ ଏକ ସ୍ଵରରେ ଦେଶର ଏକତାକୁ ପ୍ରଦର୍ଶନ କରିଛନ୍ତି। ନିର୍ବାଚନୀ ବର୍ଷରେ ଏହା ଆମ ରାଜନୀତିର ଏକ ବଡ ସଫଳତା।

ତେବେ ଏ ପ୍ରକାର ସ୍ଥିତିରେ ଶାସକ ଦଳର ଯେଉଁ ପ୍ରକାର ସଂଯମ ଓ ଇଚ୍ଛାଶକ୍ତି ରହିବା କଥା ତାହା ଦେଖିବାକୁ ମିଳୁନାହିଁ। ଏହି ପ୍ରସଙ୍ଗରେ ଆୟୋଜିତ ଦୁଇଟି ଯାକ ସର୍ବଦଳୀୟ ସଭାରେ ପ୍ରଧାନମନ୍ତ୍ରୀଙ୍କର ଅନୁପସ୍ଥିତି ଆଦୌ ଶୋଭନୀୟ ନୁହେଁ। ଦେଶର ଏମିତି ସଙ୍କଟ ସମୟରେ ନିର୍ବାଚନୀ ରାଲି ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତେବେ ପ୍ରଧାନମନ୍ତ୍ରୀଙ୍କ ଲାଗି ସଭାରେ ଭାଷଣ ଦେବା ଏକ ଅଭ୍ୟାସଗତ ପ୍ରକ୍ରିୟା। ଗୋଟେ ପକ୍ଷରେ ଦେଶରେ ଚାଲିଥିବା ଯୁଦ୍ଧକାଳୀନ ସ୍ଥିତିକୁ ସଂଯମତା ର ସହ ସାମ୍ନା କରିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେବା କଥା। ତାହର ଠିକ ବିପରୀତରେ ପ୍ରଧାନମନ୍ତ୍ରୀ ଗତ ସତୁରୀ ବର୍ଷରେ ଦେଶ କିଛି କରିନାହିଁ ବୋଲି କହିବା ଓ ଏବେ ଯାହା ହେଉଛି ତାହା କେବଳ ମୁଁ କରୁଛି ବୋଲି କହିବା ଆଦୌ ସମୀଚୀନ ନୁହେଁ।

ଭାରତୀୟ ସେନାବାହିନୀ କୌଣସି ଦଳର ଆଦର୍ଶରେ ଗଢା  ହୋଇନାହିଁ। ଆମର ସେନା ଆମ ସମସ୍ତଙ୍କର। ଏଠି କୌଣସି ଦଳର ବା ନେତାର ଶ୍ରେୟ ନେବାର କିଛି ନାହିଁ। ପଡୋଶୀ ପାକିସ୍ତାନଯେ ନିଜ ମାଟିରେ ଆତଙ୍କବାଦୀ ସଂଗଠନ ଗୁଡିକୁ ପ୍ରତିପାଳନ କରୁଛି, ତାହାର  ସଜା ତାକୁ ନିହାତି ମିଳିବା ଦରକାର। ତେବେ ଏଥିଲାଗି ଆମକୁ କୂଟନୈତିକ ସ୍ତରରେ ଓ ସୁଚିନ୍ତିତ ରଣନୀତି ଜରିଆରେ ପାକିସ୍ତାନକୁ ଅପଦସ୍ତ କରିବାକୁ ପଡିବ। ସେଥିଲାଗି ଦେଶରେ ରାଜନୈତିକ ଏକଟା ହେଉଛି ସବୁଠୁ ବଡ ଆବଶ୍ୟକତା। ଏହାକୁ ଆଖି ଆଗରେ ରଖି ଆଜିର ପ୍ରଥମ ଦାୟିତ୍ଵ ହେଉଛି ସେନାର ପରାକ୍ରମକୁ ରାଜନୈତିକ ଭାବରେ ବ୍ୟବହାର ନକରିବାର ସଂକଳ୍ପ। ଶାସକ ଭାରତୀୟ ଜନତା ପାର୍ଟି ଏହାକୁ ଯଦି ରାଜନୀତିରେ ଓ ନିର୍ବାଚନ ମଇଦାନରେ ନିଜର ସଫଳତା ଭାବେ ଉପସ୍ଥାପନ କରିବ, ତାହେଲେ ତାହା ସେନାର ମୂଳ ଆଦର୍ଶ ଉପରେ ଆକ୍ରମଣ ବୋଲି ଧରାଯିବ।

ଆଜି ସକାଳୁ ଏ ପ୍ରସଙ୍ଗରେ ସୋସିଆଲ ମିଡିଆରେ ଓ ଟେଲିଭିଜନରେ ମୋଦୀ ବନ୍ଦନା ଆରମ୍ଭ ହୋଇଗଲାଣି। ମୋଦୀ କେମିତି ଏହି ଅପରେସନକୁ ଅପଲକ ନୟନରେ ପରିଚାଳନା କରୁଥିଲେ, ସେସବୁ କାହାଣୀ କୁହାଯାଉଛି। ଏହା ଆଦୌ ଶୁଭଂକର ନୁହେଁ। ସେନା ବାହିନୀର ନିଜସ୍ଵ ପେଷାଦାର ଅପରେସନ ରଣନୀତି ରହିଛି। ସେହି ରଣନୀତିରେ ଦେଶର ପ୍ରଧାନମନ୍ତ୍ରୀଙ୍କର ନୈତିକ ସମର୍ଥନ ଯଥେଷ୍ଟ । ଦେଶର ନାଗରିକଙ୍କ ଦ୍ଵାରା ନିର୍ବାଚିତ  ପ୍ରଧାନମନ୍ତ୍ରୀଙ୍କୁ ସେନାବାହିନୀର ଅଧିନାୟକ ଭୂମିକା ଦିଆ ଯାଇନାହିଁ। ସାମ୍ବିଧାନିକ ଭାବରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ଦେଶର କାର୍ଯକାରୀ ମୁଖ୍ୟ। ସେନା ସହିତ ସେମାନଙ୍କର ସମ୍ପର୍କ ନୀତିଗତ ଭାବରେ ସହଯୋଗୀର। ସେନାର ସୁପ୍ରିମ କମାଣ୍ଡର ହେଉଛନ୍ତି ଭାରତ ର ରାଷ୍ଟ୍ରପତି। ତେଣୁ ପ୍ରଧାନମନ୍ତ୍ରୀ ନିଜକୁ ସେନାନାୟକ ଭାବରେ ଉପସ୍ଥାପିତ କରିବା ଆଦୌ ଉଚିତ ନୁହେଁ।

ଆଜି ଯାହା ଚାଲିଛି, ତାହା ସନ୍ତ୍ରାସବାଦ ର ବିନାଶ ପର୍ଯନ୍ତ ଠିକ ଅଛି। ଏହାକୁ କିନ୍ତୁ ଯୁଦ୍ଧ ଉନ୍ମାଦରେ ରୂପାନ୍ତରିତ କରିବାର ପ୍ରୟାସ ବନ୍ଦ ହେବା ଉଚିତ। ପାକିସ୍ତାନ ଏକ ମୌଳବାଦୀ ଓ ଧର୍ମତନ୍ତ୍ରରେ ବିଶ୍ଵାସ କରୁଥିବା ଦେଶ। ହେଲେ ଆମର ସବୁଠୁ ବଡ ଶକ୍ତି ହେଉଛି ଆମର ଗଣତନ୍ତ୍ର। ଗଣତନ୍ତ୍ରରେ ସେନାର ସଫଳତାକୁ ଅଣରାଜନୈତିକ ଭାବରେ ଦେଶର ପ୍ରତ୍ୟେକ ଜନତା ନିଜର ଗୌରବ ବୋଲି ଭାବିଥାଏ। ସେଠି ରାଜନୈତିକ ବିଭାଜନର କୌଣସି ଆବଶ୍ୟକତା ନାଇଁ। ସେନାର ଏଇ ସଫଳତା ଲାଗି ଶାସକ ଦଳ ଯେତିକି ଶ୍ରେୟ ପାଇବ,  ନିଜର ସଂଯମ ଓ ନୈତିକ ସମର୍ଥନ ଲାଗି ବିରୋଧୀ ଦଳ ଗୁଡିକ ମଧ୍ୟ ସେତିକି ଶ୍ରେୟ ପାଇବେ।

ମନେ ରଖନ୍ତୁ, ଆମର ସେନା ଆମ ଜାତିର ସମ୍ପତ୍ତି। ଏହା କୌଣସି ରାଜନୈତିକ ଦଳର ଭୋଟ ହାସଲକାରୀ ବ୍ୟବସ୍ଥା ନୁହେଁ।

airforce pulwama pulwamaattack
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.