Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲା, ଆଗାମୀ ଦୁଇ ସପ୍ତାହ ଭାରତ ପାଇଁ ଅଗ୍ନି ପରୀକ୍ଷାର ସମୟ
ବିଶେଷ ଖବର

କରୋନା ମୁକାବିଲା, ଆଗାମୀ ଦୁଇ ସପ୍ତାହ ଭାରତ ପାଇଁ ଅଗ୍ନି ପରୀକ୍ଷାର ସମୟ

March 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପ୍ରତିଦିନ ପୃଥିବୀରେ କରୋନା ଭୂତାଣୁର ପ୍ରକୋପ ବଢି ଚାଲିଛି। ବିକଶିତ ଓ ବୈଜ୍ଞାନିକ ଦୃଷ୍ଟିରୁ ଉନ୍ନତ ଦେଶମାନେ ମଧ୍ୟ ଏହି ଭୂତାଣୁକୁ ରୋକିବାରେ ସଫଳ ହେଉନାହାନ୍ତି। ଆମେରିକା ଭଳି ପୃଥିବୀର ସବୁଠୁ ସମୃଦ୍ଧ ଓ ସମ୍ପନ୍ନ ରାଷ୍ଟ୍ର ମଧ୍ୟ କରୋନା ରୋକିବାରେ ସଫଳ ହୋଇ ପାରିନାହିଁ। ଅପରପକ୍ଷରେ ବିକାଶଶୀଳ ଓ ଦରିଦ୍ର ଦେଶଗୁଡିକ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇ ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି। ଚୀନ ପରେ ଆମେରିକା ଓ ୟୁରୋପରେ ଏହି ରୋଗର ପ୍ରବଳ ପ୍ରଭାବ ବଢି ଚାଲିଛି।

ନ୍ୟୁୟର୍କ ସହରରେ ଗତ ୧୮ ତାରିଖ ଦିନ ୨୪ ଘଣ୍ଟାରେ ୧୦୦୮ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା। ଇଟାଲୀ, ସ୍ପେନ, ଫ୍ରାନ୍ସ, ଇଂଲାଣ୍ଡ ଓ ଜର୍ମାନୀ ଏବେ ଭୟଙ୍କର ସମୟର ସାମ୍ନା କରୁଛନ୍ତି। ତୁଳନାତ୍ମକ ଭାବରେ ଦକ୍ଷିଣ-ପୂର୍ବ ଏସିଆ( ଭାରତ, ନେପାଲ, ଭୁଟାନ, ଶ୍ରୀଲଙ୍କା, ବାଂଲାଦେଶ, ମାଳଦ୍ଵୀପ, ଥାଇଲାଣ୍ଡ ଓ ଇଣ୍ଡୋନେସିଆ)ରେ ଏହାର ପ୍ରଭାବ କମ ରହିଛି। ଭାରତରେ ୧୭୦ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ୪ ଜଣ ପ୍ରାଣ ହରାଇ ସାରିଲେଣି। ଭୟ ଓ ଆଶଙ୍କା ଅନେକ ସମୟରେ ଲୋକଙ୍କ ମନରେ ପ୍ରବଳ ନିରାଶା ଭାବ ସୃଷ୍ଟି କରୁଛି। ଭୟର ଚାପରେ ଦିଲ୍ଲୀ ରେ ଜଣେ ସନ୍ଦିଗ୍ଧ ଯୁବକ ଡାକ୍ତରଖାନା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ସାରା ପୃଥିବୀ ଲାଗି ଏବେ ଏକ ଅଗ୍ନି ପରୀକ୍ଷାର ସମୟ ଚାଲିଛି। ବିଶେଷକରି ଭାରତ ଭଳି ଜନ ବହୁଳ ଦେଶ ପାଇଁ ଏହା ଆହୁରି ବଡ ପରୀକ୍ଷାର ସମୟ। ଦେଶବାସୀଙ୍କୁ ସୁରକ୍ଷିତ ରଖିବା ଲାଗି ଆମକୁ ହୁଏତ ବହୁ ମୂଲ୍ୟ ଦେବାକୁ ପଡିବ। ଅର୍ଥନୀତି ଦୃଷ୍ଟିରୁ ଆଗାମୀ ସମୟ ଆମକୁ ବହୁତ ବଡ ସଙ୍କଟରେ ପକାଇପାରେ। ତେବେ ଲୋକଙ୍କ ଜୀବନର ମୂଲ୍ୟ ତୁଳନାରେ ସେତକ କ୍ଷତି ସହିବା ଆଜି ପାଇଁ ଅପରିହାର୍ଯ୍ୟ। କେଉଁଠି ନା କେଉଁଠି ଦେଶର ପୂରା ବ୍ୟାବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବାକୁ ପଡିବ ଓ ଆମର ପ୍ରମୁଖ ସହର ଗୁଡିକ ଅନ୍ତତଃ ଆଗାମୀ ଦୁଇ ସପ୍ତାହ ଲାଗି ସ୍ଥାଣୁ ହୋଇଯାଇ ପାରନ୍ତି। ଏହା ଆଜିର ସମୟ ଲାଗି ସବୁଠୁ ବେଶୀ ଉପଯୋଗୀ।

କେବଳ ଇଣ୍ଟରନେଟ ଓ ଟେଲିଫୋନ ବ୍ୟତୀତ ଅନ୍ୟ ସବୁ ପ୍ରକାର ପ୍ରତ୍ୟକ୍ଷ ଯୋଗାଯୋଗ ବିଛିନ୍ନ କରିବାକୁ ସରକାର ବାଧ୍ୟ ହେବେ। ଏ ପ୍ରକାର ବ୍ୟବସ୍ଥାର ବହୁ ମୂଲ୍ୟ ଆମର ଅର୍ଥନୀତି ଉପରେ ପଡିବ। ତେବେ ତାହା ନ ଅନ୍ୟ ବାଟ ନାହିଁ। ସପ୍ତାହେ ଭିତରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୧୭୦ରେ ପହଞ୍ଚିଲାଣି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୧୪ ଜଣ ରୋଗୀ ସୁସ୍ଥ ମଧ୍ୟ ହେଲେଣି। ଆକ୍ରାନ୍ତଙ୍କ ସଂଖ୍ୟାକୁ ସୀମିତ ରଖିବା ଓ ଯେଉଁମାନେ ଆକ୍ରାନ୍ତ ସେମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଦେବାଲାଗି, ଆମକୁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ପଡିବ। ଇତି ମଧ୍ୟରେ ଓଡିଶା ସରକାର ସବୁ ପ୍ରକାର ଧାର୍ମିକ ସ୍ଥଳକୁ ସାଧାରଣ ଲୋକଙ୍କ ପରିଦର୍ଶନ ନିଷିଦ୍ଧ କରିଛନ୍ତି। ଗତ ସପ୍ତାହେ ଭିତରେ ଓଡିଶାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଅନ୍ତତଃ ଆଜି ପର୍ୟନ୍ତ ସଂକ୍ରମଣ ସେତିକିରେ ସୀମିତ ରହିଛି। ତେବେ ଭାରତର ଚାରୋଟି ପ୍ରମୁଖ ରାଜ୍ୟ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨, କେରଳରେ ୨୫, କର୍ଣ୍ଣାଟକରେ ୧୪, ଦିଲ୍ଲୀରେ ୧୧, ଉତ୍ତର ପ୍ରଦେଶରେ ୧୬,ଜାମ୍ମୁ-କାଶ୍ମୀରରେ ୪ ଓ ଲଦାଖରେ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନେକ ସମୟରେ ଦେଖା ଯାଉଛି, ଭୟ କାରଣରୁ ହେଉ ବା ମୂର୍ଖାମି ଯୋଗୁଁ ଅନେକ ଆକ୍ରାନ୍ତ ଡାକ୍ତରଖାନାରୁ ଫେରାର ହୋଇ ଯାଉଛନ୍ତି। ଏହା ସବୁଠୁ ବଡ ବିପଦ ସୃଷ୍ଟି କରିବ। ଦେଶରେ ସର୍ବ ପ୍ରଥମେ କେରଳରେ ଏହାର ପ୍ରକୋପ ବଢିଥିବା ବେଳେ କେରଳ ସରକାର ତତ୍ପରତାର ସହିତ ଏହାର ଦ୍ଵିତୀୟ ପର୍ୟାୟ ସଂକ୍ରମଣକୁ ରୋକିବାରେ ସଫଳ ହୋଇଛନ୍ତି।

ତେବେ ଚୀନ, ୟୁରୋପ ଏବଂ ଆମେରିକାର ଅନୁଭବରୁ ଆମକୁ ଗୋଟିଏ କଥା ମାନି ଚଳିବାକୁ ପଡିବ। ପୂରା ଦେଶରେ ସାମାଜିକ ସମାଗମ ଓ ଭିଡକୁ ନିୟନ୍ତ୍ରିତ କରିବାକୁ ପଡିବ। ମହାରାଷ୍ଟ୍ର ଓ ଓଡିଶା ସରକାର ସବୁ ଧାର୍ମିକ ସ୍ଥଳ ଉପରେ ଏ ପ୍ରକାର ନିୟନ୍ତ୍ରଣ ଲାଗୁ କରି ସାରିଛନ୍ତି।

ଏ କ୍ଷେତ୍ରରେ ଉତ୍ତର ପ୍ରଦେଶ ସରକାର କିନ୍ତୁ ଅତ୍ୟନ୍ତ ଦାୟିତ୍ଵହୀନ କାମ କରୁଛନ୍ତି। ଉତ୍ତର ପ୍ରଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୬ରେ ପହଞ୍ଚିଥିବା ବେଳେ, ମାର୍ଚ୍ଚ ୨୫ରୁ ଏପ୍ରିଲ ୨ ତାରିଖ ପର୍ୟନ୍ତ ଅଯୋଧ୍ୟାରେ ରାମ ନବମୀ ମେଳା ପାଇଁ ଆଦିତ୍ୟନାଥ ସରକାର ଅନୁମତି ଦେଇଛନ୍ତି।

ଏହାକୁ ଧାର୍ମିକ ଭାବ ପ୍ରବଣତା ବୋଲି କହି ଜଣେ ମୁଖ୍ୟମନ୍ତ୍ରୀ ପୂରା ଦେଶର ଲୋକଜୀବନ ସହିତ ଖେଳ ଖେଳୁଛନ୍ତି। କେନ୍ଦ୍ର ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହି ମେଳାକୁ ବନ୍ଦ କରିବା ଉଚିତ ହେବ।

ଅହି ଅଗ୍ନି ପରୀକ୍ଷା ସମୟରେ ରାଜନୈତିକ ଦଳ ଓ ଧାର୍ମିକ ବ୍ୟକ୍ତି ବିଶେଷଙ୍କର ବୟାନ ଉପରେ ମଧ୍ୟ କଟକଣା ରହିବା ଉଚିତ। ସାମାଜିକ ଗଣମାଧ୍ୟମ ଓ ମୁଖ୍ୟ ଧାରାର ଗଣମାଧ୍ୟମ ଏ କ୍ଷେତ୍ରରେ ଅଧିକ ସତର୍କ ରହିବା ମଧ୍ୟ ଜରୁରୀ। ଦେଶର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେ, ଲୋକ ଖରାରେ ଠିଆ ହେଲେ କରୋନାରୁ ରକ୍ଷା ପାଇବେ ବୋଲି କହିବା, ଅତ୍ୟନ୍ତ ହାସ୍ୟାସ୍ପଦ। ସରକାରରେ ଥିବା ମନ୍ତ୍ରୀ ଓ ଅଧିକାରୀମାନେ ଏ ପ୍ରସଙ୍ଗରେ ଅଧିକ ସଚେତନ ହେବେ ବୋଲି ଆମେ ଆଶା କରିବା।

ଗତକାଲି ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସଂଯମ ଓ ସାହସର ବାର୍ତ୍ତା ଦେଇଛନ୍ତି।

coronavirus india us
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ….

February 11, 2026

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବ୍ୟାଙ୍କ ଖୋଲା ରହିବ କି ବନ୍ଦ ରହିବ?, ଜାଣନ୍ତୁ

February 11, 2026

ଜାତୀୟ ସଙ୍ଗୀତ ପୂର୍ବରୁ ବାଜିବ “ବନ୍ଦେ ମାତରମ୍”: ଗୃହ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ

February 11, 2026

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟି ଟଙ୍କାର ଯୋଜନା

February 11, 2026
Latest News

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.